ଉତ୍କଣ୍ଠା ପାଢ଼ୀ
ଉତ୍କଣ୍ଠା ପାଢ଼ୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଉତ୍କଣ୍ଠା ପାଢ଼ୀ ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୧୩ରୁ-ଏବେଯାଏଁ |
ଉତ୍କଣ୍ଠା ପାଢ଼ୀ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ବ୍ୟାଚେଲର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେପ୍ରବେଶ କରିଥିଲେ । ସେ ତାଙ୍କର ପ୍ରଥମ କଥାଚିତ୍ରରେ ହିଁ ଚର୍ଚ୍ଚାର ପରିସରକୁ ଆସିଥିଲେ ।
ପ୍ରାରମ୍ଭିକ ଜୀବନ
ଉତ୍କଣ୍ଠା ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିବାବେଳେ ବାଲୋଶ୍ୱରର ଫକୀରମୋହନ ମହାବିଦ୍ୟାଳୟରେ +୨ ବିଜ୍ଞାନ ବିଭାଗରେ ପଢ଼ୁଥିଲେ ।
ଅଭିନୟ ଜୀବନ
ଉତ୍କଣ୍ଠା ୨୦୧୩ ମସିହାରେ ବ୍ୟାଚେଲର କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ । ଅଖିଳ ପଟ୍ଟନାୟକ ଏହି କଥାଚିତ୍ରଟିରେ ମୁଖ୍ୟ ଭୂମିକା ଅଭିନୟ କରିଥିଲେ । ଉତ୍କଣ୍ଠା ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରରେ ଛୋଟ ଛୋଟ ପୋଷାକ ପାଇଁ ଚର୍ଚ୍ଚାରେ ଆସିଥିଲେ । ଏହାପରଠାରୁ ସେ ଏବେଯାଏଁ କୌଣସି ଚଳଚ୍ଚିତ୍ରରେ ଅଭିନୟ କରିନାହାନ୍ତି ।
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୩ | ବ୍ୟାଚେଲର | ପ୍ରଥମ ଓଡ଼ିଆ କଥାଚିତ୍ର |
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"ଏହି ଓଡ଼ିଆ ନାୟିକା ପ୍ରଥମ ସିନେମାରେ ପରଦାରେ ଲଗାଇଥିଲେ ନିଆଁ!". sambad.in. 10 January 2018. Retrieved 1 February 2018.
- ଉପରକୁ ଯାଆନ୍ତୁ"Utkantha new girl in Ollywood". Incredible Orissa. 8 September 2013. Retrieved 13 February 2018.
ବାହାର ଆଧାର
- ଉତ୍କଣ୍ଠା ପାଢ଼ୀ (ଇଣ୍ଟରନେଟ ମୁଭି ଡାଟାବେସରେ)