ରୁଦ୍ର ପାଣିଗ୍ରାହୀ

ରୁଦ୍ର ପାଣିଗ୍ରାହୀ
Image result for rudra panigrahi
ଜନ୍ମ ଓ ଜନ୍ମସ୍ଥାନରୁଦ୍ର ପାଣିଗ୍ରାହୀ
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତା
କାର୍ଯ୍ୟକାଳ୨୦୧୧ରୁ-ଏବେଯାଏଁ
ଜୀବନସାଥିଜିନା ସାମଲ (୨୦୧୭-ଏବେଯାଏଁ)
ରୁଦ୍ର ପାଣିଗ୍ରାହୀ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୧ ମସିହାରେ ସେ ନାରାୟଣ ଘଡ଼େଇଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ମନେ ରହିବ ଏ ପ୍ରେମ କାହାଣୀ ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ରୁଦ୍ର ୨୦୧୭ ମସିହାରେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଜୀନାର ଜୀବନସାଥୀରେ ଭାଗ ନେଇଥିଲେ ଏବଂ ସେ ଜୀନାଙ୍କୁ ବିବାହ କରିଥିଲେ ।

ଅଭିନୟ ଜୀବନ

ରୁଦ୍ର ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନେ ରହିବ ଏ ପ୍ରେମ କାହାଣୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ରୁଦ୍ରଙ୍କ ସ‌ହ ନାୟିକା ଭାବରେ ଅଭିନୟ କରିଥିଲେ ରୂପାଲି । ଏହପରେ ସେ ୨୦୧୪ରେ ଗଳ୍ପ ନୁହେଁ ଅଳ୍ପ ଦିନର, ୨୦୧୫ରେ ଆପନା ହାଥ ଜଗନ୍ନାଥ, ୨୦୧୬ରେ ଝିଅଟା ବିଗିଡ଼ିଗଲା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ରୁଦ୍ରଙ୍କର ଆଗାମୀ ଚଳଚ୍ଚିତ୍ର ପ୍ରେମୀ ଦିୱାନା ୨୦୧୮ରେ ମୁକ୍ତିଲାଭ କରିବାର ଯୋଜନା ଅଛି ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୧ମନେ ରହିବ ଏ ପ୍ରେମ କାହାଣୀରାଜାପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୩ପ୍ରେମିକା
୨୦୧୪ଆପନା ହାତ ଜଗନ୍ନାଥବିଜୟ
୨୦୧୫ଗଳ୍ପ ନୁହେଁ ଅଳ୍ପ ଦିନର
୨୦୧୬ଝିଅଟା ବିଗିଡ଼ିଗଲା

ଆଧାର

  1. ଉପରକୁ ଯାଆନ୍ତୁ"http://sambad.in/entertainment/rudra-premidiwana-103364/". sambad.in. 17 March 2018. Retrieved 21 March 2018.
  2. ଉପରକୁ ଯାଆନ୍ତୁ"ତରଙ୍ଗର ରିୟଲିଟି ଶୋ 'ଜିନାର ଜୀବନସାଥୀ'". ସମାଜ. 27 August 2017. Retrieved 27 August 2017.

ବାହାର ଆଧାର