ଆର୍ଯ୍ୟନ ଦାଶ

ଆର୍ଯ୍ୟନ ଦାଶ
Image result for odia film jogi
ଜନ୍ମ ଓ ଜନ୍ମସ୍ଥାନଆର୍ଯ୍ୟନ ଦାଶ
ପୁରୀଓଡ଼ିଶାଭାରତ
ଜୀବିକାଅଭିନେତା
କାର୍ଯ୍ୟକାଳ୨୦୧୮-ଏବେଯାଏଁ
ଆର୍ଯ୍ୟନ ଦାଶ ଜଣେ ଓଡ଼ିଆ କଥାଚିତ୍ର ଏବଂ ହିନ୍ଦୀ ଥିଏଟର ଅଭିନେତା । ଆର୍ଯ୍ୟନ ଅଭିନେତା ଅନୁପମ ଖେରଙ୍କ ସ‌ହ ଏକ ଥିଏଟରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ଜଗତରେ ଯୋଗୀ ଚଳଚ୍ଚିତ୍ର ଜରିଆରେ ପ୍ରବେଶ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଆର୍ଯ୍ୟନଙ୍କର ଘର ପୁରୀ ସ‌ହରରେ । ତାଙ୍କର ପିତା ଜଣେ ବାୟୁସେନା ଅଧିକାରୀ ।ସେଥିପାଇଁ ସେ ମୁମ୍ବାଇରେ ଅବସ୍ଥାନ କରୁଛନ୍ତି । ଆର୍ଯ୍ୟନ ଏୟାର କ୍ରାଫ୍ଟ ଇଂଜିନିୟରିଂରେ ସ୍ନାତକ କରିଥିଲେ । ଏହାପରେ ସେ ମୁମ୍ବାଇର କିଶୋର ନମିତ୍‌ ଆକ୍ଟିଂ ଇନ୍‌ଷ୍ଟିଚ୍ୟୁଟରେ ଯୋଗ ଦେଇଥିଲେ । ସେଠାରେ ସେ ଅଭିନୟ ଶିକ୍ଷା କରିଥିଲେ । ଏହାପରେ ସେ ଅଭିନେତା ଅନୁପମ ଖେରଙ୍କ ସ‌ହ ଏକ ଥିଏଟରରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ଆର୍ଯ୍ୟନ ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ନାନା ପାଟେକରଙ୍କର ସହକାରୀ ଭାବରେ ଏକ କନ୍ନଡ ଚଳଚ୍ଚିତ୍ରରେ କାମ କରିଥିଲେ । ଏହି ସ‌ହ ସେ କିଛି ଚଳଚ୍ଚିତ୍ରର ସ‌ହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଆର୍ଯ୍ୟନ ଓଡ଼ିଆ ଆଲବମ୍‌ ଭିଡ଼ିଓରେ ମଧ୍ୟ ଅଭିନୟ କରିଥିଲେ । ସେ ସାଥିୟା, ପ୍ରେମରେ ତୋର ଦିଓ୍ଵାନ ହେଲି ଓ ମୋର ମାଆ ଆଦି ଆଲବମ୍‌ ଭିଡ଼ିଓରେ ଅଭିନୟ କରିଥିଲେ ।
ଆର୍ଯ୍ୟନ ଓଡ଼ିଆ କଥାଚିତ୍ର ଯୋଗୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା । ଏହି ଚଳଚ୍ଚିତ୍ରର ପ୍ରଯୋଜକ ଶ୍ରୀଧର ମାର୍ଥା ଆର୍ଯ୍ୟନଙ୍କୁ ଫୋନ କରି ଚଳଚ୍ଚିତ୍ରଟିରେ ଅଭିନୟ ପାଇଁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ଆର୍ଯ୍ୟଙ୍କ ସ‌ହ ନିକିତା ମିଶ୍ର ଅଭିନୟ କରିଥିଲେ । ନିକିତା ପୂର୍ବରୁ ଶିଶୁ କଳାକାର ଭାବରେ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ବିଜୟ ମହାନ୍ତିମନୋଜ ମିଶ୍ର, ସ୍ମିତା ମହାନ୍ତି, ହର ରଥଜୟୀରାମ ସାମଲଦେବୁ ବ୍ରହ୍ମାଚକ୍ରଧର ଜେନାରବି ମିଶ୍ରହାଡୁ, ଥିନ୍‌, ସୁମନ୍‌, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଆର୍ଯ୍ୟନଙ୍କର ଆଗାମୀ ଚଳଚ୍ଚିତ୍ର ହେଉଛି ଯୋଉଠି ଥିଲେ ବି ତୁ ମୋର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଉଛନ୍ତି ଶ୍ରୀକାନ୍ତ ଗୌତମ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରନିର୍ଦ୍ଦେଶକଭୂମିକାମନ୍ତବ୍ୟ
୨୦୧୮ଯୋଗୀନିରଞ୍ଜନ ବେହେରାପ୍ରଭୁପ୍ରଥମ ଓଡ଼ିଆ କଥାଚିତ୍ର

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଓଲିଉଡରେ ପ୍ରବେଶ କରିବେ ଆଉ ଜଣେ ନୂଆ ନାୟକ : ଫିଲ୍ମ ‘ଯୋଗୀ’ରେ ଆସିବେ ନଜର". କନକ ନ୍ୟୁଜ. 27 October 2017. Retrieved 1 November 2017.
  2. ଏହି ଯାଏ ଉପରକୁ ଯାଆନ୍ତୁ:"ଚିହ୍ନନ୍ତୁ ଓଡ଼ିଆ ସିନେମା ‘ଯୋଗୀ’ର ନୂଆ ନାୟକ ଆର୍ଯ୍ୟନଙ୍କୁ". sambad.in. 27 October 2017. Retrieved 1 November 2017.
  3. ଉପରକୁ ଯାଆନ୍ତୁ"ଆର ବର୍ଷକୁ ଆସିବେ ଓଲିଉଡର ଏହି ଫ୍ରେସ୍‌ ଯୋଡି". sambad.in. 28 December 2017. Retrieved 1 February 2018.
  4. ଉପରକୁ ଯାଆନ୍ତୁ"ଆସୁଛନ୍ତି ଆର୍ଯ୍ୟନ୍". ସମାଜ. 4 February 2018. Retrieved 7 February 2018.
  5. ଏହି ଯାଏ ଉପରକୁ ଯାଆନ୍ତୁ:"ଓଲିଉଡ ଜଗତରେ ଆଉ ଏକ ନୂଆ ମୁହଁ, ଆଗାମୀ ଓଡ଼ିଆ ସିନେମା ଯୋଗୀରେ ସେ ମୁଖ୍ୟ ନାୟକ". E News ଓଡ଼ିଆ. 28 October 2017. Retrieved 1 November 2017.
  6. ଏହି ଯାଏ ଉପରକୁ ଯାଆନ୍ତୁ:"ଏକ ନୂଆ ଶୀର୍ଷକ, ନୂଆ କାହାଣୀ ତଥା ନୂଆ ମୁହଁକୁ ନେଇ ପ୍ରସ୍ତୁତ କରାଯାଉଛି ଆଗାମୀ ଚଳଚ୍ଚିତ୍ର". wwgossip. 31 October 2017. Retrieved 1 November 2017.
  7. ଉପରକୁ ଯାଆନ୍ତୁ"ଭାଗ୍ୟବାନ୍ ଆର୍ଯ୍ୟନ୍". ସମାଜ ରବିବାର. 8 April 2018. Retrieved 12 April 2018.
  8. ଉପରକୁ ଯାଆନ୍ତୁ"ଅଭିନୟ ନିଶା". ସମାଜ. 8 October 2017. Retrieved 8 October 2017.
  9. ଉପରକୁ ଯାଆନ୍ତୁ"ନବାଗତା ନିକିତା". ସମାଜ. 15 October 2017. Retrieved 15 October 2017.
  10. ଉପରକୁ ଯାଆନ୍ତୁ"ଆସୁଛନ୍ତି ଓଲିଉଡକୁ ଏହି ନବାଗତ ନାୟକ". sambad.in. 21 March 2018. Retrieved 21 March 2018.