ସୁବ୍ରତ ସ୍ୱାଇଁ
ସୁବ୍ରତ ସ୍ୱାଇଁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସୁବ୍ରତ ସ୍ୱାଇଁ |
ଜୀବିକା | (ଓଡ଼ିଆ) ଗୀତିକାର |
ପୁରସ୍କାର | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୧୭ |
ସୁବ୍ରତ ସ୍ୱାଇଁ ଜଣେ ଓଡ଼ିଆ କଥାଚିତ୍ରର ଗୀତିକାର । ସୁବ୍ରତଙ୍କୁ ୨୦ ବର୍ଷ ହେବା ଆଗରୁ ସେ ଗୀତ ଲେଖିବା ଆରମ୍ଭ କରିଥିଲେ । ୨୦୦୦ ମସିହାରେ ତାଙ୍କ ଲିଖିତ ଜଗନ୍ନାଥ ଭଜନ ‘ବାଉଁଶ ପତର ସରୁ ଲୋ ଝାଇଁ ଝୁମୁରୁ…’ ଗୀତଟି ଲୋକପ୍ରିୟ ହେବା ପରେ ସୁବ୍ରତ ଲୋକଲୋଚନକୁ ଆସିଥିଲେ । ସୁବ୍ରତଙ୍କ ଏହି ଗୀତରେ କଣ୍ଠଦାନ କରିଥିଲେ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଗାୟକ ମହମ୍ମଦ ଅଜିଜ୍ । ୨୦୦୮ ମସିହାରେ ସୁବ୍ରତ ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ଗୀତ ଲେଖିବା ଆରମ୍ଭ କରିଥିଲେ । ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ମୁଖ୍ୟମନ୍ତ୍ରୀରେ ଗୀତ ରଚନା କରିଥିଲେ ସୁବ୍ରତ । ଏହାପରେ ସେ ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ପ୍ରେମ ଅଢ଼େଇ ଅକ୍ଷରରେ ଗୀତ ରଚନା କରିଥିଲେ ।
ପ୍ରାରମ୍ଭିକ ଜୀବନ ଏବଂ ପେଷା
ସୁବ୍ରତ ସ୍ୱାଇଁ ଗୀତ ରଚନା କରିବା ସହ ସମ୍ବାଦ ଖବରକାଗଜ ପାଇଁ ସାମ୍ବାଦିକତା କରୁଛନ୍ତି । ସେ କେଉଁଝର ଜିଲ୍ଲାର ପ୍ରତିନିଧି ଭାବରେ କାର୍ଯ୍ୟ କରୁଛନ୍ତି ।
ଗୀତ ରଚନା
୨୦୦୦ ମସିହାରେ ସୁବ୍ରତ ସ୍ୱାଇଁଙ୍କଦ୍ୱାରା ରଚିତ ଭଜନ 'ବାଉଁଶ ପତର ସରୁ ଲୋ ଝାଇଁ ଝୁମୁରୁ…’ ତାଙ୍କୁ ଅନେକ ଲୋକପ୍ରିୟତା ଦେଇଥିଲା । ଏହି ଗୀତଟିରେ କଣ୍ଠଦାନ କରିଥିଲେ ହିନ୍ଦୀ କଥାଚିତ୍ର ଜଗତର ଲୋକପ୍ରିୟ ଗାୟକ ମହମଦ ଅଜିଜ୍ । ସୁବ୍ରତ ୨୦୦୮ ମସିହାରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଥିଲେ । ଓଡ଼ିଆ କଥାଚିତ୍ର ମୁଖ୍ୟମନ୍ତ୍ରୀ ପାଇଁ ସେ ପ୍ରଥମ କରି ଗୀତ ରଚନା କରିଥିଲେ । ଏହାପରେ ୨୦୧୦ରେ ସେ ଓଡ଼ିଆ କଥାଚିତ୍ର ପ୍ରେମ ଅଢ଼େଇ ଅକ୍ଷର ପାଇଁ ଗୀତ ରଚନା କରିଥିଲେ । ଏହାପରେ ସେ ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପ୍ରେମ ଆନନ୍ଦଙ୍କ ସ୍ୱର ସଂଯୋଜନା ସହ ସୁବ୍ରତଙ୍କର ଗୀତ ରଚନାରେ ଅନେକ ସଫଳ ଗୀତ ତିଆରି ହୋଇଥିଲା ।
"ଚାଲ୍ କରିବା ଠିଆ ପାଲା", "ଜାଲିମା ଓ ଜାଲିମା", "ଏମିତି ଏ ସମୟ", "ଓରେ ପ୍ରିୟା", "ଯଦି ଏଇ ଜୀବନରେ", "ମଲ୍କା ମଲ୍କା", "ଧୀରେ ଧୀରେ ଭଲ ପାଇଗଲି" ଆଦି ସଫଳ ଗୀତର ଗୀତ ରଚନା କରିଥିଲେ ସୁବ୍ରତ । ୨୦୧୬ ମସିହାରେ ଝିଅଟା ବିଗିଡ଼ିଗଲା ଚଳଚ୍ଚିତ୍ରର ଗୀତ ମଲ୍କା ମଲ୍କା ପାଇଁ ସୁବ୍ରତ ଓଡ଼ିଆ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ୨୦୧୭ ମସିହାରେ ସୁବ୍ରତ ଅଗସ୍ତ୍ୟଚଳଚ୍ଚିତ୍ରର ଗୀତ ଧିରେ ଧିରେ ଭଲ ପାଇଗଲି ପାଇଁ ୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇଥିଲେ । ଶିବା- ନଟ୍ ଆଉଟ୍, ହାପି ଲକି ଆଦି କଥାଚିତ୍ରରେ ସେ ଗୀତରଚନା କରିଥିଲେ ।
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"‘ଶ୍ରୋତାଙ୍କ ମନରେ ଘର କରିବା ଭଳି ଗୀତ ଲେଖିବା ମୋର ଲକ୍ଷ୍ୟ’". sambad.in. 5 December 2017. Retrieved 12 December 2017.
- ଉପରକୁ ଯାଆନ୍ତୁ"ସୁବ୍ରତଙ୍କୁ ରାଜ୍ୟ ସମ୍ମାନ". ସମାଜ. 3 December 2017. Retrieved 7 December 2017.
- ଉପରକୁ ଯାଆନ୍ତୁ"୨୮ ତମ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ତତ୍ ସହିତ ସିନେମା କଳାକାରଙ୍କ ନାଁ ଘୋଷାଣା।". ସମ୍ଭବ ଟିଭି. 27 November 2017. Retrieved 12 December 2017.
- ଉପରକୁ ଯାଆନ୍ତୁ"୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ପ୍ରଣବ ପଟ୍ଟନାୟକଙ୍କୁ ‘ଜୟଦେବ ପୁରସ୍କାର’, ଶ୍ରେଷ୍ଠ ଚଳଚ୍ଚିତ୍ର ‘ଚିନି’". ଖବର ଓଡ଼ିଶା. 27 November 2017. Retrieved 12 December 2017.
- ଉପରକୁ ଯାଆନ୍ତୁ"ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତର ପୁରସ୍କାର ଘୋଷଣା ! ‘ଚିନି’ ଶ୍ରେଷ୍ଠ ଚଳଚ୍ଚିତ୍ର ଓ ‘ସିନ୍ଦୁରବିନ୍ଦୁୁ’ ଶ୍ରେଷ୍ଠ ଧାରିବାହିକ". Kanak News. 27 Nobember 2017. Retrieved 12 December 2017.
- ଉପରକୁ ଯାଆନ୍ତୁ"୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: କିଏ ପାଇଲେ କେଉଁ ପୁରସ୍କାର". ସମ୍ବାଦ. 27 November 2017. Retrieved 12 December 2017.
- ଉପରକୁ ଯାଆନ୍ତୁ"ଏମିତି ରେକର୍ଡିଂ ହୋଇଥିଲା 'ଶିବା ନଟ୍ ଆଉଟ୍'ର 'ସୁକ୍ରିୟା ସୁକ୍ରିୟା' ଗୀତ". Odisha Reporter. ଏମିତି ରେକର୍ଡିଂ ହୋଇଥିଲା 'ଶିବା ନଟ୍ ଆଉଟ୍'ର 'ସୁକ୍ରିୟା ସୁକ୍ରିୟା' ଗୀତ. Retrieved 12 December 2017.
- ଉପରକୁ ଯାଆନ୍ତୁ"ନୂଆବର୍ଷରେ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ହାପି-ଲକି’". ଓଡ଼ିଶା ଭାସ୍କର. 22 November 2017. Retrieved 12 December 2017.
ବାହାର ଆଧାର
- ସୁବ୍ରତ ସ୍ୱାଇଁ (ଇଣ୍ଟରନେଟ ମୁଭି ଡାଟାବେସରେ)