ଭୂମିକା ଦାଶ

ଭୂମିକା ଦାଶ
Bhumika Das.JPG
ଜନ୍ମ ଓ ଜନ୍ମସ୍ଥାନଓଡ଼ିଶା
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୩ରୁ- ଏବେଯାଏଁ
ଭୂମିକା ଦାଶ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍‌କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ଗପ ହେଲେ ବି ସତ ଚଳଚ୍ଚିତ୍ରରେ ମଧ୍ୟ ଜନେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ନାୟିକା ଭାବରେ ଅଭିନୟ କରିଥିଲେ ।ଭୂମିକା ଓଡ଼ିଶୀ ନୃତ୍ୟ ଶିକ୍ଷା କରିଛନ୍ତି ।

ପ୍ରାରମ୍ଭିକ ଜୀବନ

ଭୂମିକା ଏବେ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ସେ ମୁଖ୍ୟ ନାୟିକା ଭାବରେ ଦୁଇଟି ଚଳଚ୍ଚିତ୍ର କରିସାରିବା ପରେ ଦଶମ ବୋର୍ଡ଼ ପରୀକ୍ଷା ପାଇଁ କିଛିଦିନ ପାଇଁ ଚଳଚ୍ଚିତ୍ର ଜଗତରୁ ବିରତି ନେଇଥିଲେ ।

ଅଭିନୟ ଜୀବନ

ଶିଶୁ କଳାକାର

ଭୂମିକା, ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍‌କୁ ଝୁମାନା ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ । ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସ‌ହ ହରିହରି ମହାପାତ୍ରମିହିର ଦାସହର ପଟ୍ଟନାୟକପ୍ରିୟା ଚୌଧୁରୀ ପ୍ରମୁଖ ଅଭିନୟ କରିଥିଲେ । ଏହା ପରେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ଚଳଚ୍ଚିତ୍ର ଗପ ହେଲେ ବି ସତ ଚଳଚ୍ଚିତ୍ରରେ ଏକ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଭୂମିକାଙ୍କୁ ୫ମ ତରଙ୍ଗ ସିନେ ଆୱାର୍ଡ଼ରେ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ମିଳିଥିଲା ।

ନାୟିକା

୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସ‌ହ ନାୟକ ଭାବରେ ସ୍ୱରାଜ ବାରିକ ଅଭିନୟ କରିଥିଲେ । ସ୍ୱରାଜ ମଧ୍ୟ ଜଣେ ଶିଶୁ କଳାକାର ଭାରେ ପୂର୍ବରୁ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ମିହିର ଦାସପ୍ରଜ୍ଞା ଖଟୁଆମନୋଜ ମିଶ୍ର, ଦେବାଶିଷ ପାତ୍ର, ଚୈଧୁରୀ ବିକାଶ ଦାସ, ପୃଥିରାଜ ନାୟକ ପ୍ରମୁଖ ଅଭିନେତା ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା । ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ଭୂମିକାଙ୍କୁ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ପୁରସ୍କାର ମିଳିଥିଲା ।
୨୦୧୭ ଦୂର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା କଥାଚିତ୍ର ହିରୋ ନଂ ୱାନ୍ରେ ଭୂମିକା ନାୟକ ବାବୁଶାନ୍‌ଙ୍କ ସ‌ହ ଅଭିନୟ କରିଥିଲେ । ଏଥିରେ ସେ ଜଣେ ମ‌ହିଳା ସମ୍ବାଦ‌ଦାତା ଭାବରେ ଅଭିନୟ କରିଥିଲେ । ତାପସ ସରଘରିଆ ପୁଣିଥରେ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିରେ ମିହିର ଦାସକୁନା ତ୍ରିପାଠୀପିଣ୍ଟୁ ନନ୍ଦ, ଦୀପକ ମିଶ୍ର, ଅସୀତ ପତି, ପୁଷ୍ପା ପଣ୍ଡାପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରମନ୍ତବ୍ୟ
୨୦୧୩ରୁମ୍‌କୁ ଝୁମାନାଶିଶୁ କଳାକାର ଭାବରେ ପ୍ରଥମ ଅଭିନୟ ଆରମ୍ଭ
୨୦୧୫ଗପ ହେଲେ ବି ସତବର୍ଷା
୨୦୧୭ତୁ ମୋ ଲଭ୍ ଷ୍ଟୋରୀନାୟିକା ଭାବରେ ପ୍ରଥମ ଅଭିନୟ
୨୦୧୭ହିରୋ ନଂ ୱାନ୍୨ୟ କଥାଚିତ୍ର

ପୁରସ୍କାର ଏବଂ ସମ୍ମାନ

୨୦୧୪: ୫ମ ତରଙ୍ଗ ସିନେ ଆୱାର୍ଡ଼- ଶ୍ରେଷ୍ଠ ଶିଶୁ କଳାକାର

ଆଧାର

  1. ଉପରକୁ ଯାଆନ୍ତୁ"ତରଙ୍ଗର ନୂଆ ନାୟିକା". ସମାଜ. 12 November 2017. Retrieved 12 November 2017.
  2. ଉପରକୁ ଯାଆନ୍ତୁ""Bhoomika Dash"- Ready To Bind Audiance With Her Superb Acting Skills". E News ଓଡ଼ିଆ. 13 February 2017. Retrieved 6 April 2017.
  3. ଉପରକୁ ଯାଆନ୍ତୁ"Gaap". ଓ ଟିଭି. 3 April 2017. Retrieved 7 April 2017.
  4. ଏହି ଯାଏ ଉପରକୁ ଯାଆନ୍ତୁ:"ପରୀକ୍ଷା ଦେବେ ଭୂମିକା ! ଅଭିନୟରୁ ନେଲେ ବିରତି !". କନକ ନ୍ୟୁଜ୍. 1 November 2017. Retrieved 1 November 2017.
  5. ଉପରକୁ ଯାଆନ୍ତୁ"ବ୍ରେକ୍‌ ନେଇଛନ୍ତି ଭୂମିକା, ଏ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା". sambad.in. 1 November 2017. Retrieved 2 November 2017.
  6. ଉପରକୁ ଯାଆନ୍ତୁ"‘ତୁ ମୋ ଲଭ୍‌ଷ୍ଟୋରୀ’ ଚଳଚ୍ଚିତ୍ରରେ ଭୂମିକାଙ୍କ ଚମତ୍କାର ଅଭିନୟ". Odisha Live. 24 April 2017. Retrieved 15 October 2017.
  7. ଉପରକୁ ଯାଆନ୍ତୁ"ଆଜି ଶୁଭମୁକ୍ତି ‘ହିରୋ ନମ୍ବର ଓ୍ଵାନ୍‌’". sambad.in. 24 September 2017. Retrieved 15 October 2017.
  8. ଉପରକୁ ଯାଆନ୍ତୁ"ଦଶହରାରେ ପ୍ରଥମ ଥର ପାଇଁ ଓଲିଉଡ୍‌ କଳାକାର". Fast Mail TV. 26 September 2017. Retrieved 15 October 2017.
  9. ଏହି ଯାଏ ଉପରକୁ ଯାଆନ୍ତୁ:"Tarang Cine Awards 2014 Winners". IncredibleOrissa.com. 10 March 2014. Retrieved 7 April 2017.
  10. ଉପରକୁ ଯାଆନ୍ତୁ"Tu Mo Love Story Odia Film of Swaraj and Bhumika". OdiaInfo.in. Retrieved 6 April 2017.
  11. ଉପରକୁ ଯାଆନ୍ତୁ"ନୂଆ ନାୟିକାଙ୍କ ପରୀକ୍ଷାଗାର". ସମାଜ. 3 September 2017. Retrieved 8 September 2017.
  12. ଉପରକୁ ଯାଆନ୍ତୁ"ନୂଆ ଉପାୟ". ସମାଜ. 2 April 2017. Retrieved 6 April 2017.
  13. ଉପରକୁ ଯାଆନ୍ତୁ"Tu Mo Love Story- Teen Age Love Story Based Odia Movie Releasing on 7th April". E News ଓଡ଼ିଆ. 5 April 2017. Retrieved 6 April 2017.
  14. ଉପରକୁ ଯାଆନ୍ତୁ"‘ଚଳଚ୍ଚିତ୍ର ଜଗତ’ ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.
  15. ଉପରକୁ ଯାଆନ୍ତୁ"ଭୂମିକାଙ୍କ ନୂଆ ଭୂମିକା". samaj live. 7 August 2017. Retrieved 8 September 2017.
  16. ଉପରକୁ ଯାଆନ୍ତୁ"ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !". sambad.in. 20 September 2017. Retrieved 21 September 2017.
  17. ଉପରକୁ ଯାଆନ୍ତୁ"Hero No.1 Babusan Bhoomika Odia New Movie Info, Cast, Crews, Mp3 Songs, HD Videos, Reviews". Odia360.com. 11 August 2017. Retrieved 8 September 2017.
  18. ଉପରକୁ ଯାଆନ୍ତୁ"ପୂଜା ବଜାରରେ ପ୍ରଥମ ଥର ପାଇଁ ଏହି ଓଲିଉଡ୍‌ କଳାକାର". ସମ୍ୱାଦ. 26 September 2017. Retrieved 26 September 2017.
  19. ଉପରକୁ ଯାଆନ୍ତୁ"‘ହିରୋ ନମ୍ବର ଓ୍ଵାନ୍‌’ରେ କେଉଁ ଭୂମିକାରେ ଅଛନ୍ତି ଓଲିଉଡ୍‌ ନାୟିକା ଭୂମିକା?". ସମ୍ବାଦ. 9 September 2017. Retrieved 10 September 2017.
  20. ଉପରକୁ ଯାଆନ୍ତୁ"ଓଲିଉଡର ପୂଜାବଜାର ଏକଦମ୍‌ ସରଗରମ!". sambad.in. 29 September 2017. Retrieved 1 October 2017.
  21. ଉପରକୁ ଯାଆନ୍ତୁ"Babushan Mohanty And Bhoomika Dash In The Upcoming Movie “Hero No 1”". E News ଓଡ଼ିଆ. 21 July 2017. Retrieved 8 September 2017.
  22. ଉପରକୁ ଯାଆନ୍ତୁ"କାବୁଲା ଶିବା ଦେବେ ହିରୋକୁ ଟକ୍କର". ସମାଜ. 24 September 2017. Retrieved 30 September 2017.
  23. ଉପରକୁ ଯାଆନ୍ତୁ"ପୂଜାରେ ତିନି". ସମ୍ବାଦ. 18 September 2017. Retrieved 21 September 2017.