Showing posts with label ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ. Show all posts
Showing posts with label ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ. Show all posts

ରାଜେଶ୍ୱରୀ ରାୟ (Rajsawri Ray)

ରାଜେଶ୍ୱରୀ ରାୟ
Odia Actress Rajeswari Ray (ରାଜେଶ୍ୱରୀ ରାୟ)

ଜନ୍ମ ଓ ଜନ୍ମସ୍ଥାନ
ବାଲେଶ୍ୱର, ଓଡ଼ିଶା, ଭାରତ
ମୃତ୍ୟୁ୨୦ ଜୁଲାଇ ୨୦୨୨ (୩୭ ବର୍ଷ)
ଭୁବନେଶ୍ୱର
ମୃତ୍ୟୁର କାରଣଫୁସଫୁସ କର୍କଟ, ମସ୍ତିଷ୍କ କର୍କଟ
ଅଲଗା ନାଆଁରାଜେଶ୍ୱରୀ ରାୟ ମହାପାତ୍ର
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ
ଜୀବନସାଥୀ
୨୦୦୮ - ୨୦୨୨
ସଞ୍ଜୟ ମହାପାତ୍ର (୨୦୧୬ -୨୦୨୨)

‌ରାଜେଶ୍ୱରୀ ରାୟ (English: Rajsawri Ray; ମୃତ୍ୟ: ୨୦ ଜୁଲାଇ ୨୦୨୨) ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । ସେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନରେ ଧାରାବାହିକରେ ମୁଖ୍ୟତଃ ଖଳନାୟିକା ଭୂମିକାରେ ଅଭିନୟ କରୁଥିଲେ । ସେ ଓଡ଼ିଆ କଥାଚିତ୍ର ସତ୍ୟମେବ ଜୟତେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ବସୁନ୍ଧରା, ସଂସ୍କାର, ସ୍ୱାଭିମାନ, ଦେବୀ, କୁମ୍‌କୁମ୍‌, ଉଆଁସୀ କନ୍ୟା, ତୋ ପାଇଁ ମୁଁ ଆଦି ଧାରାବାହିକରେ କାର୍ଯ୍ୟ କରିଥିଲେ ।[୧]

ସେ ବାଲେଶର ଜିଲ୍ଲରେ ଜନ୍ମଗ୍ରହଣ କରିଥିଲେ । ୨୦୧୬ ମସିହାର ଡିସେମ୍ବର ୧୬ ତାରିଖରେ ସେ ସଞ୍ଜୟ ମହାପାତ୍ରଙ୍କୁ ବିବାହ କରିଥିଲେ ।

ଅଭିନୟ ଜୀବନ

ସେ ପ୍ରଥମେ ଦୂରଦର୍ଶନ ଓ ମଞ୍ଚରେ ଉପସ୍ଥାପନା କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଧାରାବାହିକରେ ଅଭିନୟ କରିଥିଲେ ।[୨] ଓଡ଼ିଆ ଧାରାବାହିକ ଜଗତରେ ଜଣେ ଖଳନାୟିକା ଭାବରେ ସେ ଜଣାଶୁଣା ଥିଲେ । ସେ ଡିଡି ଓଡ଼ିଆର ବସୁନ୍ଧରା, ଇଟିଭି ଓଡ଼ିଆର ସଂସ୍କାର, ଓଟିଭିର ଦେବୀ, ତରଙ୍ଗର ସ୍ୱାଭିମାନ,[୩] ଉଆଁସୀ କନ୍ୟା,[୪] କଲର୍ସ ଓଡ଼ିଆର କୁମ୍‌କୁମ୍ ଓ ଜୀ ସାର୍ଥକର ତୋ' ପାଇଁ ମୁଁ ଭଳି ଧାରାବାହିକ ଅଭିନୟ କରିଥିଲେ ।

ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଉଆଁସୀ କନ୍ୟାରେ ସେ ନିଭେଇଥିବା ଅଳକା ନାମକ ଖଳନାୟିକା ଚରିତ୍ର ପାଇଁ ଅନେକ ଲୋକପ୍ରିୟତା ସାଉଣ୍ଟିଥିଲେ ।[୫][୬] ଜୀ ସାର୍ଥକରେ ପ୍ରସାରିତ ଧାରାବାହିକ ତୋ' ପାଇଁ ମୁଁ ଥିଲା ତାଙ୍କ ଅଭିନୀତ ଶେଷ ଧାରାବାହିକ ।[୭][୮]

୨୦୦୮ ମସିହାରେ ସେ ଓଡ଼ିଅ କଥାଚିତ୍ର ସତ୍ୟମେବ ଜୟତେ ଜରିଆରେ ଓଡ଼ିଅ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ପରେ ଆରେ ସାଥୀ ଆ, ବ୍ଲାକ୍‌ମେଲ୍‌ ଭଳି କଥାଚିତ୍ରରେ ଅଭିନୟ କରିଥିଲେ ।

ଧାରାବାହିକ ଓ କଥାଚିତ୍ରରେ କାମ କରିବା ବ୍ୟତୀତ ସେ କିଛି ଓଡ଼ିଆ ଆଲ୍‌ବମ୍ ଗୀତରେ ମଧ୍ୟ ନୃତ୍ୟ କରିଥିଲେ ।[୯]

ଅଭିନୀତ କଥାଚିତ୍ର

ଚଳଚ୍ଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୮ସତ୍ୟମେବ ଜୟତେଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୯ଆ'ରେ ସାଥି ଆ
୨୦୧୮ବ୍ଲାକ୍‌ମେଲ୍

ଦୂରଦର୍ଶନ

କାର୍ଯ୍ୟକ୍ରମଚେନାଲଭୂମିକା
ବସୁନ୍ଧରାଡିଡି ଓଡ଼ିଆ
ସଂସ୍କାରଇଟିଭି ଓଡ଼ିଆ
ଦେବୀଓ ଟିଭି
ଉଆଁସୀ କନ୍ୟାତରଙ୍ଗ ଟିଭିଅଳକା
ସ୍ୱାଭିମାନତରଙ୍ଗ ଟିଭି
କୁମ୍‌କୁମ୍କଲର୍ସ ଓଡ଼ିଆ
ତୋ' ପାଇଁ ମୁଁଜୀ ସାର୍ଥକତାରା ପଟ୍ଟନାୟକ

ମୃତ୍ୟୁ

ରାଜେଶ୍ୱରୀ ୨୦୨୨ ମସିହାର ଜୁଲାଇ ୨୦ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।[୧୦][୧୧] ସେ ୨୦୧୯ ମସିହାରେ ଫୁସ୍‌ଫୁସ୍ ଓ ମସ୍ତିଷ୍କ କର୍କଟରେ ପୀଡ଼ିତ ହୋଇଥିଲେ ।[୧୨][୧୩][୧୪] ପ୍ରଥମ ଚିକିତ୍ସା ପୁରେ ସୁସ୍ଥ ହୋଇ ପୁଣିଥରେ ଅଭିନୟ କରୁଥିଲେ, ମାତ୍ର ବାଲେଶ୍ୱରରେ ଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ।[୧୫] ମୃତ୍ୟୁବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା ।[୧୬]

ଆଧାର

  1.  Nayak, Subhashree (21 July 2022). "ରାଜେଶ୍ୱରୀ ରାୟ ମହାପାତ୍ରଙ୍କୁ ଝୁରିବ ଟେଲି ଜଗତ"OdishaLIVEArchived from the original on 21 July 2022. Retrieved 21 July 2022.
  2.  "Popular Odia actress Rajeshwari passes away"Argus News (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
  3.  Das, Haraprasad (21 July 2022). "Odia tele actress Rajeswari Ray Mohapatra passes away"Pragativadi (in English). Bhubaneswar. Archived from the original on 21 July 2022. Retrieved 21 July 2022.
  4.  Ranjan, Rashmi (21 July 2022). "Eminent Odia tele actress Rajeswari Ray Mohapatra no more"OTV News (in English). Bhubaneswar. Archived from the original on 21 July 2022. Retrieved 21 July 2022.
  5.  Pattnaik, Sagarika (21 July 2022). "ପରଲୋକରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ - Dharitri"ଧରିତ୍ରୀ (in ଓଡ଼ିଆ). ଭୁବନେଶ୍ୱର: ଧରିତ୍ରୀ ଓଡ଼ିଆ ପୋର୍ଟାଲ୍. Archived from the original on 21 July 2022. Retrieved 21 July 2022.
  6.  "ସିନେ ଜଗତକୁ ଝଟ୍‌କା, ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କ ପରଲୋକ"ETV Bharat News. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
  7.  "Odisha TV Actor Rajeswari Ray Mahapatra Passes Away"odishabytes. Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
  8.  Dash, Chinmayee (21 July 2022). "Odia television actress Rajeswari Ray Mahapatra no more"Sambad English (in English). Bhubaneswar: sambadenglish.com. Archived from the original on 21 July 2022. Retrieved 21 July 2022.
  9.  "ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ, କ୍ୟାନସରରେ ଥିଲେ ପୀଡିତ"Prameyanews7. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
  10.  "Popular Odia tele actress Rajeswari Ray Mohapatra passes away"Prameya English (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
  11.  SAHOO, RAJALAXMI (21 July 2022). "ପରଲୋକରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ"ଓ ଟିଭି. ଓ ଟିଭି ଖବର. Archived from the original on 21 July 2022. Retrieved 21 July 2022.
  12.  "Odia tele actress Rajeswari Ray Mohapatra passes away"KalingaTV (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
  13.  Routray, Rituparna (21 July 2022). "ଆଉନାହାନ୍ତି ଅଭିନେତ୍ରୀ ରାଜେଶ୍ୱରୀ ରାୟ : ଟେଲି ଓ ଓଲିଉଡ୍ ଜଗତରେ ଶୋକର ଛାୟା | Kanak News"କନକ ନ୍ୟୁଜ୍Archived from the original on 21 July 2022. Retrieved 21 July 2022.
  14.  "ପରପାରିରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ"Zee ଓଡ଼ିଶା News. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
  15.  WCW 4 (2022-07-21). "ଜୀବନ ଯୁଦ୍ଧରେ ହାରିଗଲେ କ୍ଯାନସର ସରଭାଇଭର ରାଜେଶ୍ୱରୀ"KNews Odisha (in ଇଂରାଜୀ). Archived from the original on 21 July 2022. Retrieved 2022-07-21.
  16.  "ଅଫେରା ରାଇଜରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ"ସମାଜ. ଭୁବନେଶ୍ୱର: Samaja Live. 21 July 2022. Archived from the original on 21 July 2022. Retrieved 21 July 2022.

ଜିନା ସାମଲ‌

ଜୀନା ସାମଲ
Odia Actress Jina Samal Hot Selfie - ଜିନା ସାମଲ‌
ଜନ୍ମ ଓ ଜନ୍ମସ୍ଥାନସ୍ୱାତୀ ସାମଲ
୭ ଅକ୍ଟୋବର
ବାଲେଶ୍ଵରଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୦୭ରୁ-ଏବେଯାଏଁ
ଜୀବନସାଥିରୁଦ୍ର ପାଣିଗ୍ରାହୀ (୨୦୧୭-ଏବେଯାଏଁ)
‌ଜିନା ସାମଲ‌ ଜଣେ ଓଡ଼ିଆ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନରେ ଧାରାବାହିକରେ ଅଭିନୟ କରନ୍ତି । ଜୀନା ଓଡ଼ିଆ କଥାଚିତ୍ର ଫେରିଆ ମୋ ସୁନା ଭଉଣୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଇ ଟିଭି ଓଡ଼ିଆରେପ୍ରସାରତି ଧାରାବାହିକ ‌ତୁଳସୀ‌, ‌ଅପା‌ ଏବଂ ତରଙ୍ଗ ଟିଭିରେ ପ୍ରସାରିତ ‌କେମିତି ଏ ବନ୍ଧନ‌ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ଧାରାବାହିକ ସ‌ହ ଜିନା ଓଡ଼ିଆ ଆଧୁନିକ ଆଲବମ୍ ଏବଂ କିଛି କାର୍ଯ୍ୟକ୍ରମରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।

ଅଭିନୟ ଜୀବନ

ଜିନା ୨୦୦୭ ମସିହାରେ ଓଡ଼ିଆ କଥାଚିତ୍ର ଫେରିଆ ମୋ ସୁନା ଭଉଣୀରେ ନାୟିକା ଭାବେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲବମ୍‌ରେ ଅଭିନୟ କରୁଥିଲେ । ଜିନାଙ୍କ ଅଭିନୀତ ପ୍ରମୁଖ ଆଲବମ୍ ହେଉଛି: ବାଟୋଇରେ ବାଟୋଇ, ସେଇ ବର୍ଷାରେ ଏବଂ ସଞ୍ଜ ନଇଁ ଗଲେ ଇତ୍ୟାଦି । ସେ ଇ ଟିଭି ଓଡ଼ିଆରେ ପ୍ରସାରତି ଧାରାବାହିକ ‌ତୁଳସୀ‌ ଜରିଆରେ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ପୁଣି ଇ ଟିଭିରେ ପ୍ରସାରିତ ଧାରାବାହିକ ‌ଅପା‌ରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହା ପରେ ସେ ଅପା ଧାରାବାହିକ ଛାଡ଼ି ତରଙ୍ଗ ଟିଭିରେ ‌କେମିତି ଏ ବନ୍ଧନ‌ ଧାରାବାହିକରେ ଅଭିନୟ କରିଥିଲେ ।
ଜିନା ଓଡ଼ିଆ କଥାଚିତ୍ର ଗଡ଼ବଡ଼ତୋ ପାଇଁ ନେବି ମୁଁ ଶହେ ଜନମଭାଇନା, କ'ଣ କଲା ସେଡ୍ରିମ୍ ଗାର୍ଲଗଳ୍ପ ନୁହେଁ ଅଳ୍ପ ଦିନରତୋ ବିନା ମୋ କାହାଣୀ ଅଧାଝିଅଟା ବିଗିଡ଼ିଗଲାପ୍ରେମର ନିଶା ନିଆରା ନିଆରାରେ ଅଭିନୟ କରିଛନ୍ତି ।
ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ରଜ କୁଇନ୍‌ରେ ଜିନା ଜଣେ ମେଣ୍ଟର ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ 'ମୁଁ ଖାଣ୍ଟି ଓଡ଼ିଆ ଝିଅ'ରେ ଜଣେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ କର୍ଯ୍ୟକ୍ରମ କି ଭର୍ସେସ କାରେ ସେ ଝିଅମାନଙ୍କର ମୁଖିଆ ଭାବରେ କାର୍ଯ୍ୟ କରିଥିଲେ । ୨୦୧୭ ସେପ୍ଟେମର ୧ରୁ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ 'ଜିନାର ଜୀବନସାଥୀ'ରେ ସେ ମୁଖ୍ୟ ଭୂମିକାରେ ଥିଲେ । ଏହି କାର୍ଯ୍ୟକ୍ରମଦ୍ୱାରା ବଛାଯିବା ପିଲାକୁ ସେ ବିବାହ କରିବେ ବୋଲି ସ୍ଥିର ହୋଇଥିଲା ।

ଅଭିନୀତ କଥାଚିତ୍ର

ଚଳଚ୍ଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୭ଫେରିଆ ମୋ ସୁନା ଭଉଣୀଲକ୍ଷ୍ମୀଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୭ତୋ ପାଇଁ ନେବି ମୁଁ ଶହେ ଜନମକାବେରୀ
୨୦୦୭ତୋ ବିନା ମୋ କାହାଣୀ ଅଧାସୀମା
୨୦୦୭ରସିକ ନାଗରଅତିଥି କଳାକାର
୨୦୦୯ଡ୍ରିମ୍ ଗାର୍ଲ
୨୦୦୯ଆଇଲାରେ ଓଡ଼ିଆ ପୁଅମୋନା
୨୦୧୦ତୁ ଥା ମୁଁ ଯାଉଛି ରୁଷିନିଶା
୨୦୧୦ଶୁଭ ବିବାହଦେବିକା
୨୦୧୧ଏ ମନ ଖୋଜେ ମନଟିଏଜିନା
୨୦୧୩ଗଡ଼ବଡ଼ଅନୀତା
୨୦୧୫ଗଳ୍ପ ନୁହେଁ ଅଳ୍ପ ଦିନରଦିପାଲୀ ମହାପାତ୍ର
୨୦୧୫ଅପନା ହାଥ ଜଗନ୍ନାଥସ୍ୱତନ୍ତ୍ର ଭୂମିକା
୨୦୧୬ଝିଅଟା ବିଗିଡ଼ିଗଲା
୨୦୧୬ଭାଇନା, କ'ଣ କଲା ସେ
୨୦୧୬ପ୍ରେମର ନିଶା ନିଆରା ନିଆରା

ଦୂରଦର୍ଶନ

କାର୍ଯ୍ୟକ୍ରମଚେନାଲଭୂମିକା
ତୁଳସୀଇ ଟିଭି ଓଡ଼ିଆ
ଅପାଇ ଟିଭି ଓଡ଼ିଆଅପା
କେମିତି ଏ ବନ୍ଧନତରଙ୍ଗ ଟିଭିଭୂମି
ରଜ କୁଇନ୍ସାର୍ଥକ ଟିଭିମେଣ୍ଟର
ଖାଣ୍ଟି ଓଡ଼ିଆ ଝିଅତରଙ୍ଗ ଟିଭିବିଚାରିକା
କି ଭର୍ସେସ୍ କାତରଙ୍ଗ ଟିଭିଝିଅମାନଙ୍କର ମୁଖିଆ
ଜିନାର ଜୀବନସାଥୀତରଙ୍ଗ ଟିଭି

ଆଧାର

  1. ଉପରକୁ ଯାଆନ୍ତୁ Jena, Manjit. "Jina Samal Odia Actress Biography". Odia Info. Retrieved 26 March 2017.
  2. ଉପରକୁ ଯାଆନ୍ତୁ "KEMITI E BANDHANA ORIYA SERIAL". Incredible Orissa. 26 February 2014. Retrieved 26 March 2017.
  3. ଉପରକୁ ଯାଆନ୍ତୁ "Jina Samal". Incredible Orissa. Retrieved 26 March 2017.
  4. ଉପରକୁ ଯାଆନ୍ତୁ "Jina Samal Ollywood Actress". E News ଓଡ଼ିଆ. 22 September 2016. Retrieved 26 March 2017.
  5. ଉପରକୁ ଯାଆନ୍ତୁ "ତରଙ୍ଗର ରିୟଲିଟି ଶୋ 'ଜିନାର ଜୀବନସାଥୀ'". ସମାଜ. 27 August 2017. Retrieved 27 August 2017.

ଅଧିକ ତ‌ଥ୍ୟ

ଗାର୍ଗୀ ମହାନ୍ତି

ଗାର୍ଗୀ ମହାନ୍ତି
Related image
ଜନ୍ମ ଓ ଜନ୍ମସ୍ଥାନଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୦୫ରୁ-ଏବେଯାଏଁ
‌ଗାର୍ଗୀ ମହାନ୍ତି‌ ଜଣେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ଗାର୍ଗୀ ଜଣେ ଦକ୍ଷ ଏବଂ ପ୍ରଶିକ୍ଷିତ ଓଡ଼ିଶୀ ନର୍ତ୍ତକୀ । ସେ ଅଢ଼େଇ ବର୍ଷ ବୟସରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ସେ ପ୍ରଥମେ ଓଡ଼ିଆ ଆଲବମରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୨୦୦୫ରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗାର୍ଗୀଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ହର ପଟ୍ଟନାୟକଙ୍କନିର୍ଦ୍ଦେଶିତ ଅର୍ଜୁନ । ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ପ୍ରଥମେ ସେ ଡିଡି ଓଡ଼ିଆର ଧାରାବାହିକ ‌କ‌ହିଲେ ତୋ କୁଳ କୁଟୁମ୍ବକୁ ଲାଜ‌ରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ଗାର୍ଗୀ ମହାନ୍ତି ଅତ୍ୟନ୍ତ ଛୋଟବେଳୁ ଓଡ଼ିଶୀ ନୃତ୍ୟ ଶିଖିଥିଲେ । ସେ ଜଣେ ଦକ୍ଷ ଓଡ଼ିଶୀ ନର୍ତ୍ତକୀ । ନିର୍ଦ୍ଦେଶକ ହରିଶ ମହାନ୍ତିଙ୍କରଏକ ଭଜନ ଆଲବମ୍‌ରେ ଗାର୍ଗୀଙ୍କୁ ନିଆଯାଇଥିଲା ଯେଉଁଥିରେ ସେ ଅତି ସ‌ହଜରେ ସମସ୍ତ ନୃତ୍ୟର ରେକର୍ଡ଼ି କରିଥିଲେ । ଯାହା ଫଳରେ ହରିଶ ତାଙ୍କୁ ଅନ୍ୟ କିଛି ଆଲବମ୍‌ରେ ନେଇଥିଲେ । ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ‌କ‌ହିଲେ ତୋ କୁଳ କୁଟୁମ୍ବକୁ ଲାଜ‌ ଧାରାବାହିକରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ ଗାର୍ଗୀ ।
ଧାରାବାହିକର ଅଭିନୟର ମାତ୍ର ଅଳ୍ପଦିନ ପରେ ନିର୍ଦ୍ଦେଶକ ହର ପଟ୍ଟନାୟକ ଗାର୍ଗୀଙ୍କୁ ତାଙ୍କ ଚଳଚ୍ଚିତ୍ର ଅର୍ଜୁନରେ ନାୟିକା ଭାବରେ ନେଇଥିଲେ । ଏହି ଚଳଚ୍ଚିତ୍ରରେ ଗାର୍ଗୀଙ୍କ ସ‌ହ ନାୟକ ଥିଲେ ଅନୁଭବ ମହାନ୍ତି । ଏହା ପରେ ପୁଣି ଗାର୍ଗୀ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ‌ଗାୟତ୍ରୀ‌ରେ ଅଭିନୟ କରିଥିଲେ ଗାର୍ଗୀ ।
ପରେ ପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ‌ଟୋପାଏ ସିନ୍ଦୂର‌ରେ ଅଭିନୟ କରିଥିଲେ । ଏହା ପରେ ପୁଣି ତରଙ୍ଗରେ ପ୍ରସାରିତ ଧାରାବାହିକ ‌ରାଣୀ‌ରେ ସେ ଶାଶୂ ଭୂମିକାରେ ଅଭିନୟ କରିଥିଲେ । ‌ମାଟିର ବନ୍ଧନ‌ ନାମକ ଚଳଚ୍ଚିତ୍ରରେ ଗାର୍ଗୀ ଅଭିନୟ କରିଥିଲେ, ମାତ୍ର ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରି ନ ଥିଲା । ଏକ ହିନ୍ଦୀ ଆଲବମ୍ ‌ଆଙ୍ଖୋନେ ତୁଝ୍‌କୋ ଦେଖା‌ରେ ମଧ୍ୟ ଗାର୍ଗୀ ଅଭିନୟ କରଥିଲେ ।
୨୦୧୨ରେ ଗାର୍ଗୀଙ୍କର ଅଭିନୀତ ଅନ୍ୟ ଏକ ଚଳଚ୍ଚିତ୍ର ହେ ସଖା ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି କୃଷ୍ଣ ଏବଂ ତାଙ୍କର ସ‌ଖା ସୁଦାମାଙ୍କ ଉପରେ ପର୍ଯ୍ୟବେଶିତ ଥିଲା । ଏହି ଚଳଚ୍ଚିତ୍ରରେ ଗାର୍ଗୀ ସୁଦାମାଙ୍କ ପତ୍ନୀ ସୁମତୀ ଭୂମିକାରେ ଅଭିନୟ କରିଥିଲେ ।
୨୦୧୬ରେ ଗାର୍ଗୀଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା କ୍ରାନ୍ତିଧାରା । ଏହି ଚଳଚ୍ଚିତ୍ରରେ ଗାର୍ଗୀଙ୍କ ସ‌ହ ସମରେଶ ରାଉତରାୟପୁଷ୍ପା ପଣ୍ଡା ପ୍ରଭୃତି ଅଭିନୟ କରିଥିଲେ । ଚଳଚ୍ଚିତ୍ରଟିର ମୂଳ ବାର୍ତ୍ତା ଥିଲା ନାରୀ ସଶକ୍ତିକରଣ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଗାର୍ଗୀଙ୍କ ଅଭିନୟ ୨୬ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଗାର୍ଗୀ ଶ୍ରେଷ୍ଠ ନାୟିକ ସମ୍ମାନ ମିଳିଥିଲା । ୨୦୧୬ରେ ଗାର୍ଗୀ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯାହାର ନାମ ହେଉଛି ସ୍ପନ୍ଦନ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରନିର୍ଦ୍ଦେଶକଭୂମିକାମନ୍ତବ୍ୟ
୨୦୦୫ଅର୍ଜୁନହର ପଟ୍ଟନାୟକଚୁମୁକୀଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୧୨ହେ ସଖାଆଶିଷ ଭଟାଚାର୍ଯ୍ୟସୁମତୀ
୨୦୧୬କ୍ରାନ୍ତିଧାରାହିମାଂଶୁ ଖଟୁଆପ୍ରତିଜ୍ଞା

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
କ‌ହିଲେ ତୋ କୁଳ କୁଟୁମ୍ବକୁ ଲାଜଡିଡି ଓଡ଼ିଆ
ଗାୟତ୍ରୀଇ ଟିଭି ଓଡ଼ିଆଗାୟତ୍ରୀ
ଟୋପାଏ ସିନ୍ଦୁରତରଙ୍ଗ ଟିଭି
ରାଣୀତରଙ୍ଗ ଟିଭିପ୍ରିୟଦର୍ଶନୀ ଭଞ୍ଜ/ପ୍ରିୟା

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"Sapanara Pathe Pathe: Actress Gargi Mohanty". କନ‌କ ଟିଭି. 11 December 2011. Retrieved 10 March 2017.
  2. ଏହି ଯାଏ ଉପରକୁ ଯାଆନ୍ତୁ:"Gargi Mohanty- Odia Actress". E News ଓଡ଼ିଆ. 21 October 2016. Retrieved 10 March 2017.
  3. ଉପରକୁ ଯାଆନ୍ତୁ"Oriya Films 2012 – Oriya Movies 2012 Details Starcast". IncredibleOrissa. 13 January 2012. Retrieved 10 March 2017.
  4. ଉପରକୁ ଯାଆନ୍ତୁ"ଓଲିଉଡ଼୍ ଅଫ୍ ବିଟ୍". ପ୍ରମେୟ. 8 January 2017. Retrieved 1 March 2017.
  5. ଉପରକୁ ଯାଆନ୍ତୁ"ଭଗବାନଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ସ୍ନେହ ମୋତେ ସଫଳତା ଦେଇଛି: ବିଜୟ". ସର୍ବସାଧାରଣ. 12 December 2016. Retrieved 1 March 2017.
  6. ଉପରକୁ ଯାଆନ୍ତୁ"Kathare Kathare - Anu Chowdhury and Gargi Mohanty - Etv News Odia". E TV News Odia. 10 September 2016. Retrieved 10 March 2017.