ଦୀପ୍ତିରେଖା ପାଢ଼ୀ

ଦୀପ୍ତିରେଖା ପାଢ଼ୀ
Image may contain: 1 person, standing and text
ଜନ୍ମ ଓ ଜନ୍ମସ୍ଥାନଭୁବନେଶ୍ୱର ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
ପ୍ରଚ୍ଛଦପଟ ଗାୟିକା
କାର୍ଯ୍ୟକାଳ୨୦୦୯ରୁ-ଏବେଯାଏଁ
ଦୀପ୍ତିରେଖା ପାଢ଼ୀ ଜଣେ ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ ଏବଂ ପ୍ରଚ୍ଛଦପଟ ଗାୟିକା । ସେ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ଡଟ୍ କମ୍‌ରେ ପ୍ରଥମ କରି ପ୍ରଚ୍ଛଦପଟ ଗାୟିକା ଭାବରେ କାମ କରିଥିଲେ । ଏହା ପରେ ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ରାଜକନ୍ୟା ଧାରାବାହିକରେ ନୟିକା ପୂର୍ବି ଭାବରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଦୀପ୍ତିରେଖା ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜଣେ ବଡ଼ ଭଉଣୀ ଏବଂ ଗୋଟିଏ ସାନ ଭାଇ ଅଛନ୍ତି । ସେ ଛୋଟବେଳୁ ଗୀତ ଶିଖିବା ଆରମ୍ଭ କରିଥିଲେ ।

ଅଭିନୟ ଜୀବନ

ଦୀପ୍ତି ସାତ ବର୍ଷ ବୟସରୁ ଗୀତ ଶିଖିବା ଆରମ୍ଭ କରିଥିଲେ । ସେ ଛୋଟବେଳେ ବିଦ୍ୟାଳୟରେ ଅନୁଷ୍ଠିତ ଗୀତ ପ୍ରତିଯୋଗିତାମାନଙ୍କରେ ଭାଗ ନେଉଥିଲେ । ୨୦୦୯ରେ ଦୀପ୍ତି ତାଙ୍କ କାକାଙ୍କ ସ‌ହ ପ୍ରେମ ଆନନ୍ଦଙ୍କ ପାଖକୁ ଯାଇଥିଲେ । ସେଠାରେ ପ୍ରେମାନନ୍ଦ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ଡଟ୍ କମ୍‌ରେ ପ୍ରଚ୍ଛଦପଟ ଗାୟିକା ଭାବରେ ନେଇଥିଲେ ଏବଂ ନୂଆ ପ୍ରେମିକା ଆଲବମ୍‌ରେ ଗୀତ ଗାଇବାର ସୁଯୋଗ ଦେଇଥିଲେ । ପରେ ପରେ ଦୀପ୍ତି ଭାଇନା, କ'ଣ କଲା ସେର ଚଲା କରିବା ଠିଆ ପାଲା ଭଳି ଗୀତ ଗାଇଥିଲେ । ତାଙ୍କର ଅନ୍ୟ କିଛି ଗୀତ ହେଲା: ଯିଏ ମୋତେ କିଣି ଦେବ ଛୋଟ ଛୋଟ ଛିଟ ଜାମା, ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରର ଗୀତ । ବେବି, ଅଭୟ, ରୋମିଓ ଜୁଲିଏଟ, ହିରୋ ନଂ ୱାନ୍ ଭଳି ଚଳଚ୍ଚିତ୍ରରେ ସେ ଗୀତ ଗାଇଥିଲେ ।
ଇ ଟିଭି ଓଡ଼ିଆରେରେ ପ୍ରସାରିତ ଧାରାବାହିକ ରାଜକନ୍ୟାର ପୂର୍ବ ନାୟିକା ଛାଡ଼ିଦେବା ପରେ ଦୀପ୍ତିଙ୍କୁ ମଳୟ ମଲ୍ଲିକଙ୍କ ତରଫରୁ ସୁଯୋଗ ଦିଆଯାଇଥିଲା । ଏହି ଧାରାବାହିକରେ ସେ ନାୟିକା ପୂର୍ବି ଭାବରେ ଅଭିନୟ କରୁଛନ୍ତି ।

ଅଭିନୀତ ଧାରାବାହିକ

  • ରାଜକନ୍ୟା- ଇ ଟିଭି ଓଡ଼ିଆ

ପ୍ରଚ୍ଛଦପଟ ଗାୟିକା

  • ଲଭ୍ ଡଟ୍ କମ୍
  • ଚାନ୍ଦ ନା ତମେ ତାରା- ଯିଏ ମୋତେ କିଣି ଦେବ ଛୋଟ ଛୋଟ ଛିଟ ଜାମା
  • ଭାଇନା, କ'ଣ କଲା ସେ- ଚାଲ କରିବା ଠିଆ ପାଲା
  • ବେବି- ତୁ ମୋ ହୃଦୟର ଭାଷା
  • ତୁ ମୋ ଲଭ୍ ଷ୍ଟୋରୀ- ଟିକେ ଟିକେ ଅଚିହ୍ନା ତୁ ଟିକେ ଟିକେ ଚିହ୍ନା
  • ଅଭୟ- ଗଜଲ୍ ଗଜଲ୍
  • ରୋମିଓ ଜୁଲିଏଟ- ବେଳ ବେଳେ ଭଲ ଲାଗେ
  • ବଜରଙ୍ଗୀ- ହାଏ ତୋ ପ୍ରେମ
  • ହିରୋ ନଂ ୱାନ୍- ଡାର୍ଲିଂ ଡାର୍ଲିଂ

ପୁରସ୍କାର

  • ଓଡ଼ିଆ ଫିଲ୍ମଫେୟାର- 2017
  • ତରଙ୍ଗ ସିନେ ଆୱାର୍ଡ- 2017

    ଆଧାର

    1. ଏହି ଯାଏ ଉପରକୁ ଯାଆନ୍ତୁ:"Breakfast Odisha with Dipti Rekha Padhi (Odia singer and actress)". Prameya News7. 29 November 2016. Retrieved 9 March 2017.
    2. ଉପରକୁ ଯାଆନ୍ତୁ"Dipti Rekha Padhi". Retrieved 9 March 2017.
    3. ଉପରକୁ ଯାଆନ୍ତୁ"Chal Kariba Thia Pala Song Video From Bhaina Kana Kala Se Movie". IncredibleOrissa.com. 17 September 2016. Retrieved 18 March 2017.
    4. ଉପରକୁ ଯାଆନ୍ତୁ"ଦୀପ୍ତିଙ୍କ ଦକ୍ଷତା". ସମାଜ. 17 September 2017. Retrieved 17 September 2017.