Showing posts with label ଓଡ଼ିଆ ଯାତ୍ରା ନିର୍ଦ୍ଦେଶକ. Show all posts
Showing posts with label ଓଡ଼ିଆ ଯାତ୍ରା ନିର୍ଦ୍ଦେଶକ. Show all posts

ଗୁରୁପ୍ରାସାଦ ମିଶ୍ର

ଗୁରୁପ୍ରସାଦ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନଗୁରୁପ୍ରସାଦ ମିଶ୍ର
ଓଡ଼ିଶା, ଭାରତ
ଜୀବିକାଯାତ୍ରା ନିର୍ଦ୍ଦେଶକ,
ଧାରାବାହିକ ଅଭିନେତା
ଗୁରୁପ୍ରାସାଦ ମିଶ୍ର, ଜଣେ ଓଡ଼ିଆ ଯାତ୍ରା ଜଗତର ନିର୍ଦ୍ଦେଶକ ଏବଂ ଓଡ଼ିଆ ଦୂରଦର୍ଶକ ଧାରାବାହିକ ତ‌ଥା ଟେଲିଫିଲ୍ମର ଅଭିନେତା । ଯାତ୍ରା ଜଗତର ଚର୍ଚ୍ଚିତ ନାଟକ 'ଗଣ ଦୁଷ୍କର୍ମ', 'ଆଲୋ ମୋର କଣ୍ଢେଇ', 'ଦଇତାରୀ ପଣ୍ଡା ବାହା ‌ହଉଛି', 'ବରଷା ରାଣୀର ନୂଆ କାହାଣୀ', 'କାହାଣୀ କାନ୍ଦୁଛି ଆଖି ଲୁଚେଇ', 'ବାଃ ବାଃରେ ଉପରବାଲା', 'ବଦନାମ ହେଲି ତୋ'ରି ପାଇଁ' ଆଦି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ଗୁରୁପ୍ରସାଦ ।

ଅଭିନୟ ଜୀବନ

ଗୁରୁପ୍ରସାଦ ମିଶ୍ର ଓଡ଼ିଆ ଦୂରଦର୍ଶନରେ ଅନେକ ଧାରାବାହିକ ‌ତଥା କିଛି ଟେଲି ଫିଲ୍ମରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ମୁ୍କ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଯୋଗୀରେ ସେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀଧର ମାର୍ଥା ଏବଂ ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା । ହିନ୍ଦୀ କଥାଚିତ୍ର ଜଗତର ଅଭିନେତ୍ରୀ ରୁମ୍ପା ସରକାର ଏହି କଥାଚିତ୍ରଟିରେ ଏକ ଆଇଟମ ନୃତ୍ୟ କରିଥିଲେ । ରେଞ୍ଜ ରୟାଲ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରଟିରେ ଅନେକ ଯାତ୍ରା କଳାକାର ତ‌ଥା ଓଡ଼ିଆ କଥାଚିତ୍ର ଜଗତ ସମେତ ହିନ୍ଦୀ କଥାଚିତ୍ର ଜଗତରୁ କିଛି କଳାକାର ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ଶୀର୍ଷକ ଯୋଗୀ ଭୂମିକାରେ ଅଭିନେତା ହର ରଥ ଅଭିନୟ କରିଥିଲେ ।

ଯାତ୍ରା ନାଟକ ନିର୍ଦ୍ଦେଶନା

ଗୁରୁପ୍ରସାଦ ଅନେକ ଯାତ୍ରା ନାଟକର ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ନାଟକ ଗୁଡ଼ିକ ହେଲା 'ଗଣ ଦୁଷ୍କର୍ମ', 'ଆଲୋ ମୋର କଣ୍ଢେଇ', 'ଦଇତାରୀ ପଣ୍ଡା ବାହା ‌ହଉଛି', 'ବରଷା ରାଣୀର ନୂଆ କାହାଣୀ', 'କାହାଣୀ କାନ୍ଦୁଛି ଆଖି ଲୁଚେଇ', 'ବାଃ ବାଃରେ ଉପରବାଲା', 'ବଦନାମ ହେଲି ତୋ'ରି ପାଇଁ' ।
ସେ ବାଘାଯତୀନ ଲୋକନାଟ୍ୟର ଆଗାମୀ ନାଟକ 'ତୋ ବିନା ଭଲ ଲାଗେନା'ର ମଧ୍ୟ ନିର୍ଦ୍ଦେଶନା ଦେଉଛନ୍ତି । ଏହି ନାଟକଟିର ରଚନା କରିଛନ୍ତି ଗଣେଶ ରାଉତ ।

ନିର୍ଦ୍ଦେଶିତ ନାଟକ

  • ଗଣ ଦୁଷ୍କର୍ମ
  • ଆଲୋ ମୋର କଣ୍ଢେଇ
  • ଦଇତାରୀ ପଣ୍ଡା ବାହା ‌ହଉଛି
  • ବରଷା ରାଣୀର ନୂଆ କାହାଣୀ
  • କାହାଣୀ କାନ୍ଦୁଛି ଆଖି ଲୁଚେଇ
  • ବାଃ ବାଃରେ ଉପରବାଲା
  • ବଦନାମ ହେଲି ତୋ'ରି ପାଇଁ

ଅଭିନୀତ କଥାଚିତ୍ର

  • ଯୋଗୀ

ଆଧାର

ଆଶୁତୋଷ ମହାପାତ୍ର (Ashutosh Mohapatra)

ଆଶୁତୋଷ ମହାପାତ୍ର
(Er. Ashutosh Mahapatra)
Related image
ଜନ୍ମ ଓ ଜନ୍ମସ୍ଥାନଆଶୁତୋଷ ମହାପାତ୍ର
ହୀରାକୁଦ, ଓଡ଼ିଶା, ଭାରତ
ଜୀବିକାଓଡ଼ିଆ ଯାତ୍ରା ନାଟ୍ୟକାର,
ଓଡ଼ିଆ ଯାତ୍ରା ନିର୍ଦ୍ଦେଶକ
ବାପା ମା
ବୀର କିଶୋର ମାହାପାତ୍ର (ବାପା)
ପତ୍ନୀଗାୟତ୍ରୀ ମହାପାତ୍ର
ଆଶୁତୋଷ ମହାପାତ୍ର (Ashutosh Mohapatra) ଜଣେ ଓଡ଼ିଆ ଯାତ୍ରା ଜଗତର ନାଟ୍ୟକାର ତ‌ଥା ନିର୍ଦ୍ଦେଶକ ଏବଂ ଓଡ଼ିଆ ଦୂରଦର୍ଶନ ଅଭିନେତା । ସେ ଯାତ୍ରା ଜଗତରେ ଇଂ ଆଶୁତୋଷ ମହାପାତ୍ର ଭାବରେ ପରିଚିତ । ଆଶୁତୋଷ ଓଡ଼ିଆ ଯାତ୍ରା ଜଗତରେ ଶିବାନୀ, ତାରିଣୀ, ବାଘାଯତୀନ, କୋଣାର୍କ ଆଦି ବିଭିନ୍ନ ଯାତ୍ରାପାର୍ଟି ପାଇଁ ନାଟକ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି । ସେ ଯାତ୍ରା ଜଗତ ବ୍ୟତୀତ ଓଡ଼ିଆ ଦୂରଦର୍ଶନର କିଛି ଧାରାବାହିକରେ ଅଭିନୟ କରିଛନ୍ତି । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଗାୟତ୍ରୀରେ ଆଶୁତୋଷଙ୍କର ଅଭିନୟ ତାଙ୍କୁ ଦର୍ଶକଙ୍କ ପାଖରେ ଅଧିକ ପରଚିତ କରିଥିଲା ।

ପ୍ରାରମ୍ଭିକ ଜୀବନ

ଆଶୁତୋଷ ମହାପାତ୍ର ଓଡ଼ିଆ ଯାତ୍ରା ଜଗତର ପୁରାତନ ନାଟ୍ୟକାର କିଶୋର ମହାପାତ୍ରଙ୍କର ପୁଅ । ଆଶୁତୋଷ ପିଲାଦିନରୁ ନାଟକ ରଚନା କରିବାକୁ ମନ ବଳାଇଥିଲେ, ମାତ୍ର ତାଙ୍କ ବାପା ତାଙ୍କୁ ଜଣେ ଇଞ୍ଜିନିୟର କରିବାର ଲକ୍ଷ୍ୟ ରଖିଥିଲେ ।

ଯାତ୍ରା ଜଗତ

ଆଶୁତୋଷ ଓଡ଼ିଆ ଯାତ୍ରା ଜଗତ ପାଇଁ ବିଭିନ୍ନ ନାଟକ ରଚନା କରିଛନ୍ତି ଏବଂ ଅନେକ ନାଟକର ନିର୍ଦ୍ଦେଶନା ଦେଇଛନ୍ତି । ଆଶୁତୋଷ ପ୍ରଥମେ ଗୌରୀ ଗଣନାଟ୍ୟ ପାଇଁ 'ଚାରି ଛକରେ ତିନି ଝିଅ'ର ନିର୍ଦ୍ଦେଶନା ଦେଇଥିଲେ ଏବଂ ସେ ଏହି ନାଟକଟି ନିଜେ ରଚନା କରିଥିଲେ । ଏହି ନାଟକଟି ଖଣ୍ଡଗିରି ଯାତ୍ରାମେଳାରେ ଲାଗାତାର ୬ ରାତି ଚାଲିଥିଲା ଏବଂ ଇତିହାସ ସୃଷ୍ଟି କରିଥିଲା ।
ଶିବାନୀ ଗଣନାଟ୍ୟ ପାଇଁ ସେ ଡଃ ସୁଧାଂଶୁ ନାୟକଙ୍କର ରଚିତ ନାଟକ 'ହାତୀ ନାହିଁ କି ଘୋଡ଼ା ନାହିଁ'ର ନିର୍ଦ୍ଦେଶନା ଦେଉଛନ୍ତି । ନୂଆ କରି ଆରମ୍ଭ ହେବାକୁ ଯାଉଥିବା ଯାତ୍ରାପାର୍ଟି "ଇନ୍ଦ୍ରମହଲ" ପାଇଁ ଆଶୁତୋଷ ନିଜେ ନାଟକ ରଚନା କରିବା ସ‌ହ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ଏହି ନାଟକଟିର ଶୀର୍ଷକ ରଖିଛନ୍ତି "ବାସନ୍ତୀ ଭାଉଜ ଭାରି ଖରାପ" ।
ଆଶୁତୋଷ ପୂର୍ବରୁ ବାଜିବଲୋ ସାହାନାଇ, ଅର୍ଦ୍ଧାଙ୍ଗିନୀ, ବଳାତ୍କାର, ଷ୍ଟେସନ କୁଲି ଆଦି ଚର୍ଚ୍ଚିତ ନାଟକର ନିର୍ଦ୍ଦେଶନା ଦେଇଥିଲେ ।

ଅଭିନୟ

ଆଶୁତୋଷ ମହାପାତ୍ର ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଗାୟତ୍ରୀରେ ସେ ଅଭିନୟ କରିଥିଲେ । ଏହି ଧାରାବାହିକଟିରେ ତାଙ୍କର ଅଭିନୟ ଆଶୁତୋଷଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା । ସେ ମୁଠାଏ ସପନ, ଭାଗ୍ୟ ବିଧାତା, ମାଉସୀ ଆଦି ଧାରାବାହିକରେ ଅଭିନୟ କରିଥିଲେ ।

ନିର୍ଦ୍ଦେଶିତ ନାଟକ

  • ଚାରି ଛକରେ ତିନି ଝିଅ
  • ହାତୀ ନାହିଁ କି ଘୋଡ଼ା ନାହିଁ
  • ବାସନ୍ତୀ ଭାଉଜ ଭାରି ଖରାପ
  • ବାଜିବଲୋ ସାହାନାଇ
  • ଅର୍ଦ୍ଧାଙ୍ଗିନୀ
  • ବଳତ୍କାର
  • ଷ୍ଟେସନ କୁଲି

ଅଭିନୀତ ଧାରାବାହିକ

  • ମୁଠାଏ ସପନ
  • ମାଉସୀ- ଇ ଟିଭି ଓଡ଼ିଆ
  • ଗାୟତ୍ରୀ- ଇ ଟିଭି ଓଡ଼ିଆ
  • ଭାଗ୍ୟ ବିଧାତା - ଇ ଟିଭି ଓଡ଼ିଆ
  • ତୋ ଅଗଣାରେ ତୁଳସୀ ମୁଁ - ଜୀ ସାର୍ଥକ

ଆଧାର