ଦେବୀକା ଅରୁନ୍ଧତୀ ସାମଲ
ଦେବୀକା ଅରୁନ୍ଧତୀ ସାମଲ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଦେବୀକା ଅରୁନ୍ଧତୀ ସାମଲ କଟକ, ଓଡ଼ିଶା, ଭାରତ |
ଜୀବିକା | ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୧୪ରୁ-ଏବେଯାଏଁ |
ବାପା ମା | ହିମାଂଶୁ ସାମଲ(ବାପା) ତିଳୋତ୍ତମା ଖୁଣ୍ଟିଆ(ମାଆ) |
ଦେବୀକା ଅରୁନ୍ଧତୀ ସାମଲ (Devika Arundhati Samal) ଜଣେ ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ । ସେ ଜଣେ ଶିଶୁ କଳାକାର ଭାବରେ ଡିଡି ଓଡ଼ିଆରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ୨୦୧୪ ଜି କଳିଙ୍ଗ ସେ ୧୭ ବର୍ଷ ବୟସରେ ହର ପଟ୍ଟନାୟକଙ୍କ ପତ୍ନୀ ରୂପରେ ମୋ ଜେଜେମା ଧାରାବାହିକରେ ଅଭିନୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
ଦେବୀକା କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ହିମାଂଶୁ ସାମଲ ହେଉଛନ୍ତି ଜଣେ ଧାରାବାହିକ ନିର୍ଦ୍ଦେଶକ ଏବଂ ମାଆ ତିଳୋତ୍ତମା ଖୁଣ୍ଟିଆ ଜଣେ ଧାରାବାହିକ ଅଭିନେତ୍ରୀ । ସେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ପଢ଼ୁଥିଲେ ।
ଅଭିନୟ ଜୀବନ
ଦେବୀକାଙ୍କ ବାପା ଜଣେ ଧାରାବାହିକ ନିର୍ଦ୍ଦେଶକ ଏବଂ ତାଙ୍କର ମାଆ ଜଣେ ଧାରାବାହିକ ଅଭିନେତ୍ରୀ । ଦେବୀକା ଶିଶୁ କଳାକାର ଭାବରେ ଡିଡି ଓଡ଼ିଆରେ ପ୍ରସାରତି ଧାରାବାହିକ କଳିଯୁଗରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଏହି ଧାରାବାହିକଟିର ନିର୍ଦ୍ଦେଶନା ଦେଇଥିଲେ ତାଙ୍କ ବାପା ହିମାଂଶୁ ସାମଲ । ଏହି ଧାରାବାହିକରେ ସେ ଅଭିନେତା ଶ୍ରୀଜିତ୍ ଶତପଥୀ ଓ ସୁଇଟିଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ ।
ତାଙ୍କୁ ଯେବେ ୧୭ ବର୍ଷ ବୟସ ହୋଇଥିଲା, ସେ ସେତେବେଳେ ଜି କଳିଙ୍ଗରେ ପ୍ରସାରିତ ଧାରାବାହିକ ମୋ ଜେଜେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେହି ଧାରାବାହିକରେ ସେ ହର ପଟ୍ଟନାୟକଙ୍କର ପତ୍ନୀ ରୂପରେ ସମସ୍ତଙ୍କର ଜେଜେମା ରୂପରେ ଅଭିନୟ କରିଥିଲେ । ଏହି ଧାରାବାହିକଟି କିଛିଦିନ ଜି କଳିଙ୍ଗରେ ଚାଲି ବନ୍ଦ ହୋଇଯାଇଥିଲା ।
ଏହା ପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ନେଇ ଯା'ରେ ମେଘ ମୋତେରେ ମୁଖ୍ୟ ଚରିତ୍ର ସନ୍ଧ୍ୟା ଭୂମିକାରେ ଅଭିନୟ କରିଥିଲେ । ସୋମବାରରୁ ଶନିବାର ଯାଏଁ ପ୍ରତିଦିନ ଏହି ଧାରାବାହିକଟି ସଞ୍ଜ ସାତରେ ପ୍ରସାରିତ ହେଉଥିଲା । ଏହି ଧାରାବାହିକଟି ୨୦୧୬ ମସିହାରେ ସମାପ୍ତ ହୋଇଥିଲା ।
ନେଇ ଯା'ରେ ମେଘ ମୋତେ ଧାରାବାହିକଟି ସମାପ୍ତ ହେବାପରେ, ଜି କଳିଙ୍ଗରେ ପ୍ରସାରିତ ହେଉଥିବା ଧାରାବାହିକ ମୋ ଜେଜେମା ୨୦୧୬ ମସିହାରେ ପୁଣିଥରେ ସାର୍ଥକ ଟିଭିରେ ପ୍ରସାରିତ ହୋଇଥିଲା । ପୂର୍ବରୁ ଯେତିକି ଯାଏଁ ହୋଇଥିଲା ସେତିକି ସରିବା ପରେ ପୁଣିଥରେ ସେହି କାହାଣୀକୁ ଆଗକୁ ବଢ଼ାଯାଇଥିଲା । ହର ପଟ୍ଟନାୟକଙ୍କ ମୃତ୍ୟୁ ହୋଇଯାଇଥିବାରୁ କାହାଣୀରେ ମଧ୍ୟ ତାଙ୍କର ମୃତ୍ୟୁ କଥା ରହିଛି ଏବଂ ଦେବିକା ଛଦ୍ମ ବେଶରେ ମନି ସିଂ ଭାବରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ସାର୍ଥକ ଟିଭିରେ ଏବେ ସୋମବାରରୁ ଶୁକ୍ରବାର ଯାଏଁ ସଞ୍ଜ ୬ଟା ୩୦ ମିନିଟ୍ରେ ପ୍ରସାରିତ ହେଉଛି ।
ଅଭିନୀତ ଧାରାବାହିକ
ଧାରାବାହିକ | ଚେନାଲ | ଭୂମିକା |
---|---|---|
ନେଇ ଯାଆରେ ମେଘ ମୋତେ | ତରଙ୍ଗ ଟିଭି | ସନ୍ଧ୍ୟା |
ମୋ ଜେଜେମା | ଜି କଳିଙ୍ଗ/ସାର୍ଥକ ଟିଭି | ଜେଜେମା/ମିଲି |
ପାଇଥିବା ପୁରସ୍କାର
- ଚଳଚ୍ଚିତ୍ର ଜଗତ
- ସିନେମା ସଂସାର
- ଓଲିଉଡ୍ ସ୍କ୍ରିନ୍ ଆୱାର୍ଡ଼୍
- ତରଙ୍ଗ ପରିବାର ଆୱାର୍ଡ଼୍
- ଜୀ ସାର୍ଥକ ସଂସାର ଆୱାର୍ଡ଼୍
- ସୋ ଟାଇମ୍ ଆୱାର୍ଡ଼
- ଓଡ଼ିଶା ଅଇଡୋଲ୍ ଆୱାର୍ଡ଼
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"ସତର ବର୍ଷ ବୟସରେ ପରଦାରେ ‘ଜେଜେ ମା’ ବନିଥିଲେ ଏହି ନାୟିକା". ସମ୍ବାଦ. 13 October 2017. Retrieved 14 October 2017.
- ଏହି ଯାଏ ଉପରକୁ ଯାଆନ୍ତୁ:"Odia TV Serial Actress Devika Arundhati Samal". 14 September 2016. Retrieved 11 September 2017.
- ଏହି ଯାଏ ଉପରକୁ ଯାଆନ୍ତୁ:"ସତର ବର୍ଷ ବୟସରେ ‘ଜେଜେମା’ ବନିଥିଲେ ଏହି ନାୟିକା". ସମ୍ବାଦ. 10 September 2017. Retrieved 10 September 2017.
- ଉପରକୁ ଯାଆନ୍ତୁJena, Manjit. "Devika Arundhati Samal Odia T.V Sreial Actress". OdiaInfo.in. Retrieved 10 March 2017.