ନିହାରୀକା ଦାଶ

ନିହାରୀକା ଦାଶ
(Niharika Dash)
Odia Actress Niharika Dash
ଜନ୍ମ ଓ ଜନ୍ମସ୍ଥାନନିହାରୀକା ଦାଶ
ଭୁବନେଶ୍ୱରଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୬ରୁ-ଏବେଯାଏଁ
ନିହାରୀକା ଦାଶ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ତୁ କହିବୁ ନା ମୁଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ କିଏ ହେବ ମୋ ହିରୋଇନର ୨ୟ ସଂସ୍କରଣର ବିଜୟିନୀ ହୋଇଥିଲେ ଏବଂ ତରଙ୍ଗ ସିନେ ପ୍ରଡକ୍ସନ୍‌ର ଏହି କଥାଚିତ୍ରରେ ଅଭିନୟର ସୁଯୋଗ ପାଇଥିଲେ ।

ପ୍ରାରମ୍ଭିକ ଜୀବନ

ନିହାରୀକା ଦାଶ ଭୁବନେଶ୍ୱର ଜନ୍ମ ହୋଇଥିଲେ ଏବଂ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ଶେଷ କରିଥିଲେ ।

ଅଭିନୟ ଜୀବନ

ନିହାରୀକା ୨୦୧୫ରେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ୨ୟ ସଂସ୍କରଣର ବିଜୟିନୀ ହୋଇଥିଲେ ଏବଂ ତରଙ୍ଗ ସିନେ ପ୍ରଡକ୍ସନର କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସେ ତୁ କହିବୁ ନା ମୁଁ କଥାଚିତ୍ର ଜରିଆରେ ଅମ୍ଳାନ ଦାସଙ୍କ ନାୟିକା ଭାବରେ ଓଡ଼ିଆ କଥାଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର୍‌ସ୍ ଆସୋସିଏନ୍ ତରଫରୁ ଆୟୋଜିତ ପୁରସ୍କାର ବିତରଣରେ ଏହି ଚଳଚ୍ଚିତ୍ର ପାଇଁ ନିହାରୀକାଙ୍କୁ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।
ସେ ୪ ଇଡିଅଟସ୍, ଟ୍ୱିଷ୍ଟବାଲା ଲଭ୍‍‍ଷ୍ଟୋରୀ ଭଳି କଥାଚିତ୍ରରେ ମଧ୍ୟ କାମ କରିଛନ୍ତି । ଓଡ଼ିଆ କଥାଚିତ୍ର ବ୍ୟତୀତ  ସେ କିଛି ଓଡ଼ିଆ ମ୍ୟୁଜିକ୍ ଭିଡିଓରେ କାମ କରିଛନ୍ତି ଏବଂ କାଳୀଜାଇ ନାମକ ତରଙ୍ଗ ଟିଭିରେ ପ୍ରସାରିତ ଏକ ଧାରାବାହିକରେ ଜାଇ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୬ତୁ କହିବୁ ନା ମୁଁପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୮୪ ଇଡିଅଟସ୍
୨୦୧୯ଟ୍ୱିଷ୍ଟବାଲା ଲଭ୍ ଷ୍ଟୋରୀ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"Ollywood Actress Niharika Dash Biography & Career Details"E News Odia. 6 October 2016. Retrieved 10 February 2018.
  2. ଉପରକୁ ଯାଆନ୍ତୁ"ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ". sambad.in. 23 November 2017. Retrieved 18 February 2018.
  3. ଏହି ଯାଏ ଉପରକୁ ଯାଆନ୍ତୁ:"ଏହି ଓଡ଼ିଆ ନାୟିକା ପ୍ରଥମ ସିନେମାରେ ପରଦାରେ ଲଗାଇଥିଲେ ନିଆଁ!". sambad.in. 10 January 2018. Retrieved 10 February 2018.
  4. ଉପରକୁ ଯାଆନ୍ତୁ"ଶ୍ରେଷ୍ଠ ନାୟକ ବାବୁଶାନ୍, ନାୟିକା ଏଲିନା, ନବାଗତ ନାୟକ ଜ୍ୟୋତି ଓ ନାୟିକା ନିହାରିକା ସମ୍ମାନିତ". ସମାଜ ଲାଇଭ୍. 17 May 2017. Retrieved 30 July 2017.

ବାହାର ଆଧାର