Showing posts with label ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ. Show all posts
Showing posts with label ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ. Show all posts

ଦୀପକ କୁମାର

ଦୀପକ କୁମାର
Image result for odia music director deepak kumar
ଜନ୍ମ ଓ ଜନ୍ମସ୍ଥାନଦୀପକ କୁମାର
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ସଙ୍ଗୀତ ନିର୍ଦ୍ଦେଶକ
କାର୍ଯ୍ୟକାଳ୧୯୯୯-ଏବେଯାଏଁ
ଦୀପକ କୁମାର, ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ । ସେ ୧୯୯୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ତାଙ୍କର ଯାତ୍ର ଆରମ୍ଭ କରିଥିଲେ । ସେ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ସେ ଧର୍ମ ନିକିତବିଧାତା, ମହାସଂଗ୍ରାମ, ହିରୋ, କ୍ରିମିନାଲ, ଧର୍ମ ଆଦି ଚଳଚ୍ଚିତ୍ରରେ ସ୍ୱର ସଂଯୋଜନା କରିଥିଲେ ।

ସଙ୍ଗୀତ ନିର୍ଦ୍ଦେଶନା

ଦୀପକ କୁମାର ୧୯୯୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ତାଙ୍କର ଯାତ୍ର ଆରମ୍ଭ କରିଥିଲେ । ସେ ତୋ ଆଖି ମୋ ଆଇନାଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ସମସ୍ତ ଗୀତର ସ୍ୱର ସଂଯୋଜନା କରିଥିଲେ । ସେହି ବର୍ଷ ସେ ଧର୍ମ ନିକିତି ଚଳଚ୍ଚିତ୍ରର ସ୍ୱର ସଂଯୋଜନା କରିଥିଲେ ।
ଏହାପରେ ୨୦୦୩ରେ ବିଧାତା, ୨୦୦୬ରେ ମହାସଂଗ୍ରାମ, ୨୦୦୧୧ରେ ହିରୋ, କ୍ରିମିନାଲ, ୨୦୧୩ରେ ଧର୍ମ ଆଦି ଚଳଚ୍ଚିତ୍ରର ସ୍ୱର ସଂଯୋଜନା କରିଥିଲେ ।
୨୦୧୮ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ଯୋଗୀର ସମୁଦାୟ ୬ଟି ଗୀତର ସ୍ୱର ସଂଯୋଜନା କରିଛନ୍ତି ଦୀପକ କୁମାର ।

ଚଳଚ୍ଚିତ୍ର

  • ୧୯୯୯: ତୋ ଆଖି ମୋ ଆଇନା
  • ୧୯୯୯: ଧର୍ମ ନିକିତି
  • ୨୦୦୩: ବିଧାତା
  • ୨୦୦୬: ମହାସଂଗ୍ରାମ
  • ୨୦୧୧: ହିରୋ
  • ୨୦୧୧: କ୍ରିମିନାଲ୍
  • ୨୦୧୩: ଧର୍ମ
  • ୨୦୧୮: ଯୋଗୀ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଦୀପକଙ୍କ` ଦମ୍". ସମାଜ. 18 March 2018. Retrieved 18 March 2018.

ବାହାର ଆଧାର