ତମନ୍ନା ବ୍ୟାସ

ତମନ୍ନା ବ୍ୟାସ
Image result for tamanna vyas
ଜନ୍ମ ଓ ଜନ୍ମସ୍ଥାନତମନ୍ନା ବ୍ୟାସ
ବ୍ରହ୍ମପୁରଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୬ରୁ-ଏବେଯାଏଁ
ତମନ୍ନା ବ୍ୟାସ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ତମନ୍ନା ନାମରେ ଓଡ଼ିଆ କଥାଚିତ୍ର ଜଗତରେ ଜଣା । ତମନ୍ନା ୨୦୧୬ ମସିହାରେ ଅଭିନେତା ପପୁ ପମ ପମଙ୍କର ବିବାଦ ଉପରେ ନିର୍ମିତ କଥାଚିତ୍ର ଭାଇନା, କ'ଣ କଲା ସେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିର ମୁକ୍ତିଲାଭ କରିବା ପୂର୍ବରୁ ତମନ୍ନା ପପୁ ପମ ପମଙ୍କ ସ‌ହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଜୋକର୍‌ରେ ଅଭିନୟ କରିଥିଲେ । ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭ ହୋଇପାରି ନ ଥିଲା ।

ପ୍ରାରମ୍ଭିକ ଜୀବନ

ତମନ୍ନା ମୁଖତଃ ବ୍ରହ୍ମ‌ପୁରରେ ବାସ କରନ୍ତି । ସେ ଯୁକ୍ତ ତିନିର ଛାତ୍ରୀ । ସେ ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମରେ ଭାଗ ନେଇ ଲୋକଲୋଚନ‌କୁ ଆସିଥିଲେ ।

ଅଭିନୟ ଜୀବନ

ତମନ୍ନା ସାର୍ଥକ ଟିଭିରେ ପ୍ରସାରତି କାର୍ଯ୍ୟକ୍ରମ ମୁଁ ବି ହିରୋଇନ ହେବିର ୨ୟ ସଂସ୍କରଣରେ ୨ୟ ସ୍ଥାନରେ ରହିଥିଲେ ଏବଂ ୨୦୧୫ର ରଜ କୁଇନ୍ କାର୍ଯ୍ୟକ୍ରମରେ ୩ୟ ସ୍ଥାନରେ ରହିଥିଲେ । ଏହି ସମୟରେ ସେ ଓଡ଼ିଶାରେ ପରିଚିତ ହୋଇଥିଲେ ।
ତମନ୍ନା ୨୦୧୬ ମସିହାରେ ଓଡ଼ିଆ କଥାଚିତ୍ର ଭାଇନା, କ'ଣ କଲା ସେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପପୁ ପମ ପମଙ୍କ ସ‌ହ ସୁଟିଂ କରିଥିଲେ, ମାତ୍ର ସେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରିନଥିଲା । ଏହାପରେ ୨୦୧୭ରେ ସେ ନିଝୁମ ରାତିର ସାଥୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୨୦୧୮ ମସିହାରେ ତମନ୍ନା ତେଲୁଗୁ କଥାଚିତ୍ର ଜଗତରେ 'ଶତ୍ରୁ' ନାମକ ଏକ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ତମନ୍ନାଙ୍କର ଦୁଇଟି ଓଡ଼ିଆ କଥାଚିତ୍ର ଲୁଚେଇ ଦେ ମୋତେ ଛାତି ଭିତରେ ଏବଂ ବ୍ଲାକ୍‌ମେଲ୍ ମୁକ୍ତିଲାଭ ଅପେକ୍ଷାରେ ଅଛି ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୬ଭାଇନା, କ'ଣ କଲା ସେପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୭ନିଝୁମ ରାତିର ସାଥୀ
୨୦୧୮ବ୍ଲାକ୍‌ମେଲ୍ସୁଟିଂ ଚାଲିଛି
ଲୁଚେଇ ଦେ ମୋତେ ଛାତି ଭିତରେମୁକ୍ତିଲାଭ ଅପେକ୍ଷାରେ
ଶତ୍ରୁପ୍ରଥମ ତେଲୁଗୁ ଚଳଚ୍ଚିତ୍ର (ସୁଟିଂ ଚାଲିଛି)

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"Tamanna Odia Actress Interview About First Break In Ollywood". Incredible Orissa. 23 September 2016. Retrieved 5 February 2018.
  2. ଉପରକୁ ଯାଆନ୍ତୁ"ନବାଗତା ତମନ୍ନା". ସମାଜ. 21 August 2016. Retrieved 21 August 2016.
  3. ଏହି ଯାଏ ଉପରକୁ ଯାଆନ୍ତୁ:ସାହୁ, ଗଣେଶ ପ୍ରସାଦ (9 September 2016). "ଅଭିନୟର ଗୋଟିଏ ଦିଗ ନୁହେଁ ସବୁ ଦିଗରେ ମାହିର ହେବାକୁ ଲକ୍ଷ୍ୟ ରଖିଛି: ତମନ୍ନା". Odisha News 360. Retrieved 16 September 2016.
  4. ଉପରକୁ ଯାଆନ୍ତୁ"ସବୁଥିରେ ନୂଆ ପାର୍ଟନର ମିଳୁଛନ୍ତି ଏହି ଓଲିଉଡ ନାୟିକାଙ୍କୁ". sambad.in. 20 January 2018. Retrieved 1 February 2018.
  5. ଉପରକୁ ଯାଆନ୍ତୁ"ତେଲୁଗୁ ସିନେମାରେ ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ତମନ୍ନା ! ଜାଣନ୍ତୁ ଏ ବିଷୟରେ ସେ କ’ଣ କହୁଛନ୍ତି?". sambad.in. 7 September 2017. Retrieved 8 September 2017.
  6. ଉପରକୁ ଯାଆନ୍ତୁ"ଡବଲ ଅବତାର". ଧରିତ୍ରୀ. Retrieved 5 February 2018.
  7. ଉପରକୁ ଯାଆନ୍ତୁ"‘ବ୍ଲାକମେଲ୍‌’ରେ ତମନ୍ନା". sambad.in. 8 November 2017. Retrieved 5 February 2018.
  8. ଉପରକୁ ଯାଆନ୍ତୁ"ଏହି ଓଲିଉଡ଼ ନାୟିକାଙ୍କ ପାଇଁ ଏହା ଭଲ ବର୍ଷ ହୋଇପାରେ !". sambad.in. 2 January 2018. Retrieved 1 February 2018.