ବିଶ୍ୱଭୂଷଣ ପଣ୍ଡା

ବିଶ୍ୱଭୂଷଣ ପଣ୍ଡା
Image result for biswabhusan panda
ଜନ୍ମ ଓ ଜନ୍ମସ୍ଥାନବିଶ୍ୱଭୂଷଣ ପଣ୍ଡା
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତା
କାର୍ଯ୍ୟକାଳ୨୦୧୬ରୁ-ଏବେଯାଏଁ
ବିଶ୍ୱଭୂଷଣ ପଣ୍ଡା, ଜଣେ ଓଡ଼ିଆ ଦୂରଦର୍ଶନ ଅଭିନେତା । ସେ ଓଡ଼ିଆ ଦୂରଦର୍ଶନରେ ଖଳନାୟକ ଭାବରେ ପରିଚିତ । ସେ ମୁମ୍ବାଇରେ ଅଭିନୟ ଶିକ୍ଷା କରିବା ପରେ ଦୁଇଟି ହିନ୍ଦୀ ଧାରାବାହିକରେ ଅଭିନୟ କରିଥିଲେ । ଏହାପରେ ସେ ଓଡ଼ିଆ ଦୂରଦର୍ଶନରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ବିଶ୍ୱଭୂଷଣ ଛୋଟବେଳୁ ନାଟକ ପ୍ରତି ଆକର୍ଷିତ ହୋଇଥିଲେ, ତେଣୁ ଅନେକ ସମୟରେ ସେ ହଷ୍ଟେଲରୁ ଲୁଚି ପଳାଇଯାଉଥିଲେ । ସେ ଦିଲ୍ଲୀରେ ଇଞ୍ଜିନିୟରିଂରେ ଡିପ୍ଲୋମ କରିଥିଲେ । ଏହାପରେ ସେ ମୁମ୍ବାଇରେ ଅଭିନୟ ଶିକ୍ଷା କରିଥିଲେ ।

ଅଭିନୟ ଜୀବନ

ବିଶ୍ୱଭୂଷଣ ମୁମ୍ବାଇରେ ଅଭିନୟ ଶିକ୍ଷା କରିବା ପରେ ଦୁଇଟି ହିନ୍ଦୀ ଧାରାବାହିକରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ସୌଭାଗ୍ୟବତୀ ଭବ ଧାରାବାହିକ ଜରିଆରେ ସେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ହିଟ୍‌ଲର୍ ଦିଦି ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।
ଏହାପରେ ବିଶ୍ୱଭୂଷଣଙ୍କୁ ମିଳିଥିଲା ଓଡ଼ିଆ ଧାରାବାହିକରେ ଅଭିନୟ କରିବାର ସୁଯୋଗ । ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଦୁର୍ଗାରେ ସେ ଜଣେ ଖଳନାୟକ ଭାବରେ ଓଡ଼ିଆ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ତେଜସ୍ୱନୀ, ତୁଳସୀ, ତୋ ଆଖି ମୋ ଆଇନା ଆଦି ଧାରାବାହିକରେ ଅଭିନୟ କରିଥିଲେ ।

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ସୌଭାଗ୍ୟବତୀ ଭବଲାଇଫ୍ ଓକେ
ହିଟ୍‌ଲର୍ ଦିଦିଜି ଟିଭି
ଦୁର୍ଗାତରଙ୍ଗ ଟିଭିଜିତ୍
ତେଜସ୍ୱିନୀତରଙ୍ଗ ଟିଭିରୁଦ୍ରାକ୍ଷ
ତୁଳସୀକଲର୍ସ ଓଡ଼ିଆ
ତୋ ଆଖି ମୋ ଆଇନାରଣଜିତ୍
ଶୁଭବିବାହସାର୍ଥକ ଟିଭି

ବିବାଦ

ଓଡ଼ିଆ କଥାଚିତ୍ର ଅଜାତଶତ୍ରୁରେ ବିଶ୍ୱଭୂଷଣ ଅଭିନୟ କରୁଥିଲେ । ଏହାର ସୁଟିଂ ସମୟରେ ବିଶ୍ୱଭୂଷଣ ଏବଂ ପ୍ରଯୋଜକଙ୍କ ମଧ୍ୟରେ ଦ୍ୱନ୍ଦ ଉପୁଜିଥିଲା ଫଳରେ ପ୍ରଯୋଜକ ସୋହମ ସିଂହ ତାଙ୍କୁ ମାଡ଼ ମାରିଥିଲେ ।

ଆଧାର