Showing posts with label ଓଡ଼ିଆ ଦୂରଦର୍ଶନ ଉପସ୍ଥାପକ. Show all posts
Showing posts with label ଓଡ଼ିଆ ଦୂରଦର୍ଶନ ଉପସ୍ଥାପକ. Show all posts
ପୁପିନ୍ଦର ସିଂହ
ପୁପିନ୍ଦର ସିଂହ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପୁପିନ୍ଦର ସିଂହ କୋରାପୁଟ, ଓଡ଼ିଶା, ଭାରତ |
ଜୀବିକା | ଓଡ଼ିଆ କଥାଚିତ୍ର ଅଭିନେତା, ପ୍ରଯୋଜକ, ଉପସ୍ଥାପକ |
କାର୍ଯ୍ୟକାଳ | ୨୦୦୮-ଏବେଯାଏଁ |
ଜୀବନସାଥି | ରୁପିନ୍ଦର କୌର |
ପୁପିନ୍ଦର ସିଂହ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ଓଡ଼ିଆ କଥାଚିତ୍ର ପ୍ରଯୋଜକ, ଦୂରଦର୍ଶନ ଓ ମଞ୍ଚ ଉପସ୍ଥାପକ ଏବଂ ପ୍ରାକ୍ତନ ଆଲବମ୍ ଅଭିନେତା । ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ତୋ ବିନା ଭଲ ଲାଗେନା କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ୨୦୧୦ ମସିହାରେ ଓଡ଼ିଆ କଥାଚିତ୍ର ଶୁଭ ବିବାହରେ ନାୟକ ଭୂମିକାରେ ପ୍ରଥମଥର ପାଇଁ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଜରିଆରେ ସେ ପ୍ରଯୋଜନା ମଧ୍ୟ ଆରମ୍ଭ କରିଥିଲେ । ସେ ଓଡ଼ିଆ ଦୂରଦର୍ଶନରେ ଜଣେ ଉପସ୍ଥାପକ ତଥା ଅଭିନେତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଦୂରଦର୍ଶନ କାର୍ଯ୍ୟକ୍ରମ ଫୁଲ୍ ବୋବା୍ଲ, ଜୀନାର ଜୀବନ ସାଥି ଆଦିରେ ଉପସ୍ଥାପକ କାର୍ଯ୍ୟ କରିଥିଲେ ।
ପ୍ରାରମ୍ଭିକ ଜୀବନ ଏବଂ ପରିବାର
ପୁପିନ୍ଦର ସିଂହ, ରୁପିନ୍ଦର ସିଂହଙ୍କୁ ବିବାହ କରିଥିଲେ । ରୁପିନ୍ଦର ପୁପିନ୍ଦରଙ୍କର ପ୍ରଯୋଜନା ସଂସ୍ଥା ସହ କାର୍ଯ୍ୟ କରୁଛନ୍ତି ।
ଅଭିନୟ ଜୀବନ
ପୁପିନ୍ଦର ସିଂହ ଜଣେ ଓଡ଼ିଆ ଅଲବମ୍ ଅଭିନେତା ଭାବରେ ଓଡ଼ିଆ ଏବଂ ସମ୍ବଲପୁରୀ ଗୀତରେ ନୃତ୍ୟ କରିଥିଲେ । ଏହାପରେ ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ତୋ ବିନା ଭଲ ଲାଗେନା କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ନାୟକ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ପୁପିନ୍ଦର ସହ-ନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ସେ ୨୦୦୯ ମସିହାରେ ଲଭ୍ ଡଟ୍ କମ୍ କଥାଚିତ୍ରରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ ।
୨୦୧୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ପ୍ରଯୋଜକ ଭାବରେ ମଧ୍ୟ ପ୍ରବେଶ କରିଥିଲେ । ସେ ନାୟକ ଭାବରେ ତାଙ୍କର ପ୍ରଥମ କଥାଚିତ୍ର ଶୁଭ ବିବାହର ପ୍ରଯୋଜନା ନିଜେ କରିଥିଲେ । ଏହି କଥାଚିତ୍ରଟିର ନାୟିକା ଭାବରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ । ଆକାଶ ଦାସନାୟକ ଏହି କଥାଚିତ୍ରଟିର ସହ-ନାୟକ ଭାବରେ ଅଭିନୟ କରିଥିଲେ । ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହାପରେ ସେ କିଛି ଖଟା କିଛି ମିଠା, ଜଗୁ ଅଟୋବାଲା, ସମୟ ବଡ଼ ବଳବାନ ଆଦି କଥାଚିତ୍ରରେ ନାୟକ ଭାବରେ ଅଭିନୟ କରିଥିଲେ ଏବଂ ପ୍ରଯୋଜନା କରିଥିଲେ । ପୁପିନ୍ଦର ୨୦୧୩ ମସିହାରେ ଅପରାଜିତା ମହାନ୍ତିଙ୍କ ସହ ମିଶି ଡାହା ବାଳୁଙ୍ଗା ଚଳଚ୍ଚିତ୍ରର ପ୍ରଯୋଜନ କରିଥିଲେ । ଏହି କଥାଚିତ୍ରଟିରେ ନାୟକ ଭାବରେ ବାବୁଶାନ୍ ମହାନ୍ତି ଅଭିନୟ କରିଥିଲେ ଏବଂ ଖଳନାୟକ ଭାବରେ ହିନ୍ଦୀ କଥାଚିତ୍ର ଅଭିନେତା ଜ୍ୟାକି ଶ୍ରଫ୍ ଅଭିନୟ କରିଥିଲେ ।
ପୁପିନ୍ଦର ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ଏବଂ ୱାଉ୍, ଫୁଲ୍ ବୋବାଲ୍, ଜୀନାର ଜୀବନସାଥୀ ଭଳି କାର୍ଯ୍ୟକ୍ରମରେ ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଚ୍ୟାଲେଞ୍ଜର ପ୍ରଥମ ଭାଗରେ ଜଣେ ପ୍ରତିଯୋଗୀ ଭାବରେ ଫାଇନାଲ୍ ଯାଏଁ ଯାଇଥିଲେ । ସେ ସାର୍ଥକ ଟିଭିର କାର୍ଯ୍ୟକ୍ରମ ରଜ କୁଇନ୍ରେ ମଧ୍ୟ ମେଣ୍ଟର ଭାବରେ କାର୍ଯ୍ୟ କରିଥିଲେ ।
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୮ | ତୋ ବିନା ଭଲ ଲାଗେନା | ସୁରଜ | ପ୍ରଥମ କଥାଚିତ୍ର |
୨୦୦୯ | ଲଭ୍ ଡଟ୍ କମ୍ | ରାଜ୍ | |
୨୦୧୦ | ଶୁଭ ବିବାହ | କ୍ରିଷ୍ଣା | ନାୟକ ଭାବରେ ପ୍ରଥମ କଥାଚିତ୍ର, ପ୍ରଯୋଜିତ ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୧୧ | କିଛି ଖଟା କିଛି ମିଠା | ନାୟକ/ପ୍ରଯୋଜକ | |
୨୦୧୨ | ଥୁକୁଲ୍[୯] | ଡାକ୍ତର | ଚରିତ୍ର ଅଭିନେତା |
ଜଗୁ ଅଟୋବାଲା | ଜଗନ୍ନାଥ | ନାୟକ/ପ୍ରଯୋଜକ | |
ଏସିପି ରଣବୀର | ପୁପିନ୍ଦର | ଶୀର୍ଷକ ଗୀତରେ ଅତିଥି କଳାକାର | |
୨୦୧୫ | ରଘୁପତି ରାଘବ ରାଜାରାମ | ରାଘବ | |
୨୦୧୬ | ସମୟ ବଡ଼ ବଳବାନ | ଆକାଶ | ନାୟକ/ପ୍ରଯୋଜକ |
ପ୍ରଯୋଜିତ କଥାଚିତ୍ର
- ଶୁଭ ବିବାହ
- କିଛି ଖଟା କିଛି ମିଠା
- ଜଗୁ ଅଟୋବାଲା
- ଡାହା ବାଳୁଙ୍ଗା
- ସମୟ ବଡ଼ ବଳବାନ
ଦୂରଦର୍ଶନ
- ୱାଉ (ଇ ଟିଭି ଓଡ଼ିଆ)- ଉପସ୍ଥାପକ
- ଫୁଲ୍ ବୋବାଲ୍ (ଇ ଟିଭି ଓଡ଼ିଆ)- ଉପସ୍ଥାପକ
- ଜୀନାର ଜୀବନସାଥୀ (ତରଙ୍ଗ ଟିଭି)- ଉପସ୍ଥାପକ
- ମୁଁ ବି ହିରୋଇନ୍ ହେବି (ସାର୍ଥକ ଟିଭି)- ବିଚାରକ
- ରଜ କୁଇନ୍ (ସାର୍ଥକ ଟିଭି)- ମେଣ୍ଟର
ଲୋକପ୍ରିୟ ଆଲବମ୍
- ଜାଇଫୁଲ
ବିବାଦ
ଜୁଲାଇ ୨୦୧୭ରେ ପୁପିନ୍ଦର ଏବଂ ତାଙ୍କ ପତ୍ନୀ ରୁପିନ୍ଦରଙ୍କୁ ବାଲିଅନ୍ତା ପୋଲିସ ଗିରଫ କରିଥିଲା । ୯୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା ।
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
- ଏହି ଯାଏ ଉପରକୁ ଯାଆନ୍ତୁ"Odia actor Pupinder Singh arrested after NBW issued by Court". ପ୍ରଗତିବାଦୀ. 29 July 2017. Retrieved 10 April 2018.
- ଏହି ଯାଏ ଉପରକୁ ଯାଆନ୍ତୁ:"Actor Pupinder Singh Arrested On Cheating Charge, Granted Bail". Kalinga TV. 29 July 2018. Retrieved 10 April 2018.
- ଉପରକୁ ଯାଆନ୍ତୁ"ପ୍ରଥମ ଫିଲ୍ମରେ ରୁପାଲିଙ୍କୁ ମିଳିଥିଲା ଦୃଷ୍ଟିହୀନା ଭୂମିକା!". sambad.in. 28 September 2017. Retrieved 10 April 2018.
- ଉପରକୁ ଯାଆନ୍ତୁ"ପ୍ରଥମ ଫିଲ୍ମରେ ଏ ଦୁଇ ଓଲିଉଡ ନାୟିକା ସାଜିଥିଲେ ଦୃଷ୍ଟିହୀନା". sambad.in. 19 November 2017. Retrieved 10 April 2018.
- ଉପରକୁ ଯାଆନ୍ତୁ"ଏହି ନାୟକଙ୍କ ସହ ଥରଟିଏ ନାୟିକା ବନିଛନ୍ତି ବର୍ଷା". sambad.in. 11 November 2017. Retrieved 10 April 2018.
- ଏହି ଯାଏ ଉପରକୁ ଯାଆନ୍ତୁ:"ବାବୁସାନ୍ କି ଅରିନ୍ଦମ୍ ହୋଇପାରି ନଥିଲେ ଏହି ସିନେମାର ରିମେକ୍ର ହିରୋ !". sambad.in. 2 October 2017. Retrieved 10 April 2018.
- ଉପରକୁ ଯାଆନ୍ତୁ"ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
- ଉପରକୁ ଯାଆନ୍ତୁ"ଦୁଇଥର ଏକାଠି ଆସିଛନ୍ତି ଏହି ଦୁଇ ଓଲିଉଡ଼୍ ନାୟିକା". sambad.in. 1 April 2018. Retrieved 10 April 2018.
- ଉପରକୁ ଯାଆନ୍ତୁ"ଏହି ସିନେମା ଜରିଆରେ ଓଲିଉଡ଼କୁ ଫେରିଲେ ଦେବସ୍ମିତା". sambad.in. 3 December 2017. Retrieved 10 April 2018.
- ଉପରକୁ ଯାଆନ୍ତୁ"Ollywood actor Pupinder Singh arrested, granted bail". Update Odisha. 29 July 2017. Retrieved 10 April 2018.
ବାହାର ଆଧାର
- ପୁପିନ୍ଦର ସିଂହ (ଇଣ୍ଟରନେଟ ମୁଭି ଡାଟାବେସରେ)
ଦେବାଶିଷ ପାତ୍ର
ଦେବାଶିଷ ପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଦେବାଷିତ ପାତ୍ର କେଉଁଝର, ଓଡ଼ିଶା, ଭାରତ |
ଜୀବିକା | ଓଡ଼ିଆ କଥାଚିତ୍ର ଅଭିନେତା, ଦୂରଦର୍ଶନ ଉପସ୍ଥାପକ, ଆଲବମ୍ ଅଭିନେତା |
କାର୍ଯ୍ୟକାଳ | ୨୦୧୦-ଏବେଯାଏଁ |
ଦେବାଶିଷ ପାତ୍ର ଜଣେ ଓଡ଼ିଆ କଥାଚିତ୍ର, ଆଲବମ୍ ଅଭିନେତା ଏବଂ ଦୂରଦର୍ଶନ ତଥା ମଞ୍ଚ ଉପସ୍ଥାପକ । ସେ ପ୍ରଥମେ ଓଡ଼ିଆ ଆଲବମ୍ ଜଗତରେ ଜଣେ ଅଭିନେତା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ୨୦୧୦ ମସିହାରେ ଅଭିନୟ ଆରମ୍ଭ କରିଥିଲେ । ପହିଲି ରଜ ଚଳଚ୍ଚିତ୍ର ଜରିଆରେ ଦେବାଶିଷ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଭୁଲ୍ ବୁଝିବନି ମତେ କଥାଚିତ୍ରରେ ମୁଖ୍ୟ ନାୟକ ଭାବରେ ଅଭିନୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
ଦେବାଶିଷ କେଉଁଝର ଜିଲ୍ଲାର ଲୋକ । ସେ କେଉଁଝରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାଦିନ କେଉଁଝରର ଆନନ୍ଦପୁରରେ କଟିଛି । ସେ ଆନନ୍ଦପୁରର ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିଲେ ।
ଅଭିନୟ ଜୀବନ
ଦେବାଶିଷ ପାତ୍ର ପ୍ରଥମେ ଜଣେ ଆଲବମ୍ର ଅଭିନେତା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ୨୦୧୦ ମସିହାର ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଅଭିନେତା ଭାବରେ ପହିଲି ରଜ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ନାୟକ ଭାବରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ ନାୟିକା ଭାବରେ ଅଭିନୟ କରିଥିଲେ ।
ସେହି ବର୍ଷ ସେ ଭୁଲ୍ ବୁଝିବନି ମତେ ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ତତେ ଭଲ ପାଉଛି ବୋଲି, ଚୋରି ଚୋରି ମନ ଚୋରି ଆଦି ଚଳଚ୍ଚିତ୍ରରେ ନାୟକ ଭାବରେ ଅଭିନୟ କରିଥିଲେ ।
ଦେବାଶିଷ ତୁ ଥାଆ ମୁଁ ଯାଉଚି ରୁଷି, ଚାନ୍ଦିନୀ ଆଇ ମିସ ୟୁ, ଇଡିଅଟ୍, ଲଭ୍ ମାଷ୍ଟର, ମୋ' ଦୁନିଆ ତୁ ହିଁ ତୁ, ଦିୱାନା ଦିୱାନୀ, ମୁଁ ଏକା ତୁମର, କ୍ରାନ୍ତିଧାରା, ରଘୁପତି ରାଘବ ରାଜାରାମ, ଭଲପାଏ ତତେ ୧୦୦ ରୁ ୧୦୦, ତୁ ଯେ ସେଇ, ତୁ ମୋ ଲଭ୍ ଷ୍ଟୋରୀ ଆଦି କଥାଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଦେବାଶିଷ ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ, ମଞ୍ଚ ତଥା ପୁରସ୍କାର ଉତ୍ସବମାନଙ୍କରେ ଉପସ୍ଥାପକ ତଥା ଦୂରଦର୍ଶନ କାର୍ଯ୍ୟକ୍ରମରେ ବିଚାରକ ଭାବରେ କାର୍ଯ୍ୟ କରିଛନ୍ତି । ସେ ସାର୍ଥକ ଟିଭିର କାର୍ଯ୍ୟକ୍ରମ ରଜ କୁଇନ୍ରେ ପ୍ରଥମେ ଜଣେ ମେଣ୍ଟର ଭାବରେ ଏବଂ ପରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ଏହାସହ ହିନ୍ଦୀ ଦୂରଦର୍ଶନର କାର୍ଯ୍ୟକ୍ରମ "କୋନ୍ ବନେଗା କରୋଡ଼ପତି" ଉପରେ ଆଧାରିତ ସାର୍ଥକର କାର୍ଯ୍ୟକ୍ରମ ସୁନବୋହୂରେ ଦେବାଶିଷ ଜଣେ ଉପସ୍ଥାପକ ଏବଂ ପରିଚାଳକ ଭାବରେ କାର୍ଯ୍ୟ କରିଥିଲେ ।
ପରେ ଦେବାଶିଷ ତରଙ୍ଗ ଟିଭିର କାର୍ଯ୍ୟକ୍ରମ ତରଙ୍ଗ ପରିବାର ମହାମୁକାବିଲାର ଦୁଇଟିଯାକ ସଂସ୍କରଣରେ ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ । ଏଥିସହ ସେ ତରଙ୍ଗ ପରିବାର ପୁରସ୍କାର ତଥା, ସାର୍ଥକ ପରିବାରର ବିଭିନ୍ନ କାର୍ଯ୍ୟକ୍ରମରେ ମଞ୍ଚ ଉପସ୍ଥାପକ ତଥା ପରିଚାଳକ ଭାବରେ କାର୍ଯ୍ୟ କରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ସେ ଜିନା ସାମଲଙ୍କ ସହ ମଧ୍ୟ ଜଣେ ମେଣ୍ଟର ତଥା ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୦ | ପହିଲି ରଜ | ଦିବ୍ୟ | ପ୍ରଥମ ଓଡ଼ିଆ କଥାଚିତ୍ର |
ଭୁଲ୍ ବୁଝିବନି ମତେ | ଆଶିଷ | ନାୟକ ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ର | |
ତତେ ଭଲ ପାଉଛି ବୋଲି | |||
ତୁ ଥାଆ ମୁଁ ଯାଉଚି ରୁଷି | |||
୨୦୧୧ | ଚୋରି ଚୋରି ମନ ଚୋରି | ପ୍ରେମ୍ | |
ଚାନ୍ଦିନୀ ଆଇ ମିସ ୟୁ | ଆକାଶ | ||
୨୦୧୨ | ଇଡିଅଟ୍ | ||
ଲଭ୍ ମାଷ୍ଟର | ଅତିଥି କଳାକାର | ||
୨୦୧୩ | ମୋ' ଦୁନିଆ ତୁ ହିଁ ତୁ | ||
ଦିୱାନା ଦିୱାନୀ | ଏନ୍କାଉଣ୍ଟର ସ୍ପେସାଲିଷ୍ଟ୍ | ||
ମୁଁ ଏକା ତୁମର | ମହେଶ୍ | ||
୨୦୧୪ | କ୍ରାନ୍ତିଧାରା | ବାବୁ ସ୍ୱାଇଁ | |
୨୦୧୫ | ରଘୁପତି ରାଘବ ରାଜାରାମ | ରାଜାରାମ | |
ଭଲପାଏ ତତେ ୧୦୦ ରୁ ୧୦୦ | |||
୨୦୧୬ | ତୁ ଯେ ସେଇ | ||
୨୦୧୭ | ତୁ ମୋ ଲଭ୍ ଷ୍ଟୋରୀ | ପୋଲିସ୍ |
ଦୂରଦର୍ଶନ
- ସୁନାବୋହୂ (ସାର୍ଥକ ଟିଭି)- ଉପସ୍ଥାପକ
- ରଜ କୁଇନ୍ ୧/୨ (ସାର୍ଥକ ଟିଭି)- ମେଣ୍ଟର
- ତରଙ୍ଗ ପରିବାର ମହାମୁକାବିଲା ୧/୨ (ତରଙ୍ଗ ଟିଭି)- ଉପସ୍ଥାପକ
- ରଜ କୁଇନ୍ ୫ (ସାର୍ଥକ ଟିଭି)- ବିଚାରକ
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"ଅଭୁଲା ଚଗଲା ଦିନ". ସମ୍ବାଦ. 16 February 2018. Retrieved 17 February 2018.
ବାହାର ଆଧାର
- ଦେବାଶିଷ ପାତ୍ର (ଇଣ୍ଟରନେଟ ମୁଭି ଡାଟାବେସରେ)