ସ୍ମରଣୀକା ପ୍ରିୟଦର୍ଶିନୀ

ସ୍ମରଣୀକା ପ୍ରିୟଦର୍ଶିନୀ
Image may contain: 3 people, people smiling
ଜନ୍ମ ଓ ଜନ୍ମସ୍ଥାନସ୍ମରଣୀକା ପ୍ରିୟଦର୍ଶିନୀ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୫ରୁ-ଏବେଯାଏଁ
ସ୍ମରଣୀକା ପ୍ରିୟଦର୍ଶିନୀ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ଓଡ଼ିଆ ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ କରିଛନ୍ତି । ୨୦୧୭ରେ ସ୍ମରଣୀକା ବାଣେଶ୍ୱରୀ ଗଣନାଟ୍ୟରେ ଯୋଗଦାନ କରିଥିଲେ ।
ସେ ସାର୍ଥକ ଚେନାଲରେ ପ୍ରସାରିତ କାର୍ଯ୍ୟକ୍ରମ ରଜ କୁଇନ‌ର ବିଜୟିନୀ ହୋଇଥିଲେ । ସେ କଲର୍ସ ଓଡ଼ିଆରେ ପ୍ରସାରିତ ଧାରାବାହିକ ଟୁପୁର ଟାପୁର ଏବଂ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଦୁର୍ଗାରେ ଅଭିନୟ କରିଥିଲେ । ଭଲପାଏ ତତେ ୧୦୦ରୁ ୧୦୦ଝିଅଟା ବିଗିଡ଼ିଗଲାପ୍ରେମର ନିଶା ନିଆରା ନିଆରା ଆଦି କଥାଚିତ୍ରରେ ଅଭିନୟ କରିଛନ୍ତି ।

ଅଭିନୟ ଜୀବନ

ରିୟାଲିଟି ସୋ

ସ୍ମରଣୀକା ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମୁଁ ବି ହିରୋଇନ ହେବିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଫାଇନାଲ ଯାଏଁ ଯାଇଥିଲେ, ମାତ୍ର ବିଜୟୀ ହୋଇପାରିନଥିଲେ । ୨୦୧୫ର ରଜ କୁଇନରେ ସେ ଭାଗ ନେଇଥିଲେ ଏବଂ ବିଜୟୀ ହୋଇଥିଲେ ।

ଧାରାବାହିକ

ସ୍ମରଣୀକା କଲର୍ସ ଓଡ଼ିଆରେ ପ୍ରସାରିତ ଧାରାବାହିକ ଟୁପୁର ଟାପୁରରେ ଅଭିନୟ କରିଥିଲେ । ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଦୁର୍ଗାରେ ଅଭିନୟ କରିଥିଲେ ।

ଚଳଚ୍ଚିତ୍ର

୨୦୧୫ରେ ସ୍ମରଣୀକା ଭଲପାଏ ତତେ ୧୦୦ରୁ ୧୦୦ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୬ରେ ଝିଅଟା ବିଗିଡ଼ିଗଲା ଏବଂ ପ୍ରେମର ନିଶା ନିଆରା ନିଆରା କଥାଚିତ୍ରରେ ଅଭିନୟ କରିଥିଲେ । ସେ ଏବେଯାଏଁ କୌଣସି ଚଳଚ୍ଚିତ୍ରର ନାୟିକା ଭାବରେ ଅଭିନୟ କରିନାହାନ୍ତି ।

ଯାତ୍ରା

୨୦୧୭ ମସିହାରେ ସ୍ମରଣୀକା ବାଣେଶ୍ୱରୀ ଯାତ୍ର ଗାଁରେ ଯୋଗଦେଇଥିଲେ । 'ବାଃ ବାଃରେ ଉପରବାଲା', 'ତୁ ମୋଦି ମୁଁ ଗାନ୍ଧି', 'କନିଆ ବରକୁ ଦେଖି ଛାନିଆ', 'କି ଯାଦୁ କଲାରେ' ଆଦି ନାଟକରେ ସେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୫ଭଲପାଏ ତତେ ୧୦୦ରୁ ୧୦୦
୨୦୧୬ପ୍ରେମର ନିଶା ନିଆରା ନିଆରା
୨୦୧୬ଝିଅଟା ବିଗିଡ଼ିଗଲା

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ଟୁପୁର ଟାପୁରକଲର୍ସ ଓଡ଼ିଆ
ଦୁର୍ଗାତରଙ୍ଗ ଟିଭି

ଆଧାର

  1. ଉପରକୁ ଯାଆନ୍ତୁ"ସାବାସ୍ ସ୍ମରଣିକା". ସମାଜ. 22 October 2017. Retrieved 22 October 2017.