Showing posts with label ଓଡ଼ିଆ ନାଟ୍ୟକାର. Show all posts
Showing posts with label ଓଡ଼ିଆ ନାଟ୍ୟକାର. Show all posts

ରଜନୀ ରଞ୍ଜନ

ରଜନୀ ରଞ୍ଜନ
Image result for rajani ranjan odia writer
ଜନ୍ମ ଓ ଜନ୍ମସ୍ଥାନରଜନୀ ରଞ୍ଜନ ଦାଶ
ଡିସେମ୍ବର ୨୨, ୧୯୫୯
ବାଳକାଟି, ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ସଂଳାପକାର
ଗୀତିକାର
କାହାଣୀକାର
ଅଭିନେତା
କାର୍ଯ୍ୟକାଳ୧୯୯୫ରୁ-ଏବେଯାଏଁ
ବାପା ମାରବି ଦାଶ, ସୁଶୀଳାପ୍ରଭା ଦାଶ
ରଜନୀ ରଞ୍ଜନ(ଜନ୍ମ : ୨୨ ଡିସେମ୍ବର ୧୯୫୯) ଜଣେ ଓଡ଼ିଆ କଥାଚିତ୍ର ସଂଳାପକାର, ଗୀତିକାର, କାହାଣୀକାର, ଚିତ୍ରନାଟ୍ୟ ରଚୟିତା ଏବଂ ଅଭିନେତା । ୧୯୮୯ ମସିହାରେ ରଜନୀ ରଞ୍ଜନ ଏଇ ସଂଘର୍ଷ ଚଳଚ୍ଚିତ୍ରରୁ ଗୀତିକାର ଭାବରେ ନିଜର ଜୀବିକା ଆରମ୍ଭ କରିଥିଲେ । ଏହପରେ ସେ ମୋ ଭାଇ ଜଗା ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ସଂଳାପ ଓ କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ୨୦୧୦ ମସିହାରେ ଓଡ଼ିଆ କଥାଚିତ୍ର ପ୍ରେମ ଅଢ଼େଇ ଅକ୍ଷରରେ ଜଣେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ଏଯାବତ ସେ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ଓ ସଂଳାପ ରଚନା କରିସାରିଛନ୍ତି ।

ବ୍ୟକ୍ତିଗତ ଜୀବନ

ରଜନୀ ରଞ୍ଜନ ୧୯୫୯ ମସିହାରେ ବାଳକାଟିଠାରେ ଜନ୍ମଗ୍ରହଣ କରିଥିଲେ । ପିତା ରବି ଦାଶ ଜଣେ ଗୀତିକାର ଓ ମା ସୁଶୀଳାପ୍ରଭା କଣ୍ଠଶିଳ୍ପୀ ଥିଲେ । ପରିବାରରେ ସଙ୍ଗୀତମୟ ପରିବେଶ ଥିଲା । ତାଙ୍କ ବାସଭବନକୁ ସଙ୍ଗୀତ ନିର୍ଦ୍ଦେଶକମାନଙ୍କର ଯା'ଆସ ଥିଲା । ଏସବୁର ପ୍ରଭାବ ରଜନୀଙ୍କ ଉପରେ ପିଲାଦିନରୁ ପଡିଥିଲା । ବୃତ୍ତିରେ ସେ ଜଣେ ଶିକ୍ଷାବିତ । ଭୁବନେଶ୍ୱରସ୍ଥ ଦେବରାୟ ମହାବିଦ୍ୟାଳୟରେ ସେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି ।

ଗୀତିକାର

  • ମୋ ଭାଇ ଜଗା
  • ପ୍ରେମ ବନ୍ଧନ
  • ବୋଉ
  • ଭାଗ୍ୟ ଚକ୍ର
  • ମୁନ୍ନା- ଏ ଲଭ୍ ଷ୍ଟୋରୀ
  • ପ୍ରେମ ରୋଗୀ
  • ଆରେ ସାଥୀ ଆ
  • ଲଭ୍ ଡଟ୍ କମ୍
  • ମନ ମୋର ପ୍ରଜାପତି
  • ତୁ ମୋ ସୁନା ତୁ ମୋ ହୀରା
  • ଟାଇଗର

ସଂଳାପ

  • ମୋ ଭାଇ ଜଗା
  • ପ୍ରେମ ବନ୍ଧନ
  • ଏ ମନ ମାନେନା
  • ଜୟ ଜଗନ୍ନାଥ
  • ହସିବ ପୁଣି ମୋ ସୁନା ସଂସାର
  • ନନ୍ଦିନୀ ଆଇ ଲଭ୍ ୟୁ
  • ପ୍ରେମ ରୋଗୀ
  • ଡ୍ରିମ୍ ଗାର୍ଲ
  • ଲଭ୍ ଡଟ୍ କମ୍
  • ମିତରେ ମିତ
  • ସଞ୍ଜୁ ଆଉ ସଞ୍ଜନା
  • ପ‌ହିଲି ରଜ
  • ଭୁଲ ବୁଝିବନି ମତେ
  • ପ୍ରେମ ଅଢ଼େଇ ଅକ୍ଷର
  • ଲୋଫର୍
  • ମନ ମୋର ପ୍ରଜାପତି
  • ମତେ ବୋହୂ କରି ନେଇଯା
  • ଫ୍ୟାମିଲି ନମ୍ବର ୱାନ୍
  • ଚୋରି ଚୋରି ମନ ଚୋରି
  • ମୁଁ ପ୍ରେମୀ ମୁଁ ପାଗଳ
  • କେମିତି ଏ ବନ୍ଧନ
  • ଗୁଡ୍ ବୟ
  • ତୁ ମୋ ଆରମ୍ଭ ତୁ ମୋ ଶେଷ
  • ତୁ ମୋ ସୁନା ତୁ ମୋ ହୀରା
  • ଦିୱାନା ଦିୱାନୀ
  • ସପନର ନାୟିକା
  • ପ୍ରେମିକା
  • ସିନ୍ଦୂର
  • ସ୍ମାଇଲ୍ ପ୍ଲିଜ୍
  • କିଡ୍‌ନାପ୍
  • ପିଲାଟା ବିଗିଡ଼ିଗଲା
  • ଆଶିକ୍
  • ସମୟ ବଡ଼ ବଳବାନ
  • ହେଲା ମତେ ପ୍ରେମ ଜର
  • ଟାଇଗର
  • ଝିଅଟା ବିଗିଡ଼ିଗଲା
  • ଯୋଗୀ

ଚିତ୍ରନାଟ୍ୟ

  • ଏ ମନ ମାନେନା
  • ଲଭ୍ ଡଟ୍ କମ୍
  • ପହିଲି ରଜ
  • ମନ ମୋର ପ୍ରଜାପତି
  • ଫ୍ୟାମିଲି ନମ୍ବର୍ ୱାନ୍
  • ତୁ ମୋ ଆରମ୍ଭ ତୁ ମୋ ଶେଷ
  • ସପନର ନାୟିକା
  • ସିନ୍ଦୂର
  • କିଡ୍‌ନାପ୍
  • ହେଲା ମତେ ପ୍ରେମ ଜର
  • ଝିଅଟା ବିଗିଡ଼ିଗଲା

କାହାଣୀ

  • ମୋ ଭାଇ ଜଗା
  • ପିଲାଟା ବିଗିଡ଼ିଗଲା

ଅଭିନେତା

  • ପ୍ରେମ ଅଢ଼େଇ ଅକ୍ଷର

ଆଧାର

  1. ଉପରକୁ ଯାଆନ୍ତୁ"ରଜନୀଙ୍କ '୫୦'". ସମାଜ. 25 March 2018. Retrieved 25 March 2018.
  2. ଉପରକୁ ଯାଆନ୍ତୁ"ମୋ ଅନୁଭୂତି". ଧରିତ୍ରୀ ମେଟ୍ରୋ ମିଜାଜ ୨୯ ମାର୍ଚ୍ଚ ୨୦୧୮. Retrieved 29 March 2018.

ବାହାର ଆଧାର

ସନ୍ତୋଷ ନାରାୟଣ ଦାସ

ସନ୍ତୋଷ ନାରାୟଣ ଦାସ
ଜନ୍ମ ଓ ଜନ୍ମସ୍ଥାନଓଡ଼ିଶା, ଭାରତ
ଜୀବିକାନାଟ୍ୟକାର,
ଦୂରଦର୍ଶନ ଅଭିନେତା
ସନ୍ତୋଷ ନାରାୟଣ ଦାସ ଜଣେ ଓଡ଼ିଆ ଦୂରଦର୍ଶନ ଧାରାବାହିକ ଅଭିନେତା ଏବଂ ନାଟ୍ୟକାର । ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକ ଅପାରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ସନ୍ତୋଷଙ୍କ ରଚିତ ନାଟକ ସୁନାହରିଣୀଙ୍କୁ ୨୦୧୮ ମସିହାରେ ରାଜ୍ୟ କଳା ପରିଷଦ ତରଫରୁ ପୁରସ୍କୃତ ହୋଇଥିଲା । ଯାତ୍ରା ଇନ୍ଦ୍ରଭୁବନର ଏହି ନାଟକଟିର ନିର୍ଦ୍ଦେଶନା ଦେଇଥିଲେ ସନ୍ତୋଷ ।

ନାଟ୍ୟକାର

ସନ୍ତୋଷଙ୍କ ରଚିତ ନାଟକ ସୁନାହରିଣୀ ଯାତ୍ରା ଇନ୍ଦ୍ରଭୁବନରେ ପ୍ରସାରିତ ହୋଇଥିଲା । ଏହି ନାଟକିର ନିର୍ଦ୍ଦେଶନା ଦେଇଥିଲେ ନିଜେ ସନ୍ତୋଷ । ୨୦୧୮ ମସିହାରେ ରାଜ୍ୟ କଳା ପରିଷଦଦ୍ୱାରା ଆୟୋଜିତ ପୁରସ୍କାର ଉତ୍ସବରେ ସନ୍ତୋଷଙ୍କର ଏହି ନାଟକଟିକୁ ଶ୍ରେଷ୍ଠ ନାଟକ ପୁରସ୍କାର ମିଳିଥିଲା ।

ଅଭିନୟ ଜୀବନ

ସନ୍ତୋଷ ନାରାୟଣ ଦାସ ଓଡ଼ିଆ ଦୂରଦର୍ଶନ ଧାରାବାହିକ ଅପାରେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଏହି ଧାରାବାହିକର କାହାଣୀର ୨ୟ ଭାଗରେ ସେ ଅଭିନୟ କରିଥିଲେ ।

ଅଭିନୀତ ଧାରାବାହିକ

  • ଅପା

ରଚିତ ଯାତ୍ରା ନାଟକ

  • ସୁନାହରିଣୀ

ଆଧାର

ଦୀପକ ଜେନା

ଦୀପକ ଜେନା
Photo Elina samantray.jpg
ଜନ୍ମ ଓ ଜନ୍ମସ୍ଥାନଓଡ଼ିଶା, ଭାରତ
ଜୀବିକାନାଟ୍ୟକାର
ଦୀପକ ଜେନା, ଜଣେ ଓଡ଼ିଆ ଯାତ୍ରା ନାଟ୍ୟକାର । ସେ ଓଡ଼ିଆ ଯାତ୍ର ଜଗତରେ କିଛି ନାଟକର କାହାଣୀ ରଚନା କରିଛନ୍ତି । ଦୀପକ ପେସାରେ ଜଣେ ଅଧ୍ୟାପକ । ତାଙ୍କ ରଚିତ ନାଟକ ସ୍ୱାମୀମାନେ ସାବଧାନ ତାଙ୍କୁ ଯାତ୍ରା ଜଗତରେ ପରିଚିତ କରାଇଥିଲା ।

ପ୍ରାରମ୍ଭିକ ଜୀବନ ଏବଂ ପେସା

ଦୀପକ ଜେନା ପେସାରେ ଜଣେ ଅଧ୍ୟାପକ । ସେ ବିଭିନ୍ନ ଯାତ୍ର ପାର୍ଟି ପାଇଁ ନାଟକ ରଚନା କରିଛନ୍ତି ।

ନାଟକ ରଚନା

ଦୀପକ ବିଶ୍ୱ ରଙ୍ଗମହଲ ପାଇଁ 'ସ୍ୱାମୀମାନେ ସାବଧାନ କାହାଣୀ' ରଚନା କରିଥିଲେ ଦୀପକ । ପୂର୍ବରୁ ସେ ସେତେ ଅଧିକ ଲୋକପ୍ରିୟ ହୋଇନଥିଲେ, ମାତ୍ର ଏହି ନାଟକଟି ତାଙ୍କୁ ଅନେକ ସଫଳତା ଆଣିଦେଇଥିଲେ ଏବଂ ସେ ଓଡ଼ିଶାର ଜଣେ ଜଣାଶୁଣା ନାଟ୍ୟକାର ଭାବରେ ପରିଚୟ ପାଇଥିଲେ । ସେ କୋଣାର୍କ ଗଣନାଟ୍ୟ ପାଇଁ ବଦନାମ ହେଲି ତୋରି ପାଇଁ ନାଟକ ରଚନା କରିଥିଲେ । ଏହ ନାଟକଟି ଦର୍ଶକମାନେ ମଧ୍ୟ ପସନ୍ଦ କରିଥିଲେ ।
ସେ ଦୁଇଟି ନୂଆ ନାଟକର ଶୀର୍ଷକ ଘୋଷଣା କରିଛନ୍ତି । ସେ ଯାତ୍ରା ଦରବାର ପାଇଁ 'ନଷ୍ଟ ଚରିତ୍ର' ରଚନା କରିଛନ୍ତି । ଏହି ନାଟକଟିର ନିର୍ଦ୍ଦେଶନା ଦେଉଛନ୍ତି ଗୁରୁ ମିଶ୍ର । ତାଙ୍କର ୨ୟ ନାଟକ 'ବାହା ହେଇଚ ନା ବାଡ଼ୁଅ ଅଛ' ସେ ଯାତ୍ରା ରଙ୍ଗମ‌ହଲ ପାଇଁ ରଚନା କରିଛନ୍ତି । ଏହି ନାଟକର ନିର୍ଦ୍ଦେଶନା ଦେଉଛନ୍ତି ଯାତ୍ର ଦୁନିଆରେ ଲିଟିଲ୍ ମାଷ୍ଟର ଭାବରେ ପରିଚିତ ବିନୋଦ ରାଉତ ।

ରଚିତ ନାଟକ

  • ସ୍ୱାମୀମାନେ ସାବଧାନ
  • ବଦନାମ ହେଲି ତୋରି ପାଇଁ
  • ନଷ୍ଟ ଚରିତ୍ର
  • ବାହା ହେଇଚ ନା ବାଡ଼ୁଅ ଅଛ

ଆଧାର

ବାହାର ଆଧାର