ପିଙ୍କି ପ୍ରିୟଦର୍ଶିନୀ
ପିଙ୍କି ପ୍ରିୟଦର୍ଶିନୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପିଙ୍କି ପ୍ରିୟଦର୍ଶିନୀ ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୧୨ରୁ-ଏବେଯାଏଁ |
ପିଙ୍କି ପ୍ରିୟଦର୍ଶିନୀ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ୨୦୧୨ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ ଜରିଆରେ ତାଙ୍କର କଥାଚିତ୍ର ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ଦୂରଦର୍ଶନରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
ପଙ୍କି କଥାଚିତ୍ରରେ ଅଭିନୟ କରିବା ପୂର୍ବରୁ ଫୋନ୍ ଇନ୍, ଆପଣଙ୍କ ସହ, ରଙ୍ଗିନ ଦୁନିଆ ଆଦି ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।
ଅଭିନୟ ଜୀବନ
୨୦୧୨ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ପିଙ୍କି ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ଅଭିନେତା ଶୁଭାଶିଷ ଶର୍ମା ମଧ୍ୟ ନାୟକ ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଶୁଭାଶିଷ ପୂର୍ବରୁ ଓଡ଼ିଆ କଥାଚିତ୍ର ଜଗତରେ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମିହିର ଦାସ, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୧୪ ମସିହାରେ ପିଙ୍କି ଓଡ଼ିଆ କଥାଚିତ୍ର ଖାସ୍ ତୁମରି ପାଇଁରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଦୁଷ୍ମନ୍ତ ପଣ୍ଡା ନାୟକ ଭୂମିକରେ ଅଭିନୟ କରିଥିଲେ ଏବଂ ଦେବଯାନୀ ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ଜର୍ଜ ତିଆଡ଼ି, ଦେବୁ ବୋଷ, ଦେବୁ ବ୍ରହ୍ମା, ଦେବୀ ବାରିକ, ମାମାଲି ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସୁଶାନ୍ତ ରଥ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
୨୦୧୩ ମସିହାରେ ସପନର ନାୟିକା କଥାଚିତ୍ରରେ ପିଙ୍କି ଦୀପକ ବାରିକଙ୍କ ସହ ଅଭିନୟ କରିଥିଲେ । ରାଜ୍ ପ୍ରଦୀପ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଦୈତାରି ପଣ୍ଡା, ମନୋଜ ମିଶ୍ର, ଶ୍ରୀତମ ଦାସ, ଲରେନ୍ସ ବେହେରା, ଚିନ୍ମୟୀ ପ୍ରିୟଦର୍ଶିନୀ, ଗୁଡ୍ଡୁ, ବାଦଲ ମହାନ୍ତି, ଅନନ୍ତ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୧୫ ମସିହାରେ ପିଙ୍କି ଓଡ଼ିଆ କଥାଚିତ୍ର ଲେଖିଚି ନାଁ ତୋରରେ ନାୟକ ସମ୍ବିତ ଆଚାର୍ଯ୍ୟଙ୍କ ସହ ଅଭିନୟ କରିଥିଲେ । ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । କେକେ, ହରିହର ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୧୬ ମସିହାରେ ଆସିଲୁ ଯେବେ ତୁ ଯାଆନା ଫେରି ଚଳଚ୍ଚିତ୍ରରେ ଦୀପକ ବାରିକଙ୍କ ସହ ଅଭିନୟ କରିଥିଲେ । ନିର୍ଦ୍ଦେଶକ ବାବୁଦା ଏବଂ ଦିପୁନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ପୀୟୁଷ, କୁନା ତ୍ରିପାଠୀ, ଅସୀତ ପତି, ଜୀବନ ପଣ୍ଡା, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୨ | ତୁ ମୋ ଆରମ୍ଭ ତୁ ମୋ ଶେଷ | ପ୍ରଥମ ଓଡ଼ିଆ କଥାଚିତ୍ର | |
୨୦୧୩ | ସପନର ନାୟିକା | ||
୨୦୧୪ | ଖାସ୍ ତୁମରି ପାଇଁ | ||
୨୦୧୫ | ଲେଖିଚି ନାଁ ତୋର | ||
୨୦୧୬ | ଆସିଲୁ ଯେବେ ତୁ ଯାଆନା ଫେରି |
ଦୂରଦର୍ଶନ
- ଫୋନ୍ ଇନ୍
- ଆପଣଙ୍କ ସହ
- ରଙ୍ଗିନ ଦୁନିଆ
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"PINKY ORIYA ACTRESS". Incredible Orissa. 11 April 2012. Retrieved 28 March 2018.
- ଉପରକୁ ଯାଆନ୍ତୁmovies.fullorissa.com: Tu Mo Armbha Tu Mo Sesha Oriya Film
- ଉପରକୁ ଯାଆନ୍ତୁ"ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". ସମ୍ବାଦ. 26 August 2017. Retrieved 6 September 2017.
- ଉପରକୁ ଯାଆନ୍ତୁ"ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Retrieved 6 September 2017.
- ଉପରକୁ ଯାଆନ୍ତୁପାଣିଗ୍ରାହୀ, ସତ୍ୟ (2 October 2011). "ଫିଲ୍ମ ରେଡି, ହଲ୍ କାହିଁ!". ଦ ସନ୍ଡେ ଇଣ୍ଡିଆନ. Retrieved 6 September 2017.
- ଉପରକୁ ଯାଆନ୍ତୁ"Khaas Tumari Paain ( ଖାସ୍ ତୁମରି ପାଇଁ )". Odisha File. Retrieved 6 September 2017.
- ଉପରକୁ ଯାଆନ୍ତୁ"ଓଲିଉଡର ତିନି ଟପ୍ ନାୟିକାଙ୍କ ନାୟକ ହୋଇଛନ୍ତି ଦୁଷ୍ମନ୍ତ". ସମ୍ୱାଦ. 25 July 2017. Retrieved 6 September 2017.
- ଉପରକୁ ଯାଆନ୍ତୁ"ଦେବଯାନୀଙ୍କ ନୂଆ ଓଡ଼ିଆ ସିନେମା “ଅଜାତଶତ୍ରୁ” ଖୁବ ଶୀଘ୍ର ପରଦାକୁ ଆସୁଛି". E News ଓଡ଼ିଆ. 12 July 2017. Retrieved 6 September 2017.
- ଉପରକୁ ଯାଆନ୍ତୁ"Khaas Tumari Paain". OdiaHits.com. Retrieved 6 September2017.
- ଉପରକୁ ଯାଆନ୍ତୁ"ଓଲିଉଡ ନାୟକ ଦୀପକଙ୍କ ଅପେକ୍ଷା !". sambad.in. 28 August 2017. Retrieved 21 October 2017.
- ଉପରକୁ ଯାଆନ୍ତୁ"ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". sambad.in. 26 August 2017. Retrieved 21 October 2017.
- ଉପରକୁ ଯାଆନ୍ତୁ"Sapanara Nayika". NewOdisha.in. 19 Feberuary 2013. Retrieved 21 October 2017.
- ଉପରକୁ ଯାଆନ୍ତୁ"Sapanara Nayika new Oriya Film". Incredible Orissa. 23 January 2013. Retrieved 21 October 2017.
- ଉପରକୁ ଯାଆନ୍ତୁMOHAPATRA, MRUDU M. (4 March 2013). "Sapanara Nayika 1st Look". odia live. Retrieved 21 October 2017.
- ଉପରକୁ ଯାଆନ୍ତୁ"‘ଛାତି ତଳେ ଡିଂ ଡଙ୍ଗ୍’ରେ ସମ୍ବିତ୍". ସମ୍ବାଦ. 22 September 2016. Retrieved 20 August 2017.
- ଉପରକୁ ଯାଆନ୍ତୁMohapatra, Mrudu M. (2 April 2015). "Lekhichi naa Tora Odia film cast and crew". Odia Live. Retrieved 20 August 2017.
- ଉପରକୁ ଯାଆନ୍ତୁ"Lekhichi Naa Tora (ଲେଖିଛି ନାଁ ତୋର) - 2015 Romantic Odia Film". ଓଡ଼ିଆପୋର୍ଟଲ.ଇନ୍. Retrieved 20 August 2017.
- ଉପରକୁ ଯାଆନ୍ତୁMohapatra, Mrudu M. (1 April 2015). "Lekhichi na Tora Odia Film". Odia Live. Retrieved 20 August 2017.
- ଉପରକୁ ଯାଆନ୍ତୁମିଶ୍ର, ରୋଜାଲିନ (29 December 2015). "ଓଲିଉଡ୍ @୨୦୧୫". Odisha Reporter. Retrieved 20 August 2017.
- ଉପରକୁ ଯାଆନ୍ତୁ"ପରଦାକୁ ଫେରିଲେ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 26 September 2016. Retrieved 22 July 2017.
- ଉପରକୁ ଯାଆନ୍ତୁ"ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Retrieved 22 July 2017.
- ଉପରକୁ ଯାଆନ୍ତୁ"ଷୋହଳର ଛାପ : ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ଓଲିଉଡ୍ରେ କ୍ୟାରିଅର୍ର ଶୁଭାରମ୍ଭ କରିଛନ୍ତି". ସମ୍ବାଦ. 30 December 2016. Retrieved 22 July 2017.
- ଉପରକୁ ଯାଆନ୍ତୁ"Aasilu Jebe Tu Jaana Pheri". Odia Movie Database. Retrieved 22 July 2017.
ବାହାର ଆଧାର
- ପିଙ୍କି ପ୍ରିୟଦର୍ଶିନୀ (ଇଣ୍ଟରନେଟ ମୁଭି ଡାଟାବେସରେ)