Showing posts with label ଓଡ଼ିଆ ଦୂରଦର୍ଶନ ଅଭିନେତା. Show all posts
Showing posts with label ଓଡ଼ିଆ ଦୂରଦର୍ଶନ ଅଭିନେତା. Show all posts

ବିଜୁ ବଡ଼ଜେନା

ବିଜୁ ବଡ଼ଜେନା
Related image
ଜନ୍ମ ଓ ଜନ୍ମସ୍ଥାନଓଡ଼ିଶାଭାରତ
ଜୀବିକାଓଡ଼ିଆ କଥାଚିତ୍ର ଅଭିନେତା
କାର୍ଯ୍ୟକାଳ୧୯୯୫-ଏବେଯାଏଁ
ବିଜୁ ବଡ଼ଜେନା ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକ ଅଭିନେତା । ସେ ୧୯୯୪ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ମୋ ମନ ଖାଲି ତୋରି ପାଇଁ । ସେ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି ।

ଅଭିନୟ ଜୀବନ

ବିଜୁ ୧୯୯୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ମୋ ମନ ଖାଲି ତୋରି ପାଇଁ କଥାଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଧର୍ମର ହେବ ଜୟ, ବାବୁ ଆଇ ଲଭ୍ ୟୁ, ତତେ ମୋ ରାଣ, ଦେ ମା ଶକ୍ତି ଦେ, ତୋ ବିନା ମୋ କାହାଣୀ ଅଧା, ମୁନ୍ନା- ଏ ଲଭ୍ ଷ୍ଟୋରୀ, ଆରେ ସାଥି ଆ, ଦିଲ୍ ତତେ ଦେଇଚି, ଏଇ ମିଳନ ଯୁଗ ଯୁଗର, ଫ୍ୟାମିଲି ନମ୍ବର ୱାନ୍, ବାଇଶି ପାହାଚେ ଖେଳିବ ମୀନ, ମୁଁ ପ୍ରେମୀ ମୁଁ ପାଗଳ, ଏସିପି ସାଗରିକା, ମିତ ବସିଛି ମୁଁ ଭୂତ ସାଥୀରେ, ତୋ ବାଟ ଚାହିଁଛି ରାତି ସାରା, ତମେ ଥିଲେ ସାଥିରେ, ମାୟା, ରାଙ୍ଗିଲା ବାବା, ଏକ୍ସକ୍ୟୁଜ ମି କ'ଣ କଲା ସେ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।
ବିଜୁ ବଡ଼ଜେନା ଓଡ଼ିଆ କଥାଚିତ୍ର ସ‌ହିତ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ସେ ଗାୟତ୍ରୀ, ମହାଯଜ୍ଞ ଭଳି ଅନେକ ଚର୍ଚ୍ଚିତ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

  • ମୋ ମନ ଖାଲି ତୋରି ପାଇଁ
  • ଧର୍ମର ହେବ ଜୟ
  • ବାବୁ ଆଇ ଲଭ ୟୁ
  • ତତେ ମୋ ରାଣ
  • ଦେ ମା ଶକ୍ତି ଦେ
  • ତୋ ବିନା ମୋ କାହାଣୀ ଅଧା
  • ମୁନ୍ନା- ଏ ଲଭ୍ ଷ୍ଟୋରୀ
  • ଆ'ରେ ସାଥି ଆ
  • ଦିଲ୍ ତ‌ତେ ଦେଇଚି
  • ଏଇ ମିଳନ ଯୁଗ ଯୁଗର
  • ଫ୍ୟାମିଲି ନମ୍ବର୍ ୱାନ୍
  • ବାଇଶି ପାହାଚେ ଖେଳିବ ମୀନ
  • ମୁଁ ପ୍ରେମୀ ମୁଁ ପାଗଳ
  • ଏସିପି ସାଗରିକା
  • ମିତ ବସିଛି ମୁଁ ଭୂତ ସାଥିରେ
  • ତୋ ବାଟ ଚାହିଁଚି ରାତି ସାରା
  • ତମେ ଥିଲେ ସାଥିରେ
  • ମାୟା
  • ରଙ୍ଗିଲା ବାବା
  • ଏକ୍ସକ୍ୟୁଜ ମି କ'ଣ କଲା ସେ
  • ଯୋଗୀ

ଅଭିନୀତ ଧାରାବାହିକ

  • ମହାଯଜ୍ଞ
  • ଗାୟତ୍ରୀ

ଆଧାର

  1. ଉପରକୁ ଯାଆନ୍ତୁ "ପାଗଳ ଭୂମିକାରେ ଆସୁଛନ୍ତି ଏହି ଅଭିନେତା". sambad.in. 10 March 2018. Retrieved 6 April 2018.
  2. ଉପରକୁ ଯାଆନ୍ତୁ "ସଂଗ୍ରାମୀଙ୍କ ସ୍ୱପ୍ନ". ସମାଜ ରବିବାର. 8 April 2018. Retrieved 12 April 2018.

ବାହାର ଆଧାର

ସ୍ୱରାଜ ବାରିକ

ସ୍ୱରାଜ ବାରିକ
Image result for swaraj barik
ଜନ୍ମ ଓ ଜନ୍ମସ୍ଥାନସ୍ୱରାଜ ବାରିକ
ବାରିପଦାଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରା
କାର୍ଯ୍ୟକାଳଶିଶୁ କଳାକାର (୨୦୦୬-୨୦୧୫)
୨୦୧୭- ଏବେଯାଏଁ
ସ୍ୱରାଜ ବାରିକ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଶିଶୁ କଳାକାର ଭାବରେ ସେ ଓଡ଼ିଆ ଚଳଚ୍ଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ସ୍ୱରାଜ ତିନି ବର୍ଷ ବୟସରୁ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ସମ୍ପର୍କରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୭ ମସିହାରେ ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନ

ସ୍ୱରାଜ ବାରିକ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟବେଳୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ତେଣୁ ସେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଏବଂ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ ।

ଅଭିନୟ ଜୀବନ

ଶିଶୁ କଳାକାର

ସ୍ୱରାଜ ଜଣେ ଶିଶୁ କଳାକାର ଭାବରେ ମାତ୍ର ତିନି ବର୍ଷ ବୟସରୁ ଓଡ଼ିଆ ଦୂରଦର୍ଶନ ଡିଡି ଓଡ଼ିଆରେ ପ୍ରସାରିତ କାର୍ଯ୍ୟକ୍ରମ ସମ୍ପର୍କରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୦୬ ମସିହାରେ ଚଣ୍ଡୀ ପରିଜାଙ୍କ ଚଳଚ୍ଚିତ୍ର ରକତେ ଲେଖିଚି ନାଁରେ ସ୍ୱରାଜ ପ୍ରଥମ ଥର ପାଇଁ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପରେ ପରେ ସେ ପହିଲି ରଜହିରୋଆକାଶେ କି ରଙ୍ଗ ଲାଗିଲାପାଗଳ ପ୍ରେମୀସୁନା ଚଢ଼େଇ ମୋ ରୂପା ଚଢ଼େଇ ଆଦି ୨୨ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସ୍ୱରାଜ କଥାଚିତ୍ର ବ୍ୟତୀତ ଶିଶୁ କଳାକାର ଭାବରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଦୂରଦର୍ଶନ ଧାରାବାହିକ ଗାୟତ୍ରୀରେ ମଧ୍ୟ ଅଭିନୟ କରିଥିଲେ ।

ନାୟକ

୨୦୧୭ ମସିହାରେ ସ୍ୱରାଜ ଓଡ଼ିଆ କଥାଚିତ୍ର ତୁ ମୋ ଲଭ୍ ଷ୍ଟୋରୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ତାଙ୍କ ସ‌ହ ନାୟିକ ଭାବରେ ଭୂମିକା ଦାଶ ମଧ୍ୟ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ସ୍ୱରାଜଙ୍କୁ ଶ୍ରେଷ୍ଠ ନବାଗତ ଅଭିନେତା ପୁରସ୍କାର ମିଳିଥିଲା ।
ତାଙ୍କର ଏହି ପ୍ରଥମ କଥାଚିତ୍ରଟି ସଫଳ ହେବା ପରେ, ସ୍ୱରାଜଙ୍କ ୨୦୧୭ର ୨ୟ କଥାଚିତ୍ର ଲୈଲା ଓ ଲୈଲା ଅଭିନେତ୍ରୀ ସନ୍‌ମିରା ନାଗେଶଙ୍କ ସ‌ହ ମୁକ୍ତିଲାଭ କରିଥିଲା ।

ଅଭିନୀତ କଥାଚିତ୍ର

ଶିଶୁ କଳାକାର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୭ପାଗଳ ପ୍ରେମୀ
୨୦୦୭ସମୟ ହାତରେ ଡୋରି
୨୦୦୯ଆକାଶେ କି ରଙ୍ଗ ଲାଗିଲା
୨୦୦୯ସୁନା ଚଢ଼େଇ ମୋ ରୂପା ଚଢ଼େଇ
୨୦୧୦ପହିଲି ରଜ
୨୦୧୦ଆଖି ପଲକରେ ତୁମୁନ୍ନା
୨୦୧୧ହିରୋ

ନାୟକ

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୭ତୁ ମୋ ଲଭ୍ ଷ୍ଟୋରୀରାଜ୍ମୁଖ୍ୟ ଭୂମିକାରେ ପ୍ରଥମ ଓଡ଼ିଆ କଥାଚିତ୍ର
ଲୈଲା ଓ ଲୈଲା

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ସମ୍ପର୍କଡିଡି ଓଡ଼ିଆ
ମାଡିଡି ଓଡ଼ିଆ
ଗାୟତ୍ରୀଇ ଟିଭି ଓଡ଼ିଆମୁନ୍ନା

ଆଧାର

  1. ଉପରକୁ ଯାଆନ୍ତୁ"ଜାଣନ୍ତୁ ,କେଉଁ ଓଡ଼ିଆ ସିନେମାରେ କେଉଁ ନବାଗତ ନାୟକଙ୍କର ଏଣ୍ଟ୍ରି ହୋଇଛି ଏ ବର୍ଷ". sambad.in. 31 December 2017. Retrieved 15 February 2018.
  2. ଉପରକୁ ଯାଆନ୍ତୁ"ସୋସିଆଲ ମିଡ଼ିଆରେ ନିଜ ଫେକ୍‌ ଆଇଡି ବିଷୟରେ ସୂଚନା ଦେଲେ ଓଲିଉଡ୍‌ ନାୟକ ସ୍ୱରାଜ୍‌". sambad.in. 28 February 2018. Retrieved 5 March 2018.
  3. ଉପରକୁ ଯାଆନ୍ତୁ"ଶିଶୁ କଳାକାର ଏକାଠି". ସମାଜ. 17 December 2017. Retrieved 17 December 2017.
  4. ଏହି ଯାଏ ଉପରକୁ ଯାଆନ୍ତୁ:"‘ତୁ ମୋ ଲଭ୍‌ ଷ୍ଟୋରୀ’ ମୋ କ୍ୟାରିୟରର ଆରମ୍ଭ ବୋଲି ମୁଁ ଭାବୁଛି: ସୌରାଜ". Odisha Reporters. 8 April 2017. Retrieved 22 February 2018.
  5. ଏହି ଯାଏ ଉପରକୁ ଯାଆନ୍ତୁ:"ନୂଆ ବର୍ଷରେ ନୁହେଁ, ତା’ ଆଗରୁ ରିଲିଜ୍‌ ହେଉଛି ସ୍ୱରାଜଙ୍କ ‘ଲୈଲା ଓ ଲୈଲା’". sambad.in. 12 December 2017. Retrieved 15 February 2018.
  6. ଉପରକୁ ଯାଆନ୍ତୁ"‘ତୁ ମୋ ଲଭ ଷ୍ଟୋରି’ରେ ହିରୋ ହେବା ପରେ ମୁଁ ଏତେ ଡରି ଯାଇଥିଲି ଯେ ଫିଲ୍ମର ସ୍କ୍ରିନିଂକୁ ଯାଇ ନ ଥିଲି : ସ୍ୱରା". sambad.in. 28 December 2017. Retrieved 15 February 2018.
  7. ଉପରକୁ ଯାଆନ୍ତୁ"ମୁଁ ଖାଇବାରେ ବହୁତ ଚୁଜି: ସ୍ୱରାଜ ବାରିକ". sambad.in. 6 February 2018. Retrieved 15 February 2018.
  8. ଉପରକୁ ଯାଆନ୍ତୁ"ଭୂମିକାଙ୍କଠୁ ପଛରେ ପଡ଼ିଲେ ସ୍ୱରାଜ". sambad.in. 19 October 2017. Retrieved 15 February 2018.
  9. ଉପରକୁ ଯାଆନ୍ତୁ"‘ଚଳଚ୍ଚିତ୍ର ଜଗତ’ ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.
  10. ଉପରକୁ ଯାଆନ୍ତୁ"Swaraj Barik & Sunmeera Will Romance For The First Time". E News ଓଡ଼ିଆ. 14 September 2017. Retrieved 15 February 2018.
  11. ଉପରକୁ ଯାଆନ୍ତୁ"ସ୍ୱରାଜ ବାରିକ ତାଙ୍କର ନୂଆ ଓଡ଼ିଆ ସିନେମା ଲୈଲା ଓ ଲୈଲାକୁ ନେଇ ବହୁତ ଆଶାବାଦୀ ଅଛନ୍ତି". E News ଓଡ଼ିଆ. 1 August 2017. Retrieved 15 February 2018.
  12. ଉପରକୁ ଯାଆନ୍ତୁ"Sitaram Agrawal Announced His Upcoming Movie “Laila O Laila” With Swaraj & Sunmeera". sambad.in. 22 July 2017. Retrieved 15 February 2018.

ବିଶ୍ୱଭୂଷଣ ପଣ୍ଡା

ବିଶ୍ୱଭୂଷଣ ପଣ୍ଡା
Image result for biswabhusan panda
ଜନ୍ମ ଓ ଜନ୍ମସ୍ଥାନବିଶ୍ୱଭୂଷଣ ପଣ୍ଡା
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତା
କାର୍ଯ୍ୟକାଳ୨୦୧୬ରୁ-ଏବେଯାଏଁ
ବିଶ୍ୱଭୂଷଣ ପଣ୍ଡା, ଜଣେ ଓଡ଼ିଆ ଦୂରଦର୍ଶନ ଅଭିନେତା । ସେ ଓଡ଼ିଆ ଦୂରଦର୍ଶନରେ ଖଳନାୟକ ଭାବରେ ପରିଚିତ । ସେ ମୁମ୍ବାଇରେ ଅଭିନୟ ଶିକ୍ଷା କରିବା ପରେ ଦୁଇଟି ହିନ୍ଦୀ ଧାରାବାହିକରେ ଅଭିନୟ କରିଥିଲେ । ଏହାପରେ ସେ ଓଡ଼ିଆ ଦୂରଦର୍ଶନରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ବିଶ୍ୱଭୂଷଣ ଛୋଟବେଳୁ ନାଟକ ପ୍ରତି ଆକର୍ଷିତ ହୋଇଥିଲେ, ତେଣୁ ଅନେକ ସମୟରେ ସେ ହଷ୍ଟେଲରୁ ଲୁଚି ପଳାଇଯାଉଥିଲେ । ସେ ଦିଲ୍ଲୀରେ ଇଞ୍ଜିନିୟରିଂରେ ଡିପ୍ଲୋମ କରିଥିଲେ । ଏହାପରେ ସେ ମୁମ୍ବାଇରେ ଅଭିନୟ ଶିକ୍ଷା କରିଥିଲେ ।

ଅଭିନୟ ଜୀବନ

ବିଶ୍ୱଭୂଷଣ ମୁମ୍ବାଇରେ ଅଭିନୟ ଶିକ୍ଷା କରିବା ପରେ ଦୁଇଟି ହିନ୍ଦୀ ଧାରାବାହିକରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ସୌଭାଗ୍ୟବତୀ ଭବ ଧାରାବାହିକ ଜରିଆରେ ସେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ହିଟ୍‌ଲର୍ ଦିଦି ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।
ଏହାପରେ ବିଶ୍ୱଭୂଷଣଙ୍କୁ ମିଳିଥିଲା ଓଡ଼ିଆ ଧାରାବାହିକରେ ଅଭିନୟ କରିବାର ସୁଯୋଗ । ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଦୁର୍ଗାରେ ସେ ଜଣେ ଖଳନାୟକ ଭାବରେ ଓଡ଼ିଆ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ତେଜସ୍ୱନୀ, ତୁଳସୀ, ତୋ ଆଖି ମୋ ଆଇନା ଆଦି ଧାରାବାହିକରେ ଅଭିନୟ କରିଥିଲେ ।

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ସୌଭାଗ୍ୟବତୀ ଭବଲାଇଫ୍ ଓକେ
ହିଟ୍‌ଲର୍ ଦିଦିଜି ଟିଭି
ଦୁର୍ଗାତରଙ୍ଗ ଟିଭିଜିତ୍
ତେଜସ୍ୱିନୀତରଙ୍ଗ ଟିଭିରୁଦ୍ରାକ୍ଷ
ତୁଳସୀକଲର୍ସ ଓଡ଼ିଆ
ତୋ ଆଖି ମୋ ଆଇନାରଣଜିତ୍
ଶୁଭବିବାହସାର୍ଥକ ଟିଭି

ବିବାଦ

ଓଡ଼ିଆ କଥାଚିତ୍ର ଅଜାତଶତ୍ରୁରେ ବିଶ୍ୱଭୂଷଣ ଅଭିନୟ କରୁଥିଲେ । ଏହାର ସୁଟିଂ ସମୟରେ ବିଶ୍ୱଭୂଷଣ ଏବଂ ପ୍ରଯୋଜକଙ୍କ ମଧ୍ୟରେ ଦ୍ୱନ୍ଦ ଉପୁଜିଥିଲା ଫଳରେ ପ୍ରଯୋଜକ ସୋହମ ସିଂହ ତାଙ୍କୁ ମାଡ଼ ମାରିଥିଲେ ।

ଆଧାର

ବାଳକୃଷ୍ଣ ନାୟକ

ବାଳକୃଷ୍ଣ ନାୟକ
Image result for excuse me kana kala se odia movie
ଜନ୍ମ ଓ ଜନ୍ମସ୍ଥାନଲକି
ଜୁନ ୫
ଓଡ଼ିଶାଭାରତ
ଜୀବିକାହାସ୍ୟ ଅଭିନେତା ଅଭିନେତା (ଓଡ଼ିଆ)
ବାଳକୃଷ୍ଣ ନାୟକ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ହାସ୍ୟ କଳାକାର । ଓ ଟିଭିରେ ପ୍ରସାରିତ ହେଉଥିବା ରାଜନିତୀ ଭିତ୍ତିକ ହାସ୍ୟାତ୍ମକ କାର୍ଯ୍ୟକମ ଦି ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସରେ ବାଳକୃଷ୍ଣ ଜଣେ ବ୍ୟଙ୍ଗ ଅଭିନେତା ଭାବରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତରେ ଚିଟ୍‌ଫଣ୍ଡ ଏବଂ କାଷ୍ଟିଂ କାଉଚକୁ ନେଇ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଏକ୍ସକ୍ୟୁଜ ମି କ'ଣ କଲା ସେ ଚଳଚ୍ଚିତ୍ର ଜରିଆରେ ୨୦୧୬ ମସିହାରେ ବାଳକୃଷ୍ଣ ବଡ଼ ପରଦାରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନ

ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବାଳକୃଷ୍ଣ । ଦଶପଲ୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ସେ ତାଙ୍କର ପାଠପଢ଼ା ଆରମ୍ଭ କରିଥିଲେ । ପରେ ପରେ ସେ ରାଜମୋହ‌ନ ଜୀଉ ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲାରେ ପାଠ ପଢ଼ିଲେ । ସେଠାରେ ତାଙ୍କର ଜଣେ ସ‌ହପାଠୀ ବନ୍ଧୁଙ୍କ ସ‌ହ ମିଶି ସେ ଲକି ବ୍ରଦର୍ସଙ୍କ ପଢ଼ୁଥା ହସି ହସି ଗଡ଼ୁଥା ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ କରିଥିଲେ, ଯାହାକି ପାଠକ ମ‌ହଲରେ ଅନେକ ପ୍ରଶଂସା ସାଉଣ୍ଟିଥିଲା ।

ଅଭିନୟ ଜୀବନ

ବାଳକୃଷ୍ଣଙ୍କର ପିଲାବେଳୁ ହିଁ ଅଭିନୟରେ ରୂଚି ଥିଲା । ସେ ସ୍କୁଲରେ ପଢ଼ୁଥିବା ବେଳେ ଫେବୃଆରୀ ୨୦୧୦ରେ ଦି ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସରେ ଅଭିନୟ କରିବାର ସୁଯୋଗ ପାଇଥଲେ । ଏହି କାର୍ଯ୍ୟକ୍ରମରେ ଅଭିନୟ ହିଁ ତାଙ୍କୁ ସାରା ଓଡ଼ିଶାରେ ପରିଚିତ କରାଇଥିଲା । ଓଡ଼ିଆ କଥାଚିତ୍ର ଜଗତର ହାସ୍ୟ ଅଭିନେତା ପପୁ ପମ ପମଙ୍କୁ ସେ ତାଙ୍କର ପ୍ରେରଣାର ଉତ୍ସ ଭାବରେ ଗ୍ରହଣ କରିଥାନ୍ତି । ଟିଭିରୁ ସେ ସବୁବେଳେ ପପୁ ପମ ପମଙ୍କ ହସାଇବା ଶୈଳୀ ଓ କଥାକୁ ନିରୀକ୍ଷଣ କରି ତାଙ୍କ ଭିତରେ ଥିବା ହସାଇବାର କଳାକୁ ଶାଣିତ କରିଛନ୍ତି । ଭାରତର ଅନ୍ୟ ଜଣେ ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କମେଡ଼ି କାର୍ଯ୍ୟକ୍ରମରୁ ମଧ୍ୟ ସେ ଅନେକ କିଛି ଶିକ୍ଷା କରିଛନ୍ତି ।

ଅଭିନୀତ କଥାଚିତ୍ର

  • ୨୦୧୬: ଏକ୍ସକ୍ୟୁଜ ମି କ'ଣ କଲା ସେ

ଦୂରଦର୍ଶନ

  • ଦ ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସ୍

ଆଧାର

  1. ଉପରକୁ ଯାଆନ୍ତୁମାସୀ; ନରେଶ ପଟ୍ଟନାୟକ; ଲୋକନାଥ ମିଶ୍ର; କାର୍ତ୍ତିକ ସାହୁ (7 August 2016). "ଏମିତି ବି ହୁଏ ବନ୍ଧୁତା" (in ଓଡ଼ିଆ). ଧରିତ୍ରୀ (ଭୁବନେଶ୍ୱର): p. ୧୨. Archived from the originalon 7 August 2016. Retrieved 22 August 2016.
  2. ଉପରକୁ ଯାଆନ୍ତୁ"‘ଗ୍ରେଟ୍‌ ଓଡ଼ିଶା ପଲିଟିକାଲ୍ ସର୍କସ’ର ବାଳକୃଷ୍ଣ ଏବେ ବଡ଼ ପରଦାରେ ‘ହିରୋ’". Odisha Reporter. 13 August 2016. Retrieved 22 August 2016.

ସନ୍ତୋଷ ନାରାୟଣ ଦାସ

ସନ୍ତୋଷ ନାରାୟଣ ଦାସ
ଜନ୍ମ ଓ ଜନ୍ମସ୍ଥାନଓଡ଼ିଶା, ଭାରତ
ଜୀବିକାନାଟ୍ୟକାର,
ଦୂରଦର୍ଶନ ଅଭିନେତା
ସନ୍ତୋଷ ନାରାୟଣ ଦାସ ଜଣେ ଓଡ଼ିଆ ଦୂରଦର୍ଶନ ଧାରାବାହିକ ଅଭିନେତା ଏବଂ ନାଟ୍ୟକାର । ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକ ଅପାରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ସନ୍ତୋଷଙ୍କ ରଚିତ ନାଟକ ସୁନାହରିଣୀଙ୍କୁ ୨୦୧୮ ମସିହାରେ ରାଜ୍ୟ କଳା ପରିଷଦ ତରଫରୁ ପୁରସ୍କୃତ ହୋଇଥିଲା । ଯାତ୍ରା ଇନ୍ଦ୍ରଭୁବନର ଏହି ନାଟକଟିର ନିର୍ଦ୍ଦେଶନା ଦେଇଥିଲେ ସନ୍ତୋଷ ।

ନାଟ୍ୟକାର

ସନ୍ତୋଷଙ୍କ ରଚିତ ନାଟକ ସୁନାହରିଣୀ ଯାତ୍ରା ଇନ୍ଦ୍ରଭୁବନରେ ପ୍ରସାରିତ ହୋଇଥିଲା । ଏହି ନାଟକିର ନିର୍ଦ୍ଦେଶନା ଦେଇଥିଲେ ନିଜେ ସନ୍ତୋଷ । ୨୦୧୮ ମସିହାରେ ରାଜ୍ୟ କଳା ପରିଷଦଦ୍ୱାରା ଆୟୋଜିତ ପୁରସ୍କାର ଉତ୍ସବରେ ସନ୍ତୋଷଙ୍କର ଏହି ନାଟକଟିକୁ ଶ୍ରେଷ୍ଠ ନାଟକ ପୁରସ୍କାର ମିଳିଥିଲା ।

ଅଭିନୟ ଜୀବନ

ସନ୍ତୋଷ ନାରାୟଣ ଦାସ ଓଡ଼ିଆ ଦୂରଦର୍ଶନ ଧାରାବାହିକ ଅପାରେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଏହି ଧାରାବାହିକର କାହାଣୀର ୨ୟ ଭାଗରେ ସେ ଅଭିନୟ କରିଥିଲେ ।

ଅଭିନୀତ ଧାରାବାହିକ

  • ଅପା

ରଚିତ ଯାତ୍ରା ନାଟକ

  • ସୁନାହରିଣୀ

ଆଧାର

ଗୁରୁପ୍ରାସାଦ ମିଶ୍ର

ଗୁରୁପ୍ରସାଦ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନଗୁରୁପ୍ରସାଦ ମିଶ୍ର
ଓଡ଼ିଶା, ଭାରତ
ଜୀବିକାଯାତ୍ରା ନିର୍ଦ୍ଦେଶକ,
ଧାରାବାହିକ ଅଭିନେତା
ଗୁରୁପ୍ରାସାଦ ମିଶ୍ର, ଜଣେ ଓଡ଼ିଆ ଯାତ୍ରା ଜଗତର ନିର୍ଦ୍ଦେଶକ ଏବଂ ଓଡ଼ିଆ ଦୂରଦର୍ଶକ ଧାରାବାହିକ ତ‌ଥା ଟେଲିଫିଲ୍ମର ଅଭିନେତା । ଯାତ୍ରା ଜଗତର ଚର୍ଚ୍ଚିତ ନାଟକ 'ଗଣ ଦୁଷ୍କର୍ମ', 'ଆଲୋ ମୋର କଣ୍ଢେଇ', 'ଦଇତାରୀ ପଣ୍ଡା ବାହା ‌ହଉଛି', 'ବରଷା ରାଣୀର ନୂଆ କାହାଣୀ', 'କାହାଣୀ କାନ୍ଦୁଛି ଆଖି ଲୁଚେଇ', 'ବାଃ ବାଃରେ ଉପରବାଲା', 'ବଦନାମ ହେଲି ତୋ'ରି ପାଇଁ' ଆଦି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ଗୁରୁପ୍ରସାଦ ।

ଅଭିନୟ ଜୀବନ

ଗୁରୁପ୍ରସାଦ ମିଶ୍ର ଓଡ଼ିଆ ଦୂରଦର୍ଶନରେ ଅନେକ ଧାରାବାହିକ ‌ତଥା କିଛି ଟେଲି ଫିଲ୍ମରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ମୁ୍କ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଯୋଗୀରେ ସେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀଧର ମାର୍ଥା ଏବଂ ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା । ହିନ୍ଦୀ କଥାଚିତ୍ର ଜଗତର ଅଭିନେତ୍ରୀ ରୁମ୍ପା ସରକାର ଏହି କଥାଚିତ୍ରଟିରେ ଏକ ଆଇଟମ ନୃତ୍ୟ କରିଥିଲେ । ରେଞ୍ଜ ରୟାଲ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରଟିରେ ଅନେକ ଯାତ୍ରା କଳାକାର ତ‌ଥା ଓଡ଼ିଆ କଥାଚିତ୍ର ଜଗତ ସମେତ ହିନ୍ଦୀ କଥାଚିତ୍ର ଜଗତରୁ କିଛି କଳାକାର ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ଶୀର୍ଷକ ଯୋଗୀ ଭୂମିକାରେ ଅଭିନେତା ହର ରଥ ଅଭିନୟ କରିଥିଲେ ।

ଯାତ୍ରା ନାଟକ ନିର୍ଦ୍ଦେଶନା

ଗୁରୁପ୍ରସାଦ ଅନେକ ଯାତ୍ରା ନାଟକର ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ନାଟକ ଗୁଡ଼ିକ ହେଲା 'ଗଣ ଦୁଷ୍କର୍ମ', 'ଆଲୋ ମୋର କଣ୍ଢେଇ', 'ଦଇତାରୀ ପଣ୍ଡା ବାହା ‌ହଉଛି', 'ବରଷା ରାଣୀର ନୂଆ କାହାଣୀ', 'କାହାଣୀ କାନ୍ଦୁଛି ଆଖି ଲୁଚେଇ', 'ବାଃ ବାଃରେ ଉପରବାଲା', 'ବଦନାମ ହେଲି ତୋ'ରି ପାଇଁ' ।
ସେ ବାଘାଯତୀନ ଲୋକନାଟ୍ୟର ଆଗାମୀ ନାଟକ 'ତୋ ବିନା ଭଲ ଲାଗେନା'ର ମଧ୍ୟ ନିର୍ଦ୍ଦେଶନା ଦେଉଛନ୍ତି । ଏହି ନାଟକଟିର ରଚନା କରିଛନ୍ତି ଗଣେଶ ରାଉତ ।

ନିର୍ଦ୍ଦେଶିତ ନାଟକ

  • ଗଣ ଦୁଷ୍କର୍ମ
  • ଆଲୋ ମୋର କଣ୍ଢେଇ
  • ଦଇତାରୀ ପଣ୍ଡା ବାହା ‌ହଉଛି
  • ବରଷା ରାଣୀର ନୂଆ କାହାଣୀ
  • କାହାଣୀ କାନ୍ଦୁଛି ଆଖି ଲୁଚେଇ
  • ବାଃ ବାଃରେ ଉପରବାଲା
  • ବଦନାମ ହେଲି ତୋ'ରି ପାଇଁ

ଅଭିନୀତ କଥାଚିତ୍ର

  • ଯୋଗୀ

ଆଧାର