ଲିପି ପରିଡ଼ା

ଲିପି ପରିଡ଼ା
Related image
ଜନ୍ମ ଓ ଜନ୍ମସ୍ଥାନସଙ୍ଗୀତା ପରିଡ଼ା
୨୦ ଜାନୁଆରୀ
ବ୍ରହ୍ମପୁରଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୦୫ରୁ-ଏବେଯାଏଁ
‌ଲିପି‌ ଜଣେ ଓଡ଼ିଆ ଆଲବମ ଏବଂ କଥାଚିତ୍ର ଅଭିନେତ୍ରୀ । ‌ମୁଁ ବିନା ଘୁଙ୍ଗୁରରେ ନାଚିବି‌ ଆଲବମ୍ ଜରିଆରେ ଆଲବମ୍ ଦୁନିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦୦ଟି ଆଲବମ୍‌ରେ ଅଭିନୟ କରିଥିଲେ । ୨୦୦୫ରେ ଓମ୍ ଶାନ୍ତି ଓମ୍ଚଳଚ୍ଚିତ୍ରରେ ଲିପି ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ଦୀର୍ଘଦିନର ବ୍ୟବଧାନ ପରେ ୨୦୧୨ରେ ପୁଣିଥରେ ସେ ବ୍ୟାଡ଼୍ ଗାର୍ଲ ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ଲିପି ଅନୁଭବ ମହାନ୍ତି, ଦୀପକ, ଦୁଷ୍ମନ୍ତ, ପ‌ପୁ, ବୁଲୁ, ଦେବାଶିଷ, ଆକାଶ ଆଦି ଅନେକ ନାୟକଙ୍କ ସ‌ହ ଆଲବମ୍‌ରେ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ

ଲିପି ବ୍ରହ୍ମ‌ପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ପୋଲିସ ଆରକ୍ଷୀ ଅଧକ୍ଷ । ସେ ଲିପିଙ୍କୁ ଜଣେ ଆଇ.ପି.ଏସ୍ କରାଇବାର ସ୍ୱପ୍ନ ଦେଖିଥିଲେ । ମାତ୍ର ଲିପି ଛୋଟ ବେଳୁ ଅଭିନୟ ପ୍ରତି ଆକର୍ଷିତ ହେଇଥିଲେ । ଲିପିଙ୍କ ମାଆ ଜଣେ କଥାଚିତ୍ର ଅଭିନେତ୍ରୀ । ଲିପି ବ୍ରହ୍ମ‌ପୁରର ମହାମାୟୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।

ଅଭିନୟ ଜୀବନ

ଆଲବମ୍

ଲିପି ଛୋଟବେଳୁ ନୃତ୍ୟ ଏବଂ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ସେ ଛୋଟବେଳୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ଆଲବମ୍ ନିର୍ଦ୍ଦେଶକ ଯତୀନ ନାୟକ ଲିପିଙ୍କୁ ପ୍ରଥମ ଆଲବମ୍‌ରେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଲିପିଙ୍କର ପ୍ରଥମ ଆଲବମ୍ ଥିଲା ‌ମୁଁ ବିନା ଘୁଙ୍ଗୁରରେ ନାଚିବି‌ । ଆଲବମ୍ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଥିବା ଆଲବମ୍ ହେଉଛି ‌ଜାଇ ଫୁଲ‌ । ଲିପି ପାଖାପାଖି ୩୦୦୦ରୁ ଅଧିକ ଆଲବମ୍‌ରେ ଅଭିନୟ କରିଛନ୍ତି । ଲିପିଙ୍କୁ ‌ଆଲବମ୍ କୁଇନ୍‌ ବୋଲି କୁହାଯାଏ । ସେ ସେତେବେଳର ଆଲବମ୍‌ରେ ଅଭିନୟ କରୁଥିବା ପ୍ରାୟ ସବୁ ନାୟକଙ୍କ ସ‌ହ କାମ କରିଥିଲେ ।

ଚଳଚ୍ଚିତ୍ର

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଓମ ଶାନ୍ତି ଓମରେ ୨୦୦୫ରେ ଓଡ଼ିଆ କଥାଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଦୀର୍ଘ ଦିନର ବ୍ୟବ‌ଧାନ ପରେ ଲିପି ୨୦୧୨ରେ ବ୍ୟାଡ଼୍ ଗାର୍ଲରେ ପୁଣିଥରେ ଚଳଚ୍ଚିତ୍ରକୁ ଫେରିଥିଲେ । ଏହି ଚଳଚ୍ଚିତ୍ରରେ ମିହିର ଦାସ ଏବଂ ବବ୍‌ଲି ଲିପିଙ୍କ ସ‌ହ ମୁଖ୍ୟ ଭୂମିକାରେ ଥିଲେ । ପରେ ପରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହେଉଛି: ଅରିନ୍ଦମ ରାୟଙ୍କ ସ‌ହ ଡାଡିମୀମାଂସାଗଳ୍ପ ନୁହେଁ ଅଳ୍ପ ଦିନର ।
ଅଭିନେତା ମନୋଜ ମିଶ୍ରଙ୍କ ସ‌ହ ‌ଆଦିଭୂମି‌ ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ଦୂରଦର୍ଶନ

ଲିପି ଇ ଟିଭି ଓଡ଼ିଆରେ ପ୍ରସାରିତ କାର୍ଯ୍ୟକ୍ରମ ‌ଅନନ୍ୟା‌ରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ପୁଣିଥରେ ଇ ଟିଭି ଓଡ଼ିଆରେ ‌ଆପଣଙ୍କ ପସନ୍ଦ‌ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଦୂରଦର୍ଶନରେ ପ୍ରସାରିତ କିଛି କାର୍ଯ୍ୟକ୍ରମରେ ମଧ୍ୟ ଲିପି ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । କାହ୍ନୁଚରଣ ମହାନ୍ତିଙ୍କ ଲିଖିତ ଉପନ୍ୟାସ 'କା'ର ନାଟ୍ୟ ରୂପାନ୍ତରରେ ଲିପି ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକା
୨୦୦୫ଓମ ଶାନ୍ତି ଓମ
୨୦୧୨ବ୍ୟାଡ଼୍ ଗାର୍ଲ
୨୦୧୪ଡାଡି
୨୦୧୫ଗଳ୍ପ ନୁହେଁ ଅଳ୍ପ ଦିନର
୨୦୧୬ମୀମାଂସା

ବଛା ବଛା ଆଲବମ୍

  • ଆଲବମ୍ କୁଇନ୍
  • ଜାଇଫୁଲ
  • ସାଗରେ ତ ରଙ୍ଗ ପରି

ଆଧାର

ବାହାର ଆଧାର

  • ଲିପି (ଇଣ୍ଟରନେଟ ମୁଭି ଡାଟାବେସରେ)