Showing posts with label ଓଡ଼ିଆ ଗୀତିକାର. Show all posts
Showing posts with label ଓଡ଼ିଆ ଗୀତିକାର. Show all posts

ପଞ୍ଚାନନ ନାୟକ



ପଞ୍ଚାନନ ନାୟକ
Odia Lyricist Panchanan Nayak
ଜନ୍ମ ଓ ଜନ୍ମସ୍ଥାନପଞ୍ଚାନନ ନାୟକ
୭ ଫେବୃଆରୀ
ଭଦ୍ରକଓଡ଼ିଶାଭାରତ
ଜୀବିକାଗୀତିକାର
କାର୍ଯ୍ୟକାଳ୨୦୦୫-ଏବେଯାଏଁ
Signature of Odia Lyricist Panchanan Nayak
ପଞ୍ଚାନନ ନାୟକ ଜଣେ ଓଡ଼ିଆ ଗୀତିକାର । ସେ ଓଡ଼ିଆ କଥାଚିତ୍ର, ଆଧୁନିକ ଆଲବମ୍ ଆଦିରେ ଅନେକ ଗୀତ ରଚନା କରିଛନ୍ତି । ପଞ୍ଚାନନ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଗୀତ ରଚନା କରିବା ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଲବମ ଜଗତରେ ଗୀତ ଲେଖି ଜଣେ ଗୀତିକାର ଭାବରେ ପ୍ରବେଶ କରିଥିଲେ । ୨୦୦୫ରେ ସେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ କାମ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନ

ପଞ୍ଚାନନ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକରେ ଜନ୍ମଗ୍ରହଣ କରିଥିଲେ ।

ଗୀତ ରଚନା

ପଞ୍ଚାନନ ନାୟକ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲବମ୍ ଗୀତରେ ଗୀତ ରଚନା କରିଥିଲେ ।
ପରର୍ବତ୍ତୀ ସମୟରେ ସେ ଟୋପାଏ ସିନ୍ଦୂର ଦି ଟୋପା ଲୁହ, ମୁନ୍ନା: ଏ ଲୋଭ୍ ଷ୍ଟୋରୀ, ବନ୍ଦେ ଉତ୍କଳ ଜନନୀ, ପ‌ହିଲି ରଜ, ଆସିବୁ କେବେ ତୁ ସାଜି ମୋ ରାଣୀ, ଚୋରି ଚୋରି ମନ ଚୋରି, ଏମିତି ବି ପ୍ରେମ ହୁଏ, ରାଜୁ ଆୱାରା, ସପନର ନାୟିକା ଆଦି କଥାଚିତ୍ରରେ ଗୀତ ରଚନା କରିଥିଲେ ।

କଥାଚିତ୍ରରେ ଗୀତ ରଚନା

ବର୍ଷଚଳଚ୍ଚିତ୍ର
୨୦୦୫ଟୋପାଏ ସିନ୍ଦୂର ଦି ଟୋପା ଲୁହ
ମୁନ୍ନା: ଏ ଲୋଭ୍ ଷ୍ଟୋରୀ
୨୦୦୮ବନ୍ଦେ ଉତ୍କଳ ଜନନୀ
ପ‌ହିଲି ରଜ
୨୦୧୦ଆସିବୁ କେବେ ତୁ ସାଜି ମୋ ରାଣୀ
ଚୋରି ଚୋରି ମନ ଚୋରି
୨୦୧୧ଏମିତି ବି ପ୍ରେମ ହୁଏ
୨୦୧୨ରାଜୁ ଆୱାରା
ଏମିତି ବି ପ୍ରେମ ହୁଏ
୨୦୧୩ସପନର ନାୟିକା
୨୦୧୪ଖାସ୍ ତୁମରି ପାଇଁ

ଆଧାର 

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଗୀତିକାର ପଞ୍ଚାନନ ନାୟକଙ୍କ ସହ ଆଳାପ".

ବାହାର ଆଧାର

ରଜନୀ ରଞ୍ଜନ

ରଜନୀ ରଞ୍ଜନ
Image result for rajani ranjan odia writer
ଜନ୍ମ ଓ ଜନ୍ମସ୍ଥାନରଜନୀ ରଞ୍ଜନ ଦାଶ
ଡିସେମ୍ବର ୨୨, ୧୯୫୯
ବାଳକାଟି, ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ସଂଳାପକାର
ଗୀତିକାର
କାହାଣୀକାର
ଅଭିନେତା
କାର୍ଯ୍ୟକାଳ୧୯୯୫ରୁ-ଏବେଯାଏଁ
ବାପା ମାରବି ଦାଶ, ସୁଶୀଳାପ୍ରଭା ଦାଶ
ରଜନୀ ରଞ୍ଜନ(ଜନ୍ମ : ୨୨ ଡିସେମ୍ବର ୧୯୫୯) ଜଣେ ଓଡ଼ିଆ କଥାଚିତ୍ର ସଂଳାପକାର, ଗୀତିକାର, କାହାଣୀକାର, ଚିତ୍ରନାଟ୍ୟ ରଚୟିତା ଏବଂ ଅଭିନେତା । ୧୯୮୯ ମସିହାରେ ରଜନୀ ରଞ୍ଜନ ଏଇ ସଂଘର୍ଷ ଚଳଚ୍ଚିତ୍ରରୁ ଗୀତିକାର ଭାବରେ ନିଜର ଜୀବିକା ଆରମ୍ଭ କରିଥିଲେ । ଏହପରେ ସେ ମୋ ଭାଇ ଜଗା ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ସଂଳାପ ଓ କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ୨୦୧୦ ମସିହାରେ ଓଡ଼ିଆ କଥାଚିତ୍ର ପ୍ରେମ ଅଢ଼େଇ ଅକ୍ଷରରେ ଜଣେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ଏଯାବତ ସେ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ଓ ସଂଳାପ ରଚନା କରିସାରିଛନ୍ତି ।

ବ୍ୟକ୍ତିଗତ ଜୀବନ

ରଜନୀ ରଞ୍ଜନ ୧୯୫୯ ମସିହାରେ ବାଳକାଟିଠାରେ ଜନ୍ମଗ୍ରହଣ କରିଥିଲେ । ପିତା ରବି ଦାଶ ଜଣେ ଗୀତିକାର ଓ ମା ସୁଶୀଳାପ୍ରଭା କଣ୍ଠଶିଳ୍ପୀ ଥିଲେ । ପରିବାରରେ ସଙ୍ଗୀତମୟ ପରିବେଶ ଥିଲା । ତାଙ୍କ ବାସଭବନକୁ ସଙ୍ଗୀତ ନିର୍ଦ୍ଦେଶକମାନଙ୍କର ଯା'ଆସ ଥିଲା । ଏସବୁର ପ୍ରଭାବ ରଜନୀଙ୍କ ଉପରେ ପିଲାଦିନରୁ ପଡିଥିଲା । ବୃତ୍ତିରେ ସେ ଜଣେ ଶିକ୍ଷାବିତ । ଭୁବନେଶ୍ୱରସ୍ଥ ଦେବରାୟ ମହାବିଦ୍ୟାଳୟରେ ସେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି ।

ଗୀତିକାର

  • ମୋ ଭାଇ ଜଗା
  • ପ୍ରେମ ବନ୍ଧନ
  • ବୋଉ
  • ଭାଗ୍ୟ ଚକ୍ର
  • ମୁନ୍ନା- ଏ ଲଭ୍ ଷ୍ଟୋରୀ
  • ପ୍ରେମ ରୋଗୀ
  • ଆରେ ସାଥୀ ଆ
  • ଲଭ୍ ଡଟ୍ କମ୍
  • ମନ ମୋର ପ୍ରଜାପତି
  • ତୁ ମୋ ସୁନା ତୁ ମୋ ହୀରା
  • ଟାଇଗର

ସଂଳାପ

  • ମୋ ଭାଇ ଜଗା
  • ପ୍ରେମ ବନ୍ଧନ
  • ଏ ମନ ମାନେନା
  • ଜୟ ଜଗନ୍ନାଥ
  • ହସିବ ପୁଣି ମୋ ସୁନା ସଂସାର
  • ନନ୍ଦିନୀ ଆଇ ଲଭ୍ ୟୁ
  • ପ୍ରେମ ରୋଗୀ
  • ଡ୍ରିମ୍ ଗାର୍ଲ
  • ଲଭ୍ ଡଟ୍ କମ୍
  • ମିତରେ ମିତ
  • ସଞ୍ଜୁ ଆଉ ସଞ୍ଜନା
  • ପ‌ହିଲି ରଜ
  • ଭୁଲ ବୁଝିବନି ମତେ
  • ପ୍ରେମ ଅଢ଼େଇ ଅକ୍ଷର
  • ଲୋଫର୍
  • ମନ ମୋର ପ୍ରଜାପତି
  • ମତେ ବୋହୂ କରି ନେଇଯା
  • ଫ୍ୟାମିଲି ନମ୍ବର ୱାନ୍
  • ଚୋରି ଚୋରି ମନ ଚୋରି
  • ମୁଁ ପ୍ରେମୀ ମୁଁ ପାଗଳ
  • କେମିତି ଏ ବନ୍ଧନ
  • ଗୁଡ୍ ବୟ
  • ତୁ ମୋ ଆରମ୍ଭ ତୁ ମୋ ଶେଷ
  • ତୁ ମୋ ସୁନା ତୁ ମୋ ହୀରା
  • ଦିୱାନା ଦିୱାନୀ
  • ସପନର ନାୟିକା
  • ପ୍ରେମିକା
  • ସିନ୍ଦୂର
  • ସ୍ମାଇଲ୍ ପ୍ଲିଜ୍
  • କିଡ୍‌ନାପ୍
  • ପିଲାଟା ବିଗିଡ଼ିଗଲା
  • ଆଶିକ୍
  • ସମୟ ବଡ଼ ବଳବାନ
  • ହେଲା ମତେ ପ୍ରେମ ଜର
  • ଟାଇଗର
  • ଝିଅଟା ବିଗିଡ଼ିଗଲା
  • ଯୋଗୀ

ଚିତ୍ରନାଟ୍ୟ

  • ଏ ମନ ମାନେନା
  • ଲଭ୍ ଡଟ୍ କମ୍
  • ପହିଲି ରଜ
  • ମନ ମୋର ପ୍ରଜାପତି
  • ଫ୍ୟାମିଲି ନମ୍ବର୍ ୱାନ୍
  • ତୁ ମୋ ଆରମ୍ଭ ତୁ ମୋ ଶେଷ
  • ସପନର ନାୟିକା
  • ସିନ୍ଦୂର
  • କିଡ୍‌ନାପ୍
  • ହେଲା ମତେ ପ୍ରେମ ଜର
  • ଝିଅଟା ବିଗିଡ଼ିଗଲା

କାହାଣୀ

  • ମୋ ଭାଇ ଜଗା
  • ପିଲାଟା ବିଗିଡ଼ିଗଲା

ଅଭିନେତା

  • ପ୍ରେମ ଅଢ଼େଇ ଅକ୍ଷର

ଆଧାର

  1. ଉପରକୁ ଯାଆନ୍ତୁ"ରଜନୀଙ୍କ '୫୦'". ସମାଜ. 25 March 2018. Retrieved 25 March 2018.
  2. ଉପରକୁ ଯାଆନ୍ତୁ"ମୋ ଅନୁଭୂତି". ଧରିତ୍ରୀ ମେଟ୍ରୋ ମିଜାଜ ୨୯ ମାର୍ଚ୍ଚ ୨୦୧୮. Retrieved 29 March 2018.

ବାହାର ଆଧାର