Showing posts with label ଓଡ଼ିଆ କଣ୍ଠଶିଳ୍ପୀ. Show all posts
Showing posts with label ଓଡ଼ିଆ କଣ୍ଠଶିଳ୍ପୀ. Show all posts

ଉଦିତ ଭାନୁ (Udit Bhanu)

ଉଦିତ ଭାନୁ
Odia Singer Udit Bhanu
ଜନ୍ମ ଓ ଜନ୍ମସ୍ଥାନ
ଉଦିତ ଭାନୁ
୨୭ ଡିସେମ୍ବର ୧୯୯୬ (ବୟସ ୨୪)
ବାଗନାଗୁଡ଼ା, ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଆମ୍ବେଦକର କଲେଜ୍,ଭୁବନେଶ୍ୱର
ପ୍ରସିଦ୍ଧିଓଡ଼ିଆ ଗାୟକ
ବାପା ବୋଉନିତ୍ୟାନନ୍ଦ ବିଶୋଇ, ଜମ୍ବୁବତି ବିଶୋଇ

ଉଦିତ ଭାନୁ (Udit Bhanuଜଣେ ଓଡ଼ିଆ ଗାୟକ (ଜନ୍ମ ୨୭ ଡିସେମ୍ବର ୧୯୯୬)  ସେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ବାଗାନାଗୁଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଶ୍ରୀ ନିତ୍ୟାନନ୍ଦ ବିସୋଇ ଜଣେ ପ୍ରତିଷ୍ଠିତ ମେଡିକାଲ୍ ପ୍ରାକ୍ଟିସନର ଓ କୃଷକ ଏବଂ ତାଙ୍କ ମାତା ଗୃହିଣୀ ଅଟନ୍ତି ।

ପ୍ରାଥମିକ ଜୀବନ ଏବଂ ଶିକ୍ଷା

ଉଦିତ ଓଡିଶାର ନବରଙ୍ଗପୁର ଠାରେ ଏକ ସୁନ୍ଦର ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେମାନେ ୮ ଭାଇ ଭଉଣୀ ୭ ଭଉଣୀ ପରେ ପରେ ଉଦିତ ଜନ୍ମ ଗ୍ରହଣ କରିଥିଲେ | ପିଲାଟି ଦିନରୁ ସେ ଗୀତ ଗାଇବା ଏବଂ ଅଭିନୟ କରିବାକୁ ଭଲ ପାଉଥିଲେ ଏବଂ ଅଳ୍ପ ବୟସରେ ସେ ଅନେକ ଷ୍ଟେଜ୍ ସୋ, ସ୍କୁଲ୍ ଏବଂ କଲେଜ କାର୍ଯ୍ୟରେ ଅଂଶଗ୍ରହଣ କରୁଥିଲେ ଏବଂ ସର୍ବଦା ପୁରସ୍କାର ହାସଲ କରୁଥିଲେ | ସେ ସମ୍ମାନଜନକ ସରକାରୀ ନୂତନ ବାଗନାଗୁଡା ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରେ ଅଞ୍ଚଳଗୁମ୍ମା ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଉତୀର୍ଣ୍ଣ ହେବା ପରେ ପରେ ଭୁବନେଶ୍ୱର ସ୍ଥିତ ଆମ୍ବେଦକର +୨ ମହାବିଦ୍ୟାଳୟରୁ ଶିକ୍ଷା ଲାଭ କରିବା ପରେ ବ୍ରହ୍ମପୁରଠାରେ ଡିପ୍ଲୋମା ଇନ ମେଡିକାଲ ଲେବ ଟେକ୍ନିସିଆନ ତାଲିମ ପ୍ରଶିକ୍ଷଣ ଶିକ୍ଷା ଲାଭ କରିଛନ୍ତି ।

ବୃତ୍ତି

ଉଦିତ ଭାନୁ ଓଡିଶାର ଜଣେ ଲାଇଭ୍ ପରଫର୍ମର ଗାୟକ। ୨୦୧୫ ମସିହାରେ ସେ ନବରଙ୍ଗପୁରରେ ସାଂସ୍କୃତିକ ଫେଷ୍ଟିଫାଲ୍ ମୋଣ୍ଡାଇ ଷ୍ଟେଜ୍ ପ୍ରଦର୍ଶନ ପାଇଁ ଅଫର୍ ପାଇଥିଲେ ଏବଂ ଅତି ସୁନ୍ଦର ଭାବରେ ସଂଗୀତ ପରିବେଷଣ କରି ନବରଙ୍ଗପୁର ସହରରେ ଗୋଟିଏ ଗାୟକ ଭାବେ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେଇଥିଲେ ଏବଂ ତାଙ୍କ କ୍ୟାରିଅର୍ ସେଠୁ ଆରମ୍ଭ କରିଥିଲେ | ତା’ପରେ ୨୦୧୭ ମସିହାରେ ସେ ଗୁରୁ ସୁକୁମାର ସୁନାଙ୍କ ଅଧୀନରେ ଗୀତ ଗାଇବା ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଏବଂ ୨୦୧୯ରେ ଏକ ଓଡିଆ ଭକ୍ତି ଗୀତ ଓ ମାଁ ଭଣ୍ଡାର ଘରଣୀ ମାଁ ଗୀତ ଗାଇ ତାଙ୍କର ଗୀତ ଜୀବନ ଆରମ୍ଭ କରିଥିଲେ ସେ ପ୍ରକୃତରେ ଅତି ସରଳ ସୁନ୍ଦର ପୁରୁଷ । ଭାନୁ କେବଳ ଜଣେ ଗାୟକ ନୁହଁନ୍ତି ବରଂ ଜଣେ ଅଭିନେତା, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଲେଖକ ଯିଏକି ଏବେ ଓଡିଶାରେ ଲୋକପ୍ରିୟ |

ଆଧାର

  1.  "Udit Bhanu Odia Singer Biography".
  2.  http://www.awazodisha.com/2020/01/l_88.html?m=1.cms

ସୁସ୍ମିତା ଦାସ

ସୁସ୍ମିତା ଦାସ
Susmita Das at Odisha Parba, Delhi.jpg
୨୦୧୮ରେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶା ପର୍ବ କାର୍ଯ୍ୟକ୍ରମରେ ସୁସ୍ମିତା
ଜନ୍ମ ଓ ଜନ୍ମସ୍ଥାନସୁସ୍ମିତା ପରିଜା
୨ ନଭେମ୍ବର
କଟକଓଡ଼ିଶାଭାରତ
ଜୀବିକାପ୍ରଚ୍ଛଦପଟ ଗାୟିକା
କାର୍ଯ୍ୟକାଳ୧୯୮୭- ଏବେଯାଏଁ
ଜୀବନସାଥିସିଦ୍ଧାନ୍ତ ଦାସ (୧୯୮୫- ଏବେଯାଏଁ)
ସନ୍ତାନ
ବାପା ମାସଂଘମିତ୍ରା ପରିଜା (ମାଆ)
ଶ୍ୟାମସୁନ୍ଦର ପରିଜା (ବାପା)
ୱେବସାଇଟsusmitadas.in
‌ସୁସ୍ମିତା ଦାସ‌ ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ସେ ଆକାଶବାଣୀ କଟକରେ, କିଛି ଦୂରଦର୍ଶନର କାର୍ଯ୍ୟକ୍ରମରେ ଜଣେ ଗାୟିକା ରୂପେ କାର୍ଯ୍ୟ କରିଛନ୍ତି । ସୁସ୍ମିତା, ଓଡ଼ିଶା ଭିତରେ ତ‌ଥା ଓଡ଼ିଶା ବାହାରେ ଅନେକ ମଞ୍ଚରେ ଗୀତ ଗାଇଛନ୍ତି । ସେ ଆକାଶବାଣୀରେ ମୁଖ୍ୟତଃ ପୂରାତନ ଓଡ଼ିଆ ଗୀତ, ଆଧ୍ୟାତ୍ମିକ ଗୀତ ଏବଂ ଓଡ଼ିଶୀ ସଙ୍ଗୀତ ଆଦି ଗାଉଥିଲେ । ଏଥିସ‌ହ ସେ ମଞ୍ଚରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ପୁରୁଣା ଗୀତ, ଦେବଦେବୀ ଭଜନ, ଗଜଲ, ଓଡ଼ିଶୀ ସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ ତ‌ଥା ଚଳଚ୍ଚିତ୍ର ଦୁନିଆ ବ୍ୟତୀତ କିଛି ଆଧୁନିକ ଗୀତ ମଧ୍ୟ ଗାଇଥାନ୍ତି ।
ସୁସ୍ମିତା ୨୦୦୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡ଼ା ଗସ୍ତରେ ଯାଇ ସେଠାରେ ମଧ୍ୟ କିଛି ମଞ୍ଚରେ ଗୀତ ଗାଇଥିଲେ । ୨୦୦୭ରେ ଯୁକ୍ତରାଷ୍ଟ୍ର, ଲଣ୍ଡନ ଏବଂ କାନାଡ଼ାରେ ଅନୁଷ୍ଠିତ OSA Conventionରେ ସେ ଗୀତ ଗାଇଥିଲେ । ତାଙ୍କର ସେହି ଯାତ୍ରା ସମୟରେ ସେଠାରେ ମଧ୍ୟ ଏକ ଗୀତ ଆଲବମ ‌ମାୟ ଦର୍ପଣ‌ ମଧ୍ୟ ମୁକ୍ତିଲାଭ କରିଥିଲା, ଯାହାକି ଅନେକଙ୍କଦ୍ୱାରା ଆକୃଷ୍ଟ ହୋଇଥିଲା । ସେ ମଧ୍ୟ ଆମେରିକା ଏବଂ ଲଣ୍ଡନର ଅନେକ ସ୍ଥାନରେ ମଞ୍ଚମାନଙ୍କରେ ଗୀତ ଗାଇଛନ୍ତି ।
ସେ ୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବିଚାରିକା ଥିଲେ । ହିନ୍ଦୀ, ରାଜସ୍ଥାନୀ, ମାଥିଲି, ଛତିଶଗଡ଼ି, ପଞ୍ଜାବୀ ଆଦି ଚଳଚ୍ଚିତ୍ର ମାନଙ୍କର ସେ ବିଚାରିକା ଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର

ସୁସ୍ମିତା ତାଙ୍କ ପରିବାରର ଥିଲେ ବଡ଼ ଝିଅ । ସୁସ୍ମିତାଙ୍କର ମାଆ ଥିଲେ ଜଣେ ସଙ୍ଗୀତମହାବିଦ୍ୟାଳୟର ଛାତ୍ରୀ ଥିଲେ, ସେ ବାଳକୃଷ୍ଣ ଦାସଙ୍କର ଛାତ୍ରୀ ଥିଲେ । ସେ ହିଁ ଥିଲେ ସୁସ୍ମିତାଙ୍କର ପ୍ରଥମ ଗୁରୁ । ମାତ୍ର ସୁସ୍ମିତାଙ୍କର ମାଆଙ୍କର ବାହାଘର ପରେ ସେ ଆଉ ସୁଯୋଗ ପାଇ ନ ଥିଲେ, ନିଜର ପ୍ରତିଭାକୁ ଆଗକୁ ଆଣିବାକୁ । ତାଙ୍କ ମାଆ ଥିଲେ ଘରର ବଡ଼ ବୋହୂ ଏବଂ ତାଙ୍କର ଘର ଥିଲା ଏକ ଯୌଥ ପରିବାର । ସୁସ୍ମିତାଙ୍କର ପିତାଙ୍କର ୧୦ ଭାଇ । ସେଥିପାଇଁ ସେ ଇଚ୍ଛା ସତ୍ତ୍ୱେ ମଧ୍ୟ ସୁସ୍ମିତାଙ୍କୁ ସୂଚାରୁରୂପେ ଗୀତ ଶିକ୍ଷା ଦେଇପାରୁ ନ ଥିଲେ । ତେଣେ ସେତେବେଳେ ଝିଅ ବୋହୂମାନଙ୍କୁ ମଧ୍ୟ ଏତେଟା ସୁଯୋଗ ଦିଆଯାଉ ନ ଥିଲା ।
୧୯୮୫ରେ ସୁସ୍ମିତାଙ୍କର ବିଭାଘର ହୋଇଥିଲା । ତାଙ୍କର ଶ୍ୱଶୁର ଥିଲେ ଡିଜି ପୋଲିସ, ଯେ କି ସଙ୍ଗୀତ ଏବଂ କଳା ଦୁନିଆରେ ଅଧିକ ରୂଚି ରଖୁଥିଲେ । ସେ ସବୁ କାମ ସ‌ହିତ ଅର୍ଣ୍ଣପୂର୍ଣ୍ଣା ଥିଏଟରରେ ମଧ୍ୟ ଜଣେ କଳାକାର ଭାବରେ ଅଭିନୟ କରୁଥିଲେ । ସୁସ୍ମିତାଙ୍କର ଶାଶୁ ଜନେ ଭାଓଲିନ୍ ବାଦକ ମଧ୍ୟ ଥିଲେ ଯେ କି ସୁନାକର ସାହୁଙ୍କ ଠାରୁ ଶିକ୍ଷା ଲାଭ କରିଥିଲେ । ସୁସ୍ମିତା ଗୀତ ଶିଖିଥିବା କଥା ଜାଣିବା ପରେ ତାଙ୍କ ଶ୍ୱଶୁର ତାଙ୍କର ବିଭାଘର ପାଇଁ ରାଜି ହୋଇଥିଲେ । ବିଭାଘର ପରେ ସୁସ୍ମିତା ମଧ୍ୟ ସୁନାକର ସାହୁଙ୍କ ଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ । ଏହା ପରେ ସେ ୧୯୮୭ ମସିହାରେ ଆକାଶବାଣୀରେ ସେ ଜଣେ ଗାୟିକା ଭାବରେ ଯୋଗଦେଇଥିଲେ ।
ସୁସ୍ମିତାଙ୍କର ପତି ଜଣେ ବନ ବିଭାଗର ସରକାରୀ ଚାକିରିଆ । ତାଙ୍କର ଦୁଇଟି ଝିଅ ଅଛନ୍ତି । ଦୁଇ ଝିଅ ବଡ଼ ହୋଇ ସେମାନଙ୍କର କାର୍ଯ୍ୟରେ ଯୋଗ ଦେବା ପରେ ସୁସ୍ମିତା ସଙ୍ଗୀତକୁ ଏକ ପେଶା ଭାବରେ ଗ୍ରହଣ କରିଥିଲେ ।

ସଙ୍ଗୀତ ଜଗତରେ ପ୍ରବେଶ

ବାହାଘର ପରେ ସୁସ୍ମିତା ସୁନାକର ସାହୁଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ଏହା ପରେ ସେ ଆକାଶବାଣୀରେ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୧୯୮୭ ମସିହାରେ ଆକାଶବାଣୀରେ କଣ୍ଠଦାନ ଆରମ୍ଭ କରିଥିଲେ । ପରେ ପରେ ସୁସ୍ମିତା ଅନେକ ଗୁରୁ ଯେପରିକି ଢେଙ୍କାନାଳର ଚେଲ୍ ସାର୍, ଡେରାଡୁନ୍‌ର ଜିନ୍ଦେଙ୍କ ଠାରୁ ଗୀତ ଶିଖିଥିଲେ । ଏହାପରେ ତାଙ୍କର ଦୁଇ ଝିଅ ବଡ଼ ହୋଇଯିବା ପରେ, ଏବଂ ତାଙ୍କ ସ୍ୱାମୀଙ୍କର ଭୁବନେଶ୍ୱରରେ ନିଯୁକ୍ତି ହେବା ପରେ ସେ ୨୦୦୩ରୁ ଏକ ପେଶାଦାର ଗାୟିକା ରୂପେ ଗୀତ ଗାଇବା ଆରମ୍ଭ କରିଥିଲେ ।
ସୁସ୍ମିତା ହେଉଛନ୍ତି ହିନ୍ଦୀ କଥାଚିତ୍ର ଜଗତର ସଙ୍ଗୀତ ନିର୍ଦ୍ଦେଶକ ‌ଗୁଲ୍‌ଜାର୍‌ଙ୍କର ପ୍ରଶଂସକ । ସେ ତାଙ୍କର ଅନେକ ଗୀତକୁ ମଧ୍ୟ ଗାଇବାକୁ ପସନ୍ଦ କରନ୍ତି । ସେଥିପାଇଁ ତାଙ୍କର ଗୀତ ‌ମେରା କୁଛ୍ ସାମାନ୍ ତୁମ୍ହାରେ ପାସ୍ ପଡ଼ା ହେ‌କୁ ଅନୁବାଦ କରି ‌ତୁମର ଜିନିଷ କିଛି ମୋ ପାଖରେ ର‌ହିଯାଇଛି‌ ଭାବରେ ‌ହାତୀ ସଜ କର‌ ଆଲବମରେ ସ୍ଥାନିତ କରି ଗାଇଥିଲେ । ଏହାର ରଚନା କରିଥିଲେ ଦେବଦାସ ଛୋଟରାୟ ।

ସୁସ୍ମିତା ଗାଇଥିବା କିଛି ଆଲବମ

‌ମଧୁର ଏ ଚାନ୍ଦ ରାତି‌, ବାଳକୃଷ୍ଣ ଦାସଙ୍କ ରଚିତ ଓମ‌ପ୍ରକାଶ ମହାନ୍ତିଙ୍କର ସ‌ହ ପ୍ରଥମ ଆଲବମ କରିଥିଲେ ସୁସ୍ମିତା ।
‌ମାୟ ଦର୍ପଣ‌ ମୁକ୍ତିଲାଭ କରିଥିଲା ୨୦୦୬ରେ । ଏହି ଆଲବମରେ ଦେବଦାସ ଛୋଟରାୟ ଏବଂ ଓମ‌ପ୍ରକାଶ ମହାନ୍ତିଙ୍କ ସ‌ଥହ ଆରମ୍ଭ ହୋଇଥିଲା ସୁସ୍ମିତାଙ୍କର ମିଳିତ କାର୍ଯ୍ୟ । ମଧୁର ଏ ଚାନ୍ଦ ରାତି ମୁକ୍ତିଲାଭ କରିବା ପରେ ସୁସ୍ମିତା ତାଙ୍କର ମାମୁଁଙ୍କ ପ୍ରରୋଚନାରେ ମାୟାଧର ମାନସିଂହଙ୍କ ରଚିତ କାବ୍ୟ ମାୟାଦର୍ପଣକୁ ଗାଇଥିଲେ ।
ସେ ଓମାର ଖୟାମଙ୍କର ମନମୁଗ୍ଧକର ରୁବାଈର କିଛି ଭାଗକୁ ଓଡ଼ିଆରେ ମଧ୍ୟ ଗାନ କରିଥିଲେ । ଓମ୍ ପ୍ରକାଶ ମହାନ୍ତି ଏହାର ସ୍ୱର ସଂଯୋଜନା କରିଥିଲେ । ମୀରାବାଈ ଏବଂ କବୀରଙ୍କ ରଚିତ କଥାବସ୍ତୁକୁ ସେ ସଙ୍ଗୀତ ମାଧ୍ୟମରେ ପରିବେଶଷଣ କରିଛନ୍ତି । 'ଗୋଟିଏ ଶାରୀ' ନାମକ ଆଲବମ୍‌ରେ ସେ ଓଡ଼ିଶାର କେତେକ ପୁରୁଣା ଲୋକଗୀତିକୁ ସେ ପୁଣିଥରେ ଗାନ କରିଥିଲେ ।
ଦେବଦାସ ଛୋଟରାୟଙ୍କ ରଚିତ ୧୬ଟି ଆଧୁନିକ କବିତାକୁ ନେଇ ଏକ ଆଲବମ ନିର୍ମାଣ କରାଯାଇଥିଲା ଯାହାର ନାମ ଥିଲା ‌ହାତୀ ସଜ କର‌ । ଏହି ଆଲବମର ସମସ୍ତ ୧୬ଟି ଯାକ ଗୀତର ସ୍ୱର ସଂଯୋଜନା କରିଥିଲେ ଓମ‌ପ୍ରକାଶ ମହାନ୍ତି । ଏହି ଆଲବମ୍‌ରେ ଥିବା କିଛି କବିତାକୁ ପାଶ୍ଚତ୍ୟ ଶୈଳୀରେ ତିଆରି କରିଥିଲେ ଓମ‌ପ୍ରକାଶ ଏବଂ ଗାଇଥିଲେ ସୁସ୍ମିତା । ଏହି ଆଲବମ୍‌ରେ ବିଭିନ୍ନ ପ୍ରକାରର ଗୀତ ରଖାଯାଇଥିଲା, ଯେଉଁଥିରେ ଥିଲା: ଭାରତୀୟ ନୃତ୍ୟଶୈଳୀରେ କିଛି ଗୀତ, ପାଶ୍ଚାତ୍ୟ ଶୈଳୀରେ କିଛି ଗୀତ, ଲୋରି ଇତ୍ୟାଦି ।
ଦେବଦାସ ଛୋଟରାୟଙ୍କର ‌ନୂଆ ଲୁହ ପୁରୁଣା ଲୁହ‌ ବ‌ହିରେ ଥିବା ସମୁଦାୟ ଲେଖାକୁ ନେଇ ସୁସ୍ମିତା ଏକ ଗଜଲ ଆଲବମ୍ ବାହାର କରିଥିଲେ । ଏଥିରେ ଦେବଦାସ ଛୋଟରାୟଙ୍କ ୧୬ଟି ଗୀତି କବିତାକୁ ନେଇ ତିଆରି ହୋଇଥିବା ଏହି ଆଲବମର ସ୍ୱରସଂଯୋଜନା କରିଥିଲେ ଓମ‌ପ୍ରକାଶ ମହାନ୍ତି । ସେ ଏଥିରେ ମଧ୍ୟ ବିଭିନ୍ନ ପ୍ରକାରର ଗୀତ ଗାଇଥିଲେ ।
ସୁସ୍ମିତାଙ୍କର ଅନ୍ୟ ଏକ ଆଲବମ ଥିଲା ‌ଦେହ ବିଦେହ‌ । ଏହା ଗୌତମ ବୁଦ୍ଧଙ୍କ ଉପରେ ଆଧାରିତ ଥିଲା । ଏଥିରେ ଓଡ଼ିଶାରେ ଥିବା ବୁଦ୍ଧିଜିମ୍‌କୁ ଦର୍ଶାଯାଇଥିଲା । ଓଡ଼ିଶାରେ ଥିବା ବୁଦ୍ଧିଜିମ୍ ଯାହାକି ହେଉଛି ବଜ୍ରଯାନ୍ । ସେହି ସବୁକୁ ଭିତ୍ତି କରି ଲେଖାଯାଇଥିଲା ଏହି ଆଲବମ୍‌ଟି । ଶରୀର ମାଧ୍ୟମ ଦେଇ ଆତ୍ମାର ପରମାତ୍ମା ସ‌ହ ମିଳନର ଭାବକୁ ଏଇ ଆଲବମରେ ଦିଆଯାଇଛି । ଏହି ଆଲବମଟି ୬ ଫେବୃଆରୀ ୨୦୧୫ରେ ଭଞ୍ଜ କଳା ମଣ୍ଡପ, ଭୁବନେଶ୍ୱରରେ ମୁକ୍ତିଲାଭ କରିଥିଲା । ୧୩ ଫେବୃଆରୀରେ ଭୁବନେଶ୍ୱରରେ ଆୟୋଜିତ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଅବସରରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ଗୀତ ପରିବେଶଣ କରାଯାଇଥିଲା ।
ନବକଳେବର ୨୦୧୫ ସମୟରେ ସୁସ୍ମିତାଙ୍କର ପ୍ରଥମ ଜଗନ୍ନାଥ ଭଜନ ଆଲବମ ‌ହୃଦୟ ବଲ୍ଲଭ‌ ମୁକ୍ତିଲାଭ କରିଥିଲା । ଏହି ଆଲବମରେ ଥିବା ସମସ୍ତ ୧୨ଟି ଯାକ ଗୀତ ନିଜେ ସୁସ୍ମିତା ଗାଇଥିଲେ । ଏହି ଆଲବମରେ ଥିବା ୧୨ଟି ଗୀତରୁ ୬ଟି ପ୍ରଫୁଲ୍ଲ କର ଲେଖଥିଲେ ଏବଂ ସ୍ୱର ସଂଯୋଜନା କରିଥିଲେ । ବାକି ୬ଟି ଗୀତ ଥିଲା ପାରମ୍ପାରିକ ରଚନା, ଯାହାକି ଓମପ୍ରକାଶ ମହାନ୍ତିଙ୍କଦ୍ୱାରା ସ୍ୱର ସଂଯୋଜନା ହୋଇଥିଲା । ଏହି ଆଲବମଟି ରବୀନ୍ଦ୍ର ମଣ୍ଡପରେ ୭ ଜୁଲାଇ ୨୦୧୫ରେ ମୁକ୍ତିଲାଭ କରିଥିଲା ।
ଚକ୍ଷୁହୀନ ପିଲାମାନଙ୍କୁ ନେଇ ‌ସ୍ୱାଭିମାନ‌ ନାମକ ଏକ ଆଲବମ ତିଆରି କରିଥିଲେ ସୁସ୍ମିତା । ଏହାର ରଚନାଗୁଡ଼ିକୁ କରିଥିଲେ ବିଜୟ ମଲ୍ଲ । ଏହି ପିଲାମାନଙ୍କ ସ‌ହ କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ମଧ୍ୟ ସୁସ୍ମିତାଙ୍କ ସ‌ହ ଗୀତ ଗାଇଥିଲେ । ୯ ଜାନୁଆରୀ ୨୦୧୬ରେ ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ଏହି ଆଲବମଟି ମୁକ୍ତିଲାଭ କରିଥିଲା ।
୨୦୧୬ ମସିହାରେ ସୁସ୍ମିତା ଏବଂ ଅଭିଜିତ ମିଶ୍ରଙ୍କ କଣ୍ଠରେ ‌ଋତୁଚକ୍ର‌ ଆଲବମ ମୁକ୍ତିଲାଭ କରିଥିଲା । ଏହି ଆଲବମର ଗୀତଗୁଡ଼ିକୁ ରଚନା କରିଥିଲେ କୁଳମଣି ବିଶ୍ୱାଳ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓମ ପ୍ରକାଶ ମହାନ୍ତି । ମିଟୁ ମ୍ୟୁଜିମ୍ ଏହାର ପ୍ରସ୍ତୁତି ଦାୟିତ୍ୱ ନିଭେଇଥିଲା । ଭାରତରେ ଅନୁଭବ ହେଉଥିବା ୬ଟି ଋତୁକୁ ନେଇ ଏହାର ଗୀତ ରଚନା କରାଯାଇଥିଲା 
୨୦୧୭ ମସିହାରେ ଉତ୍କଳ ଦିବସ ଅବସରରେ ସୁସ୍ମିତା ଓଡ଼ିଶାର ଯୁବଶକ୍ତିଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ଗୌରବ, ଗାଥାକୁ ନେଇ 'ଆଉ ନ କର କାହା ଆଗେ ଗୁହାରୀ' ଶୀର୍ଷକ ଏକ ଗୀତ ମୁକ୍ତିଲାଭ ହୋଇଥିଲା । ଭରଦ୍ୱାଜ ପଣ୍ଡା ଏହି ଗୀତଟିର ରଚନା କରିଥିବା ବେଳେ ବିଭୁତିଭୂଷଣ ଗଡ଼ନାୟକ ଏହି ଗୀତ ପାଇଁ ଆବଶ୍ୟକୀୟ ବାଦ୍ୟଯନ୍ତ୍ରର ଯୋଗାଡ଼ କରିଥିଲେ । ଏହି ଗୀତଟି ନିର୍ମାଣ କରିବା ପାଇଁ ଓଡ଼ିଶାର ପାରମ୍ପାରିକ ବାଦ୍ୟଯନ୍ତ୍ର ଖଞ୍ଜଣିଧୁଡୁକି, ଉକୁଲେଲେ ଆଦି ବ୍ୟବ‌ହୃତ ହୋଇଥିଲା ।
୨୦୧୭ ମସିହା ରଜ ସମୟରେ ସୁସ୍ମିତାଙ୍କ ଏକ ରଜ ଗୀତ ମୁକ୍ତିଲାଭ କରିଥିଲା । ରଜ ଅବସରରେ ଆମ ଓଡ଼ିଶାରେ କେମିତି ପାଳନ ହୁଏ, ସେହି ବିଷୟରେ କିଛି ବର୍ଣ୍ଣନା କରିଥିଲେ ଗୀତ ମାଧ୍ୟମରେ । ଏହି ଗୀତଟିର ଶୀର୍ଷକ 'ଲାଜ ଲାଜ ହୋଇ ଆସିଲ ରଜଲୋ' ରଖାଯାଇଥିଲା । ଗୀତିକାର ଦେବଦାସ ଛୋଟରାୟ ଏହି ଗୀତଟିକୁ ରଚନା କରିଥିଲେ । ସଙ୍ଗୀତକାର ଓମ୍ ପ୍ରକାଶ ମହାନ୍ତି ଏହି ଗୀତଟିର ସ୍ୱର ସଂଯୋଜନା କରିଥିଲେ । ଏହି ଗୀତର ଭିଡ଼ିଓରେ ନିଜେ ସୁସ୍ମିତା ମଧ୍ୟ ଅଭିନୟ କରିଥିଲେ । ଏହାର ଭିଡ଼ିଓର ସୁଟିଂ କରିଥିଲେ କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ଏବଂ ଧୃବାନନ୍ଦ ପଣ୍ଡା । ୧୪ ଜୁନ ୨୦୧୭ରେ ଏହି ଗୀତଟି ରବିନ୍ଦ୍ର ମଣ୍ଡପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଲୋକାର୍ପଣ କରାଯାଇଥିଲା । ମାତ୍ର ଜୁନ ୧୩ରେ ଏହାକୁ ୟୁ ଟ୍ୟୁବ୍ ଏବଂ ଫେସବୁକ୍‌ରେ ମୁକ୍ତିଲାଭ କରାଯାଇଥିଲା ।

ଗାଇଥିବା ଆଲବମ୍

ଆଲବମଗୀତ ସଂଖ୍ୟାରଚନାସ୍ୱର ସଂଯୋଜନା
ହାତୀ ସଜ କରଦେବଦାସ ଛୋଟରାୟଓମପ୍ରକାଶ ମହାନ୍ତି
କ‌ହତ କବୀରଓମପ୍ରକାଶ ମହାନ୍ତି
କୁଛ୍ ଦିଲ୍‌ନେ କାହା୧୬
ମଧୁର ଏ ଚାନ୍ଦ ରାତିବାଳକୃଷ୍ଣ ଦାସଓମପ୍ରକାଶ ମହାନ୍ତି
ମାୟା ଦର୍ପଣମାୟାଧର ମାନସିଂହଓମପ୍ରକାଶ ମହାନ୍ତି
ମୀରା ଭଜନଓମପ୍ରକାଶ ମହାନ୍ତି
ନୂଆ ଲୁହ ପୁରୁଣା ଲୁହ୧୬ଦେବଦାସ ଛୋଟରାୟଓମପ୍ରକାଶ ମହାନ୍ତି
ଦେହ ବିଦେହହରପ୍ରକାଶ ଦାସ
ହୃଦୟ ବଲ୍ଲଭ୧୨ପ୍ରଫୁଲ୍ଲ କରପ୍ରଫୁଲ୍ଲ କର, ଓମପ୍ରକାଶ ମହାନ୍ତି
ସ୍ୱାଭିମାନବିଜୟ ମଲ୍ଲ
ଋତୁଚକ୍ରକୁଳମଣି ବିଶ୍ୱାଳଓମ ପ୍ରକାଶ ମହାନ୍ତି

ଆଧାର

  1. ଉପରକୁ ଯାଆନ୍ତୁ"BIOGRAPHY". susmitadas.in. Retrieved 8 March 2017.
  2. ଏହି ଯାଏ ଉପରକୁ ଯାଆନ୍ତୁ:"Kathare Kathare - Singer Susmita Das - Etv News Odia". E Tv News. Retrieved 8 March 2017.
  3. ଏହି ଯାଏ ଉପରକୁ ଯାଆନ୍ତୁ:"ସୁସ୍ମିତା ଦାସ". ସମାଜ. 7 September 2017. Retrieved 8 September 2017.
  4. ଏହି ଯାଏ ଉପରକୁ ଯାଆନ୍ତୁ:"Sapana Ra Pathe Pathe: Susmita Das". କନ‌କ ନ୍ୟୁଜ. Retrieved 8 March 2017.
  5. ଏହି ଯାଏ ଉପରକୁ ଯାଆନ୍ତୁ:"Face To Face with Singer Susmita Das". NWZ Today. Retrieved 8 March 2017.
  6. ଉପରକୁ ଯାଆନ୍ତୁ"ଓଡ଼ିଆ ସଙ୍ଗୀତର ନୂଆ ଦିଗବଳୟ". ସାମାନ୍ୟ କଥନ. Retrieved 30 July 2017.
  7. ଏହି ଯାଏ ଉପରକୁ ଯାଆନ୍ତୁ:"ସୁସ୍ମିତା ଦାସଙ୍କ କଣ୍ଠରେ ନୂଆ ରଜ ଗୀତ: ଲାଜ ଲାଜ ହୋଇ ଆସିଲା ରଜଲୋ…". Odisha Live. 8 June 2017. Retrieved 30 July 2017.
  8. ଉପରକୁ ଯାଆନ୍ତୁ"ଭୁବନେଶ୍ୱରରେ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଆସନ୍ତା ୧୩ ତାରିଖରୁ". Odishan. 11 February 2015. Retrieved 30 July 2017.
  9. ଉପରକୁ ଯାଆନ୍ତୁ[odialive.com/susmita-das-seasons-odia-music-album/ "Susmita Das’s Seasons Odia music Album"]. OdiaLive.com. 30 January 2016. Retrieved 9 March 2017.
  10. ଉପରକୁ ଯାଆନ୍ତୁ "A beautiful new Odia song released on Utkala Dibasa by Susmita Das, perfect gift to Odia people". Bhubaneswar BUZZ. Retrieved 1 April 2017.
  11. ଉପରକୁ ଯାଆନ୍ତୁ"Susmita Das' musical treat for Raja". Odisha Bytes. Retrieved 30 July 2017.
  12. ଉପରକୁ ଯାଆନ୍ତୁ"Lajja Lajja Hoi Asila Raja". Odisha Live. Retrieved 30 July2017.

ବାହାର ଆଧାର

ସୁବ୍ରତ ସ୍ୱାଇଁ

ସୁବ୍ରତ ସ୍ୱାଇଁ
ଜନ୍ମ ଓ ଜନ୍ମସ୍ଥାନସୁବ୍ରତ ସ୍ୱାଇଁ
ଜୀବିକା(ଓଡ଼ିଆ) ଗୀତିକାର
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୧୭
ସୁବ୍ରତ ସ୍ୱାଇଁ ଜଣେ ଓଡ଼ିଆ କଥାଚିତ୍ରର ଗୀତିକାର । ସୁବ୍ରତଙ୍କୁ ୨୦ ବର୍ଷ ହେବା ଆଗରୁ ସେ ଗୀତ ଲେଖିବା ଆରମ୍ଭ କରିଥିଲେ । ୨୦୦୦ ମସିହାରେ ତାଙ୍କ ଲିଖିତ ଜଗନ୍ନାଥ ଭଜନ ‘ବାଉଁଶ ପତର ସରୁ ଲୋ ଝାଇଁ ଝୁମୁରୁ…’ ଗୀତଟି ଲୋକପ୍ରିୟ ହେବା ପରେ ସୁବ୍ରତ ଲୋକଲୋଚନକୁ ଆସିଥିଲେ । ସୁବ୍ରତଙ୍କ ଏହି ଗୀତରେ କଣ୍ଠଦାନ କରିଥିଲେ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଗାୟକ ମହମ୍ମଦ ଅଜିଜ୍‌ । ୨୦୦୮ ମସିହାରେ ସୁବ୍ରତ ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ଗୀତ ଲେଖିବା ଆରମ୍ଭ କରିଥିଲେ । ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ମୁଖ୍ୟମନ୍ତ୍ରୀରେ ଗୀତ ରଚନା କରିଥିଲେ ସୁବ୍ରତ । ଏହାପରେ ସେ ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ପ୍ରେମ ଅଢ଼େଇ ଅକ୍ଷରରେ ଗୀତ ରଚନା କରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପେଷା

ସୁବ୍ରତ ସ୍ୱାଇଁ ଗୀତ ରଚନା କରିବା ସ‌ହ ସମ୍ବାଦ ଖବରକାଗଜ ପାଇଁ ସାମ୍ବାଦିକତା କରୁଛନ୍ତି । ସେ କେଉଁଝର ଜିଲ୍ଲାର ପ୍ରତିନିଧି ଭାବରେ କାର୍ଯ୍ୟ କରୁଛନ୍ତି ।

ଗୀତ ରଚନା

୨୦୦୦ ମସିହାରେ ସୁବ୍ରତ ସ୍ୱାଇଁଙ୍କଦ୍ୱାରା ରଚିତ ଭଜନ 'ବାଉଁଶ ପତର ସରୁ ଲୋ ଝାଇଁ ଝୁମୁରୁ…’ ତାଙ୍କୁ ଅନେକ ଲୋକପ୍ରିୟତା ଦେଇଥିଲା । ଏହି ଗୀତଟିରେ କଣ୍ଠଦାନ କରିଥିଲେ ହିନ୍ଦୀ କଥାଚିତ୍ର ଜଗତର ଲୋକପ୍ରିୟ ଗାୟକ ମହମଦ ଅଜିଜ୍ । ସୁବ୍ରତ ୨୦୦୮ ମସିହାରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଥିଲେ । ଓଡ଼ିଆ କଥାଚିତ୍ର ମୁଖ୍ୟମନ୍ତ୍ରୀ ପାଇଁ ସେ ପ୍ରଥମ କରି ଗୀତ ରଚନା କରିଥିଲେ । ଏହାପରେ ୨୦୧୦ରେ ସେ ଓଡ଼ିଆ କଥାଚିତ୍ର ପ୍ରେମ ଅଢ଼େଇ ଅକ୍ଷର ପାଇଁ ଗୀତ ରଚନା କରିଥିଲେ । ଏହାପରେ ସେ ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପ୍ରେମ ଆନନ୍ଦଙ୍କ ସ୍ୱର ସଂଯୋଜନା ସ‌ହ ସୁବ୍ରତଙ୍କର ଗୀତ ରଚନାରେ ଅନେକ ସଫଳ ଗୀତ ତିଆରି ହୋଇଥିଲା ।
"ଚାଲ୍ କରିବା ଠିଆ ପାଲା", "ଜାଲିମା ଓ ଜାଲିମା", "ଏମିତି ଏ ସମୟ", "ଓରେ ପ୍ରିୟା", "ଯଦି ଏଇ ଜୀବନରେ", "ମଲ୍‌କା ମଲ୍‌କା", "ଧୀରେ ଧୀରେ ଭଲ ପାଇଗଲି" ଆଦି ସଫଳ ଗୀତର ଗୀତ ରଚନା କରିଥିଲେ ସୁବ୍ରତ । ୨୦୧୬ ମସିହାରେ ଝିଅଟା ବିଗିଡ଼ିଗଲା ଚଳଚ୍ଚିତ୍ରର ଗୀତ ମଲ୍‌କା ମଲ୍‌କା ପାଇଁ ସୁବ୍ରତ ଓଡ଼ିଆ ଫିଲ୍ମ‌ଫେୟାର ପୁରସ୍କାର ପାଇଥିଲେ । ୨୦୧୭ ମସିହାରେ ସୁବ୍ରତ ଅଗସ୍ତ୍ୟଚଳଚ୍ଚିତ୍ରର ଗୀତ ଧିରେ ଧିରେ ଭଲ ପାଇଗଲି ପାଇଁ ୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇଥିଲେ । ଶିବା- ନଟ୍‌ ଆଉଟ୍‌ହାପି ଲକି ଆଦି କଥାଚିତ୍ରରେ ସେ ଗୀତରଚନା କରିଥିଲେ ।

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"‘ଶ୍ରୋତାଙ୍କ ମନରେ ଘର କରିବା ଭଳି ଗୀତ ଲେଖିବା ମୋର ଲକ୍ଷ୍ୟ’". sambad.in. 5 December 2017. Retrieved 12 December 2017.
  2. ଉପରକୁ ଯାଆନ୍ତୁ"ସୁବ୍ରତଙ୍କୁ ରାଜ୍ୟ ସମ୍ମାନ". ସମାଜ. 3 December 2017. Retrieved 7 December 2017.
  3. ଉପରକୁ ଯାଆନ୍ତୁ"୨୮ ତମ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ତତ୍ ସହିତ ସିନେମା କଳାକାରଙ୍କ ନାଁ ଘୋଷାଣା।". ସମ୍ଭବ ଟିଭି. 27 November 2017. Retrieved 12 December 2017.
  4. ଉପରକୁ ଯାଆନ୍ତୁ"୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ପ୍ରଣବ ପଟ୍ଟନାୟକଙ୍କୁ ‘ଜୟଦେବ ପୁରସ୍କାର’, ଶ୍ରେଷ୍ଠ ଚଳଚ୍ଚିତ୍ର ‘ଚିନି’". ଖବର ଓଡ଼ିଶା. 27 November 2017. Retrieved 12 December 2017.
  5. ଉପରକୁ ଯାଆନ୍ତୁ"ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତର ପୁରସ୍କାର ଘୋଷଣା ! ‘ଚିନି’ ଶ୍ରେଷ୍ଠ ଚଳଚ୍ଚିତ୍ର ଓ ‘ସିନ୍ଦୁରବିନ୍ଦୁୁ’ ଶ୍ରେଷ୍ଠ ଧାରିବାହିକ". Kanak News. 27 Nobember 2017. Retrieved 12 December 2017.
  6. ଉପରକୁ ଯାଆନ୍ତୁ"୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: କିଏ ପାଇଲେ କେଉଁ ପୁରସ୍କାର". ସମ୍ବାଦ. 27 November 2017. Retrieved 12 December 2017.
  7. ଉପରକୁ ଯାଆନ୍ତୁ"ଏମିତି ରେକର୍ଡିଂ ହୋଇଥିଲା 'ଶିବା ନଟ୍ ଆଉଟ୍'ର 'ସୁକ୍ରିୟା ସୁକ୍ରିୟା' ଗୀତ". Odisha Reporter. ଏମିତି ରେକର୍ଡିଂ ହୋଇଥିଲା 'ଶିବା ନଟ୍ ଆଉଟ୍'ର 'ସୁକ୍ରିୟା ସୁକ୍ରିୟା' ଗୀତ. Retrieved 12 December 2017.
  8. ଉପରକୁ ଯାଆନ୍ତୁ"ନୂଆବର୍ଷରେ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ହାପି-ଲକି’". ଓଡ଼ିଶା ଭାସ୍କର. 22 November 2017. Retrieved 12 December 2017.

ବାହାର ଆଧାର

ସମୀର ରିଷୁ ମହାନ୍ତି

ସମୀର ରିଷୁ ମହାନ୍ତି
Image result for samir rishu mohanty
ଜନ୍ମ ଓ ଜନ୍ମସ୍ଥାନସମୀର ରିଷୁ ମହାନ୍ତି
ପୁରୀ, ଓଡ଼ିଶା, ଭାରତ
ଜୀବିକାରାପର୍
ବାପା ମାବିଦ୍ୟାଧର ମହାନ୍ତି (ବାପା)
ମିଚି ଆରକି (ମାଆ)
ସମୀର ରିଷୁ ମହାନ୍ତି, ଜଣେ ଓଡ଼ିଆ ରାପର୍ । ସେ ଓଡ଼ିଆରେ ପ୍ରଥମ ରାପ୍ ବାହାର କରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା

ସମୀର ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବିଦ୍ୟାଧର ମହାନ୍ତି ଏବଂ ମାଆ ମିଚି ଆରକି । ତାଙ୍କ ବାପା ଜଣେ ଓଡ଼ିଆ ଏବଂ ମାଆ ଜଣେ ଜାପାନୀ ଅଧିବାସୀ ।ସେ ପୁରୀରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ସେ ଦାର୍ଜିଲିଂରେ ତାଙ୍କର ଉଚ୍ଚ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । ସେ ବାଙ୍ଗାଲୋରରେ ତାଙ୍କର ସ୍ନାତକ ଶେଷ କରିଥିଲେ । ସେ ଜଣେ କମ୍ପୁଟର ବିଜ୍ଞାନ ସ୍ନାତକୋତ୍ତର ।

ଗୀତ

ସମୀର ତାଙ୍କର ସ୍ନାତକୋତ୍ତର ପରେ ଇନ୍ଫୋସିସ୍‌ରେ ଚାକିରୀ ପାଇଥିଲେ । ମାତ୍ର ପରେ ସେ ସେହି ଚାକିରୀ ଛାଡ଼ି ଦେଇଥିଲେ ଏବଂ M TVରେ ଏକ କାର୍ଯ୍ୟକ୍ରମରେ ରାପର୍ ବ୍ଲିଜ୍‌ଙ୍କ ସ‌ହ ଗୀତ ଗାଇଥିଲେ । ଏହାପରେ ସେ ଅନେକ ପରିଚୟ ପାଇଥିଲେ । ବ୍ଲିଜ୍ ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍ ରହ‌ମାନଙ୍କର ରାପର୍ । ୨୦୧୭ ନଭେମ୍ବରରେ ତାଙ୍କର ପ୍ରଥମ ଓଡ଼ିଆ ରାପ୍ ମୁକ୍ତିଲାଭ କରିଥିଲା । ଏହି ରାପ୍‌ର ନାଁ ଥିଲା 'ମୁଁ ହେଲି ଓଡ଼ିଆ' ।

ଆଧାର

ଶଶାଙ୍କ ଶେଖର

ଶଶାଙ୍କ ଶେଖର
Image result for shashank shekhar rising star
ଜନ୍ମ ଓ ଜନ୍ମସ୍ଥାନଶଶାଙ୍କ ଶେଖର
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) କଣ୍ଠଶିଳ୍ପୀ
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୬
ଶଶାଙ୍କ ଶେଖର, ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ସେ ଅନେକ ଓଡ଼ିଆ କଥାଚିତ୍ରରେ କଣ୍ଠଦାନ କରିଥିଲେ । ୨୦୧୮ ମସିହାରେ ସେ କଲର୍ସ ଚେନାଲରେ ଆୟୋଜିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ରାଇଜିଂ ଷ୍ଟାର୍‌ରେ ସେ ଶ୍ରେଷ୍ଠ ୧୬ ଜଣଙ୍କ ଜାତୀୟ ସ୍ତରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ । ଏହାପରେ ସେ ଶ୍ରେଷ୍ଠ ଦଶକୁ ଉନ୍ନୀତ ହୋଇଥିଲେ ।

ଗାୟକ

ଶଶାଙ୍କ ଜଣେ ଗାୟକ ଭାବରେ ଓଡ଼ିଆ କଥାଚିତ୍ର ଜଗରେ ଅନେକ କଥାଚିତ୍ରରେ କଣ୍ଠଦାନ କରିଛନ୍ତି । ତୁ କହିବୁ ନା ମୁଁଲଭ୍ ପାଇଁ କୁଛ୍ ଭି କରେଗାହାପି ଲକି ଆଦି ଚଳଚ୍ଚିତ୍ରରେ ତାଙ୍କର କଣ୍ଠଦାନ ଅଧିକ ଲୋକପ୍ରିୟ ହୋଇଥିଲା । ଏହାପରେ ସେ ୨୦୧୮ ମସିହାରେ ହିନ୍ଦୀ ଦୂରଦର୍ଶନ ଚେନାଲ କଲର୍ସ‌ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରାଇଜିଂ ଷ୍ଟାରରେ ଭାଗ ନେଇଥିଲେ । ସେ ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ୧୬ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ।

ପୁରସ୍କାର ଓ ସମ୍ମାନ

୨୦୧୬ ମସିହାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶଶାଙ୍କଙ୍କୁ ତୁ କହିବୁ ନା ମୁଁ କଥାଚିତ୍ରର ପ୍ରଚ୍ଛଦପଟ ଗାୟକ ଭାବରେ ଶ୍ରେଷ୍ଠ ଗାୟକ ସମ୍ମାନ ମିଳିଥିଲା ।

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ସଙ୍ଗୀତ ମୋର ଜୀବନ, ତାକୁ ମୁଁ କେବେ ଛାଡ଼ି ପାରିିବି ନାହିଁ : ଶଶାଙ୍କ". sambad.in. 19 February 2018. Retrieved 21 February 2018.
  2. ଉପରକୁ ଯାଆନ୍ତୁ"ରାଇଜିଂ ଷ୍ଟାର୍‌ର ଶ୍ରେଷ୍ଠ ୧୦ରେ ଶଶାଙ୍କ". ଧରିତ୍ରୀ. 11 March 2018.
  3. ଉପରକୁ ଯାଆନ୍ତୁ"Rising Star Season 2-Rising Star 2018". 5besty. Retrieved 21 February 2018.
  4. ଉପରକୁ ଯାଆନ୍ତୁ"SHASANK SEKHAR FROM ODISHA IN RISING STAR INDIA SEASON 2". Incredible Orissa. 29 January 2018. Retrieved 21 February 2018.

ପ୍ରଜ୍ଞା ହୋତା

ପ୍ରଜ୍ଞା ହୋତା
Image may contain: 1 person, standing
ଜନ୍ମ ଓ ଜନ୍ମସ୍ଥାନପ୍ରଜ୍ଞା ପରିସ୍ମିତା ହୋତା
ଡିସେମ୍ବର ୨୦, ୧୯୯୭ (୨୦ ବର୍ଷ)
ଢେଙ୍କାନାଳଓଡ଼ିଶାଭାରତ
ଜୀବିକାପ୍ରଚ୍ଛଦପଟ ଗାୟିକା
ପ୍ରଜ୍ଞା ପରିସ୍ମିତା ହୋତା (ଜନ୍ମ: ୨୦ ଡିସେମ୍ବର ୧୯୯୭), ଜଣେ ଓଡ଼ିଆ କଣ୍ଠଶିଳ୍ପୀ ଯିଏକି ପ୍ରଜ୍ଞା ହୋତା ନାମରେ ଓଡ଼ିଆ କଥାଚିତ୍ର ଜଗତରେ ପରିଚିତ । ସେ ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ରରେ ଏବଂ କିଛି ଆଲବମ୍‌ରେ କଣ୍ଠଦାନ କରିଛନ୍ତି । ସେ ୨୦୧୫ ମସିହାରେ ପ୍ରଜ୍ଞା ତରଙ୍ଗ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ଭଏସ୍ ଅଫ୍ ଓଡ଼ିଶାର ୩ୟ ସଂସ୍କରଣର ବିଜେତା ହୋଇଥିଲେ ।

ପ୍ରାରମ୍ଭିକ ଜୀବନ

ପ୍ରଜ୍ଞା ହୋତା ୨୦ ଡିସେମ୍ବର ୧୯୯୭ରେ ଓଡ଼ିଶାର ଅନୁଗୋଳଠାର ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ପାଠପଢ଼ା ଅନୁଗୋଳର ରୋଟାରୀ ପବ୍ଲିକ୍ ସ୍କୁଲରୁ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୨ରେ ରୋଟାରୀ ହାଇସ୍କୁଲରୁ ମାଟ୍ରିକ୍ ପାଶ୍ କରିବା ପରେ ତାଳଚେରର ଡି.ଏ.ଭି. ପବ୍ଲିକ୍ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଶେଷ କରି ରେଭେନ୍ସା ବିଶ୍ଵବିଦ୍ୟାଳୟରେ କଳାର ସ୍ନାତକ ପାଇଁ ଯୋଗ ଦେଇଥିଲେ ।

କଣ୍ଠଶିଳ୍ପୀ

ପ୍ରଜ୍ଞା ୨୦୧୫ ମସିହାରେ ତରଙ୍ଗ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ଭଏସ୍ ଅଫ୍ ଓଡ଼ିଶାର ୩ୟ ସଂସ୍କରଣରେ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାରେ ବିଚାରକ ଭାବରେ ଅଭିଜିତ ମିଶ୍ର, ବିଷ୍ଣୁମୋହନ କବି, ହ୍ୟୁମାନ ସାଗର, ନଭ୍ୟା ଯାଇତି ଆଦି କଣ୍ଠଶୀଳ୍ପୀମାନେ କାର୍ଯ୍ୟ କରିଥିଲେ । ଏହି ପ୍ରତିଯୋଗୀତାଟିରେ ପ୍ରଜ୍ଞା ବିଜୟୀ ହୋଇଥିଲେ ।
ଭଏସ୍ ଅଫ୍ ଓଡ଼ିଶାରେ ବିଜୟୀ ହେବାପରେ ପ୍ରଜ୍ଞାଙ୍କୁ ଓଡ଼ିଆ କଥାଚିତ୍ର ଜଗତରେ କଣ୍ଠଦାନ ପାଇଁ ସୁଯୋଗ ମିଳିଥିଲା । ତା' ସ‌ହିତ ସେ ଓଡ଼ିଶା ତ‌ଥା ଓଡ଼ିଶା ବାହାରେ ବିଭିନ୍ନ ମଞ୍ଚରେ ଗୀତ ଗାଉଛନ୍ତି । ପ୍ରଜ୍ଞା ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଆଧୁନିକରେ ମଧ୍ୟ କଣ୍ଠଦାନ କରିଛନ୍ତି ।

ଚଳଚ୍ଚିତ୍ରରେ କଣ୍ଠଦାନ

  • ତୁ ମୋ ହିରୋ
  • ସୁନାପିଲା- ଟିକେ ସ୍କୃ ଢିଲା

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"Pragyan Pprasmita Hota - Winner 'Voice Of Odisha' Season-3". Incredible Orissa. 2 August 2015. Retrieved 24 March 2018.
  2. ଉପରକୁ ଯାଆନ୍ତୁ"ରେଡିଓ ଚକ୍‌ଲେଟ୍‌ର ସ୍ୱାଧୀନତା ଦିବସ ଭେଟି ‘ଜୟ ହୋ’". Kanak News. Retrieved 24 March 2018.
  3. ଉପରକୁ ଯାଆନ୍ତୁ"Voice of Odisha Season 3 New Singing Competition by Tarang TV". NewOdisha.in. 23 March 2015. Retrieved 24 March 2018.
  4. ଉପରକୁ ଯାଆନ୍ତୁPanda, Sidharth (6 December 2017). "ଆସନ୍ତୁ ଶୁଣିବା ସତ୍ୟଜିତ(Satyajeet) ଓ ପ୍ରଜ୍ଞା ହୋତା((Pragyan Hota))ଙ୍କ କଣ୍ଠରେ ଏହି ସୁନ୍ଦର ଗୀତ "ତୋ ଆଖିରେ ଯେବେ ମୋର(To Aakhire Jebe Mora)"". ଆଉ କୁହ. Retrieved 24 March 2018.