Showing posts with label ଓଡ଼ିଆ ଦୂରଦର୍ଶନ ଉପସ୍ଥାପିକା. Show all posts
Showing posts with label ଓଡ଼ିଆ ଦୂରଦର୍ଶନ ଉପସ୍ଥାପିକା. Show all posts

ଗୁନ୍‌ଗୁନ୍ (Gungun)

ଗୁନ୍‌ଗୁନ୍
Odia Actress Gungun Jena
ଜନ୍ମ ଓ ଜନ୍ମସ୍ଥାନ୨୨ ଜୁଲାଇ
ପୁରୀଓଡ଼ିଶାଭାରତ
ଜୀବିକାଉପସ୍ଥାପିକା
ଅଭିନେତ୍ରୀ
କାର୍ଯ୍ୟକାଳ୨୦୦୯ରୁ-ଏବେଯାଏଁ
ଗୁନ୍‌ଗୁନ୍‌ (Gungun) ଜଣେ ଓଡ଼ିଆ ଅଭିନେତ୍ରୀ ଏବଂ ଉପସ୍ଥାପିକା । ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଓମ୍ ଶାନ୍ତି ଓମ୍‌ରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ଗୁନ୍‌ଗୁନ୍ । ସେ ସାକ୍ଷୀ ରହିଲା ଏ ସିଂହଦୁଆର ଚଳଚ୍ଚିତ୍ରରେ ପ୍ରଥମ କରି ନାୟିକା ଭାବରେ ଅଭିନୟ କରିଥିଲେ । ପରେ ପରେ ପୁପିନ୍ଦର ସିଂଙ୍କ ସ‌ହ କିଛି ଖଟା କିଛି ମିଠାରେ ସେ ମଧ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।
ଗୁନ୍‌ଗୁନ୍ ଜଣେ ଉପସ୍ଥାପିକା ଭାବରେ ଅନେକ ସ୍ଥାନରେ କାମ କରିଛନ୍ତି । ଗୁନ୍‌ଗୁନ୍‌ଙ୍କର ମାଆ ଆକାଶବାଣୀରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କଠାରୁ ଉତ୍ସାହିତ ହୋଇ ଗୁନ୍‌ଗୁନ୍ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ସିଧାପ୍ରସାରଣ କାର୍ଯ୍ୟକ୍ରମ ଫୋନ୍ ଇନ୍‌ରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ଏହି ସ‌ହିତ ସେ ଦୂରଦର୍ଶନର ଅନେକ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମାଲାମାଲ୍ ଏକ୍ସପ୍ରେସ୍‌ର ୨ୟ ଏବଂ ୩ୟ ସଂସ୍କରଣରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି ।

ଅଭିନୟ ଜୀବନ

୨୦୦୪ରେ ଓମ ଶାନ୍ତି ଓମ ଚଳଚ୍ଚିତ୍ରରେ ଗୁନ୍‌ଗୁନ୍ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ସାଖି ରହିଲା ଏ ସିଂହଦୁଆରରେ ପ୍ରଥମ କରି ନାୟିକା ହେବାର ସୁଯୋଗ ପାଇଥିଲେ ଗୁନ୍‌ଗୁନ୍ । ପରେ ପରେ ସେ ପୁପିନ୍ଦରଙ୍କ ସ‌ହ କିଛି ଖଟା କିଛି ମିଠାରେ ମଧ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।

ଉପସ୍ଥାପିକା

ଗୁନ୍‌ଗୁନ୍ ତାଙ୍କର ମାଅଙ୍କୁ ଅନୁସରଣ କରି ଜଣେ ଉପସ୍ଥାପିକା ହେବାର ସ୍ୱପ୍ନ ଦେଖିଥିଲେ । ସେ ଆକାଶବାଣୀରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ପରେ ପରେ ସେ ଦୂରଦର୍ଶନରେ ଏବଂ କିଛି ମଞ୍ଚରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଇଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଫୁଲ ବୋବାଲରେ ପୁପିନ୍ଦରଙ୍କ ସ‌ହ ଗୁନ୍‌ଗୁନ୍ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ରବିବାରର ସକାଳ ୯ଟାରେ ଇ ଟିଭିରେ ପ୍ରସାରିତ ସିଧାପ୍ରସାରିତ କାର୍ଯ୍ୟକ୍ରମ ଫୋନ ଇନ୍‌ରେ ଗୁନ୍‌ଗୁନ୍ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ପରେ ପରେ ସେ ବିଭିନ୍ନ ପୁରସ୍କାର ବିତରଣ ସମାରୋହରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି । ତରଙ୍ଗରେ ପ୍ରସାରିତ ମାଲାମାଲ୍ ଏକ୍ସପ୍ରେସ୍‌ର ୨ୟ ଏବଂ ୩ୟ ସଂସ୍କରଣରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ଗୁନ‌ରଙଗୁନ୍ । ଓ ଟିଭିରେ ପ୍ରସାରିତ 'ଗପସପ କାର୍ଯ୍ୟକ୍ରମରେ ସେ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଛନ୍ତି ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୪ଓମ ଶାନ୍ତି ଓମଶିଶୁକଳାକାର ଭାବରେ ପ୍ରଥମ ଅଭିନୟ ଆରମ୍ଭ
୨୦୦୪ସାକ୍ଷୀ ରହିଲା ଏ ସିଂହଦୁଆର
୨୦୧୧କିଛି ଖଟା କିଛି ମିଠା

ଉପସ୍ଥାପିକା

କାର୍ଯ୍ୟକ୍ରମଦୂରଦର୍ଶନ
ଫୋନ ଇନ୍ଇ ଟିଭି ଓଡ଼ିଆ
ଗପସପ with Gungunଓ ଟିଭି
ମାଲାମାଲ୍ ଏକ୍ସ‌ପ୍ରେସ୍ -୧ତରଙ୍ଗ ଟିଭି
ମାଲାମାଲ୍ ଏକ୍ସ‌ପ୍ରେସ୍ -୨ତରଙ୍ଗ ଟିଭି
ମାଲାମାଲ୍ ଏକ୍ସ‌ପ୍ରେସ୍ -୩ତରଙ୍ଗ ଟିଭି
ଫୁଲ୍ ବୋବାଲ୍ଇ ଟିଭି
ଡ୍ୟାନ୍ସିଙ୍ଗ ଷ୍ଟାର - ୧ (ଫାଇନାଲ ଏପିସୋଡ୍)ଇ ଟିଭି

ଆଧାର

  1. ଉପରକୁ ଯାଆନ୍ତୁ"Gungun Oriya Actress". IncredibleOrissa. Retrieved 9 March 2017.
  2. ଏହି ଯାଏ ଉପରକୁ ଯାଆନ୍ତୁ:"Focus Odisha: Celebrity Live - Oriya Anchor | Gungun". Focus Odisha. Apr 15, 2015. Retrieved 9 March 2017.
  3. ଉପରକୁ ଯାଆନ୍ତୁ"Oriya Actress GunGun". OdiaWeb.in. Retrieved 9 March 2017.

ପିଙ୍କି ପ୍ରିୟଦର୍ଶିନୀ

ପିଙ୍କି ପ୍ରିୟଦର୍ଶିନୀ
Related image
ଜନ୍ମ ଓ ଜନ୍ମସ୍ଥାନପିଙ୍କି ପ୍ରିୟଦର୍ଶିନୀ
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୨ରୁ-ଏବେଯାଏଁ
ପିଙ୍କି ପ୍ରିୟଦର୍ଶିନୀ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ୨୦୧୨ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ ଜରିଆରେ ତାଙ୍କର କଥାଚିତ୍ର ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ଦୂରଦର୍ଶନରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ପଙ୍କି କଥାଚିତ୍ରରେ ଅଭିନୟ କରିବା ପୂର୍ବରୁ ଫୋନ୍ ଇନ୍, ଆପଣଙ୍କ ସ‌ହ, ରଙ୍ଗିନ ଦୁନିଆ ଆଦି ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।

ଅଭିନୟ ଜୀବନ

୨୦୧୨ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ପିଙ୍କି ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ଅଭିନେତା ଶୁଭାଶିଷ ଶର୍ମା ମଧ୍ୟ ନାୟକ ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଶୁଭାଶିଷ ପୂର୍ବରୁ ଓଡ଼ିଆ କଥାଚିତ୍ର ଜଗତରେ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମିହିର ଦାସପୁଷ୍ପା ପଣ୍ଡାସଲିଲ ମିତ୍ରପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୧୪ ମସିହାରେ ପିଙ୍କି ଓଡ଼ିଆ କଥାଚିତ୍ର ଖାସ୍ ତୁମରି ପାଇଁରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଦୁଷ୍ମନ୍ତ ପଣ୍ଡା ନାୟକ ଭୂମିକରେ ଅଭିନୟ କରିଥିଲେ ଏବଂ ଦେବଯାନୀ ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ଜର୍ଜ ତିଆଡ଼ି, ଦେବୁ ବୋଷ, ଦେବୁ ବ୍ରହ୍ମା, ଦେବୀ ବାରିକ, ମାମାଲି ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସୁଶାନ୍ତ ରଥ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
୨୦୧୩ ମସିହାରେ ସପନର ନାୟିକା କଥାଚିତ୍ରରେ ପିଙ୍କି ଦୀପକ ବାରିକଙ୍କ ସ‌ହ ଅଭିନୟ କରିଥିଲେ । ରାଜ୍ ପ୍ରଦୀପ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଦୈତାରି ପଣ୍ଡାମନୋଜ ମିଶ୍ରଶ୍ରୀତମ ଦାସଲରେନ୍ସ ବେହେରା, ଚିନ୍ମୟୀ ପ୍ରିୟଦର୍ଶିନୀ, ଗୁଡ୍ଡୁ, ବାଦଲ ମହାନ୍ତି, ଅନନ୍ତ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୧୫ ମସିହାରେ ପିଙ୍କି ଓଡ଼ିଆ କଥାଚିତ୍ର ଲେଖିଚି ନାଁ ତୋରରେ ନାୟକ ସମ୍ବିତ ଆଚାର୍ଯ୍ୟଙ୍କ ସ‌ହ ଅଭିନୟ କରିଥିଲେ । ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । କେକେ, ହରିହର ମହାପାତ୍ରପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୧୬ ମସିହାରେ ଆସିଲୁ ଯେବେ ତୁ ଯାଆନା ଫେରି ଚଳଚ୍ଚିତ୍ରରେ ଦୀପକ ବାରିକଙ୍କ ସ‌ହ ଅଭିନୟ କରିଥିଲେ । ନିର୍ଦ୍ଦେଶକ ବାବୁଦା ଏବଂ ଦିପୁନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ପୀୟୁଷ, କୁନା ତ୍ରିପାଠୀ, ଅସୀତ ପତି, ଜୀବନ ପଣ୍ଡା, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୨ତୁ ମୋ ଆରମ୍ଭ ତୁ ମୋ ଶେଷପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୩ସପନର ନାୟିକା
୨୦୧୪ଖାସ୍ ତୁମରି ପାଇଁ
୨୦୧୫ଲେଖିଚି ନାଁ ତୋର
୨୦୧୬ଆସିଲୁ ଯେବେ ତୁ ଯାଆନା ଫେରି

ଦୂରଦର୍ଶନ

  • ଫୋନ୍ ଇନ୍
  • ଆପଣଙ୍କ ସ‌ହ
  • ରଙ୍ଗିନ ଦୁନିଆ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"PINKY ORIYA ACTRESS". Incredible Orissa. 11 April 2012. Retrieved 28 March 2018.
  2. ଉପରକୁ ଯାଆନ୍ତୁmovies.fullorissa.com: Tu Mo Armbha Tu Mo Sesha Oriya Film
  3. ଉପରକୁ ଯାଆନ୍ତୁ"ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". ସମ୍ବାଦ. 26 August 2017. Retrieved 6 September 2017.
  4. ଉପରକୁ ଯାଆନ୍ତୁ"ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Retrieved 6 September 2017.
  5. ଉପରକୁ ଯାଆନ୍ତୁପାଣିଗ୍ରାହୀ, ସତ୍ୟ (2 October 2011). "ଫିଲ୍ମ ରେଡି, ହଲ୍ କାହିଁ!". ଦ ସନ୍‌ଡେ ଇଣ୍ଡିଆନ. Retrieved 6 September 2017.
  6. ଉପରକୁ ଯାଆନ୍ତୁ"Khaas Tumari Paain ( ଖାସ୍ ତୁମରି ପାଇଁ )". Odisha File. Retrieved 6 September 2017.
  7. ଉପରକୁ ଯାଆନ୍ତୁ"ଓଲିଉଡର ତିନି ଟପ୍‌ ନାୟିକାଙ୍କ ନାୟକ ହୋଇଛନ୍ତି ଦୁଷ୍ମନ୍ତ". ସମ୍ୱାଦ. 25 July 2017. Retrieved 6 September 2017.
  8. ଉପରକୁ ଯାଆନ୍ତୁ"ଦେବଯାନୀଙ୍କ ନୂଆ ଓଡ଼ିଆ ସିନେମା “ଅଜାତଶତ୍ରୁ” ଖୁବ ଶୀଘ୍ର ପରଦାକୁ ଆସୁଛି". E News ଓଡ଼ିଆ. 12 July 2017. Retrieved 6 September 2017.
  9. ଉପରକୁ ଯାଆନ୍ତୁ"Khaas Tumari Paain". OdiaHits.com. Retrieved 6 September2017.
  10. ଉପରକୁ ଯାଆନ୍ତୁ"ଓଲିଉଡ ନାୟକ ଦୀପକଙ୍କ ଅପେକ୍ଷା !". sambad.in. 28 August 2017. Retrieved 21 October 2017.
  11. ଉପରକୁ ଯାଆନ୍ତୁ"ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". sambad.in. 26 August 2017. Retrieved 21 October 2017.
  12. ଉପରକୁ ଯାଆନ୍ତୁ"Sapanara Nayika". NewOdisha.in. 19 Feberuary 2013. Retrieved 21 October 2017.
  13. ଉପରକୁ ଯାଆନ୍ତୁ"Sapanara Nayika new Oriya Film". Incredible Orissa. 23 January 2013. Retrieved 21 October 2017.
  14. ଉପରକୁ ଯାଆନ୍ତୁMOHAPATRA, MRUDU M. (4 March 2013). "Sapanara Nayika 1st Look". odia live. Retrieved 21 October 2017.
  15. ଉପରକୁ ଯାଆନ୍ତୁ"‘ଛାତି ତଳେ ଡିଂ ଡଙ୍ଗ୍‌’ରେ ସମ୍ବିତ୍‌". ସମ୍ବାଦ. 22 September 2016. Retrieved 20 August 2017.
  16. ଉପରକୁ ଯାଆନ୍ତୁMohapatra, Mrudu M. (2 April 2015). "Lekhichi naa Tora Odia film cast and crew". Odia Live. Retrieved 20 August 2017.
  17. ଉପରକୁ ଯାଆନ୍ତୁ"Lekhichi Naa Tora (ଲେଖିଛି ନାଁ ତୋର) - 2015 Romantic Odia Film". ଓଡ଼ିଆପୋର୍ଟଲ.ଇନ୍. Retrieved 20 August 2017.
  18. ଉପରକୁ ଯାଆନ୍ତୁMohapatra, Mrudu M. (1 April 2015). "Lekhichi na Tora Odia Film". Odia Live. Retrieved 20 August 2017.
  19. ଉପରକୁ ଯାଆନ୍ତୁମିଶ୍ର, ରୋଜାଲିନ (29 December 2015). "ଓଲିଉଡ୍ @୨୦୧୫". Odisha Reporter. Retrieved 20 August 2017.
  20. ଉପରକୁ ଯାଆନ୍ତୁ"ପରଦାକୁ ଫେରିଲେ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 26 September 2016. Retrieved 22 July 2017.
  21. ଉପରକୁ ଯାଆନ୍ତୁ"ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Retrieved 22 July 2017.
  22. ଉପରକୁ ଯାଆନ୍ତୁ"ଷୋହଳର ଛାପ : ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ଓଲିଉଡ୍‌ରେ କ୍ୟାରିଅର୍‌ର ଶୁଭାରମ୍ଭ କରିଛନ୍ତି". ସମ୍ବାଦ. 30 December 2016. Retrieved 22 July 2017.
  23. ଉପରକୁ ଯାଆନ୍ତୁ"Aasilu Jebe Tu Jaana Pheri". Odia Movie Database. Retrieved 22 July 2017.

ବାହାର ଆଧାର

ପୁପୁଲ ଭୂୟାଁ

ପୁପୁଲ ଭୂୟାଁ
Odia Actress Pupul Bhuyan (ପୁପୁଲ ଭୂୟାଁ)
ଜନ୍ମ ତାରିଖ
ଜନ୍ମ ନାମ
ଜନ୍ମସ୍ଥାନ
୨୩ ଫେବୃଆରୀ ୧୯୯୨
ପାୟଲ ଭୂୟାଁ

ସଇଁକୁଳ, କେଉଁଝର
ଜୀବିକା(ଓଡ଼ିଆ) ଅଭିନେତ୍ରୀ, ଉପସ୍ଥାପିକା
କାର୍ଯ୍ୟକାଳ୨୦୧୩ରୁ-ଏବେଯାଏଁ
ପୁପୁଲ ଭୂୟାଁ (Pupul Bhuyan) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର କାଉଁରୀ କନ୍ୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ପୁପୁଲ ଓଡ଼ିଆ ଦୂରଦର୍ଶନ ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ୨୦୧୮ ମସିହାରେ ସେ ଅପେରା ମିସେସ୍ ଇଣ୍ଡିଆ ପ୍ରତିଯୋଗୀତାରେ ବିଜୟୀନି ହୋଇଥିଲେ ।

ପ୍ରାରମ୍ଭିକ ଜୀବନ

ପୁପୁଲ ୧୯୯୨ ମସିହାର ଫେବୃଆରୀ ୨୩ ତାରିଖରେ କେନ୍ଦୁଝର ଜିଲ୍ଲାର ସଇଁକୁଳଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭୁବନେଶ୍ୱର ସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜରୁ ସ୍ଥାତନ କରିଥିଲେ ।

ଅଭିନୟ ଜୀବନ

ପୁପୁଲ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ସୋମ୍ୟ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ ପ୍ରଥମ ଓଡ଼ିଆ 3D ଚଳଚ୍ଚିତ୍ର କାଉଁରୀ କନ୍ୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟିକା ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ର ପାଇଁ ତାଙ୍କୁ ରୂପନଗରୀ ମାୟାନଗରୀ ପୁରସ୍କାର ଉତ୍ସବ ଏବଂ ସୋ ଟାଇମ୍ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।
ପୁପୁଲ ଓଡ଼ିଆ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଓ ଟିଭିର ଇ-ନ୍ୟୁଜ୍, ଏ-ଗସିପ୍, ଟେଲି ଟ୍ରାଭେଲ୍ ଆଦି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିଲେ । ସେ ଏମ୍.ବି.ସି ଟିଭିରେ ଦ ରିଭ୍ୟୁ ସୋ, ତରଙ୍ଗ ଟିଭିରେ ଆମ ରୋଷେଇ ଘର, ଜିତ ଓଡ଼ିଶା ଜିତ, ଇ ଟିଭି ଓଡ଼ିଆରେ ଆପଣଙ୍କ ପସନ୍ଦ, ସାର୍ଥକ ଟିଭିରେ ସ୍ୱର ଓଡ଼ିଶାର, ମୁଁ ବି ହିରୋଇନ ହେବି, ସରେଗାମାପା ଲିଟିଲ୍ ଚାମ୍ପସ୍ ଆଦି କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।
ପୁପୁଲଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ଅନୁଭବ- ଏ ଲଭର୍‌ବୟର ନିର୍ମାଣ ଚାଲିଛି । ଏଥିରେ ପୁପୁଲଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ସୂରଜ କୁମାର । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ସରୋଜ ବାରିକ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୩କାଉଁରୀ କନ୍ୟାପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୫ଭଲ ପାଏ ତତେ ଶହେରୁ ୧୦୦
୨୦୧୮ବ୍ଲାକ୍‍‍ମେଲ୍
୨୦୨୨ବିଦ୍ୟାରଣ
-ଅନୁଭବ- ଏ ଲଭର୍‌ବୟସୁଟିଂ ଚାଲିଛି
-ନିୟତିସୁଟିଂ ଚାଲିଛି
-ତୁ ମୋ କମଜୋରିସୁଟିଂ ଚାଲିଛି
-ଡେଲିଭରି ବୟସୁଟିଂ ଚାଲିଛି
-ଅଜାତିସୁଟିଂ ଚାଲିଛି

ଦୂରଦର୍ଶନ ଉପସ୍ଥାପିକା

କାର୍ଯ୍ୟକ୍ରମଚେନାଲମନ୍ତବ୍ୟ
ଇ-ନ୍ୟୁଜ୍ଓ ଟିଭି
ଏ-ଗସିପ୍ଓ ଟିଭି
‌ ଟେଲି ଟ୍ରାଭେଲ୍ଓ ଟିଭି
ଦ ରିଭ୍ୟୁ ସୋଏମ୍.ବି.ସି ଟିଭି
ଆମ ରୋଷେଇ ଘରତରଙ୍ଗ ଟିଭି
ଜିତ ଓଡ଼ିଶା ଜିତତରଙ୍ଗ ଟିଭି
ଆପଣଙ୍କ ପସନ୍ଦଇ ଟିଭି ଓଡ଼ିଆ
ସ୍ୱର ଓଡ଼ିଶାରସାର୍ଥକ ଟିଭି
ମୁଁ ବି ହିରୋଇନ ହେବିସାର୍ଥକ ଟିଭି
ସରେଗାମାପା ଲିଟିଲ୍ ଚାମ୍ପସ୍ସାର୍ଥକ ଟିଭି

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଛୋଟ ପରଦାରେ ଉପସ୍ଥାପିକା , ହେଲେ ବଡ଼ ପରଦାରେ ନାୟିକା". sambad.in. 7 March 2018. Retrieved 13 March 2018.
  2. ଉପରକୁ ଯାଆନ୍ତୁ"Kaunri Kanya 3D Oriya Horror Film". Incredible Orissa.
  3. ଏହି ଯାଏ ଉପରକୁ ଯାଆନ୍ତୁ:"ଛୋଟ ପରଦାରେ ଉପସ୍ଥାପିକା , ହେଲେ ବଡ଼ ପରଦାରେ ନାୟିକା". ସମ୍ବାଦ. 7 March 2018. Retrieved 13 March 2018.
  4. ଉପରକୁ ଯାଆନ୍ତୁ"ଅନୁଭବ A Lover BOy". Odia Zamana. 9 March 2018. Retrieved 13 March 2018.

ବାହାର ଆଧାର