ଗୁନ୍‌ଗୁନ୍ (Gungun)

ଗୁନ୍‌ଗୁନ୍
Odia Actress Gungun Jena
ଜନ୍ମ ଓ ଜନ୍ମସ୍ଥାନ୨୨ ଜୁଲାଇ
ପୁରୀଓଡ଼ିଶାଭାରତ
ଜୀବିକାଉପସ୍ଥାପିକା
ଅଭିନେତ୍ରୀ
କାର୍ଯ୍ୟକାଳ୨୦୦୯ରୁ-ଏବେଯାଏଁ
ଗୁନ୍‌ଗୁନ୍‌ (Gungun) ଜଣେ ଓଡ଼ିଆ ଅଭିନେତ୍ରୀ ଏବଂ ଉପସ୍ଥାପିକା । ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଓମ୍ ଶାନ୍ତି ଓମ୍‌ରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ଗୁନ୍‌ଗୁନ୍ । ସେ ସାକ୍ଷୀ ରହିଲା ଏ ସିଂହଦୁଆର ଚଳଚ୍ଚିତ୍ରରେ ପ୍ରଥମ କରି ନାୟିକା ଭାବରେ ଅଭିନୟ କରିଥିଲେ । ପରେ ପରେ ପୁପିନ୍ଦର ସିଂଙ୍କ ସ‌ହ କିଛି ଖଟା କିଛି ମିଠାରେ ସେ ମଧ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।
ଗୁନ୍‌ଗୁନ୍ ଜଣେ ଉପସ୍ଥାପିକା ଭାବରେ ଅନେକ ସ୍ଥାନରେ କାମ କରିଛନ୍ତି । ଗୁନ୍‌ଗୁନ୍‌ଙ୍କର ମାଆ ଆକାଶବାଣୀରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କଠାରୁ ଉତ୍ସାହିତ ହୋଇ ଗୁନ୍‌ଗୁନ୍ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ସିଧାପ୍ରସାରଣ କାର୍ଯ୍ୟକ୍ରମ ଫୋନ୍ ଇନ୍‌ରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ଏହି ସ‌ହିତ ସେ ଦୂରଦର୍ଶନର ଅନେକ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମାଲାମାଲ୍ ଏକ୍ସପ୍ରେସ୍‌ର ୨ୟ ଏବଂ ୩ୟ ସଂସ୍କରଣରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି ।

ଅଭିନୟ ଜୀବନ

୨୦୦୪ରେ ଓମ ଶାନ୍ତି ଓମ ଚଳଚ୍ଚିତ୍ରରେ ଗୁନ୍‌ଗୁନ୍ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ସାଖି ରହିଲା ଏ ସିଂହଦୁଆରରେ ପ୍ରଥମ କରି ନାୟିକା ହେବାର ସୁଯୋଗ ପାଇଥିଲେ ଗୁନ୍‌ଗୁନ୍ । ପରେ ପରେ ସେ ପୁପିନ୍ଦରଙ୍କ ସ‌ହ କିଛି ଖଟା କିଛି ମିଠାରେ ମଧ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।

ଉପସ୍ଥାପିକା

ଗୁନ୍‌ଗୁନ୍ ତାଙ୍କର ମାଅଙ୍କୁ ଅନୁସରଣ କରି ଜଣେ ଉପସ୍ଥାପିକା ହେବାର ସ୍ୱପ୍ନ ଦେଖିଥିଲେ । ସେ ଆକାଶବାଣୀରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ପରେ ପରେ ସେ ଦୂରଦର୍ଶନରେ ଏବଂ କିଛି ମଞ୍ଚରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଇଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଫୁଲ ବୋବାଲରେ ପୁପିନ୍ଦରଙ୍କ ସ‌ହ ଗୁନ୍‌ଗୁନ୍ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ରବିବାରର ସକାଳ ୯ଟାରେ ଇ ଟିଭିରେ ପ୍ରସାରିତ ସିଧାପ୍ରସାରିତ କାର୍ଯ୍ୟକ୍ରମ ଫୋନ ଇନ୍‌ରେ ଗୁନ୍‌ଗୁନ୍ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିଲେ । ପରେ ପରେ ସେ ବିଭିନ୍ନ ପୁରସ୍କାର ବିତରଣ ସମାରୋହରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି । ତରଙ୍ଗରେ ପ୍ରସାରିତ ମାଲାମାଲ୍ ଏକ୍ସପ୍ରେସ୍‌ର ୨ୟ ଏବଂ ୩ୟ ସଂସ୍କରଣରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ଗୁନ‌ରଙଗୁନ୍ । ଓ ଟିଭିରେ ପ୍ରସାରିତ 'ଗପସପ କାର୍ଯ୍ୟକ୍ରମରେ ସେ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଛନ୍ତି ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୪ଓମ ଶାନ୍ତି ଓମଶିଶୁକଳାକାର ଭାବରେ ପ୍ରଥମ ଅଭିନୟ ଆରମ୍ଭ
୨୦୦୪ସାକ୍ଷୀ ରହିଲା ଏ ସିଂହଦୁଆର
୨୦୧୧କିଛି ଖଟା କିଛି ମିଠା

ଉପସ୍ଥାପିକା

କାର୍ଯ୍ୟକ୍ରମଦୂରଦର୍ଶନ
ଫୋନ ଇନ୍ଇ ଟିଭି ଓଡ଼ିଆ
ଗପସପ with Gungunଓ ଟିଭି
ମାଲାମାଲ୍ ଏକ୍ସ‌ପ୍ରେସ୍ -୧ତରଙ୍ଗ ଟିଭି
ମାଲାମାଲ୍ ଏକ୍ସ‌ପ୍ରେସ୍ -୨ତରଙ୍ଗ ଟିଭି
ମାଲାମାଲ୍ ଏକ୍ସ‌ପ୍ରେସ୍ -୩ତରଙ୍ଗ ଟିଭି
ଫୁଲ୍ ବୋବାଲ୍ଇ ଟିଭି
ଡ୍ୟାନ୍ସିଙ୍ଗ ଷ୍ଟାର - ୧ (ଫାଇନାଲ ଏପିସୋଡ୍)ଇ ଟିଭି

ଆଧାର

  1. ଉପରକୁ ଯାଆନ୍ତୁ"Gungun Oriya Actress". IncredibleOrissa. Retrieved 9 March 2017.
  2. ଏହି ଯାଏ ଉପରକୁ ଯାଆନ୍ତୁ:"Focus Odisha: Celebrity Live - Oriya Anchor | Gungun". Focus Odisha. Apr 15, 2015. Retrieved 9 March 2017.
  3. ଉପରକୁ ଯାଆନ୍ତୁ"Oriya Actress GunGun". OdiaWeb.in. Retrieved 9 March 2017.