ପୁପୁଲ ଭୂୟାଁ

ପୁପୁଲ ଭୂୟାଁ
Odia Actress Pupul Bhuyan (ପୁପୁଲ ଭୂୟାଁ)
ଜନ୍ମ ତାରିଖ
ଜନ୍ମ ନାମ
ଜନ୍ମସ୍ଥାନ
୨୩ ଫେବୃଆରୀ ୧୯୯୨
ପାୟଲ ଭୂୟାଁ

ସଇଁକୁଳ, କେଉଁଝର
ଜୀବିକା(ଓଡ଼ିଆ) ଅଭିନେତ୍ରୀ, ଉପସ୍ଥାପିକା
କାର୍ଯ୍ୟକାଳ୨୦୧୩ରୁ-ଏବେଯାଏଁ
ପୁପୁଲ ଭୂୟାଁ (Pupul Bhuyan) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର କାଉଁରୀ କନ୍ୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ପୁପୁଲ ଓଡ଼ିଆ ଦୂରଦର୍ଶନ ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ୨୦୧୮ ମସିହାରେ ସେ ଅପେରା ମିସେସ୍ ଇଣ୍ଡିଆ ପ୍ରତିଯୋଗୀତାରେ ବିଜୟୀନି ହୋଇଥିଲେ ।

ପ୍ରାରମ୍ଭିକ ଜୀବନ

ପୁପୁଲ ୧୯୯୨ ମସିହାର ଫେବୃଆରୀ ୨୩ ତାରିଖରେ କେନ୍ଦୁଝର ଜିଲ୍ଲାର ସଇଁକୁଳଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭୁବନେଶ୍ୱର ସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜରୁ ସ୍ଥାତନ କରିଥିଲେ ।

ଅଭିନୟ ଜୀବନ

ପୁପୁଲ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ସୋମ୍ୟ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ ପ୍ରଥମ ଓଡ଼ିଆ 3D ଚଳଚ୍ଚିତ୍ର କାଉଁରୀ କନ୍ୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟିକା ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ର ପାଇଁ ତାଙ୍କୁ ରୂପନଗରୀ ମାୟାନଗରୀ ପୁରସ୍କାର ଉତ୍ସବ ଏବଂ ସୋ ଟାଇମ୍ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।
ପୁପୁଲ ଓଡ଼ିଆ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଓ ଟିଭିର ଇ-ନ୍ୟୁଜ୍, ଏ-ଗସିପ୍, ଟେଲି ଟ୍ରାଭେଲ୍ ଆଦି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିଲେ । ସେ ଏମ୍.ବି.ସି ଟିଭିରେ ଦ ରିଭ୍ୟୁ ସୋ, ତରଙ୍ଗ ଟିଭିରେ ଆମ ରୋଷେଇ ଘର, ଜିତ ଓଡ଼ିଶା ଜିତ, ଇ ଟିଭି ଓଡ଼ିଆରେ ଆପଣଙ୍କ ପସନ୍ଦ, ସାର୍ଥକ ଟିଭିରେ ସ୍ୱର ଓଡ଼ିଶାର, ମୁଁ ବି ହିରୋଇନ ହେବି, ସରେଗାମାପା ଲିଟିଲ୍ ଚାମ୍ପସ୍ ଆଦି କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।
ପୁପୁଲଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ଅନୁଭବ- ଏ ଲଭର୍‌ବୟର ନିର୍ମାଣ ଚାଲିଛି । ଏଥିରେ ପୁପୁଲଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ସୂରଜ କୁମାର । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ସରୋଜ ବାରିକ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୩କାଉଁରୀ କନ୍ୟାପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୫ଭଲ ପାଏ ତତେ ଶହେରୁ ୧୦୦
୨୦୧୮ବ୍ଲାକ୍‍‍ମେଲ୍
୨୦୨୨ବିଦ୍ୟାରଣ
-ଅନୁଭବ- ଏ ଲଭର୍‌ବୟସୁଟିଂ ଚାଲିଛି
-ନିୟତିସୁଟିଂ ଚାଲିଛି
-ତୁ ମୋ କମଜୋରିସୁଟିଂ ଚାଲିଛି
-ଡେଲିଭରି ବୟସୁଟିଂ ଚାଲିଛି
-ଅଜାତିସୁଟିଂ ଚାଲିଛି

ଦୂରଦର୍ଶନ ଉପସ୍ଥାପିକା

କାର୍ଯ୍ୟକ୍ରମଚେନାଲମନ୍ତବ୍ୟ
ଇ-ନ୍ୟୁଜ୍ଓ ଟିଭି
ଏ-ଗସିପ୍ଓ ଟିଭି
‌ ଟେଲି ଟ୍ରାଭେଲ୍ଓ ଟିଭି
ଦ ରିଭ୍ୟୁ ସୋଏମ୍.ବି.ସି ଟିଭି
ଆମ ରୋଷେଇ ଘରତରଙ୍ଗ ଟିଭି
ଜିତ ଓଡ଼ିଶା ଜିତତରଙ୍ଗ ଟିଭି
ଆପଣଙ୍କ ପସନ୍ଦଇ ଟିଭି ଓଡ଼ିଆ
ସ୍ୱର ଓଡ଼ିଶାରସାର୍ଥକ ଟିଭି
ମୁଁ ବି ହିରୋଇନ ହେବିସାର୍ଥକ ଟିଭି
ସରେଗାମାପା ଲିଟିଲ୍ ଚାମ୍ପସ୍ସାର୍ଥକ ଟିଭି

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଛୋଟ ପରଦାରେ ଉପସ୍ଥାପିକା , ହେଲେ ବଡ଼ ପରଦାରେ ନାୟିକା". sambad.in. 7 March 2018. Retrieved 13 March 2018.
  2. ଉପରକୁ ଯାଆନ୍ତୁ"Kaunri Kanya 3D Oriya Horror Film". Incredible Orissa.
  3. ଏହି ଯାଏ ଉପରକୁ ଯାଆନ୍ତୁ:"ଛୋଟ ପରଦାରେ ଉପସ୍ଥାପିକା , ହେଲେ ବଡ଼ ପରଦାରେ ନାୟିକା". ସମ୍ବାଦ. 7 March 2018. Retrieved 13 March 2018.
  4. ଉପରକୁ ଯାଆନ୍ତୁ"ଅନୁଭବ A Lover BOy". Odia Zamana. 9 March 2018. Retrieved 13 March 2018.

ବାହାର ଆଧାର