ଦେବାଶିଷ ପାତ୍ର

ଦେବାଶିଷ ପାତ୍ର
Related image
ଜନ୍ମ ଓ ଜନ୍ମସ୍ଥାନଦେବାଷିତ ପାତ୍ର
କେଉଁଝରଓଡ଼ିଶାଭାରତ
ଜୀବିକାଓଡ଼ିଆ କଥାଚିତ୍ର ଅଭିନେତା,
ଦୂରଦର୍ଶନ ଉପସ୍ଥାପକ,
ଆଲବମ୍ ଅଭିନେତା
କାର୍ଯ୍ୟକାଳ୨୦୧୦-ଏବେଯାଏଁ
ଦେବାଶିଷ ପାତ୍ର ଜଣେ ଓଡ଼ିଆ କଥାଚିତ୍ର, ଆଲବମ୍ ଅଭିନେତା ଏବଂ ଦୂରଦର୍ଶନ ତ‌ଥା ମଞ୍ଚ ଉପସ୍ଥାପକ । ସେ ପ୍ରଥମେ ଓଡ଼ିଆ ଆଲବମ୍ ଜଗତରେ ଜଣେ ଅଭିନେତା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ୨୦୧୦ ମସିହାରେ ଅଭିନୟ ଆରମ୍ଭ କରିଥିଲେ । ପହିଲି ରଜ ଚଳଚ୍ଚିତ୍ର ଜରିଆରେ ଦେବାଶିଷ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଭୁଲ୍ ବୁଝିବନି ମତେ କଥାଚିତ୍ରରେ ମୁଖ୍ୟ ନାୟକ ଭାବରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଦେବାଶିଷ କେଉଁଝର ଜିଲ୍ଲାର ଲୋକ । ସେ କେଉଁଝରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାଦିନ କେଉଁଝରର ଆନନ୍ଦପୁରରେ କଟିଛି । ସେ ଆନନ୍ଦପୁରର ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିଲେ ।

ଅଭିନୟ ଜୀବନ

ଦେବାଶିଷ ପାତ୍ର ପ୍ରଥମେ ଜଣେ ଆଲବମ୍‌ର ଅଭିନେତା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ୨୦୧୦ ମସିହାର ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଅଭିନେତା ଭାବରେ ପହିଲି ରଜ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ନାୟକ ଭାବରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ ନାୟିକା ଭାବରେ ଅଭିନୟ କରିଥିଲେ ।
ସେହି ବର୍ଷ ସେ ଭୁଲ୍ ବୁଝିବନି ମତେ ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ତତେ ଭଲ ପାଉଛି ବୋଲିଚୋରି ଚୋରି ମନ ଚୋରି ଆଦି ଚଳଚ୍ଚିତ୍ରରେ ନାୟକ ଭାବରେ ଅଭିନୟ କରିଥିଲେ ।
ଦେବାଶିଷ ତୁ ଥାଆ ମୁଁ ଯାଉଚି ରୁଷିଚାନ୍ଦିନୀ ଆଇ ମିସ ୟୁଇଡିଅଟ୍ଲଭ୍ ମାଷ୍ଟରମୋ' ଦୁନିଆ ତୁ ହିଁ ତୁଦିୱାନା ଦିୱାନୀମୁଁ ଏକା ତୁମରକ୍ରାନ୍ତିଧାରାରଘୁପତି ରାଘବ ରାଜାରାମଭଲପାଏ ତତେ ୧୦୦ ରୁ ୧୦୦ତୁ ଯେ ସେଇତୁ ମୋ ଲଭ୍ ଷ୍ଟୋରୀ ଆଦି କଥାଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଦେବାଶିଷ ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ, ମଞ୍ଚ ତ‌ଥା ପୁରସ୍କାର ଉତ୍ସବମାନଙ୍କରେ ଉପସ୍ଥାପକ ତ‌‌ଥା ଦୂରଦର୍ଶନ କାର୍ଯ୍ୟକ୍ରମରେ ବିଚାରକ ଭାବରେ କାର୍ଯ୍ୟ କରିଛନ୍ତି । ସେ ସାର୍ଥକ ଟିଭିର କାର୍ଯ୍ୟକ୍ରମ ରଜ କୁଇନ୍‌ରେ ପ୍ରଥମେ ଜଣେ ମେଣ୍ଟର ଭାବରେ ଏବଂ ପରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ଏହାସ‌ହ ହିନ୍ଦୀ ଦୂରଦର୍ଶନର କାର୍ଯ୍ୟକ୍ରମ "କୋନ୍ ବନେଗା କରୋଡ଼ପତି" ଉପରେ ଆଧାରିତ ସାର୍ଥକର କାର୍ଯ୍ୟକ୍ରମ ସୁନବୋହୂରେ ଦେବାଶିଷ ଜଣେ ଉପସ୍ଥାପକ ଏବଂ ପରିଚାଳକ ଭାବରେ କାର୍ଯ୍ୟ କରିଥିଲେ ।
ପରେ ଦେବାଶିଷ ତରଙ୍ଗ ଟିଭିର କାର୍ଯ୍ୟକ୍ରମ ତରଙ୍ଗ ପରିବାର ମହାମୁକାବିଲାର ଦୁଇଟିଯାକ ସଂସ୍କରଣରେ ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ । ଏଥିସ‌ହ ସେ ତରଙ୍ଗ ପରିବାର ପୁରସ୍କାର ତ‌ଥା, ସାର୍ଥକ ପରିବାରର ବିଭିନ୍ନ କାର୍ଯ୍ୟକ୍ରମରେ ମଞ୍ଚ ଉପସ୍ଥାପକ ତ‌ଥା ପରିଚାଳକ ଭାବରେ କାର୍ଯ୍ୟ କରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ସେ ଜିନା ସାମଲଙ୍କ ସ‌ହ ମଧ୍ୟ ଜଣେ ମେଣ୍ଟର ତ‌ଥା ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୦ପହିଲି ରଜଦିବ୍ୟପ୍ରଥମ ଓଡ଼ିଆ କଥାଚିତ୍ର
ଭୁଲ୍ ବୁଝିବନି ମତେଆଶିଷନାୟକ ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ର
ତତେ ଭଲ ପାଉଛି ବୋଲି
ତୁ ଥାଆ ମୁଁ ଯାଉଚି ରୁଷି
୨୦୧୧ଚୋରି ଚୋରି ମନ ଚୋରିପ୍ରେମ୍
ଚାନ୍ଦିନୀ ଆଇ ମିସ ୟୁଆକାଶ
୨୦୧୨ଇଡିଅଟ୍
ଲଭ୍ ମାଷ୍ଟରଅତିଥି କଳାକାର
୨୦୧୩ମୋ' ଦୁନିଆ ତୁ ହିଁ ତୁ
ଦିୱାନା ଦିୱାନୀଏନ୍‌କାଉଣ୍ଟର ସ୍ପେସାଲିଷ୍ଟ୍
ମୁଁ ଏକା ତୁମରମହେଶ୍
୨୦୧୪କ୍ରାନ୍ତିଧାରାବାବୁ ସ୍ୱାଇଁ
୨୦୧୫ରଘୁପତି ରାଘବ ରାଜାରାମରାଜାରାମ
ଭଲପାଏ ତତେ ୧୦୦ ରୁ ୧୦୦
୨୦୧୬ତୁ ଯେ ସେଇ
୨୦୧୭ତୁ ମୋ ଲଭ୍ ଷ୍ଟୋରୀପୋଲିସ୍

ଦୂରଦର୍ଶନ

  • ସୁନାବୋହୂ (ସାର୍ଥକ ଟିଭି)- ଉପସ୍ଥାପକ
  • ରଜ କୁଇନ୍ ୧/୨ (ସାର୍ଥକ ଟିଭି)- ମେଣ୍ଟର
  • ତରଙ୍ଗ ପରିବାର ମହାମୁକାବିଲା ୧/୨ (ତରଙ୍ଗ ଟିଭି)- ଉପସ୍ଥାପକ
  • ରଜ କୁଇନ୍ ୫ (ସାର୍ଥକ ଟିଭି)- ବିଚାରକ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଅଭୁଲା ଚଗଲା ଦିନ". ସମ୍ବାଦ. 16 February 2018. Retrieved 17 February 2018.

ବାହାର ଆଧାର