ସ୍ୱରାଜ ବାରିକ

ସ୍ୱରାଜ ବାରିକ
Image result for swaraj barik
ଜନ୍ମ ଓ ଜନ୍ମସ୍ଥାନସ୍ୱରାଜ ବାରିକ
ବାରିପଦାଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରା
କାର୍ଯ୍ୟକାଳଶିଶୁ କଳାକାର (୨୦୦୬-୨୦୧୫)
୨୦୧୭- ଏବେଯାଏଁ
ସ୍ୱରାଜ ବାରିକ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଶିଶୁ କଳାକାର ଭାବରେ ସେ ଓଡ଼ିଆ ଚଳଚ୍ଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ସ୍ୱରାଜ ତିନି ବର୍ଷ ବୟସରୁ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ସମ୍ପର୍କରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୭ ମସିହାରେ ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନ

ସ୍ୱରାଜ ବାରିକ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟବେଳୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ତେଣୁ ସେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଏବଂ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ ।

ଅଭିନୟ ଜୀବନ

ଶିଶୁ କଳାକାର

ସ୍ୱରାଜ ଜଣେ ଶିଶୁ କଳାକାର ଭାବରେ ମାତ୍ର ତିନି ବର୍ଷ ବୟସରୁ ଓଡ଼ିଆ ଦୂରଦର୍ଶନ ଡିଡି ଓଡ଼ିଆରେ ପ୍ରସାରିତ କାର୍ଯ୍ୟକ୍ରମ ସମ୍ପର୍କରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୦୬ ମସିହାରେ ଚଣ୍ଡୀ ପରିଜାଙ୍କ ଚଳଚ୍ଚିତ୍ର ରକତେ ଲେଖିଚି ନାଁରେ ସ୍ୱରାଜ ପ୍ରଥମ ଥର ପାଇଁ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପରେ ପରେ ସେ ପହିଲି ରଜହିରୋଆକାଶେ କି ରଙ୍ଗ ଲାଗିଲାପାଗଳ ପ୍ରେମୀସୁନା ଚଢ଼େଇ ମୋ ରୂପା ଚଢ଼େଇ ଆଦି ୨୨ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସ୍ୱରାଜ କଥାଚିତ୍ର ବ୍ୟତୀତ ଶିଶୁ କଳାକାର ଭାବରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଦୂରଦର୍ଶନ ଧାରାବାହିକ ଗାୟତ୍ରୀରେ ମଧ୍ୟ ଅଭିନୟ କରିଥିଲେ ।

ନାୟକ

୨୦୧୭ ମସିହାରେ ସ୍ୱରାଜ ଓଡ଼ିଆ କଥାଚିତ୍ର ତୁ ମୋ ଲଭ୍ ଷ୍ଟୋରୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ତାଙ୍କ ସ‌ହ ନାୟିକ ଭାବରେ ଭୂମିକା ଦାଶ ମଧ୍ୟ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ସ୍ୱରାଜଙ୍କୁ ଶ୍ରେଷ୍ଠ ନବାଗତ ଅଭିନେତା ପୁରସ୍କାର ମିଳିଥିଲା ।
ତାଙ୍କର ଏହି ପ୍ରଥମ କଥାଚିତ୍ରଟି ସଫଳ ହେବା ପରେ, ସ୍ୱରାଜଙ୍କ ୨୦୧୭ର ୨ୟ କଥାଚିତ୍ର ଲୈଲା ଓ ଲୈଲା ଅଭିନେତ୍ରୀ ସନ୍‌ମିରା ନାଗେଶଙ୍କ ସ‌ହ ମୁକ୍ତିଲାଭ କରିଥିଲା ।

ଅଭିନୀତ କଥାଚିତ୍ର

ଶିଶୁ କଳାକାର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୭ପାଗଳ ପ୍ରେମୀ
୨୦୦୭ସମୟ ହାତରେ ଡୋରି
୨୦୦୯ଆକାଶେ କି ରଙ୍ଗ ଲାଗିଲା
୨୦୦୯ସୁନା ଚଢ଼େଇ ମୋ ରୂପା ଚଢ଼େଇ
୨୦୧୦ପହିଲି ରଜ
୨୦୧୦ଆଖି ପଲକରେ ତୁମୁନ୍ନା
୨୦୧୧ହିରୋ

ନାୟକ

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୭ତୁ ମୋ ଲଭ୍ ଷ୍ଟୋରୀରାଜ୍ମୁଖ୍ୟ ଭୂମିକାରେ ପ୍ରଥମ ଓଡ଼ିଆ କଥାଚିତ୍ର
ଲୈଲା ଓ ଲୈଲା

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ସମ୍ପର୍କଡିଡି ଓଡ଼ିଆ
ମାଡିଡି ଓଡ଼ିଆ
ଗାୟତ୍ରୀଇ ଟିଭି ଓଡ଼ିଆମୁନ୍ନା

ଆଧାର

  1. ଉପରକୁ ଯାଆନ୍ତୁ"ଜାଣନ୍ତୁ ,କେଉଁ ଓଡ଼ିଆ ସିନେମାରେ କେଉଁ ନବାଗତ ନାୟକଙ୍କର ଏଣ୍ଟ୍ରି ହୋଇଛି ଏ ବର୍ଷ". sambad.in. 31 December 2017. Retrieved 15 February 2018.
  2. ଉପରକୁ ଯାଆନ୍ତୁ"ସୋସିଆଲ ମିଡ଼ିଆରେ ନିଜ ଫେକ୍‌ ଆଇଡି ବିଷୟରେ ସୂଚନା ଦେଲେ ଓଲିଉଡ୍‌ ନାୟକ ସ୍ୱରାଜ୍‌". sambad.in. 28 February 2018. Retrieved 5 March 2018.
  3. ଉପରକୁ ଯାଆନ୍ତୁ"ଶିଶୁ କଳାକାର ଏକାଠି". ସମାଜ. 17 December 2017. Retrieved 17 December 2017.
  4. ଏହି ଯାଏ ଉପରକୁ ଯାଆନ୍ତୁ:"‘ତୁ ମୋ ଲଭ୍‌ ଷ୍ଟୋରୀ’ ମୋ କ୍ୟାରିୟରର ଆରମ୍ଭ ବୋଲି ମୁଁ ଭାବୁଛି: ସୌରାଜ". Odisha Reporters. 8 April 2017. Retrieved 22 February 2018.
  5. ଏହି ଯାଏ ଉପରକୁ ଯାଆନ୍ତୁ:"ନୂଆ ବର୍ଷରେ ନୁହେଁ, ତା’ ଆଗରୁ ରିଲିଜ୍‌ ହେଉଛି ସ୍ୱରାଜଙ୍କ ‘ଲୈଲା ଓ ଲୈଲା’". sambad.in. 12 December 2017. Retrieved 15 February 2018.
  6. ଉପରକୁ ଯାଆନ୍ତୁ"‘ତୁ ମୋ ଲଭ ଷ୍ଟୋରି’ରେ ହିରୋ ହେବା ପରେ ମୁଁ ଏତେ ଡରି ଯାଇଥିଲି ଯେ ଫିଲ୍ମର ସ୍କ୍ରିନିଂକୁ ଯାଇ ନ ଥିଲି : ସ୍ୱରା". sambad.in. 28 December 2017. Retrieved 15 February 2018.
  7. ଉପରକୁ ଯାଆନ୍ତୁ"ମୁଁ ଖାଇବାରେ ବହୁତ ଚୁଜି: ସ୍ୱରାଜ ବାରିକ". sambad.in. 6 February 2018. Retrieved 15 February 2018.
  8. ଉପରକୁ ଯାଆନ୍ତୁ"ଭୂମିକାଙ୍କଠୁ ପଛରେ ପଡ଼ିଲେ ସ୍ୱରାଜ". sambad.in. 19 October 2017. Retrieved 15 February 2018.
  9. ଉପରକୁ ଯାଆନ୍ତୁ"‘ଚଳଚ୍ଚିତ୍ର ଜଗତ’ ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.
  10. ଉପରକୁ ଯାଆନ୍ତୁ"Swaraj Barik & Sunmeera Will Romance For The First Time". E News ଓଡ଼ିଆ. 14 September 2017. Retrieved 15 February 2018.
  11. ଉପରକୁ ଯାଆନ୍ତୁ"ସ୍ୱରାଜ ବାରିକ ତାଙ୍କର ନୂଆ ଓଡ଼ିଆ ସିନେମା ଲୈଲା ଓ ଲୈଲାକୁ ନେଇ ବହୁତ ଆଶାବାଦୀ ଅଛନ୍ତି". E News ଓଡ଼ିଆ. 1 August 2017. Retrieved 15 February 2018.
  12. ଉପରକୁ ଯାଆନ୍ତୁ"Sitaram Agrawal Announced His Upcoming Movie “Laila O Laila” With Swaraj & Sunmeera". sambad.in. 22 July 2017. Retrieved 15 February 2018.