ମେଘା ଘୋଷ

ମେଘା ଘୋଷ
Image result for megha ghosh odia actress
ଜନ୍ମ ଓ ଜନ୍ମସ୍ଥାନମେଘା ଘୋଷ
ପଶ୍ଚିମ ବଙ୍ଗଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
ମେଘା ଘୋଷ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ମେଘା ପଶ୍ଚିମ ବଙ୍ଗରେ ଜନ୍ମିତା ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଲଭ୍ ଡଟ୍ କମ୍ ଜରିଆରେ ୨୦୦୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଶଶୁରଘର ଜିନ୍ଦାବାଦମୋଷ୍ଟ ୱାଣ୍ଟେଡ଼ଦୋସ୍ତିଚାନ୍ଦିନୀ ଆଇ ମିସ ୟୁଲୁଚକାଳିମୁଁ ଆଶିକ୍ ମୁଁ ଆୱାରାହରି ଓମ ହରି ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବା ପୂର୍ବରୁ ମେଘାଙ୍କର ଗୋଟିଏ କନ୍ନଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।

ପ୍ରାରମ୍ଭିକ ଜୀବନ

ମେଘା ଘୋଷ ପଶ୍ଚିମ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ଅଭିନୟ ଜୀବନ

୨୦୦୮ରେ ମେଘା ଏକ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶଶାଙ୍କ ଏବଂ ଏହି ଚଳଚ୍ଚିତ୍ରଟିରେ ମେଘାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ୟଶ୍ ।
ମେଘା ଓଡ଼ିଆ କଥାଚିତ୍ର ଜଗତରେ ତାଙ୍କର ଅଭିନୟ ଜୀବନ କଥାଚିତ୍ର ଲଭ୍ ଡଟ୍ କମ୍‌ରୁ ଆରମ୍ଭ କରିଥିଲେ । ୨୦୦୯ ମସିହାରେ ରାହତ୍‌ କୁଦ୍ଦୁଶୀଙ୍କଦ୍ୱାରା ନିର୍ଦ୍ଦେଶିତ ଏହି ଓଡ଼ିଆ ଚଳଚ୍ଚିତ୍ର ଜରିଆରେ ମେଘା ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରଟିରେ ମେଘାଙ୍କ ସ‌ହ ସବ୍ୟସାଚୀ ମିଶ୍ର ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ପୁପିନ୍ଦର ସିଂହବିଜୟ ମହାନ୍ତିହରିହର ମହାପାତ୍ରସ୍ନିଗ୍ଧା ମହାନ୍ତିକୁନା ତ୍ରିପାଠୀତନ୍ଦ୍ରା ରାୟରତନ ମେହେର ଆଦି କଳାକାରମାନେ ଅଭିନୟ କରିଥିଲେ ।
ଏହାପରେ ମେଘା ଶଶୁରଘର ଜିନ୍ଦାବାଦ ଚଳଚ୍ଚିତ୍ରରେ ପୁଣିଥରେ ସବ୍ୟସାଚୀଙ୍କର ନାୟିକା ଭାବରେ ଅଭିନୟ କରିଥିଲେ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିରେ ମୀନକେତନ, ସ୍ନିଗ୍ଧା ମହାନ୍ତି, ବିଜୟ ମହାନ୍ତିପୁଷ୍ପା ପଣ୍ଡାବିରେନ ମିଶ୍ରହାଡ଼ୁବାବୁ ପ୍ରଧାନଜୟୀରାମ ସାମଲ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୧ରେ ମେଘା ୩ଟି କଥାଚିତ୍ରଟିରେ ଅଭିନୟ କରିଥିଲେ । ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ମୋଷ୍ଟ ୱାଣ୍ଟେଡ଼ରେ ମେଘା ଅନୁଭବ ମହାନ୍ତିଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ମୀନ‌କେତନ, ଚୌଧୁରୀ ବିକାଶ ଦାସସମରେଶ ରାଉତରାୟହର ରଥ, ପୁଷ୍ପା ପଣ୍ଡା, ଜୀବନ ପଣ୍ଡାଅସୀତ ପତିପପୁ ପମ ପମ ଆଦି କଳାକାରମାନେ ଅଭିନୟ କରିଥିଲେ । ଅଶୋକ ପତିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦୋସ୍ତିରେ ମେଘା ପୁଣିଥରେ ସବ୍ୟସାଚୀଙ୍କ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ସେ ବାବୁଶାନ୍‌ଙ୍କର ଭଉଣୀ ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ପିଣ୍ଟୁ ନନ୍ଦପ୍ରିୟା ଚୌଧୁରୀ, ପ୍ରିତୀରାଜ, ବିଦୁସ୍ମିତାଦେବୁ ବୋଷ, ହରିହର ମହାପାତ୍ର, ତୃପ୍ତି ସିହ୍ନାଗ୍ଲୋରିଆ ମହାନ୍ତି, କୁନା ତ୍ରିପାଠୀ, ଉତ୍ତମ ମହାନ୍ତି ଆଦି କଳାକାରମାନେ ଅଭିନୟ କରିଥିଲେ । ବସନ୍ତ ସାହୁଙ୍କନିର୍ଦ୍ଦେଶିତ କଥାଚିତ୍ର ଚାନ୍ଦିନୀ ଆଇ ମିସ ୟୁ କଥାଚିତ୍ରରେ ମେଘା ପୁଣିଥରେ ସବ୍ୟସାଚୀଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ପ୍ରିୟା ଚୌଧୁରୀ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ । ଦେବାଶିଷ ପାତ୍ରରାଇଚରଣ ଦାସ, ବିଦ୍ୟୁତଲତା ଦେବୀ, ସଲିଲ ମିତ୍ରସରୋଜ ଦାସକୁସୁମ ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
୨୦୧୨ରେ ମେଘା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଲୁଚକାଳିରେ ଏକ ଆଇଟମ ଗୀତରେ ନୃତ୍ୟ କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ବାବୁଶାନ୍ ଓ ଶ୍ରେୟା ଝା ଅଭିନୟ କରିଥିଲେ ଏବଂ ସମରେଶ ରାଉତରାୟ ଏହି କଥାଚିତ୍ରଟିର ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଅଜିତ ଦାସ, ଚୌଧୁରୀ ବିକାଶ ଦାଶ, ଶ୍ୱେତା ଆଚାର୍ଯ୍ୟ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୩ରେ ମେଘାଙ୍କର ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏସ୍‌. କେ. ମୂରଲୀଧରନଙ୍କ ନିର୍ଦ୍ଦେଶନାରେ ମୁଁ ଆଶିକ୍ ମୁଁ ଆୱାରା ଚଳଚ୍ଚିତ୍ରରେ ମେଘା ସୁନୀଲ କୁମାରଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ସମରେଶ ରାଉତାରୟ, ହରିହର ମହାପାତ୍ର, ଜୟୀରାମ ସାମଲ, ସଲିଲ ମିତ୍ର, ବିଜୟ ମହାନ୍ତି, ଜୀବନ ପଣ୍ଡା, ତନ୍ଦ୍ରା ରାୟ ଆଦି କଳାକାରମାନେ ଅଭିନୟ କରିଥିଲେ । ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ହରି ଓମ ହରିରେ ମେଘା ସିଦ୍ଧାନ୍ତ ମହାପାତ୍ରଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଆକାଶ ଦାସନାୟକ ଏବଂ ରିୟା ଦେ ଅନ୍ୟତମ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ମୀନ‌କେତନ, ପ୍ରିୟଙ୍କା ମହାପାତ୍ର, ଜୀବନ ପଣ୍ଡା, ସରୋଜ ଦାସ, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରନିର୍ଦ୍ଦେଶକଭୂମିକାମନ୍ତବ୍ୟ
୨୦୦୯ଲଭ୍ ଡଟ୍ କମ୍ରାହତ୍‌ କୁଦ୍ଦୁଶୀଦେବଯାନୀପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୦ଶଶୁରଘର ଜିନ୍ଦାବାଦସଞ୍ଜୟ ନାୟକପ୍ରିତୀ
୨୦୧୧ମୋଷ୍ଟ ୱାଣ୍ଟେଡ଼ସୁଶାନ୍ତ ମଣିମୋନିକା ଜେମ୍‌ସ୍
ଦୋସ୍ତିଅଶୋକ ପତିଅନ୍ନପୂର୍ଣ୍ଣା
ଚାନ୍ଦିନୀ ଆଇ ମିସ ୟୁବସନ୍ତ ସାହୁପୂଜା
୨୦୧୨ଲୁଚକାଳିସୁଶାନ୍ତ ମଣିଆଇଟମ୍ ଗୀତରେ ନୃତ୍ୟ
୨୦୧୩ମୁଁ ଆଶିକ୍ ମୁଁ ଆୱାରାଏସ୍‌. କେ. ମୂରଲୀଧରନସୋମ୍ୟା
ହରି ଓମ ହରିଦିଲ୍ଲୀପ ପଣ୍ଡାଶିବାନୀ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଥରେ ମାତ୍ର ସିଦ୍ଧାନ୍ତଙ୍କ ସହ ରୋମାନସ୍‌ କରିଛନ୍ତି ମେଘା". ସମ୍ବାଦ. 4 September 2017. Retrieved 8 September 2017.
  2. ଏହି ଯାଏ ଉପରକୁ ଯାଆନ୍ତୁ:"ଓଲିଉଡରେ ଏଣ୍ଟ୍ରି ନେବା ପୂର୍ବରୁ କନ୍ନଡ ଫିଲ୍ମରେ କାମ କରିଥିଲେ ଏହି ନାୟିକା". ସମ୍ୱାଦ. 12 August 2017. Retrieved 26 October 2017.
  3. ଉପରକୁ ଯାଆନ୍ତୁ"Mu Aashiq Mu Awara". Incredible Orissa. 18 March 2012. Retrieved 9 October 2017.
  4. ଉପରକୁ ଯାଆନ୍ତୁ"Hari Om Hari". Incredible Orissa. 12 July 2013. Retrieved 26 October 2017.

ବାହାର ଆଧାର