Showing posts with label ଓଡ଼ିଆ ଯାତ୍ରା ଅଭିନେତ୍ରୀ. Show all posts
Showing posts with label ଓଡ଼ିଆ ଯାତ୍ରା ଅଭିନେତ୍ରୀ. Show all posts

ସ୍ମରଣୀକା ପ୍ରିୟଦର୍ଶିନୀ

ସ୍ମରଣୀକା ପ୍ରିୟଦର୍ଶିନୀ
Image may contain: 3 people, people smiling
ଜନ୍ମ ଓ ଜନ୍ମସ୍ଥାନସ୍ମରଣୀକା ପ୍ରିୟଦର୍ଶିନୀ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୫ରୁ-ଏବେଯାଏଁ
ସ୍ମରଣୀକା ପ୍ରିୟଦର୍ଶିନୀ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ଓଡ଼ିଆ ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ କରିଛନ୍ତି । ୨୦୧୭ରେ ସ୍ମରଣୀକା ବାଣେଶ୍ୱରୀ ଗଣନାଟ୍ୟରେ ଯୋଗଦାନ କରିଥିଲେ ।
ସେ ସାର୍ଥକ ଚେନାଲରେ ପ୍ରସାରିତ କାର୍ଯ୍ୟକ୍ରମ ରଜ କୁଇନ‌ର ବିଜୟିନୀ ହୋଇଥିଲେ । ସେ କଲର୍ସ ଓଡ଼ିଆରେ ପ୍ରସାରିତ ଧାରାବାହିକ ଟୁପୁର ଟାପୁର ଏବଂ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଦୁର୍ଗାରେ ଅଭିନୟ କରିଥିଲେ । ଭଲପାଏ ତତେ ୧୦୦ରୁ ୧୦୦ଝିଅଟା ବିଗିଡ଼ିଗଲାପ୍ରେମର ନିଶା ନିଆରା ନିଆରା ଆଦି କଥାଚିତ୍ରରେ ଅଭିନୟ କରିଛନ୍ତି ।

ଅଭିନୟ ଜୀବନ

ରିୟାଲିଟି ସୋ

ସ୍ମରଣୀକା ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମୁଁ ବି ହିରୋଇନ ହେବିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଫାଇନାଲ ଯାଏଁ ଯାଇଥିଲେ, ମାତ୍ର ବିଜୟୀ ହୋଇପାରିନଥିଲେ । ୨୦୧୫ର ରଜ କୁଇନରେ ସେ ଭାଗ ନେଇଥିଲେ ଏବଂ ବିଜୟୀ ହୋଇଥିଲେ ।

ଧାରାବାହିକ

ସ୍ମରଣୀକା କଲର୍ସ ଓଡ଼ିଆରେ ପ୍ରସାରିତ ଧାରାବାହିକ ଟୁପୁର ଟାପୁରରେ ଅଭିନୟ କରିଥିଲେ । ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଦୁର୍ଗାରେ ଅଭିନୟ କରିଥିଲେ ।

ଚଳଚ୍ଚିତ୍ର

୨୦୧୫ରେ ସ୍ମରଣୀକା ଭଲପାଏ ତତେ ୧୦୦ରୁ ୧୦୦ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୬ରେ ଝିଅଟା ବିଗିଡ଼ିଗଲା ଏବଂ ପ୍ରେମର ନିଶା ନିଆରା ନିଆରା କଥାଚିତ୍ରରେ ଅଭିନୟ କରିଥିଲେ । ସେ ଏବେଯାଏଁ କୌଣସି ଚଳଚ୍ଚିତ୍ରର ନାୟିକା ଭାବରେ ଅଭିନୟ କରିନାହାନ୍ତି ।

ଯାତ୍ରା

୨୦୧୭ ମସିହାରେ ସ୍ମରଣୀକା ବାଣେଶ୍ୱରୀ ଯାତ୍ର ଗାଁରେ ଯୋଗଦେଇଥିଲେ । 'ବାଃ ବାଃରେ ଉପରବାଲା', 'ତୁ ମୋଦି ମୁଁ ଗାନ୍ଧି', 'କନିଆ ବରକୁ ଦେଖି ଛାନିଆ', 'କି ଯାଦୁ କଲାରେ' ଆଦି ନାଟକରେ ସେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୫ଭଲପାଏ ତତେ ୧୦୦ରୁ ୧୦୦
୨୦୧୬ପ୍ରେମର ନିଶା ନିଆରା ନିଆରା
୨୦୧୬ଝିଅଟା ବିଗିଡ଼ିଗଲା

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ଟୁପୁର ଟାପୁରକଲର୍ସ ଓଡ଼ିଆ
ଦୁର୍ଗାତରଙ୍ଗ ଟିଭି

ଆଧାର

  1. ଉପରକୁ ଯାଆନ୍ତୁ"ସାବାସ୍ ସ୍ମରଣିକା". ସମାଜ. 22 October 2017. Retrieved 22 October 2017.

ତମସା ମିଶ୍ର

ତମସା ମିଶ୍ର
ଜନ୍ମ ଓ ଜନ୍ମସ୍ଥାନଓଡ଼ିଶା, ଭାରତ
ଜୀବିକାଅଭିନେତ୍ରୀ (ଓଡ଼ିଆ)
ତମସା ମିଶ୍ର ଓଡ଼ିଆ ଧାରାବାହିକ ତ‌ଥା ଜାତ୍ରା ଜଗତର ଜଣେ ଅଭିନେତ୍ରୀ । ତରଙ୍ଗ ଟିଭିରେ ପ୍ରସାରିତ ମେଗାଧାରାବାହିକ ଜୀବନ ଜମୁନାରେ ଜୁଆର ଉଠେରେରୁ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ।

ଅଭିନୟ

ତମସା ମିଶ୍ର ମୁଖ୍ୟତଃ ଧାରାବାହିକରେ ଅଭିନୟ କରିଛନ୍ତି । ମେଗା ଧାରାବାହିକ ଜୀବନ ଜମୁନାରେ ଜୁଆର ଉଠେରେରୁ ନିଜର ଅଭିନୟ ଆରମ୍ଭ କରିଥିବା ଏହି ଅଭିନେତ୍ରୀ ଜଣକ ଆକାଶେ କି ରଙ୍ଗ ଲାଗିଲା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ବାଣେଶ୍ୱରୀ ଗଣନାଟ୍ୟର ମୁଖ୍ୟ ନାୟିକା ଭାବରେ ଯୋଗ ଦେଇ ଯାତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ଯାତ୍ର ଗାଁରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଅପେରାରେ ସେ ଗୁରୁ ମିଶ୍ରଙ୍କ ନିର୍ଦ୍ଦେଶିତ 'ବାଃ ବାଃରେ ଉପରବାଲା' ଏବଂ ଅଶୋକ 'କି ଯାଦୁ କଲାରେ' ଭଳି ନାଟକର ନାୟିକା ଭାବରେ ଅଭିନୟ କରିଥିଲେ ।

ଅଭିନୀତ ଧାରାବାହିକ

  • ସୁନାକଳସ- ଶ୍ରୀ
  • ରହସ୍ୟ
  • ପ୍ରଥମ ସୂର୍ଯ୍ୟ
  • ନ‌ଦୀ ଫେରେ ସାଗରକୁ- ରିମା
  • ଜୀବନ ଯମୁନାରେ ଜୁଆର ଉଠେରେ
  • ଅପା- ସ୍ନିଗ୍ଧା
  • ପରୀ- ସୁଷମା

ଅଭିନୀତ କଥାଚିତ୍ର

  • ଆକାଶେ କି ରଙ୍ଗ ଲାଗିଲା

ଯାତ୍ରା

  • ବାଣେଶ୍ୱରୀ ଗଣନାଟ୍ୟ
  • ଯାତ୍ରା ଗାଁ

ଆଧାର

  1. ଉପରକୁ ଯାଆନ୍ତୁବାରିକ, ଗୋପୀନାଥ (14 August 2016). "ଦର୍ଶକ ମୋ ପାଇଁ ଦେବତା: ତମସା" (in ଓଡ଼ିଆ). ସମାଜ (କଟକ): p. 8. Archived from the original on 14 August 2016. Retrieved 21 August 2016.
  2. ଉପରକୁ ଯାଆନ୍ତୁ"ନାୟିକାର ନାଁ ତମସା". ସମାଜ. 18 February 2018. Retrieved 18 February 2018.
  3. ଏହି ଯାଏ ଉପରକୁ ଯାଆନ୍ତୁ:"ତମସାଙ୍କ ଆଶା". ସମାଜ. 3 December 2017. Retrieved 7 December 2017.