Showing posts with label ଓଡ଼ିଆ କଥାଚିତ୍ର ଅଭିନେତା. Show all posts
Showing posts with label ଓଡ଼ିଆ କଥାଚିତ୍ର ଅଭିନେତା. Show all posts

ଅସୀତ ପତି

ଅସୀତ ପତି
Image result for asit pati
ଜନ୍ମ ଓ ଜନ୍ମସ୍ଥାନଅସୀତ ପତି
ମଇ ୫, ୧୯୬୦ (୫୮ ବର୍ଷ)
ମୟୁରଭଞ୍ଜ
ଜୀବିକା(ଓଡ଼ିଆ) ଅଭିନେତା
ପ୍ରଯୋଜକ
ନିର୍ଦ୍ଦେଶକ
କାର୍ଯ୍ୟକାଳ୧୯୭୯ରୁ- ଏବେଯାଏଁ
ଅସୀତ ପତି (ଜନ୍ମ: ୫ ମଇ ୧୯୬୦) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ପ୍ରଯୋଜକ, ଲେଖକ ଓ ନିର୍ଦ୍ଦେଶକ । ସେ ଓଡ଼ିଆ କଥାଚିତ୍ର ଚିହ୍ନା ଅଚିହ୍ନା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କିଛି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ, ନିର୍ଦ୍ଦେଶନା ଦେଇଥିଲେ ଏବଂ ଚିତ୍ରନାଟ୍ୟ ତ‌ଥା କାହାଣୀ ରଚନା କରିଥିଲେ । ଅସୀତ ଓଡ଼ିଆ କଥାଚିତ୍ର ଜଗତରେ ପାର୍ଶ୍ୱ ଅଭିନେତା ଓ ଖଳନାୟକ ଭୂମିକାରେ ଅଧିକାଂଶ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । କଥାଚିତ୍ର ଦୁନିଆ ବ୍ୟତୀତ ଅସୀତ ଓଡ଼ିଶାର ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି । ସେ ୨୦୧୭ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।

ଅଭିନୟ ଜୀବନ

ଅସୀତ ପତି ଓଡ଼ିଆ କଥାଚିତ୍ର ଜଗତରେ ୧୯୭୯ ମସିହାରେ ଚିହ୍ନା ଅଚିହ୍ନା କଥାଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ମାନିନୀ, ଟିକେ ହସ ଟିକେ ଲୁହ, ରାମ ରହିମ, ଜୀବନ ସଙ୍ଗୀତ, ଜଗା ହାତରେ ପଘା, ସତ କେବେ ଲୁଚି ରହେନା, ହାକିମ ବାବୁ, ଏଇ ଆମ ସଂସାର, ଯୋ'ର ଯାର ମୁଲକ ତା'ର, ଜୟଦେବ, ଚକାଆଖି ସବୁ ଦେଖୁଛି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏଯାବତ ସେ ୪୦ରୁ ଅଧିକ ଚଳଚ୍ଚିତ୍ରରେ ପାର୍ଶ୍ୱ ଅଭିନେତା ତ‌ଥା ଖଳନାୟକ ଭୂମିକାରେ ଅଭିନୟ କରିସାରିଲେଣି ।
ଅସୀତ ଓଡ଼ିଆ କଥାଚିତ୍ରରେ ଅଭିନୟ ବ୍ୟତୀତ ମାଆ କାନ୍ଦେ ଆଜି ପୁଅଟେ ପାଇଁ, କଥା ରହିଗଲା କାଳ କାଳକୁ, ଗୋପରେ ବଢ଼ୁଛି କଳା କହ୍ନେଇ, ରିଭେଞ୍ଜ ଆଦି ଓଡ଼ିଆ କଥାଚିତ୍ରର ପ୍ରଯୋଜନା କରିଥିଲେ । ଏଥିସ‌ହିତ ସେ ମାଆ କାନ୍ଦେ ଆଜି ପୁଅଟେ ପାଇଁ, କଥା ରହିଗଲା କାଳ କାଳକୁ ଆଦି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ସେ କଥା ରହିଗଲା କାଳ କାଳକୁ ଚଳଚ୍ଚିତ୍ରର କାହାଣୀ ମଧ୍ୟ ରଚନା କରିଥିଲେ ।

ରାଜନୀତି

ଅସୀତ ପତି ବିଜୁ ପଟ୍ଟନାୟକଙ୍କ ସମୟରେ ଉତ୍କଳ କଂଗ୍ରେସ ଦଳର ଜଣେ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ, ଫଲରେ ବିଜୁ ପଟ୍ଟନାୟକ ତାଙ୍କ ଉପରେ ଖୁସି ହୋଇ ତାଙ୍କୁ ପାରାଦ୍ୱୀପ ବନ୍ଦରରେ ଏକ ଚାକିରୀ ଦେଇଥିଲେ ।
ଏହାପରେ ସେ ୨୦୧୭ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ବିଜୁ ଜନତା ଦଳର ପ୍ରତିଷ୍ଠାତା ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅସୀତ ପତି ନବୀନ ନିବାସରେ ବିଜୁ ଜନତା ଦଳରେ ଅଭିନେତା ଉତ୍ତମ ମହାନ୍ତିଙ୍କ ସ‌ହ ଯୋଗ ଦେଇଥିଲେ ।

ଅଭିନୀତ କଥାଚିତ୍ର

  • ଚିହ୍ନା ଅଚିହ୍ନା (୧୯୭୯)
  • ମାନିନୀ (୧୯୭୯)
  • ଟିକେ ହସ ଟିକେ ଲୁହ (୧୯୮୧)
  • ରାମ ରହିମ (୧୯୮୩)
  • ଜୀବନ ସଙ୍ଗମ (୧୯୮୪)
  • ଜଗା ହାତରେ ପଘା (୧୯୮୫)
  • ସତ କେବେ ଲୁଚି ରହେନା (୧୯୮୫)
  • ଶଙ୍ଖା ସିନ୍ଦୂର (୧୯୮୫)
  • ହାକିମ ବାବୁ (୧୯୮୫)
  • ଯୋର ଯା'ର ମୂଲକ ତା'ର (୧୯୮୬)
  • ଏଇ ଆମ ସଂସାର (୧୯୮୬)
  • ଜୟଦେବ (୧୯୮୭)
  • ଚକା ଆଖି ସବୁ ଦେଖୁଛି (୧୯୮୭)
  • ପୁଅ ମୋର କଳା ଠାକୁର (୧୯୮୮)
  • ବଡ଼ ଭାଉଜ (୧୯୮୮)
  • ଥିଲି ଝିଅ ହେଲି ବୋହୂ (୧୯୮୮)
  • କୁରୁକ୍ଷେତ୍ର (୧୯୮୮)
  • ପଞ୍ଚ ପାଣ୍ଡବ (୧୯୮୯)
  • ପ୍ରତିଶୋଧ ଅପରାଧ ନୁହେଁ (୧୯୮୯)
  • ରଜନୀ ଗନ୍ଧା (୧୯୮୯)
  • ଦଇବ ଦଉଡ଼ି (୧୯୯୦)
  • ହିସାବ କରିବ କାଳିଆ (୧୯୯୦)
  • ବସ୍ତ୍ର ହରଣ (୧୯୯୧)
  • କି ହେବ ଶୁଆ ପୋଷିଲେ (୧୯୯୧)
  • ଦାଦାଗିରି (୧୯୯୩)
  • ଗୋପରେ ବଢ଼ୁଛି କଳା କହ୍ନେଇ (୧୯୯୪)
  • ରଖିଲେ ଶିବ ମାରିବ କିଏ (୧୯୯୪)
  • ଜୀବନ ଧାରା (୧୯୯୫)
  • ମୋ ମନ ଖାଲି ତୁମରି ପାଇଁ (୧୯୯୫)
  • କାହ୍ନା (୧୯୯୭)
  • ରାଖି ଭିଜିଗଲା ଆଖି ଲୁହରେ (୧୯୯୯)
  • ପୁଅ ଭାଙ୍ଗିଦେଲା ସୁନା ସଂସାର (୧୯୯୯)
  • କଥା ରହିଗଲା କାଳ କାଳକୁ (୧୯୯୯)
  • ମୋ କୋଳ ତୋ ଝୁଲଣା (୨୦୦୧)
  • ମାତୃଶକ୍ତି (୨୦୦୩)
  • ଅଗ୍ନି ପରୀକ୍ଷା (୨୦୦୫)
  • ରାଖି ବାନ୍ଧିଲି ମୋ ରଖିବ ମାନ
  • ଏଇ ମିଳନ ଯୁଗ ଯୁଗର (୨୦୧୦)
  • ମୋଷ୍ଟ ୱାଣ୍ଡେଡ୍ (୨୦୧୧)
  • ଟଙ୍କା ତତେ ସଲାମ (୨୦୧୩)
  • ତମେ ଥିଲେ ସାଥିରେ (୨୦୧୪)
  • ଦୀପାଞ୍ଜଳୀ (୨୦୧୪)
  • ଜଗା ହାତରେ ପଘା (୨୦୧୫)
  • କଳ୍କୀ (୨୦୧୫)
  • ଗଳ୍ପ ନୁହେଁ ଅଳ୍ପ ଦିନର (୨୦୧୫)
  • ଲଭ୍ ଷ୍ଟେସନ (୨୦୧୬)
  • ଝିଅଟା ବିଗିଡ଼ିଗଲା (୨୦୧୬)
  • ତୋର ଦିନେକୁ ମୋର ଦିନେ (୨୦୧୬)
  • ରିଭେଞ୍ଜ (୨୦୧୬)

ଆଧାର

  1. ଉପରକୁ ଯାଆନ୍ତୁ"ତିନିଟି ଭିନ୍ନ ଭିନ୍ନ ରୂପରେ ଆସୁଛନ୍ତି ଓଲିଉଡର ଏହି ନାମୀ ଅଭିନେତା , ଜାଣନ୍ତୁ ଏମିତି କାହିଁକି ଘଟିଛି  | Sambad" (in Odia). Sambad (ଓଡ଼ିଶା). 18 September 2018. Archived from the original on 19 September 2018. Retrieved 19 September 2018. 
  2. ଏହି ଯାଏ ଉପରକୁ ଯାଆନ୍ତୁ:"Odisha actors Uttam Mohanty, Asit Pati join BJD" (in en). Business Standard India. 27 January 2017. Retrieved 19 September 2018.
  3. ଏହି ଯାଏ ଉପରକୁ ଯାଆନ୍ତୁ:"Odia cine stars Uttam Mohanty, Asit Pati join BJD | OTV" (in en). odishatv.in (ଓଡ଼ିଶା). 27 January 2017. Retrieved 19 September 2018.

ବାହାର ଆଧାର

ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ

ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ
ପରଲୋକରେ ବର୍ଷୀୟାନ ଅଭିନେତା ପୂର୍ଣ୍ଣଚନ୍ଦ୍ର
ଜନ୍ମ ଓ ଜନ୍ମସ୍ଥାନପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ
ପୁରୀ, ଓଡ଼ିଶା, ଭାରତ
ମୃତ୍ୟୁ୨୦ ଜୁଲାଇ ୨୦୧୮ (୭୮ ବର୍ଷ)
ହରଚଣ୍ଡୀସାହି, ପୁରୀ, ଓଡ଼ିଶା
ଜୀବିକା(ଓଡ଼ିଆ) ଅଭିନେତା
ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ, ଜଣେ ଓଡ଼ିଆ ଅଭିନେତା । ସେ ଓଡ଼ିଆ କଥାଚିତ୍ର ସମେତ ମଞ୍ଚ ଏବଂ ଥିଏଟରରେ ଅଭିନୟ କରୁଥିଲେ । ସେ ଅଭିନୟ ବ୍ୟତୀତ କିଛି ନାଟକ ତ‌ଥା ଗୀତିନାଟ୍ୟର ନିର୍ଦ୍ଦେଶନା ଦେଇଥିଲେ । ପୂର୍ଣ୍ଣଚନ୍ଦ୍ର ଜଣେ ସେବାୟତ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ । ସତୁରୀ ଦଶକରେ ମଞ୍ଚ ଅଭିନୟ ଜରିଆରେ ପୂର୍ଣ୍ଣଚନ୍ଦ୍ର ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ଅନ୍ନପୂର୍ଣ୍ଣା ଥିଏଟରରେ ନିଜର ଅଭିନୟ ଆରମ୍ଭ କରିଥିଲେ ଏବଂ ପରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୭୬ ମସିହାରେ ସେ ଓଡ଼ିଆ କଥାଚିତ୍ର ସିନ୍ଦୂର ବିନ୍ଦୁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ପରବର୍ତ୍ତୀ ସମୟରେ ସେ ପକା କମ୍ବଳ ପୋତ ଛତାଏମିତି ଭାଇ ଜଗତେ ନାହିଁ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଅନ୍ନପୂ୍ର୍ଣ୍ଣା ଥିଏଟରରେ ସେ ପ୍ରାୟ ଶହେରୁ ଅଧିକ ନାଟକରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ନାଟକମାନଙ୍କ ମଧ୍ୟରୁ ମହିଷା ମର୍ଦ୍ଦିନୀ, କଂସା କବାଟ, ପୁଣି ଚାଖିଆ ଲେଉଟିଲା, ରେବତୀ ପ୍ରଭୃତି ନାଟକ ଅଧିକ ଲୋକପ୍ରିୟତା ପାଇଥିଲା । ରବୀନ୍ଦ୍ର ମଣ୍ଡପରେ ତାଙ୍କଦ୍ୱାରା ନିର୍ଦ୍ଦେଶିତ ନାଟକ ପଦ୍ମପାଖୁଡ଼ା ସୂର୍ଯ୍ୟ ଲୋକପ୍ରିୟ ହୋଇଥିଲା । ଏଥିସହିତ ସେ ଦୂରଦର୍ଶନରେ ପ୍ରସାରିତ କିଛି ନାଟକରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।

ଅଭିନୀତ କଥାଚିତ୍ର

  • ସିନ୍ଦୂର ବିନ୍ଦୁ
  • ପକା କମ୍ବଳ ପୋତ ଛତା
  • ଏମିତି ଭାଇ ଜଗତେ ନାହିଁ

ଅଭିନୀତ ନାଟକ

  • ମହିଷା ମର୍ଦ୍ଦିନୀ
  • କଂସା କବାଟ
  • ପୁଣି ଚାଖିଆ ଲେଉଟିଲା
  • ରେବତୀ

ନିର୍ଦ୍ଦେଶିତ ନାଟକ

  • ପଦ୍ମପାଖୁଡ଼ା ସୂର୍ଯ୍ୟ

ମୃତ୍ୟ

୨୦୧୮ ମସିହା ଜୁଲାଇ ୨୦ ତାରିଖରେ ପୂର୍ଣ୍ଣଚନ୍ଦ୍ରଙ୍କର ଦେହାନ୍ତ ହୋଇଥିଲା । ସେ ମୃତ୍ୟୁ ପୂର୍ବରୁ ୬ମାସ ଧରି ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ବିଭିନ୍ନ ହସ୍ତାତାଳରେ ଚିକିତ୍ସିତ ହେବାପରେ ଶେଷରେ ସେ ପୁରୀର ହରଚଣ୍ଡୀସାହିସ୍ଥିତ ତାଙ୍କର ନିଜ ବାସ ଭବନରେ ରହି ଚିକିତ୍ସିତ ହେଉଥିଲେ, ଯେଉଁଠି ତାଙ୍କର ମୃତ୍ୟ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ଆଧାର 

  1. ଏହି ଯାଏ ଉପରକୁ ଯାଆନ୍ତୁ:"ପରଲୋକରେ ବର୍ଷୀୟାନ ଅଭିନେତା ପୂର୍ଣ୍ଣଚନ୍ଦ୍ର - Dharitri.Com" (in en). Dharitri.com. Archived from the original on 24 August 2018. Retrieved 24 August 2018. 
  2. ଏହି ଯାଏ ଉପରକୁ ଯାଆନ୍ତୁ:"ପରପାରିରେ ବର୍ଷିଆନ୍‌ ଅଭିନେତା ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ - Dharitri.Com" (in en). Dharitri.com. Retrieved 24 August 2018.

ବାହାର ଆଧାର

ବ୍ରଜ ସିଂହ

ବ୍ରଜ ସିଂହ
Image result for braja singh
ଜନ୍ମ ଓ ଜନ୍ମସ୍ଥାନବ୍ରଜ ସିଂହ
ଓଡ଼ିଶା, ଭାରତ
ଜୀବିକା(ଓଡ଼ିଆ) ଅଭିନେତା
କାର୍ଯ୍ୟକାଳ୧୯୮୬-ଏବେଯାଏଁ
ବ୍ରଜ ସିଂହ, ଜଣେ ଓଡ଼ିଆ ଅଭିନେତା । ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଥିଏଟର ଆଦିରେ ଅଭିନୟ କରନ୍ତି । ସେ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର ଯୋର ଯା'ର ମୂଲକ ତାର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଡିଡି ଓଡ଼ିଆରେ ପ୍ରସାରିତ ବିଭିନ୍ନ ଧାରାବାହିକଗୁଡ଼ିକରେ ଅଭିନୟ କରିଥିଲେ । ଜଣେ ହାସ୍ୟ କଳାକାର ଭାବରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସ‌ହ ବିଭିନ୍ନ ସ‌ହକାରୀ ଭୂମିକାରେ ମଧ୍ୟ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି ।

ଅଭିନୟ ଜୀବନ

ଅଭିନୀତ କଥାଚିତ୍ର

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ଗାୟତ୍ରୀଇ ଟିଭି ଓଡ଼ିଆ
ଦୁର୍ଗାତରଙ୍ଗ ଟିଭି

ଆଧାର

ବାହାର ଆଧାର

ଜ୍ୟୋତି ରଞ୍ଜନ ନାୟକ

ଜ୍ୟୋତି ରଞ୍ଜନ ନାୟକ
Jyoti Ranjan Nayak - ଜ୍ୟୋତି ରଞ୍ଜନ ନାୟକ
ଜନ୍ମ ଓ ଜନ୍ମସ୍ଥାନଜ୍ୟୋତିରଞ୍ଜନ ନାୟକ
୨୪ ଅକ୍ଟୋବର
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତା
କାର୍ଯ୍ୟକାଳ୨୦୧୬ରୁ-ଏବେଯାଏଁ
ଜ୍ୟୋତି ରଞ୍ଜନ ନାୟକ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୧୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଶ୍ରୀକାନ୍ତ ଗୌତମଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଭାଗ ନେଇ ବିଜେତା ହେବା ପରେ ଜ୍ୟୋତି ଓଡ଼ିଆ କଥାଚିତ୍ର ମିଠା ମିଠାରେ ନାୟକ ଭାବରେ ଅଭିନୟ କରିଥିଲେ, ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ଓଡ଼ିଆ କଥାଚିତ୍ର ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ । ଏହାପରେ ସେ ନିଝୁମ ରାତିର ସାଥୀଦିଲ୍ କା ରାଜାତୁ ମୋ ହିରୋ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଜ୍ୟୋତି ରଞ୍ଜନ ଚେନ୍ନାଇରେ ଇଞ୍ଜିନିୟରିଂ ପଢ଼ୁଥିଲେ । ଏହି ସମୟେର ସେ ତାମିଲ କଥାଚିତ୍ରରେ ଅଭିନୟ କରିବାର ପ୍ରଚେଷ୍ଟା କରିଥିଲେ ମାତ୍ର ସଫଳ ହୋଇପାରିନଥିଲେ ।

ଅଭିନୟ ଜୀବନ

ଜ୍ୟୋତି ରଞ୍ଜନ ଚେନ୍ନାଇରେ ଇଞ୍ଜିନିୟରିଂ ପଢ଼ୁଥିଲାବେଳେ ଏକ ତାମିଲ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ପାଇଁ ମନୋନୀତ ହୋଇଥିଲେ, ମାତ୍ର ତାଙ୍କ ତାମିଲ ଭାଷା ଜଣ ନଥିବାରୁ ସେ ସେହି ଚଳଚ୍ଚିତ୍ରରୁ ଓହରିଯାଇଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଶା ଆସିବା ପରେ କଲର୍ସ ଓଡ଼ିଆରେ ପ୍ରସାରିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଅଂଶଗ୍ରହଣ କରିଥିଲେ ଏବଂ ବିଜୟୀ ହୋଇଥିଲେ । ଏହି କାର୍ଯ୍ୟକ୍ରମଟିରେ ବିଜୟୀ ଯୋଡ଼ିଙ୍କୁ ନେଇ ଓଡ଼ିଆ କଥାଚିତ୍ର ମିଠା ମିଠା ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀକାନ୍ତ ଗୌତମ । ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ଅଙ୍କିତା, ସମ୍ଭବ, ଶ୍ରଦ୍ଧା, ରାଜେଶ, ପ୍ରକୃତି ମିଶ୍ର ଆଦି କଳାକାରମାନେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ଏହି ଚଳଚ୍ଚିତ୍ରଟିର ମୁକ୍ତିଲାଭ ପୂର୍ବରୁ ତାଙ୍କର ଅନ୍ୟ ତିନୋଟି ଓଡ଼ିଆ କଥାଚିତ୍ର ମୁକ୍ତିଲାଭ କରିସାରିଥିଲା ।
ଓଡ଼ିଆ କଥାଚିତ୍ର ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶ୍ରୈଳେନ୍ଦ୍ର ମିଶ୍ର । ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ମାଳବିକା ବାନାର୍ଜୀ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରିଟିରେ ଜ୍ୟୋତିଙ୍କ ସ‌ହ ଅଜିତ ଦାସମହାଶ୍ୱେତା ରାୟମୀନକେତନବବି ମିଶ୍ର, ପୃଥୀରାଜ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ ।
୨୦୧୭ ନବବର୍ଷ ସମୟରେ ଜ୍ୟୋତିଙ୍କର ନିଝୁମ ରାତିର ସାଥୀ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଏହି ଚଳଚ୍ଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ତମନ୍ନା । ଚନ୍ଦନ, ସତ୍ୟବ୍ରତ ତ୍ରିପାଠୀ, ପ୍ରେମାନନ୍ଦ ପରିଡ଼ା, ପଲ୍ଲବୀ, ସୋନାଲୀ, ସୁମନ, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଏହାପରେ ସେ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ଦିଲ୍ କା ରାଜାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ପିଙ୍କି ପ୍ରିୟଦର୍ଶନୀଏବଂ ଦୀପିକା । ଉତ୍ତମ ମହାନ୍ତିମିହିର ଦାସପ୍ରଦ୍ୟୁମ୍ନ ଲେଙ୍କାପପୁ ପମ ପମ ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଫେବୃଆରୀ ମାସରେ ମୁକ୍ତିଲାଭ କରିଥିଲା । ଏହାପରେ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର ମିଠା ମିଠା ମଇ ମାସରେ ମୁକ୍ତିଲାଭ କରିଥିଲା ।
୨୦୧୭ ଦୀପାବଳୀ ସମୟରେ ଜ୍ୟୋତିଙ୍କର ୫ମ ଚଳଚ୍ଚିତ୍ର ତୁ ମୋ ହିରୋ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଦିଲୀପ ପଣ୍ଡା । ଏହି ଚଳଚ୍ଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଝିଲିକ୍ ଭଟ୍ଟାଚାର୍ଯ୍ୟ । ଏହି କଥାଚିତ୍ରଟିଏ ଜ୍ୟୋତିଙ୍କ ସ‌ହ ସୁବାଶିଷ ଶର୍ମାମିହିର ଦାସସରୋଜ ଦାସ ଆଦି କଳାକାମାନେ ଅଭିନୟ କରିଥିଲେ ।
୨୦୧୮ ଜାନୁଆରୀରେ ତରଙ୍ଗ ସିନେ ପ୍ରଡକ୍ସନର ଚଳଚ୍ଚିତ୍ର ହାପି ଲକି ଚଳଚ୍ଚିତ୍ରରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଏଲିନା ସାମନ୍ତରାୟ । ଏହି କଥାଚିତ୍ରଟିରେ ଅଭିନେତା ସମ୍ବିତ ଆଚାର୍ଯ୍ୟ ଏବଂ ନବାଗତା ସସ୍ମିତା ପିୟାଲି ସାହୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମିହିର ଦାସବବି ମିଶ୍ରପ୍ରଦ୍ୟୁମ୍ନ ଲେଙ୍କାପୃଥ୍ୱୀରାଜ ନାୟକଚୌଧୁରୀ ବିକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
୨୦୧୮ର ପଣା ସଂକ୍ରାନ୍ତି ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଓଲେ ଓଲେ ଦିଲ୍ ବୋଲେରେ ଜ୍ୟୋତି ଝିଲିକ୍‌ଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ କୈଳାସ ମହାପାତ୍ର ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରନିର୍ଦ୍ଦେଶକଭୂମିକାମନ୍ତବ୍ୟ
୨୦୧୬ଦେଲେ ଧରା କଥା ସରେଶୈଳେନ୍ଦ୍ର ମିଶ୍ରଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୧୭ନିଝୁମ ରାତିର ସାଥୀସଞ୍ଜୟ ନାୟକ
ଦିଲ୍ କା ରାଜାଦିଲ୍ଲୀପ ପଣ୍ଡା
ମିଠା ମିଠାଶ୍ରୀକାନ୍ତ ଗୌତମ
ତୁ ମୋ ହିରୋଦିଲୀପ ପଣ୍ଡା
୨୦୧୮ହାପି ଲକିସୁଧାଂଶୁ ମୋହନ ସାହୁଲକି
ଓଲେ ଓଲେ ଦିଲ୍ ବୋଲେ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ତାମିଲ ସିନେମାରେ ହିରୋ ହୋଇଥାନ୍ତେ ଏହି ଓଲିଉଡ଼ ନାୟକ !". sambad.in. 24 October 2017. Retrieved 25 October 2017.
  2. ଏହି ଯାଏ ଉପରକୁ ଯାଆନ୍ତୁ:"ଦେହରୁ ରକ୍ତ ବୋହିଲେ ମୋ ଫିଲ୍ମ ହିଟ୍‌ ହୁଏ ବୋଲି ମୁଁ ବିଶ୍ୱାସ କରେ : ଜ୍ୟୋତି". sambad.in. 12 March 2018. Retrieved 13 March 2018.
  3. ଏହି ଯାଏ ଉପରକୁ ଯାଆନ୍ତୁ:"Jyoti And Ankita Winners of Mitha MItha Jodi on Colors Odia". Incredible Orissa. 21 September 2015. Retrieved 17 July 2017.
  4. ଏହି ଯାଏ ଉପରକୁ ଯାଆନ୍ତୁ:"Mitha Mitha". Odia Movie Database. Retrieved 17 July2017.
  5. ଉପରକୁ ଯାଆନ୍ତୁ"A Very Happy Birth Day To Jyoti Ranjan Nayak". E news ଓଡ଼ିଆ. 24 October 2016. Retrieved 25 October 2017.
  6. ଉପରକୁ ଯାଆନ୍ତୁ"‘ମିଠା ମିଠା’ର ପୋଷ୍ଟର୍‌ ରିଲିଜ୍‌". ସମ୍ବାଦ. 10 April 2017. Retrieved 17 July 2017.
  7. ଉପରକୁ ଯାଆନ୍ତୁ"ଝିଲିକ୍ ଓ ଜ୍ୟୋତି ରଞ୍ଜନଙ୍କ ଆଗାମୀ ଓଡ଼ିଆ ଛବି 'ତୁ ମୋ ହିରୋ'". E News ଓଡ଼ିଆ. 19 July 2017. Retrieved 26 July 2017.
  8. ଉପରକୁ ଯାଆନ୍ତୁ"ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ ଦେଲେ ଧରା କଥା ସରେ". Mu Odia TV. 9 November 2016. Retrieved 26 July 2017.
  9. ଉପରକୁ ଯାଆନ୍ତୁ"ଦେଲେ ଧରା କଥା ସରେ". କନକ ନ୍ୟୁଜ. 26 April 2016. Retrieved 26 July 2017.
  10. ଉପରକୁ ଯାଆନ୍ତୁ"୧୧ରେ ‘ଦେଲେ ଧରା କଥା ସରେ’". ସମ୍ବାଦ. 6 November 2016. Retrieved 26 July 2017.
  11. ଉପରକୁ ଯାଆନ୍ତୁ"ଜାନୁଆରି 1, 2017ରେ ମୁକ୍ତିଲାଭ କରିବାକୁ ଥିବା ଗଡ୍ ଫାଦର୍ ଓ ନିଝୁମ ରାତିର ସାଥୀର ପବ୍ଲିସିଟି-ପ୍ରୋ ପ୍ରଣୟ ଜେଠୀ ।". Cine Critics. Retrieved 19 July 2017.
  12. ଉପରକୁ ଯାଆନ୍ତୁ"ନୂଆବର୍ଷରେ ପରଦାକୁ ଆସିଲା ‘ନିଝୁମ ରାତିର ସାଥୀ’". Odisha Reporters. 1 January 2017. Retrieved 19 July 2017.
  13. ଉପରକୁ ଯାଆନ୍ତୁ"Nijhum Ratira Sathi". Odia Movie Database. Retrieved 19 July2017.
  14. ଉପରକୁ ଯାଆନ୍ତୁ"ଫେବ୍ରୁଆରୀରେ 'ଦିଲ୍‌କା ରାଜା'". ପ୍ରମେୟ. 8 January 2017. Retrieved 1 March 2017.
  15. ଉପରକୁ ଯାଆନ୍ତୁ"Mahurat of Odia movie ‘Dil Ka Raja’ held in city". ପ୍ରଗତିବାଦୀ. 25 October 2016. Retrieved 1 March 2017.
  16. ଉପରକୁ ଯାଆନ୍ତୁ"୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  17. ଉପରକୁ ଯାଆନ୍ତୁ"୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Retrieved 8 September 2017.
  18. ଉପରକୁ ଯାଆନ୍ତୁ"“୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି” is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  19. ଉପରକୁ ଯାଆନ୍ତୁ"ଆଜି ପରଦାକୁ ଆସୁଛି ‘ତୁ ମୋ ହିରୋ’". sambad.in. 20 October 2017. Retrieved 25 October 2017.
  20. ଉପରକୁ ଯାଆନ୍ତୁ"Subha Mahurat Of Upcoming Odia Film Tu Mo Hero". E News Odia. 8 June 2017. Retrieved 3 October 2017.
  21. ଉପରକୁ ଯାଆନ୍ତୁ"ଝିଲିକ୍‌ ଓ ଜ୍ୟୋତି ରଞ୍ଜନଙ୍କ ଆଗାମୀ ଓଡ଼ିଆ ଛବି ‘ତୁ ମୋ ହିରୋ’". E News Odia. 19 July 2017. Retrieved 3 October 2017.
  22. ଉପରକୁ ଯାଆନ୍ତୁ "ଚୁଲ୍‌ବୁଲି ଝିଅ, ପତ୍ନୀ ଓ ଶେଷରେ ସ୍ନେହମୟୀ ମାଆ ଭୂମିକାରେ ଝିଲିକ୍‌!". sambad.in. 22 October 2017. Retrieved 24 October 2017.
  23. ଉପରକୁ ଯାଆନ୍ତୁ"ଦୀପାବଳି ବା କାଳୀ ପୂଜା ବଜାରରେ ହଇଚଇ ମଚେଇବାକୁ ଅପେକ୍ଷା କରିଛି ଓଡ଼ିଆ ଚଳଚ୍ଚିତ୍ର ତୁ ମୋ ହିରୋ". E News ଓଡ଼ିଆ. 18 October 2017. Retrieved 25 October 2017.
  24. ଉପରକୁ ଯାଆନ୍ତୁ"ନୂଆବର୍ଷର ନୂଆଯୋଡ଼ି 'ହାପି ଲକି'". ସମାଜ. 3 December 2017. Retrieved 7 December 2017.
  25. ଉପରକୁ ଯାଆନ୍ତୁ"ସାବାସ୍ ସସ୍ମିତା". ସମାଜ. 4 February 2018. Retrieved 7 February 2018.
  26. ଉପରକୁ ଯାଆନ୍ତୁ"ମିହିରଙ୍କ ଭାତୁଡ଼ି". ସମାଜ. 17 December 2017. Retrieved 17 December 2017.
  27. ଉପରକୁ ଯାଆନ୍ତୁ"ହାପି ଲକି". ସମାଜ. 21 January 2018. Retrieved 24 January 2018.
  28. ଉପରକୁ ଯାଆନ୍ତୁ"ଏହି ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ପପୁଲାର୍‌". sambad.in. 15 February 2018. Retrieved 17 February 2018.
  29. ଉପରକୁ ଯାଆନ୍ତୁ"ଚର୍ଚ୍ଚାରେ ଯୋଡ଼ି". ସମାଜ. 15 April 2018. Retrieved 15 April 2018.

ବବି ମିଶ୍ର

ବବି ମିଶ୍ର
Related image
ଜନ୍ମ ଓ ଜନ୍ମସ୍ଥାନବବି ମିଶ୍ର
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତା
ଜୀବନସାଥିକୋଏଲ
ବବି ମିଶ୍ର ଜଣେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଏବଂ ଆଲବମ୍ ଗୀତ ଅଭିନେତା । ବବି ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ହାସ୍ୟ ଅଭିନେତା, ସ‌ହ ଅଭିନେତା ଏବଂ ଖଳନାୟକ ଭାବରେ ଅଭିନୟ କରିଛନ୍ତି । ସେ ଓଡ଼ିଆ ଆଧୁନିକ ଆଲବମ୍‌ର ଅନେକ ଗୀତରେ ନୃତ୍ୟ କରିଥିଲେ । ୧୯୯୯ ମସିହାରେ ଜୟ ଶ୍ରୀରାମ ଚଳଚ୍ଚିତ୍ରରେ ସେ ପ୍ରଥମ କରି ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ଏହାପରେ ସେ ଚଳଚ୍ଚିତ୍ର ସ‌ହ ଦୂରଦର୍ଶନର ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ବବି ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ୧୯୯୯ ମସିହାରେ ଜୟ ଶ୍ରୀରାମ ଚଳଚ୍ଚିତ୍ର ଜରିଆରେ ପ୍ରବେଶ କରିଥିଲେ । ଏହାପରେ ସେ ତୋ ପାଇଁ, ନାରୀ ଆଖିରେ ନିଆଁ, ଫେରିଆ ମୋ ସୁନା ଭଉଣୀ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ମୁଁ ତତେ ଲଭ୍ କରୁଚିରେ ସେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ତାଙ୍କର ଅଭିନୟ ଜୀବନର ମୋଡ଼ ବଦଳିଯାଇଥିଲା । ଧିରେ ଧିରେ ସେ ଅଧିକରୁ ଅଧିକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏଥିସ‌ହ ସେ ସ‌ହ-ଅଭିନେତା ଏବଂ ହାସ୍ୟ ଅଭିନେତା ଭାବରେ ମଧ୍ୟ ଅଭିନୟ କରିଥିଲେ ।
ବବି ମିଶ୍ର ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଆଧୁନିକ ଆଲବମ୍‌ରେ ଅନେକ ଗୀତରେ ମଧ୍ୟ ନୃତ୍ୟ କରିଥିଲେ । କାଉ ତୋ ବଉକୁ ନଉ, ସାହିତ୍ୟ ଦିଦି, ଆଜି ତୋର ବାହାଘର ପ୍ରିୟା ଆଦି ଅନେକ ଲୋକପ୍ରିୟ ଗୀତରେ ନୃତ୍ୟ କରିଥିଲେ । ବବିଙ୍କର ଅଭିନୀତ ଅନ୍ୟ ଏକ ଓଡ଼ିଆ ଆଲବମ୍ 'ଆହେ ଦୟାମୟ ବିଶ୍ୱ ବିହାରୀ' ତାଙ୍କୁ ବିବାଦଗ୍ରସ୍ତ କରାଇଦେଇଥିଲେ ।
କଥାଚିତ୍ର ଏବଂ ଆଲବମ୍ ବ୍ୟତୀତ ବବି ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରତି ଧାରାବାହିକ 'ଜୀବନ ସାଥୀ'ରେ ସେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୯୯ଜୟ ଶ୍ରୀରାମପିଣ୍ଟୁ ମହାନ୍ତିପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୩ନାରୀ ଆଖିରେ ନିଆଁ
୨୦୦୫ତୋ ପାଇଁ
୨୦୦୭ଫେରିଆ ମୋ ସୁନା ଭଉଣୀ
ମୁଁ ତତେ ଲଭ୍ କରୁଚି
ଚକା ଚକା ଭଉଁରୀଆଲୋକ
ରସିକ ନାଗରକେସବ ପ୍ରଜାପତି
ଲାଲ ଟୁକୁ ଟୁକୁ ସାଧବ ବୋହୂବଣ୍ଟି
୨୦୦୮ମତେ ତ ଲଭ୍ ହେଲାରେରାଜା
ନନ୍ଦିନୀ ଆଇ ଲଭ୍ ୟୁବବି
୨୦୦୯ପ୍ରେମରୋଗୀରୁଦ୍ରାକ୍ଷ
ଶତ୍ରୁ ସଂହାରଅଜୟର ସାଙ୍ଗ
ଡ୍ରୀମ ଗାର୍ଲ
ଅଭିମନ୍ୟୁଶଙ୍କର
ଅସୀମା
୨୦୧୦ଡନ୍ରାଜୁ
ଆଖି ପଲକରେ ତୁଡି.ଜି. ମିର୍ଧା
ତୋ ଆଖିରେ ମୁଁଇନିସ୍‌ପେକ୍ଟର ଇନ୍ଦ୍ରଜିତ
ତୋତେ ଭଲ ପାଉଚି ବୋଲିରକି
୨୦୧୧ତୁ ମୋ ଗାର୍ଲଫ୍ରେଣ୍ଡଚକ୍ରଧର
୨୦୧୩ତୁ ମୋ ସୁନା ତୁ ମୋ ହୀରାପ୍ରେମ କୁମାର ତ୍ରିପାଠୀନାୟକ
ସଲାମ ସିନେମା
୨୦୧୪ପୁଣି ଦେଖା ହେବ ଆର ଜନମରେ
୨୦୧୬ଦେଲେ ଧରା କଥା ସରେ
୨୦୧୮ହାପି ଲକି
୨୦୧୮ଦୀପୁ ଦ ଡ୍ୟାନ୍ସ ବୟ
୨୦୧୮ଯୋଉଠି ଥିଲେ ବି ତୁ ମୋରମୁ୍କ୍ତିଲାଭ ଅପେକ୍ଷାରେ
୨୦୧୮ନାୟକର ନାଁ ଦେବଦାସସୁଟିଂ ଚାଲିଛି

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ଜୀବନ ସାଥୀସାର୍ଥକ ଟିଭି

ଆଧାର

  1. ଉପରକୁ ଯାଆନ୍ତୁ "ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
  2. ଉପରକୁ ଯାଆନ୍ତୁ "ଉଷସୀଙ୍କୁ ମିଳିଲା ହର ନିଭାଇଥିବା ଫିଲ୍ମର ରୋଲ". ଜୟ ଓଡ଼ିଶା. Retrieved 19 January 2018.
  3. ଉପରକୁ ଯାଆନ୍ତୁ "ଓଡ଼ିଆ ଚଳଚ୍ଚିତ୍ର ‘ରଙ୍ଗ୍‌ ନମ୍ବର’ ଏବଂ ‘ଜୟ ଶ୍ରୀରାମ’ରେ ଅଭିନୟ କରିଥିବା ନାୟିକା ଏବେ ଭୋଜପୁରୀ ସୁପରଷ୍ଟାର୍‌!". sambd.in. 7 October 2017. Retrieved 19 January 2018.
  4. ଉପରକୁ ଯାଆନ୍ତୁ "ନିଜ ଇଚ୍ଛାରେ ଅଭିନୟ କ୍ଷେତ୍ରରୁ ଦୂରେଇ ଥିଲି: ବବି ମିଶ୍ର". ଓଡ଼ିଶା ଟାଇମ୍. 17 September 2016. Retrieved 19 January 2018.
  5. ଉପରକୁ ଯାଆନ୍ତୁ "ଓଲିଉଡ ଇଣ୍ଡଷ୍ଟ୍ରିରେ ବବି ମିଶ୍ରଙ୍କ କମବ୍ୟାକ୍". ସମ୍ବାଦ. 10 February 2018. Retrieved 15 February 2018.
  6. ଉପରକୁ ଯାଆନ୍ତୁ "ଅନୁଭବ ହିଁ ବନିଛନ୍ତି 'ଅର୍ଜୁନ' ଓ 'ଅଭିମନ୍ୟୁ'!". ସମ୍ବାଦ. 31 August 2017. Retrieved 19 January 2018.
  7. ଉପରକୁ ଯାଆନ୍ତୁ "ରଥଯାତ୍ରାରେ ରୂପେଲି ପରଦାକୁ ଆସୁଛି ଫିଲ୍ମ ‘ଦେଲେ ଧରା କଥା ସରେ’". Kanak News. 4 July 2016. Retrieved 19 January 2018.

ବାହାର ଆଧାର