ବିଦୁସ୍ମିତା ଦାସ

ବିଦୁସ୍ମିତା ଦାସ
Image result for bidusmita
ଜନ୍ମ ଓ ଜନ୍ମସ୍ଥାନବିଦୁସ୍ମିତା ମନ୍ତ୍ରୀ
ଭୁବନେଶ୍ୱରଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୦୨ରୁ ଏବେଯାଏଁ
ଜୀବନସାଥିଅନନ୍ତ ଦାସ (୨୦୧୧- ଏବେଯାଏଁ)
ବିଦୁସ୍ମିତା ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ଓଡ଼ିଆ ଆଲବମ ଜଗତରେ ପ୍ରଥମେ ପ୍ରବେଶ କରିଥିଲେ । ଏହାପରେ ସେ ଓଡ଼ିଆ ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ କରିଥିଲେ । ବଧୂ ନୁହେଁ ମୁଁ ବନ୍ଧୁ ଚଳଚ୍ଚିତ୍ରରେ ସେ ନାୟିକା ଭାବରେ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରିତ ଧାରାବାହିକ ପରୀରେ ସେ ଅଭିନୟ କରିଥିଲେ । ସେ ଓଡ଼ିଆ କଥାଚିତ୍ରରେ ଆଇଟମ ନୃତ୍ୟ ପାଇଁ ଅଧିକ ପରିଚିତ । ଚକ୍‌ଲେଟ୍‌ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ଆଇଟମ୍ ନୃତ୍ୟ କରିଥିଲେ ।

ପ୍ରାରମ୍ଭିକ ଜୀବବ

ବିଦୁସ୍ମିତା ଜନ୍ମ‌ପରେ ମାତ୍ର ୨୪ ଦିନର ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । ପାରିବାରିକ ଅସୁବିଧା ହେତୁ ସେ ମାତ୍ର ଅଳ୍ପ ବୟସରେ ଓଡ଼ିଆ ଆଲବମ୍ ଦୁନିଆରେ ପ୍ରବେଶ କରିଥିଲେ । ସେ ତାଙ୍କର ଦଶମ ଶ୍ରେଣୀ ପରେ ପରେ ଓଡ଼ିଆ ଆଲବମ୍‌ରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ବିଦୁସ୍ମିତା ଜଣେ ଓଡ଼ିଆ ଆଲବମ୍ ଅଭିନେତ୍ରୀ ଭାବରେ ତାଙ୍କର ପେଷା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ ଚଳଚ୍ଚିତ୍ରରେ ଆଇଟମ୍ ନୃତ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଆ କଥାଚିତ୍ର ଜଗତରେ କିଛି ଚଳଚ୍ଚିତ୍ରର ସ‌ହକାରୀ ଭୂମିକାରେ ଏବଂ ଖଳ ଭୂମିକାରେ ଅଭିନୟ କରିବା ପରେ କଥାଚିତ୍ରର ନାୟିକା ଭାବରେ ମଧ୍ୟ ଅଭିନୟ କରିଥିଲେ । ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ସେ ଜଣେ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ବିଦୁସ୍ମିତା ଓଡ଼ିଆ ଆଲବମ୍ ସ‌ହିତ ସମ୍ବଲପୁରୀ ଆଲବମ୍‌ରେ ଅଭିନୟ କରିଛନ୍ତି । ଏହାପରେ ବିଦୁସ୍ମିତାଙ୍କର ବିବାହ ହୋଇଥିଲା ଏବଂ ବିବାହ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଆଇଟମ୍ ଗୀତରେ ନୃତ୍ୟ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଚକ୍‌ଲେଟ୍‌‌ରେ ସେ ପ୍ରଥମ କରି ଆଇଟମ ନୃତ୍ୟ କରିଥିଲେ । ଏହାପରେ ସେ ଲଭ୍ ମାଷ୍ଟରରଙ୍ଗିଲା ବାବାତୋ ପ୍ରେମରେ ପଡ଼ିଲା ପରେ ଆଦି କଥାଚିତ୍ରରେ ଆଇଟମ ଗୀତରେ ନୃତ୍ୟ କରିଥିଲେ ।
୨୦୧୧ରେ ବିଦୁସ୍ମିତା ଓଡ଼ିଆ କଥାଚିତ୍ର ଦୋସ୍ତିରେ ଏକ ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୨୦୧୩ରେ ସେ ବଧୂ ନୁହେଁ ମୁଁ ବନ୍ଧୁ କଥାଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । କେହି ଜଣେ ଭଲ ଲାଗେରେତୁ କହିବୁ ନା ମୁଁଜବରଦସ୍ତ ପ୍ରେମିକ ଆଦି ଓଡ଼ିଆ କଥାଚିତ୍ରରେ ସେ ଅଭିନୟ କରିଛନ୍ତି । ବିଦୁସ୍ମିତା ରଙ୍ଗିଲା ବାବା ଚଳଚ୍ଚିତ୍ରରେ ଏକ ନୃତ୍ୟର ନିର୍ଦ୍ଦେଶନା ଦେଇଥିଲେ ।
ବିଦୁସ୍ମିତା ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକରେ ପ୍ରଥମେ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରତି ଓଡ଼ିଆ ଧାରାବାହିକ ପରୀରେ ସେ ଚାରୁ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟିରେ ସେ ପ୍ରଥମେ ଏକ ନାକାରାତ୍ମକ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଧାରାବାହିକଟିର କାହାଣୀର ପରିବର୍ତ୍ତନରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମା' ରାଣ ମିଛ କ‌ହୁନିର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦୁସ୍ମିତାଙ୍କ ସ‌ହ ହରିହର ମହାପାତ୍ର ଅଭିନୟ କରିଥିଲେ ।

ବୈବାହିକ ଜୀବନ

ବିଦୁସ୍ମିତା ୨୦୧୧ ମସିହାରେ ଅନନ୍ତ ଦାସଙ୍କୁ ବିବାହ କରିଥିଲେ ।

ଅଭିନୀତ କଥାଚିତ୍ର

ଅଭିନେତ୍ରୀ

ବର୍ଷଚଳଚ୍ଚିତ୍ରନିର୍ଦ୍ଦେଶକଭୂମିକାମନ୍ତବ୍ୟ
୨୦୧୧ଦୋସ୍ତିଲିସା
୨୦୧୩ବଧୂ ନୁହେଁ ମୁଁ ବନ୍ଧୁପ୍ରଥମଥର ପାଇଁ ମୁଖ୍ୟ ନାୟିକା
୨୦୧୩କେହି ଜଣେ ଭଲ ଲାଗେରେମିତା
୨୦୧୬ତୁ କହିବୁ ନା ମୁଁପୂର୍ଣ୍ଣିମା
୨୦୧୬ଜବରଦସ୍ତ ପ୍ରେମିକରାଖି

ଆଇଟମ ନୃତ୍ୟ

ବର୍ଷଚଳଚ୍ଚିତ୍ରଗୀତମନ୍ତବ୍ୟ
୨୦୧୧ଚକ୍‌ଲେଟ୍‌ସେକ୍ସି ବିଲ୍ଲିପ୍ରଥମ ଆଇଟମ ନୃତ୍ୟ
୨୦୧୨ଲଭ୍ ମାଷ୍ଟରମୋର ପତ୍‌ଲୀ ଅଣ୍ଟା
୨୦୧୫ରଙ୍ଗିଲା ବାବାରଙ୍ଗିଲା ବାବା

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ପରୀସାର୍ଥକ ଟିଭିଚାରୁ
ମା' ରାଣ ମିଛ କ‌ହୁନିସାର୍ଥକ ଟିଭିଉପସ୍ଥାପିକା

ଆଧାର

  1. ଉପରକୁ ଯାଆନ୍ତୁ "ଚର୍ଚ୍ଚାରେ ବିଦୁସ୍ମିତାଙ୍କ ନୂଆ ଆଇଟମ୍‌ ନମ୍ବର". sambad.in. 12 November 2017. Retrieved 13 November 2017.
  2. ଉପରକୁ ଯାଆନ୍ତୁ "Soumya O Celebrity With Odia Actress Bidusmita Mantri". Kanak News. 18 December 2016. Retrieved 13 November 2017.
  3. ଉପରକୁ ଯାଆନ୍ତୁ "Sapanara Pathe Pathe Bidusmita". Kanak News. 29 October 2015. Retrieved 13 November 2017.
  4. ଉପରକୁ ଯାଆନ୍ତୁ "Mo Ballon Gala Phati". E News ଓଡ଼ିଆ. Retrieved 13 November 2017.
  5. ଉପରକୁ ଯାଆନ୍ତୁ "Amika Khudinka Handisala Ep 19". ତରଙ୍ଗ ଟିଭି. Retrieved 13 November 2017.
  6. ଉପରକୁ ଯାଆନ୍ତୁ "Bidusmita Dash Mantry Height, Weight, Age, Husband, Family, Biography,wiki & Photos". Odia360.com. 26 July 2017. Retrieved 13 November 2017.

ବାହାର ଆଧାର