ନିକିତା ପରିଜା

ନିକିତା ପରିଜା
Image result for acp nikita
ଜନ୍ମ ଓ ଜନ୍ମସ୍ଥାନନିକିତା ପରିଜା
କଟକଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୦୫ରୁ-ଏବେଯାଏଁ
ବାପା ମାହିମାଂଶୁ ପରିଜା (ବାପା)
ରୁନୁ ପରିଜା (ମାଆ)
ନିକିତା ପରିଜା, ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆଖିର ତାରା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।ଏହାପରେ ସେ କିଛି ଓଡ଼ିଆ କଥାଚିତ୍ରରେ ନାୟିକ ଏବଂ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ନିକିତା ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର

ନିକିତା ଓଡ଼ିଆ କଥାଚିତ୍ର ଜଗତର ଜନାଶୁଣା ନିର୍ଦ୍ଦେଶକ ହିମାଂଶୁ ପରିଜା ଏବଂ ଲୋକପ୍ରିୟ ଅଭିନେତ୍ରୀ ରୁନୁ ପରିଜାଙ୍କ ଝିଅ ।

ଅଭିନୟ ଜୀବନ

କଥାଚିତ୍ର

ନିକିତା ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ତୁ ମୋ ଆଖିର ତାରା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ନିକିତା ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଏହି କଥାଚିତ୍ରଟିରେ ସିଦ୍ଧାନ୍ତ ମହାପାତ୍ରବିଜୟ ମହାନ୍ତିକୁନା ତ୍ରିପାଠୀପପୁ ପମ ପମଆଦି କଳାକାରମାନେ ଅଭିନୟ କରିଥିଲେ ।
ଏହାପରେ ନିକିତା ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ଚୋରି ଚୋରି ମନ ଚୋରିରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ନିକିତାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର । ରାଜୀବ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିରେ ମିହିର ଦାସ, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତିଜୀବନ ପଣ୍ଡାମୀନକେତନ, ଭଗବାନ, ପୁଷ୍ପା ପଣ୍ଡାପିଣ୍ଟୁ ନନ୍ଦ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୨ରେ ନିକିତା ଓଡ଼ିଆ କଥାଚିତ୍ର ମୁଁରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିଶିକାନ୍ତ ଦଳବେହେରା । ଏହି କଥାଚିତ୍ରଟିରେ ସୁମନ, ମିହିର ଦାସ, ରୋମି, ରଫି, ପ୍ରଜ୍ଞା, ବୀଣା ମହାପାତ୍ର, ରବି ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବିଭୂତି ତ୍ରିପାଠୀ, ଦେବୀ ବାରିକ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୩ରେ ନିକିତା ମିତ ବସିଛି ମୁଁ ଭୂତ ସାଥିରେ କଥାଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଆକାଶ ଦାସନାୟକପ୍ରିୟା ଚୌଧୁରୀଦୁଷ୍ମନ୍ତ ପଣ୍ଡା, ବିଜୟ ମହାନ୍ତି, ସ୍ନିଗ୍ଧା ମହାନ୍ତି, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଗୁଣ୍ଡାରେ ନିକିତା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶୁଭାଶିଷ ପତି । ଝାନ୍ସି ରାଣୀ, ମିହିର ଦାସ, ରକ୍ ପାତ୍ର, ବାପି ରାୟ, ହିମିକା, ପ୍ରଜ୍ଞା ଖଟୁଆ, ମାମୁନି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଦୂରଦର୍ଶନ

ନିକିତା ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନରେ କିଛି ଧାରାବାହିକରେ ଅଭିନୟ କରିଛନ୍ତି । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ତପସ୍ୟାରେ ଶୀର୍ଷକ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକରେ ତାଙ୍କ ମାଆ ରୁନୁ ପରିଜା ମଧ୍ୟ ତପସ୍ୟାର ମାଆ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିଟି ପ୍ରସାରିତ ହେଉଥିବାବେଳେ ତାଙ୍କ ମାଆଙ୍କର ଦେହାନ୍ତ ଘଟିଥିଲା ।
ଏହାପରେ ନିକିତା ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଏସପି ନିକିତାରେ ଶୀର୍ଷକ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ଚାଲିଥିବାବେଳେ ହଠାତ୍ ଧାରାବାହିକଟିର ଅଧିକାଂଶ କଳାକାର ବଦଳି ଯାଇଥିଲେ । ତେଣୁ ନିକିତା ମଧ୍ୟ ଅଧାରୁ ଧାରାବାହିକଟି ଛାଡ଼ିଥିଲେ ଏବଂ ଅନ୍ୟ ଜଣେ ନାୟିକା ତାଙ୍କ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୫ତୁ ମୋ ଆଖିର ତାରାନିକିପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୧ଚୋରି ଚୋରି ମନ ଚୋରିଖୁସିନାୟିକା ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୧ମଥାରେ ଦେଇ ପାଟ ଓଢ଼ଣୀ
୨୦୧୨ମୁଁପ୍ରିୟା
୨୦୧୩ମିତ ବସିଛି ମୁଁ ଭୂତ ସାଥିରେଲକ୍ଷ୍ମୀ
୨୦୧୬ଗୁଣ୍ଡା

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ତପସ୍ୟାଇ ଟିଭି ଓଡ଼ିଆତପସ୍ୟା
ଏସିପି ନିକିତାତରଙ୍ଗ ଟିଭିନିକିତା

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ବଡ଼ ନିକିତାଙ୍କ ପରେ ଏବେ ସାନ ନିକିତାଙ୍କ ପାଳି". sambad.in. 3 March 2018. Retrieved 5 March 2018.
  2. ଏହି ଯାଏ ଉପରକୁ ଯାଆନ୍ତୁ:"ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ". sambad.in. 23 November 2017. Retrieved 18 February 2018.
  3. ଉପରକୁ ଯାଆନ୍ତୁ"CHORI CHORI MANA CHORI". ORIYA NEWS. Retrieved 5 March 2018.
  4. ଉପରକୁ ଯାଆନ୍ତୁ"Odia Movie “Mun”". NewOdisha.in. 4 September 2012. Retrieved 20 November 2017.
  5. ଉପରକୁ ଯାଆନ୍ତୁ"Mu New Oriya Movie". Incredible Orissa. 18 July 2012. Retrieved 20 November 2017.
  6. ଉପରକୁ ଯାଆନ୍ତୁ"Mita Basichi Mu Bhuta Sathire". Incredible Orissa. 24 September 2011. Retrieved 7 November 2017.
  7. ଉପରକୁ ଯାଆନ୍ତୁ"MITA BASICHI MU BHUTA SATHIRE". Incredbile Orissa. 20 September 2013. Retrieved 7 November 2017.
  8. ଉପରକୁ ଯାଆନ୍ତୁ"କେଉଁଠି ଏବେ ଏହି ଓଲିଉଡ ନାୟିକା?". ସମ୍ବାଦ. 1 September 2017. Retrieved 8 September 2017.
  9. ଉପରକୁ ଯାଆନ୍ତୁ"“ଗୁଣ୍ଡା’ରିଲିଜ୍‌ ପାଇଁ ପ୍ରସ୍ତୁତ". ଓଡ଼ିଶା ଟାଇମ୍. 19 September 2016. Retrieved 27 July 2017.

ବାହାର ଆଧାର