ରାଜେଶ୍ୱରୀ ରାୟ (Rajsawri Ray)

ରାଜେଶ୍ୱରୀ ରାୟ
Odia Actress Rajeswari Ray (ରାଜେଶ୍ୱରୀ ରାୟ)

ଜନ୍ମ ଓ ଜନ୍ମସ୍ଥାନ
ବାଲେଶ୍ୱର, ଓଡ଼ିଶା, ଭାରତ
ମୃତ୍ୟୁ୨୦ ଜୁଲାଇ ୨୦୨୨ (୩୭ ବର୍ଷ)
ଭୁବନେଶ୍ୱର
ମୃତ୍ୟୁର କାରଣଫୁସଫୁସ କର୍କଟ, ମସ୍ତିଷ୍କ କର୍କଟ
ଅଲଗା ନାଆଁରାଜେଶ୍ୱରୀ ରାୟ ମହାପାତ୍ର
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ
ଜୀବନସାଥୀ
୨୦୦୮ - ୨୦୨୨
ସଞ୍ଜୟ ମହାପାତ୍ର (୨୦୧୬ -୨୦୨୨)

‌ରାଜେଶ୍ୱରୀ ରାୟ (English: Rajsawri Ray; ମୃତ୍ୟ: ୨୦ ଜୁଲାଇ ୨୦୨୨) ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । ସେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନରେ ଧାରାବାହିକରେ ମୁଖ୍ୟତଃ ଖଳନାୟିକା ଭୂମିକାରେ ଅଭିନୟ କରୁଥିଲେ । ସେ ଓଡ଼ିଆ କଥାଚିତ୍ର ସତ୍ୟମେବ ଜୟତେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ବସୁନ୍ଧରା, ସଂସ୍କାର, ସ୍ୱାଭିମାନ, ଦେବୀ, କୁମ୍‌କୁମ୍‌, ଉଆଁସୀ କନ୍ୟା, ତୋ ପାଇଁ ମୁଁ ଆଦି ଧାରାବାହିକରେ କାର୍ଯ୍ୟ କରିଥିଲେ ।[୧]

ସେ ବାଲେଶର ଜିଲ୍ଲରେ ଜନ୍ମଗ୍ରହଣ କରିଥିଲେ । ୨୦୧୬ ମସିହାର ଡିସେମ୍ବର ୧୬ ତାରିଖରେ ସେ ସଞ୍ଜୟ ମହାପାତ୍ରଙ୍କୁ ବିବାହ କରିଥିଲେ ।

ଅଭିନୟ ଜୀବନ

ସେ ପ୍ରଥମେ ଦୂରଦର୍ଶନ ଓ ମଞ୍ଚରେ ଉପସ୍ଥାପନା କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଧାରାବାହିକରେ ଅଭିନୟ କରିଥିଲେ ।[୨] ଓଡ଼ିଆ ଧାରାବାହିକ ଜଗତରେ ଜଣେ ଖଳନାୟିକା ଭାବରେ ସେ ଜଣାଶୁଣା ଥିଲେ । ସେ ଡିଡି ଓଡ଼ିଆର ବସୁନ୍ଧରା, ଇଟିଭି ଓଡ଼ିଆର ସଂସ୍କାର, ଓଟିଭିର ଦେବୀ, ତରଙ୍ଗର ସ୍ୱାଭିମାନ,[୩] ଉଆଁସୀ କନ୍ୟା,[୪] କଲର୍ସ ଓଡ଼ିଆର କୁମ୍‌କୁମ୍ ଓ ଜୀ ସାର୍ଥକର ତୋ' ପାଇଁ ମୁଁ ଭଳି ଧାରାବାହିକ ଅଭିନୟ କରିଥିଲେ ।

ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଉଆଁସୀ କନ୍ୟାରେ ସେ ନିଭେଇଥିବା ଅଳକା ନାମକ ଖଳନାୟିକା ଚରିତ୍ର ପାଇଁ ଅନେକ ଲୋକପ୍ରିୟତା ସାଉଣ୍ଟିଥିଲେ ।[୫][୬] ଜୀ ସାର୍ଥକରେ ପ୍ରସାରିତ ଧାରାବାହିକ ତୋ' ପାଇଁ ମୁଁ ଥିଲା ତାଙ୍କ ଅଭିନୀତ ଶେଷ ଧାରାବାହିକ ।[୭][୮]

୨୦୦୮ ମସିହାରେ ସେ ଓଡ଼ିଅ କଥାଚିତ୍ର ସତ୍ୟମେବ ଜୟତେ ଜରିଆରେ ଓଡ଼ିଅ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ପରେ ଆରେ ସାଥୀ ଆ, ବ୍ଲାକ୍‌ମେଲ୍‌ ଭଳି କଥାଚିତ୍ରରେ ଅଭିନୟ କରିଥିଲେ ।

ଧାରାବାହିକ ଓ କଥାଚିତ୍ରରେ କାମ କରିବା ବ୍ୟତୀତ ସେ କିଛି ଓଡ଼ିଆ ଆଲ୍‌ବମ୍ ଗୀତରେ ମଧ୍ୟ ନୃତ୍ୟ କରିଥିଲେ ।[୯]

ଅଭିନୀତ କଥାଚିତ୍ର

ଚଳଚ୍ଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୮ସତ୍ୟମେବ ଜୟତେଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୯ଆ'ରେ ସାଥି ଆ
୨୦୧୮ବ୍ଲାକ୍‌ମେଲ୍

ଦୂରଦର୍ଶନ

କାର୍ଯ୍ୟକ୍ରମଚେନାଲଭୂମିକା
ବସୁନ୍ଧରାଡିଡି ଓଡ଼ିଆ
ସଂସ୍କାରଇଟିଭି ଓଡ଼ିଆ
ଦେବୀଓ ଟିଭି
ଉଆଁସୀ କନ୍ୟାତରଙ୍ଗ ଟିଭିଅଳକା
ସ୍ୱାଭିମାନତରଙ୍ଗ ଟିଭି
କୁମ୍‌କୁମ୍କଲର୍ସ ଓଡ଼ିଆ
ତୋ' ପାଇଁ ମୁଁଜୀ ସାର୍ଥକତାରା ପଟ୍ଟନାୟକ

ମୃତ୍ୟୁ

ରାଜେଶ୍ୱରୀ ୨୦୨୨ ମସିହାର ଜୁଲାଇ ୨୦ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।[୧୦][୧୧] ସେ ୨୦୧୯ ମସିହାରେ ଫୁସ୍‌ଫୁସ୍ ଓ ମସ୍ତିଷ୍କ କର୍କଟରେ ପୀଡ଼ିତ ହୋଇଥିଲେ ।[୧୨][୧୩][୧୪] ପ୍ରଥମ ଚିକିତ୍ସା ପୁରେ ସୁସ୍ଥ ହୋଇ ପୁଣିଥରେ ଅଭିନୟ କରୁଥିଲେ, ମାତ୍ର ବାଲେଶ୍ୱରରେ ଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ।[୧୫] ମୃତ୍ୟୁବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା ।[୧୬]

ଆଧାର

  1.  Nayak, Subhashree (21 July 2022). "ରାଜେଶ୍ୱରୀ ରାୟ ମହାପାତ୍ରଙ୍କୁ ଝୁରିବ ଟେଲି ଜଗତ"OdishaLIVEArchived from the original on 21 July 2022. Retrieved 21 July 2022.
  2.  "Popular Odia actress Rajeshwari passes away"Argus News (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
  3.  Das, Haraprasad (21 July 2022). "Odia tele actress Rajeswari Ray Mohapatra passes away"Pragativadi (in English). Bhubaneswar. Archived from the original on 21 July 2022. Retrieved 21 July 2022.
  4.  Ranjan, Rashmi (21 July 2022). "Eminent Odia tele actress Rajeswari Ray Mohapatra no more"OTV News (in English). Bhubaneswar. Archived from the original on 21 July 2022. Retrieved 21 July 2022.
  5.  Pattnaik, Sagarika (21 July 2022). "ପରଲୋକରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ - Dharitri"ଧରିତ୍ରୀ (in ଓଡ଼ିଆ). ଭୁବନେଶ୍ୱର: ଧରିତ୍ରୀ ଓଡ଼ିଆ ପୋର୍ଟାଲ୍. Archived from the original on 21 July 2022. Retrieved 21 July 2022.
  6.  "ସିନେ ଜଗତକୁ ଝଟ୍‌କା, ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କ ପରଲୋକ"ETV Bharat News. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
  7.  "Odisha TV Actor Rajeswari Ray Mahapatra Passes Away"odishabytes. Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
  8.  Dash, Chinmayee (21 July 2022). "Odia television actress Rajeswari Ray Mahapatra no more"Sambad English (in English). Bhubaneswar: sambadenglish.com. Archived from the original on 21 July 2022. Retrieved 21 July 2022.
  9.  "ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ, କ୍ୟାନସରରେ ଥିଲେ ପୀଡିତ"Prameyanews7. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
  10.  "Popular Odia tele actress Rajeswari Ray Mohapatra passes away"Prameya English (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
  11.  SAHOO, RAJALAXMI (21 July 2022). "ପରଲୋକରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ"ଓ ଟିଭି. ଓ ଟିଭି ଖବର. Archived from the original on 21 July 2022. Retrieved 21 July 2022.
  12.  "Odia tele actress Rajeswari Ray Mohapatra passes away"KalingaTV (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
  13.  Routray, Rituparna (21 July 2022). "ଆଉନାହାନ୍ତି ଅଭିନେତ୍ରୀ ରାଜେଶ୍ୱରୀ ରାୟ : ଟେଲି ଓ ଓଲିଉଡ୍ ଜଗତରେ ଶୋକର ଛାୟା | Kanak News"କନକ ନ୍ୟୁଜ୍Archived from the original on 21 July 2022. Retrieved 21 July 2022.
  14.  "ପରପାରିରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ"Zee ଓଡ଼ିଶା News. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
  15.  WCW 4 (2022-07-21). "ଜୀବନ ଯୁଦ୍ଧରେ ହାରିଗଲେ କ୍ଯାନସର ସରଭାଇଭର ରାଜେଶ୍ୱରୀ"KNews Odisha (in ଇଂରାଜୀ). Archived from the original on 21 July 2022. Retrieved 2022-07-21.
  16.  "ଅଫେରା ରାଇଜରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ"ସମାଜ. ଭୁବନେଶ୍ୱର: Samaja Live. 21 July 2022. Archived from the original on 21 July 2022. Retrieved 21 July 2022.