Showing posts with label ଓଡ଼ିଆ ଯାତ୍ରା ଅଭିନେତା. Show all posts
Showing posts with label ଓଡ଼ିଆ ଯାତ୍ରା ଅଭିନେତା. Show all posts

ଅନିରୁଦ୍ଧ ପାଢ଼ୀ

ଅନିରୁଦ୍ଧ ପାଢ଼ୀ
Related image
ଜନ୍ମ ଓ ଜନ୍ମସ୍ଥାନଅନିରୁଦ୍ଧ ପାଢ଼ୀ
ଭଦ୍ରକଓଡ଼ିଶାଭାରତ
ଜୀବିକାଓଡ଼ିଆ ଯାତ୍ରା ଅଭିନେତ୍ରା
ବାପା ମାବଟକୃଷ୍ଣ ପାଢ଼ୀ (ବାପା)
ଅନିରୁଦ୍ଧ ପାଢ଼ୀ ଓଡ଼ିଆ ଯାତ୍ରା ଜଗତର ଜଣେ ହାସ୍ୟ ଅଭିନେତା । ସେ ଯାତ୍ରା ଜଗତରେ ଧଡ଼ ଧଡ଼ ଧଡ଼ିଆ ନମରେ ପରିଚିତ । ହିମାଦ୍ରି ଗଣନାଟ୍ୟରୁ ଯାତ୍ରା ଜଗତରେ ଅଭିନୟ ଆରମ୍ଭ କରିଥିବା ଅନିରୁଦ୍ଧ ମା' ମଙ୍ଗଳା, ପାର୍ବତୀ, ଶିବାନୀ, ସଚ୍ଚିଦାନନ୍ଦମ୍ ଆଦି ଗଣନାଟ୍ୟରେ ଅଭିନୟ କରିବାପରେ ଏବେ ଯାତ୍ର ଗାଁରେ ଅଭିନୟ କରୁଛନ୍ତି ।

ପ୍ରାରମ୍ଭିକ ଜୀବନ

ଅନିରୁଦ୍ଧ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଷେଣ୍ଢତୀରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବଟକୃଷ୍ଣ ପାଢ଼ୀ । ତାଙ୍କର ଗୋଟିଏ ଭାଇ ଆଉ ତିନି ଜଣ ଭଉଣୀ ଅଛନ୍ତି । ଯାତ୍ର ଜଗତର ଅନ୍ୟତମ ହାସ୍ୟ ଅଭିନେତା ନରି ପଣ୍ଡା ତାଙ୍କର ମାମୁଁ ।

ଅଭିନୟ ଜୀବନ

ଅନିରୁଦ୍ଧଙ୍କର ମାମୁଁ ନରି ପଣ୍ଡା, ଜଣେ ଓଡ଼ିଆ ଯାତ୍ରା ଜଗତର ହାସ୍ୟ ଅଭିନେତା । ସେ ତାଙ୍କର ମାମୁଁଙ୍କଦ୍ୱାରା ଅନୁପ୍ରାଣିତ ହୋଇ କଳା ପ୍ରତି ଆକର୍ଷିତ ହୋଇଥିଲେ । ସେ ପ୍ରଥମେ ନିଜ ଗାଁର ରାମଚଣ୍ଡୀ ନାଟ୍ୟ ପରିଷଦରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ହିମାଦ୍ରି ଗଣନାଟ୍ୟରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଯାତ୍ର ଜଗତରେ ଧଡ଼ ଧଡ଼ ଧଡ଼ିଆ ନାମରେ ପରିଚିତ ହୋଇଥିଲେ । ସେ ମା' ମଙ୍ଗଳା, ପାର୍ବତୀ, ଶିବାନୀ, ସଚ୍ଚିଦାନନ୍ଦମ୍ ଆଦି ଗଣନାଟ୍ୟରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ଯାତ୍ରା ଗାଁ ଗଣନାଟ୍ୟରେ ଅଭିନୟ କରୁଛନ୍ତି ।

କାମ କରିଥିବା ଯାତ୍ରାପାର୍ଟି

  • ହିମାଦ୍ରି ଗଣନାଟ୍ୟ
  • ମା' ମଙ୍ଗଳା ଗଣନାଟ୍ୟ
  • ପାର୍ବତୀ ଗଣନାଟ୍ୟ
  • ଶିବାନୀ ଗଣନାଟ୍ୟ
  • ଯାତ୍ରା ସଚ୍ଚିଦାନନ୍ଦମ୍
  • ଯାତ୍ରା ଗାଁ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ରସିକ ନାଗର". ସମାଜ. 11 March 2018. Retrieved 12 March 2018.