ସନ୍ତୋଷ ନାରାୟଣ ଦାସ

ସନ୍ତୋଷ ନାରାୟଣ ଦାସ
ଜନ୍ମ ଓ ଜନ୍ମସ୍ଥାନଓଡ଼ିଶା, ଭାରତ
ଜୀବିକାନାଟ୍ୟକାର,
ଦୂରଦର୍ଶନ ଅଭିନେତା
ସନ୍ତୋଷ ନାରାୟଣ ଦାସ ଜଣେ ଓଡ଼ିଆ ଦୂରଦର୍ଶନ ଧାରାବାହିକ ଅଭିନେତା ଏବଂ ନାଟ୍ୟକାର । ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକ ଅପାରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ସନ୍ତୋଷଙ୍କ ରଚିତ ନାଟକ ସୁନାହରିଣୀଙ୍କୁ ୨୦୧୮ ମସିହାରେ ରାଜ୍ୟ କଳା ପରିଷଦ ତରଫରୁ ପୁରସ୍କୃତ ହୋଇଥିଲା । ଯାତ୍ରା ଇନ୍ଦ୍ରଭୁବନର ଏହି ନାଟକଟିର ନିର୍ଦ୍ଦେଶନା ଦେଇଥିଲେ ସନ୍ତୋଷ ।

ନାଟ୍ୟକାର

ସନ୍ତୋଷଙ୍କ ରଚିତ ନାଟକ ସୁନାହରିଣୀ ଯାତ୍ରା ଇନ୍ଦ୍ରଭୁବନରେ ପ୍ରସାରିତ ହୋଇଥିଲା । ଏହି ନାଟକିର ନିର୍ଦ୍ଦେଶନା ଦେଇଥିଲେ ନିଜେ ସନ୍ତୋଷ । ୨୦୧୮ ମସିହାରେ ରାଜ୍ୟ କଳା ପରିଷଦଦ୍ୱାରା ଆୟୋଜିତ ପୁରସ୍କାର ଉତ୍ସବରେ ସନ୍ତୋଷଙ୍କର ଏହି ନାଟକଟିକୁ ଶ୍ରେଷ୍ଠ ନାଟକ ପୁରସ୍କାର ମିଳିଥିଲା ।

ଅଭିନୟ ଜୀବନ

ସନ୍ତୋଷ ନାରାୟଣ ଦାସ ଓଡ଼ିଆ ଦୂରଦର୍ଶନ ଧାରାବାହିକ ଅପାରେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଏହି ଧାରାବାହିକର କାହାଣୀର ୨ୟ ଭାଗରେ ସେ ଅଭିନୟ କରିଥିଲେ ।

ଅଭିନୀତ ଧାରାବାହିକ

  • ଅପା

ରଚିତ ଯାତ୍ରା ନାଟକ

  • ସୁନାହରିଣୀ

ଆଧାର