ଝାନ୍ସୀ ରାଣୀ ଦାସ
ଝାନ୍ସୀ ରାଣୀ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୬ ଅପ୍ରେଲ ଝାନ୍ସୀ ରାଣୀ ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୧୬ରୁ-ଏବେଯାଏଁ |
ଝାନ୍ସୀ ରାଣୀ ଦାସ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୬ ମସିହାରେ ଓଡ଼ିଆ କଥାଚିତ୍ର ପ୍ରେମର ନିଶା ନିଆରା ନିଆରାଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଗୁଣ୍ଡା, ମୁଁ ଗୋଟେ ଦୁଷ୍ଟ ପିଲା ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଅଭିନୟ ଜୀବନ
ଝାନ୍ସୀ ରାଣୀ ୨୦୧୬ ମସିହାରେ ଓଡ଼ିଆ କଥାଚିତ୍ର ପ୍ରେମର ନିଶା ନିଆରା ନିଆରା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୁଭମ୍ ଏବଂ ନାୟିକ ଭାବରେ ଜୀନା ସାମଲ ଅଭିନୟ କରିଥିଲେ ।
୨୦୧୬ରେ ଝାନ୍ସୀଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ଗୁଣ୍ଡା ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶୁଭାଶିଷ ପତି । ଅଭିନେତା ସିଦ୍ଧାନ୍ତ ମହାପାତ୍ର, ନିକିତା ପରିଜା, ରକ୍ ପାତ୍ର, ହିମିକା, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୭ରେ ଝାନ୍ସୀ ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲାରେ ନାୟକ ଦୁଷ୍ମନ୍ତ ପଣ୍ଡାଙ୍କ ସହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ମଲ୍ଲିକ୍ । ଏହି କଥାଚିତ୍ରଟିରେ ଝାନ୍ସୀ ଏବଂ ଦୁଷ୍ମନ୍ତଙ୍କ ବର୍ଷରେ ଭିଜିବା ଗୀତ ଥିଲା, ଯହାକି ଅନେକ ଲୋକଙ୍କର ଦୃଷ୍ଟ ଆକର୍ଷଣ କରିଥିଲେ ।
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୬ | ପ୍ରେମର ନିଶା ନିଆରା ନିଆରା | ପ୍ରଥମ ଓଡ଼ିଆ କଥାଚିତ୍ର | |
ଗୁଣ୍ଡା | |||
୨୦୧୭ | ମୁଁ ଗୋଟେ ଦୁଷ୍ଟ ପିଲା |
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"ଦୁଇ ନାୟିକାଙ୍କ ସହ ଆସୁଛନ୍ତି ଏହି ଓଲିଉଡ ନାୟକ". samba.ind. 12 January 2018. Retrieved 17 March 2018.
- ଉପରକୁ ଯାଆନ୍ତୁ"ଆଜି ଶୁଭମୁକ୍ତି : ଓଡ଼ିଆ ଛବି ‘ପ୍ରେମର ନିଶା ନିଆରା ନିଆରା’". ସମ୍ବାଦ. 9 December 2016. Retrieved 21 July 2017.
- ଉପରକୁ ଯାଆନ୍ତୁ"Premara Nisha Niara Niara". Odia Movie Database. Retrieved 21 July 2017.
- ଉପରକୁ ଯାଆନ୍ତୁ"“ଗୁଣ୍ଡା’ରିଲିଜ୍ ପାଇଁ ପ୍ରସ୍ତୁତ". ଓଡ଼ିଶା ଟାଇମ୍. 19 September 2016. Retrieved 27 July 2017.
- ଉପରକୁ ଯାଆନ୍ତୁ"ପରଦାରେ ‘ଗୁଣ୍ଡା’". Odiasha Update. 18 November 2016. Retrieved 27 July 2017.
- ଉପରକୁ ଯାଆନ୍ତୁ"ଚର୍ଚ୍ଚାରେ ‘ମୁଁ ଗୋଟେ ଦୁଷ୍ଟପିଲା’ର ବର୍ଷା ଗୀତ !". ସମ୍ବାଦ. 27 October 2017. Retrieved 27 October 2017.