ଦୀପକ ଜେନା
ଦୀପକ ଜେନା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଓଡ଼ିଶା, ଭାରତ |
ଜୀବିକା | ନାଟ୍ୟକାର |
ଦୀପକ ଜେନା, ଜଣେ ଓଡ଼ିଆ ଯାତ୍ରା ନାଟ୍ୟକାର । ସେ ଓଡ଼ିଆ ଯାତ୍ର ଜଗତରେ କିଛି ନାଟକର କାହାଣୀ ରଚନା କରିଛନ୍ତି । ଦୀପକ ପେସାରେ ଜଣେ ଅଧ୍ୟାପକ । ତାଙ୍କ ରଚିତ ନାଟକ ସ୍ୱାମୀମାନେ ସାବଧାନ ତାଙ୍କୁ ଯାତ୍ରା ଜଗତରେ ପରିଚିତ କରାଇଥିଲା ।
ପ୍ରାରମ୍ଭିକ ଜୀବନ ଏବଂ ପେସା
ଦୀପକ ଜେନା ପେସାରେ ଜଣେ ଅଧ୍ୟାପକ । ସେ ବିଭିନ୍ନ ଯାତ୍ର ପାର୍ଟି ପାଇଁ ନାଟକ ରଚନା କରିଛନ୍ତି ।
ନାଟକ ରଚନା
ଦୀପକ ବିଶ୍ୱ ରଙ୍ଗମହଲ ପାଇଁ 'ସ୍ୱାମୀମାନେ ସାବଧାନ କାହାଣୀ' ରଚନା କରିଥିଲେ ଦୀପକ । ପୂର୍ବରୁ ସେ ସେତେ ଅଧିକ ଲୋକପ୍ରିୟ ହୋଇନଥିଲେ, ମାତ୍ର ଏହି ନାଟକଟି ତାଙ୍କୁ ଅନେକ ସଫଳତା ଆଣିଦେଇଥିଲେ ଏବଂ ସେ ଓଡ଼ିଶାର ଜଣେ ଜଣାଶୁଣା ନାଟ୍ୟକାର ଭାବରେ ପରିଚୟ ପାଇଥିଲେ । ସେ କୋଣାର୍କ ଗଣନାଟ୍ୟ ପାଇଁ ବଦନାମ ହେଲି ତୋରି ପାଇଁ ନାଟକ ରଚନା କରିଥିଲେ । ଏହ ନାଟକଟି ଦର୍ଶକମାନେ ମଧ୍ୟ ପସନ୍ଦ କରିଥିଲେ ।
ସେ ଦୁଇଟି ନୂଆ ନାଟକର ଶୀର୍ଷକ ଘୋଷଣା କରିଛନ୍ତି । ସେ ଯାତ୍ରା ଦରବାର ପାଇଁ 'ନଷ୍ଟ ଚରିତ୍ର' ରଚନା କରିଛନ୍ତି । ଏହି ନାଟକଟିର ନିର୍ଦ୍ଦେଶନା ଦେଉଛନ୍ତି ଗୁରୁ ମିଶ୍ର । ତାଙ୍କର ୨ୟ ନାଟକ 'ବାହା ହେଇଚ ନା ବାଡ଼ୁଅ ଅଛ' ସେ ଯାତ୍ରା ରଙ୍ଗମହଲ ପାଇଁ ରଚନା କରିଛନ୍ତି । ଏହି ନାଟକର ନିର୍ଦ୍ଦେଶନା ଦେଉଛନ୍ତି ଯାତ୍ର ଦୁନିଆରେ ଲିଟିଲ୍ ମାଷ୍ଟର ଭାବରେ ପରିଚିତ ବିନୋଦ ରାଉତ ।
ରଚିତ ନାଟକ
- ସ୍ୱାମୀମାନେ ସାବଧାନ
- ବଦନାମ ହେଲି ତୋରି ପାଇଁ
- ନଷ୍ଟ ଚରିତ୍ର
- ବାହା ହେଇଚ ନା ବାଡ଼ୁଅ ଅଛ
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"ଦୀପକଙ୍କ ସଜବାଜ". ସମାଜ. ୧ April 2018. Retrieved 2 April 2018.
ବାହାର ଆଧାର
- ଦୀପକ ଜେନା (ଇଣ୍ଟରନେଟ ମୁଭି ଡାଟାବେସରେ)