ଗାର୍ଗୀ ମହାନ୍ତି

ଗାର୍ଗୀ ମହାନ୍ତି
Related image
ଜନ୍ମ ଓ ଜନ୍ମସ୍ଥାନଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୦୫ରୁ-ଏବେଯାଏଁ
‌ଗାର୍ଗୀ ମହାନ୍ତି‌ ଜଣେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ଗାର୍ଗୀ ଜଣେ ଦକ୍ଷ ଏବଂ ପ୍ରଶିକ୍ଷିତ ଓଡ଼ିଶୀ ନର୍ତ୍ତକୀ । ସେ ଅଢ଼େଇ ବର୍ଷ ବୟସରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ସେ ପ୍ରଥମେ ଓଡ଼ିଆ ଆଲବମରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୨୦୦୫ରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗାର୍ଗୀଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ହର ପଟ୍ଟନାୟକଙ୍କନିର୍ଦ୍ଦେଶିତ ଅର୍ଜୁନ । ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ପ୍ରଥମେ ସେ ଡିଡି ଓଡ଼ିଆର ଧାରାବାହିକ ‌କ‌ହିଲେ ତୋ କୁଳ କୁଟୁମ୍ବକୁ ଲାଜ‌ରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ଗାର୍ଗୀ ମହାନ୍ତି ଅତ୍ୟନ୍ତ ଛୋଟବେଳୁ ଓଡ଼ିଶୀ ନୃତ୍ୟ ଶିଖିଥିଲେ । ସେ ଜଣେ ଦକ୍ଷ ଓଡ଼ିଶୀ ନର୍ତ୍ତକୀ । ନିର୍ଦ୍ଦେଶକ ହରିଶ ମହାନ୍ତିଙ୍କରଏକ ଭଜନ ଆଲବମ୍‌ରେ ଗାର୍ଗୀଙ୍କୁ ନିଆଯାଇଥିଲା ଯେଉଁଥିରେ ସେ ଅତି ସ‌ହଜରେ ସମସ୍ତ ନୃତ୍ୟର ରେକର୍ଡ଼ି କରିଥିଲେ । ଯାହା ଫଳରେ ହରିଶ ତାଙ୍କୁ ଅନ୍ୟ କିଛି ଆଲବମ୍‌ରେ ନେଇଥିଲେ । ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ‌କ‌ହିଲେ ତୋ କୁଳ କୁଟୁମ୍ବକୁ ଲାଜ‌ ଧାରାବାହିକରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ ଗାର୍ଗୀ ।
ଧାରାବାହିକର ଅଭିନୟର ମାତ୍ର ଅଳ୍ପଦିନ ପରେ ନିର୍ଦ୍ଦେଶକ ହର ପଟ୍ଟନାୟକ ଗାର୍ଗୀଙ୍କୁ ତାଙ୍କ ଚଳଚ୍ଚିତ୍ର ଅର୍ଜୁନରେ ନାୟିକା ଭାବରେ ନେଇଥିଲେ । ଏହି ଚଳଚ୍ଚିତ୍ରରେ ଗାର୍ଗୀଙ୍କ ସ‌ହ ନାୟକ ଥିଲେ ଅନୁଭବ ମହାନ୍ତି । ଏହା ପରେ ପୁଣି ଗାର୍ଗୀ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ‌ଗାୟତ୍ରୀ‌ରେ ଅଭିନୟ କରିଥିଲେ ଗାର୍ଗୀ ।
ପରେ ପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ‌ଟୋପାଏ ସିନ୍ଦୂର‌ରେ ଅଭିନୟ କରିଥିଲେ । ଏହା ପରେ ପୁଣି ତରଙ୍ଗରେ ପ୍ରସାରିତ ଧାରାବାହିକ ‌ରାଣୀ‌ରେ ସେ ଶାଶୂ ଭୂମିକାରେ ଅଭିନୟ କରିଥିଲେ । ‌ମାଟିର ବନ୍ଧନ‌ ନାମକ ଚଳଚ୍ଚିତ୍ରରେ ଗାର୍ଗୀ ଅଭିନୟ କରିଥିଲେ, ମାତ୍ର ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରି ନ ଥିଲା । ଏକ ହିନ୍ଦୀ ଆଲବମ୍ ‌ଆଙ୍ଖୋନେ ତୁଝ୍‌କୋ ଦେଖା‌ରେ ମଧ୍ୟ ଗାର୍ଗୀ ଅଭିନୟ କରଥିଲେ ।
୨୦୧୨ରେ ଗାର୍ଗୀଙ୍କର ଅଭିନୀତ ଅନ୍ୟ ଏକ ଚଳଚ୍ଚିତ୍ର ହେ ସଖା ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି କୃଷ୍ଣ ଏବଂ ତାଙ୍କର ସ‌ଖା ସୁଦାମାଙ୍କ ଉପରେ ପର୍ଯ୍ୟବେଶିତ ଥିଲା । ଏହି ଚଳଚ୍ଚିତ୍ରରେ ଗାର୍ଗୀ ସୁଦାମାଙ୍କ ପତ୍ନୀ ସୁମତୀ ଭୂମିକାରେ ଅଭିନୟ କରିଥିଲେ ।
୨୦୧୬ରେ ଗାର୍ଗୀଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା କ୍ରାନ୍ତିଧାରା । ଏହି ଚଳଚ୍ଚିତ୍ରରେ ଗାର୍ଗୀଙ୍କ ସ‌ହ ସମରେଶ ରାଉତରାୟପୁଷ୍ପା ପଣ୍ଡା ପ୍ରଭୃତି ଅଭିନୟ କରିଥିଲେ । ଚଳଚ୍ଚିତ୍ରଟିର ମୂଳ ବାର୍ତ୍ତା ଥିଲା ନାରୀ ସଶକ୍ତିକରଣ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଗାର୍ଗୀଙ୍କ ଅଭିନୟ ୨୬ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଗାର୍ଗୀ ଶ୍ରେଷ୍ଠ ନାୟିକ ସମ୍ମାନ ମିଳିଥିଲା । ୨୦୧୬ରେ ଗାର୍ଗୀ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯାହାର ନାମ ହେଉଛି ସ୍ପନ୍ଦନ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରନିର୍ଦ୍ଦେଶକଭୂମିକାମନ୍ତବ୍ୟ
୨୦୦୫ଅର୍ଜୁନହର ପଟ୍ଟନାୟକଚୁମୁକୀଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୧୨ହେ ସଖାଆଶିଷ ଭଟାଚାର୍ଯ୍ୟସୁମତୀ
୨୦୧୬କ୍ରାନ୍ତିଧାରାହିମାଂଶୁ ଖଟୁଆପ୍ରତିଜ୍ଞା

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
କ‌ହିଲେ ତୋ କୁଳ କୁଟୁମ୍ବକୁ ଲାଜଡିଡି ଓଡ଼ିଆ
ଗାୟତ୍ରୀଇ ଟିଭି ଓଡ଼ିଆଗାୟତ୍ରୀ
ଟୋପାଏ ସିନ୍ଦୁରତରଙ୍ଗ ଟିଭି
ରାଣୀତରଙ୍ଗ ଟିଭିପ୍ରିୟଦର୍ଶନୀ ଭଞ୍ଜ/ପ୍ରିୟା

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"Sapanara Pathe Pathe: Actress Gargi Mohanty". କନ‌କ ଟିଭି. 11 December 2011. Retrieved 10 March 2017.
  2. ଏହି ଯାଏ ଉପରକୁ ଯାଆନ୍ତୁ:"Gargi Mohanty- Odia Actress". E News ଓଡ଼ିଆ. 21 October 2016. Retrieved 10 March 2017.
  3. ଉପରକୁ ଯାଆନ୍ତୁ"Oriya Films 2012 – Oriya Movies 2012 Details Starcast". IncredibleOrissa. 13 January 2012. Retrieved 10 March 2017.
  4. ଉପରକୁ ଯାଆନ୍ତୁ"ଓଲିଉଡ଼୍ ଅଫ୍ ବିଟ୍". ପ୍ରମେୟ. 8 January 2017. Retrieved 1 March 2017.
  5. ଉପରକୁ ଯାଆନ୍ତୁ"ଭଗବାନଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ସ୍ନେହ ମୋତେ ସଫଳତା ଦେଇଛି: ବିଜୟ". ସର୍ବସାଧାରଣ. 12 December 2016. Retrieved 1 March 2017.
  6. ଉପରକୁ ଯାଆନ୍ତୁ"Kathare Kathare - Anu Chowdhury and Gargi Mohanty - Etv News Odia". E TV News Odia. 10 September 2016. Retrieved 10 March 2017.