ଦୀପକ କୁମାର
ଦୀପକ କୁମାର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଦୀପକ କୁମାର ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) ସଙ୍ଗୀତ ନିର୍ଦ୍ଦେଶକ |
କାର୍ଯ୍ୟକାଳ | ୧୯୯୯-ଏବେଯାଏଁ |
ଦୀପକ କୁମାର, ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ । ସେ ୧୯୯୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ତାଙ୍କର ଯାତ୍ର ଆରମ୍ଭ କରିଥିଲେ । ସେ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ସେ ଧର୍ମ ନିକିତ, ବିଧାତା, ମହାସଂଗ୍ରାମ, ହିରୋ, କ୍ରିମିନାଲ, ଧର୍ମ ଆଦି ଚଳଚ୍ଚିତ୍ରରେ ସ୍ୱର ସଂଯୋଜନା କରିଥିଲେ ।
ସଙ୍ଗୀତ ନିର୍ଦ୍ଦେଶନା
ଦୀପକ କୁମାର ୧୯୯୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ତାଙ୍କର ଯାତ୍ର ଆରମ୍ଭ କରିଥିଲେ । ସେ ତୋ ଆଖି ମୋ ଆଇନାଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ସମସ୍ତ ଗୀତର ସ୍ୱର ସଂଯୋଜନା କରିଥିଲେ । ସେହି ବର୍ଷ ସେ ଧର୍ମ ନିକିତି ଚଳଚ୍ଚିତ୍ରର ସ୍ୱର ସଂଯୋଜନା କରିଥିଲେ ।
ଏହାପରେ ୨୦୦୩ରେ ବିଧାତା, ୨୦୦୬ରେ ମହାସଂଗ୍ରାମ, ୨୦୦୧୧ରେ ହିରୋ, କ୍ରିମିନାଲ, ୨୦୧୩ରେ ଧର୍ମ ଆଦି ଚଳଚ୍ଚିତ୍ରର ସ୍ୱର ସଂଯୋଜନା କରିଥିଲେ ।
୨୦୧୮ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ଯୋଗୀର ସମୁଦାୟ ୬ଟି ଗୀତର ସ୍ୱର ସଂଯୋଜନା କରିଛନ୍ତି ଦୀପକ କୁମାର ।
ଚଳଚ୍ଚିତ୍ର
- ୧୯୯୯: ତୋ ଆଖି ମୋ ଆଇନା
- ୧୯୯୯: ଧର୍ମ ନିକିତି
- ୨୦୦୩: ବିଧାତା
- ୨୦୦୬: ମହାସଂଗ୍ରାମ
- ୨୦୧୧: ହିରୋ
- ୨୦୧୧: କ୍ରିମିନାଲ୍
- ୨୦୧୩: ଧର୍ମ
- ୨୦୧୮: ଯୋଗୀ
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"ଦୀପକଙ୍କ` ଦମ୍". ସମାଜ. 18 March 2018. Retrieved 18 March 2018.
ବାହାର ଆଧାର
- ଦୀପକ କୁମାର (ଇଣ୍ଟରନେଟ ମୁଭି ଡାଟାବେସରେ)