ଆମେଲି ପଣ୍ଡା

ଆମେଲି ପଣ୍ଡା
Image may contain: 2 people, people smiling, people standing and indoor
ଜନ୍ମ ଓ ଜନ୍ମସ୍ଥାନଆମେଲି ପଣ୍ଡା
ଡିସେମ୍ବର ୧୪, ୧୯୮୪
ଝାରଗ୍ରାମ, ପଶ୍ଚିମ ବଙ୍ଗଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
ଓଡ଼ିଆ ଆଲ୍‌ବମ୍ ଅଭିନେତ୍ରୀ
କାର୍ଯ୍ୟକାଳ୨୦୦୦ରୁ-୨୦୧୦
ଜୀବନସାଥିନୀଲ୍ ହୋତା (୨୦୧୧ରୁ ଏବେଯାଏଁ)
ଆମେଲି ପଣ୍ଡା, ଜଣେ ଓଡ଼ିଆ ଆଲ୍‌ବମ୍ ଏବଂ କଥାଚିତ୍ର ଅଭିନେତ୍ରୀ । ସେ ପ୍ରଥମେ ଓଡ଼ିଆ ଆଲବମ୍‌ରେ ଅଭିନୟ କରିଥିଲେ । ଏହା ପରେ ପରେ ସେ ୨୦୦୫ରେ ସେ ରାଜୁ ମିଶ୍ରଙ୍କ ଚଳଚ୍ଚିତ୍ର ଜୀବନ ମୃତ୍ୟୁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ୨୦୦୭ରେ ତୁମକୁ ପାରୁନି ତ ଭୁଲି ଏବଂ ୨୦୧୦ରେ ଭୁଲ୍ ବୁଝିବନି ମତେ କଥାଚିତ୍ରରେ ଅଭିନୟ କରିଥିଲେ । ତାଙ୍କର ବିବା‌ହ ପରେ ସେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର

ଆମେଲି ପଶ୍ଚିମ ବଙ୍ଗର ଝାରଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି । ସେ ମହର୍ଷି ମହାବିଦ୍ୟାଳୟରୁ ପାଠ ପଢ଼ୁଥିଲେ । ଏହାପରେ ସେ ଓଡ଼ିଆ ଆଲବମ୍ ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୧୧ ଡିସେମ୍ବର ୨୦୧୧ରେ ସେ ନୀଲ୍ ହୋତାଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଅଭିନୟରୁ ଦୂରେଇ ଯାଇଥିଲେ ।

ଅଭିନୟ ଜୀବନ

ଆମେଲି ପ୍ରଥମେ ଓଡ଼ିଆ ଆଲବମ୍ ଗୀତରେ ଅଭିନୟ କରିଥିଲେ । ସେ ୫୦୦ରୁ ଅଧିକ ଆଲବମ୍ ଗୀତରେ ଅଭିନୟ କରିବା ପରେ ୨୦୦୫ ମସିହାରେ ନିର୍ଦ୍ଦେଶକ ରାଜୁ ମିଶ୍ର ତାଙ୍କୁ ଜୀବନ ମୃତ୍ୟୁ ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିବାର ପ୍ରଥମ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରରେ ଆମେଲୀଙ୍କ ସ‌ହ ସୁନୀଲ କୁମାରମିହିର ଦାସମୁନା ଖାନ୍ଅପରାଜିତା ମହାନ୍ତିଉତ୍ତମ ମହାନ୍ତି ଆଦି କଳାକାରମାନେ ଅଭିନୟ କରିଥିଲେ ।
ଏହାପରେ ୨୦୦୭ରେ ସେ ଚକ୍ରଧାର ସାହୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ତମକୁ ପାରୁନି ତ ଭୁଲିରେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନାୟକ ପୁଣିଥରେ ସୁନୀଲ କୁମାର ଥିଲେ । ମନୋଜ ମିଶ୍ର, ଉତ୍ତମ ମହାନ୍ତି, ଅଶୋକ ଦାସ ପ୍ରମୁଖ ଏହି ଚଳଚ୍ଚିତ୍ରରେ ଆମେଲୀଙ୍କ ସ‌ହ ଅଭିନୟ କରିଥିଲେ ।
୨୦୧୦ ମସିହାରେ ଆମେଲି ନିର୍ଦ୍ଦେଶକ କୁନାଲ ପଟ୍ଟନାୟକଙ୍କ ଚଳଚ୍ଚିତ୍ର ଭୁଲ୍ ବୁଝିବନି ମତେରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ନାୟକ ଥିଲେ ଦେବାଶିଷ ପାତ୍ର । ସମରେଶ ରାଉତରାୟ, ମିହିର ଦାସ, ପ୍ରିୟଙ୍କା, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରଟିରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଆମେଲିଙ୍କର ଶେଷ ଚଳଚ୍ଚିତ୍ର ଥିଲା । ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଆଉ ଅଭିନୟ କରିନାହାନ୍ତି ।
ଆମେଲି 'ଧନ୍ୟ ତୁମେ ସାଇବାବା' ନାମକ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଆପୁ କାନୁନ୍‌ଗୋ । ଦେବୁ ବ୍ରହ୍ମା ଏହି ଚଳଚ୍ଚିତ୍ରଟିରେ ଆମେଲିଙ୍କ ସ‌ହ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୫ଜୀବନ ମୃତ୍ୟୁମିତୁଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ
୨୦୦୭ତୁମକୁ ପାରୁନି ତ ଭୁଲିନିଶା ପଟ୍ଟନାୟକ
୨୦୧୦ଭୁଲ୍ ବୁଝିବନି ମତେସଙ୍ଗୀତାଶେଷ ଓଡ଼ିଆ କଥାଚିତ୍ର
ଧନ୍ୟ ତୁମେ ସାଇ ବାବାଡକୁମେଣ୍ଟାରୀ ଚଳଚ୍ଚିତ୍ର

ପୁରସ୍କାର

  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଅଭିନେତ୍ରୀ (ତୁମକୁ ପାରୁନି ତ ଭୁଲି)
  • ରାଜୀବ ଗାନ୍ଧୀ ରାଜ୍ୟ ପୁରସ୍କାର

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ବାହାଘର ପରେ ଓଲିଉଡ୍‍କୁ ଫେରିନାହାନ୍ତି ଏଇ ନାୟିକା!". sambad.in. 30 August 2017. Retrieved 15 September 2017.

ବାହାର ଆଧାର