ପୁପିନ୍ଦର ସିଂହ

ପୁପିନ୍ଦର ସିଂହ
Related image
ଜନ୍ମ ଓ ଜନ୍ମସ୍ଥାନପୁପିନ୍ଦର ସିଂହ
କୋରାପୁଟ, ଓଡ଼ିଶାଭାରତ
ଜୀବିକାଓଡ଼ିଆ କଥାଚିତ୍ର ଅଭିନେତା,
ପ୍ରଯୋଜକ,
ଉପସ୍ଥାପକ
କାର୍ଯ୍ୟକାଳ୨୦୦୮-ଏବେଯାଏଁ
ଜୀବନସାଥିରୁପିନ୍ଦର କୌର
ପୁପିନ୍ଦର ସିଂହ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ଓଡ଼ିଆ କଥାଚିତ୍ର ପ୍ରଯୋଜକ, ଦୂରଦର୍ଶନ ଓ ମଞ୍ଚ ଉପସ୍ଥାପକ ଏବଂ ପ୍ରାକ୍ତନ ଆଲବମ୍ ଅଭିନେତା । ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ତୋ ବିନା ଭଲ ଲାଗେନା କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ୨୦୧୦ ମସିହାରେ ଓଡ଼ିଆ କଥାଚିତ୍ର ଶୁଭ ବିବାହରେ ନାୟକ ଭୂମିକାରେ ପ୍ରଥମଥର ପାଇଁ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଜରିଆରେ ସେ ପ୍ରଯୋଜନା ମଧ୍ୟ ଆରମ୍ଭ କରିଥିଲେ । ସେ ଓଡ଼ିଆ ଦୂରଦର୍ଶନରେ ଜଣେ ଉପସ୍ଥାପକ ତ‌ଥା ଅଭିନେତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଦୂରଦର୍ଶନ କାର୍ଯ୍ୟକ୍ରମ ଫୁଲ୍ ବୋବା୍ଲ, ଜୀନାର ଜୀବନ ସାଥି ଆଦିରେ ଉପସ୍ଥାପକ କାର୍ଯ୍ୟ କରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର

ପୁପିନ୍ଦର ସିଂହ, ରୁପିନ୍ଦର ସିଂହଙ୍କୁ ବିବାହ କରିଥିଲେ । ରୁପିନ୍ଦର ପୁପିନ୍ଦରଙ୍କର ପ୍ରଯୋଜନା ସଂସ୍ଥା ସ‌ହ କାର୍ଯ୍ୟ କରୁଛନ୍ତି ।

ଅଭିନୟ ଜୀବନ

ପୁପିନ୍ଦର ସିଂହ ଜଣେ ଓଡ଼ିଆ ଅଲବମ୍ ଅଭିନେତା ଭାବରେ ଓଡ଼ିଆ ଏବଂ ସମ୍ବଲପୁରୀ ଗୀତରେ ନୃତ୍ୟ କରିଥିଲେ । ଏହାପରେ ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ତୋ ବିନା ଭଲ ଲାଗେନା କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ନାୟକ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ପୁପିନ୍ଦର ସ‌ହ-ନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ସେ ୨୦୦୯ ମସିହାରେ ଲଭ୍ ଡଟ୍ କମ୍ କଥାଚିତ୍ରରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ ।
୨୦୧୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ପ୍ରଯୋଜକ ଭାବରେ ମଧ୍ୟ ପ୍ରବେଶ କରିଥିଲେ । ସେ ନାୟକ ଭାବରେ ତାଙ୍କର ପ୍ରଥମ କଥାଚିତ୍ର ଶୁଭ ବିବାହର ପ୍ରଯୋଜନା ନିଜେ କରିଥିଲେ । ଏହି କଥାଚିତ୍ରଟିର ନାୟିକା ଭାବରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ । ଆକାଶ ଦାସନାୟକ ଏହି କଥାଚିତ୍ରଟିର ସ‌ହ-ନାୟକ ଭାବରେ ଅଭିନୟ କରିଥିଲେ । ବିଜୟ ମହାନ୍ତିଅପରାଜିତା ମହାନ୍ତିତନ୍ଦ୍ରା ରାୟମିହିର ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହାପରେ ସେ କିଛି ଖଟା କିଛି ମିଠାଜଗୁ ଅଟୋବାଲାସମୟ ବଡ଼ ବଳବାନ ଆଦି କଥାଚିତ୍ରରେ ନାୟକ ଭାବରେ ଅଭିନୟ କରିଥିଲେ ଏବଂ ପ୍ରଯୋଜନା କରିଥିଲେ । ପୁପିନ୍ଦର ୨୦୧୩ ମସିହାରେ ଅପରାଜିତା ମହାନ୍ତିଙ୍କ ସ‌ହ ମିଶି ଡାହା ବାଳୁଙ୍ଗା ଚଳଚ୍ଚିତ୍ରର ପ୍ରଯୋଜନ କରିଥିଲେ । ଏହି କଥାଚିତ୍ରଟିରେ ନାୟକ ଭାବରେ ବାବୁଶାନ୍ ମହାନ୍ତି ଅଭିନୟ କରିଥିଲେ ଏବଂ ଖଳନାୟକ ଭାବରେ ହିନ୍ଦୀ କଥାଚିତ୍ର ଅଭିନେତା ଜ୍ୟାକି ଶ୍ରଫ୍ ଅଭିନୟ କରିଥିଲେ ।
ପୁପିନ୍ଦର ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ଏବଂ ୱାଉ୍, ଫୁଲ୍ ବୋବାଲ୍, ଜୀନାର ଜୀବନସାଥୀ ଭଳି କାର୍ଯ୍ୟକ୍ରମରେ ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଚ୍ୟାଲେଞ୍ଜର ପ୍ରଥମ ଭାଗରେ ଜଣେ ପ୍ରତିଯୋଗୀ ଭାବରେ ଫାଇନାଲ୍‌ ଯାଏଁ ଯାଇଥିଲେ । ସେ ସାର୍ଥକ ଟିଭିର କାର୍ଯ୍ୟକ୍ରମ ରଜ କୁଇନ୍‌ରେ ମଧ୍ୟ ମେଣ୍ଟର ଭାବରେ କାର୍ଯ୍ୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୮ତୋ ବିନା ଭଲ ଲାଗେନାସୁରଜପ୍ରଥମ କଥାଚିତ୍ର
୨୦୦୯ଲଭ୍ ଡଟ୍ କମ୍ରାଜ୍
୨୦୧୦ଶୁଭ ବିବାହକ୍ରିଷ୍ଣାନାୟକ ଭାବରେ ପ୍ରଥମ କଥାଚିତ୍ର,
ପ୍ରଯୋଜିତ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୧କିଛି ଖଟା କିଛି ମିଠାନାୟକ/ପ୍ରଯୋଜକ
୨୦୧୨ଥୁକୁଲ୍[୯]ଡାକ୍ତରଚରିତ୍ର ଅଭିନେତା
ଜଗୁ ଅଟୋବାଲାଜଗନ୍ନାଥନାୟକ/ପ୍ରଯୋଜକ
ଏସିପି ରଣବୀରପୁପିନ୍ଦରଶୀର୍ଷକ ଗୀତରେ ଅତିଥି କଳାକାର
୨୦୧୫ରଘୁପତି ରାଘବ ରାଜାରାମରାଘବ
୨୦୧୬ସମୟ ବଡ଼ ବଳବାନଆକାଶନାୟକ/ପ୍ରଯୋଜକ

ପ୍ରଯୋଜିତ କଥାଚିତ୍ର

  • ଶୁଭ ବିବାହ
  • କିଛି ଖଟା କିଛି ମିଠା
  • ଜଗୁ ଅଟୋବାଲା
  • ଡାହା ବାଳୁଙ୍ଗା
  • ସମୟ ବଡ଼ ବଳବାନ

ଦୂରଦର୍ଶନ

  • ୱାଉ (ଇ ଟିଭି ଓଡ଼ିଆ)- ଉପସ୍ଥାପକ
  • ଫୁଲ୍ ବୋବାଲ୍ (ଇ ଟିଭି ଓଡ଼ିଆ)- ଉପସ୍ଥାପକ
  • ଜୀନାର ଜୀବନସାଥୀ (ତରଙ୍ଗ ଟିଭି)- ଉପସ୍ଥାପକ
  • ମୁଁ ବି ହିରୋଇନ୍ ହେବି (ସାର୍ଥକ ଟିଭି)- ବିଚାରକ
  • ରଜ କୁଇନ୍ (ସାର୍ଥକ ଟିଭି)- ମେଣ୍ଟର

ଲୋକପ୍ରିୟ ଆଲବମ୍

  • ଜାଇଫୁଲ

ବିବାଦ

ଜୁଲାଇ ୨୦୧୭ରେ ପୁପିନ୍ଦର ଏବଂ ତାଙ୍କ ପତ୍ନୀ ରୁପିନ୍ଦରଙ୍କୁ ବାଲିଅନ୍ତା ପୋଲିସ ଗିରଫ କରିଥିଲା । ୯୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା ।

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
  2. ଏହି ଯାଏ ଉପରକୁ ଯାଆନ୍ତୁ"Odia actor Pupinder Singh arrested after NBW issued by Court". ପ୍ରଗତିବାଦୀ. 29 July 2017. Retrieved 10 April 2018.
  3. ଏହି ଯାଏ ଉପରକୁ ଯାଆନ୍ତୁ:"Actor Pupinder Singh Arrested On Cheating Charge, Granted Bail". Kalinga TV. 29 July 2018. Retrieved 10 April 2018.
  4. ଉପରକୁ ଯାଆନ୍ତୁ"ପ୍ରଥମ ଫିଲ୍ମରେ ରୁପାଲିଙ୍କୁ ମିଳିଥିଲା ଦୃଷ୍ଟିହୀନା ଭୂମିକା!". sambad.in. 28 September 2017. Retrieved 10 April 2018.
  5. ଉପରକୁ ଯାଆନ୍ତୁ"ପ୍ରଥମ ଫିଲ୍ମରେ ଏ ଦୁଇ ଓଲିଉଡ ନାୟିକା ସାଜିଥିଲେ ଦୃଷ୍ଟିହୀନା". sambad.in. 19 November 2017. Retrieved 10 April 2018.
  6. ଉପରକୁ ଯାଆନ୍ତୁ"ଏହି ନାୟକଙ୍କ ସହ ଥରଟିଏ ନାୟିକା ବନିଛନ୍ତି ବର୍ଷା". sambad.in. 11 November 2017. Retrieved 10 April 2018.
  7. ଏହି ଯାଏ ଉପରକୁ ଯାଆନ୍ତୁ:"ବାବୁସାନ୍‌ କି ଅରିନ୍ଦମ୍‌ ହୋଇପାରି ନଥିଲେ ଏହି ସିନେମାର ରିମେକ୍‌ର ହିରୋ !". sambad.in. 2 October 2017. Retrieved 10 April 2018.
  8. ଉପରକୁ ଯାଆନ୍ତୁ"ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
  9. ଉପରକୁ ଯାଆନ୍ତୁ"ଦୁଇଥର ଏକାଠି ଆସିଛନ୍ତି ଏହି ଦୁଇ ଓଲିଉଡ଼୍‍ ନାୟିକା". sambad.in. 1 April 2018. Retrieved 10 April 2018.
  10. ଉପରକୁ ଯାଆନ୍ତୁ"ଏହି ସିନେମା ଜରିଆରେ ଓଲିଉଡ଼କୁ ଫେରିଲେ ଦେବସ୍ମିତା". sambad.in. 3 December 2017. Retrieved 10 April 2018.
  11. ଉପରକୁ ଯାଆନ୍ତୁ"Ollywood actor Pupinder Singh arrested, granted bail". Update Odisha. 29 July 2017. Retrieved 10 April 2018.

ବାହାର ଆଧାର