ରଜନୀ ରଞ୍ଜନ
ରଜନୀ ରଞ୍ଜନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ରଜନୀ ରଞ୍ଜନ ଦାଶ ଡିସେମ୍ବର ୨୨, ୧୯୫୯ ବାଳକାଟି, ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) ସଂଳାପକାର ଗୀତିକାର କାହାଣୀକାର ଅଭିନେତା |
କାର୍ଯ୍ୟକାଳ | ୧୯୯୫ରୁ-ଏବେଯାଏଁ |
ବାପା ମା | ରବି ଦାଶ, ସୁଶୀଳାପ୍ରଭା ଦାଶ |
ରଜନୀ ରଞ୍ଜନ(ଜନ୍ମ : ୨୨ ଡିସେମ୍ବର ୧୯୫୯) ଜଣେ ଓଡ଼ିଆ କଥାଚିତ୍ର ସଂଳାପକାର, ଗୀତିକାର, କାହାଣୀକାର, ଚିତ୍ରନାଟ୍ୟ ରଚୟିତା ଏବଂ ଅଭିନେତା । ୧୯୮୯ ମସିହାରେ ରଜନୀ ରଞ୍ଜନ ଏଇ ସଂଘର୍ଷ ଚଳଚ୍ଚିତ୍ରରୁ ଗୀତିକାର ଭାବରେ ନିଜର ଜୀବିକା ଆରମ୍ଭ କରିଥିଲେ । ଏହପରେ ସେ ମୋ ଭାଇ ଜଗା ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ସଂଳାପ ଓ କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ୨୦୧୦ ମସିହାରେ ଓଡ଼ିଆ କଥାଚିତ୍ର ପ୍ରେମ ଅଢ଼େଇ ଅକ୍ଷରରେ ଜଣେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ଏଯାବତ ସେ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ଓ ସଂଳାପ ରଚନା କରିସାରିଛନ୍ତି ।
ବ୍ୟକ୍ତିଗତ ଜୀବନ
ରଜନୀ ରଞ୍ଜନ ୧୯୫୯ ମସିହାରେ ବାଳକାଟିଠାରେ ଜନ୍ମଗ୍ରହଣ କରିଥିଲେ । ପିତା ରବି ଦାଶ ଜଣେ ଗୀତିକାର ଓ ମା ସୁଶୀଳାପ୍ରଭା କଣ୍ଠଶିଳ୍ପୀ ଥିଲେ । ପରିବାରରେ ସଙ୍ଗୀତମୟ ପରିବେଶ ଥିଲା । ତାଙ୍କ ବାସଭବନକୁ ସଙ୍ଗୀତ ନିର୍ଦ୍ଦେଶକମାନଙ୍କର ଯା'ଆସ ଥିଲା । ଏସବୁର ପ୍ରଭାବ ରଜନୀଙ୍କ ଉପରେ ପିଲାଦିନରୁ ପଡିଥିଲା । ବୃତ୍ତିରେ ସେ ଜଣେ ଶିକ୍ଷାବିତ । ଭୁବନେଶ୍ୱରସ୍ଥ ଦେବରାୟ ମହାବିଦ୍ୟାଳୟରେ ସେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି ।
ଗୀତିକାର
- ମୋ ଭାଇ ଜଗା
- ପ୍ରେମ ବନ୍ଧନ
- ବୋଉ
- ଭାଗ୍ୟ ଚକ୍ର
- ମୁନ୍ନା- ଏ ଲଭ୍ ଷ୍ଟୋରୀ
- ପ୍ରେମ ରୋଗୀ
- ଆରେ ସାଥୀ ଆ
- ଲଭ୍ ଡଟ୍ କମ୍
- ମନ ମୋର ପ୍ରଜାପତି
- ତୁ ମୋ ସୁନା ତୁ ମୋ ହୀରା
- ଟାଇଗର
ସଂଳାପ
- ମୋ ଭାଇ ଜଗା
- ପ୍ରେମ ବନ୍ଧନ
- ଏ ମନ ମାନେନା
- ଜୟ ଜଗନ୍ନାଥ
- ହସିବ ପୁଣି ମୋ ସୁନା ସଂସାର
- ନନ୍ଦିନୀ ଆଇ ଲଭ୍ ୟୁ
- ପ୍ରେମ ରୋଗୀ
- ଡ୍ରିମ୍ ଗାର୍ଲ
- ଲଭ୍ ଡଟ୍ କମ୍
- ମିତରେ ମିତ
- ସଞ୍ଜୁ ଆଉ ସଞ୍ଜନା
- ପହିଲି ରଜ
- ଭୁଲ ବୁଝିବନି ମତେ
- ପ୍ରେମ ଅଢ଼େଇ ଅକ୍ଷର
- ଲୋଫର୍
- ମନ ମୋର ପ୍ରଜାପତି
- ମତେ ବୋହୂ କରି ନେଇଯା
- ଫ୍ୟାମିଲି ନମ୍ବର ୱାନ୍
- ଚୋରି ଚୋରି ମନ ଚୋରି
- ମୁଁ ପ୍ରେମୀ ମୁଁ ପାଗଳ
- କେମିତି ଏ ବନ୍ଧନ
- ଗୁଡ୍ ବୟ
- ତୁ ମୋ ଆରମ୍ଭ ତୁ ମୋ ଶେଷ
- ତୁ ମୋ ସୁନା ତୁ ମୋ ହୀରା
- ଦିୱାନା ଦିୱାନୀ
- ସପନର ନାୟିକା
- ପ୍ରେମିକା
- ସିନ୍ଦୂର
- ସ୍ମାଇଲ୍ ପ୍ଲିଜ୍
- କିଡ୍ନାପ୍
- ପିଲାଟା ବିଗିଡ଼ିଗଲା
- ଆଶିକ୍
- ସମୟ ବଡ଼ ବଳବାନ
- ହେଲା ମତେ ପ୍ରେମ ଜର
- ଟାଇଗର
- ଝିଅଟା ବିଗିଡ଼ିଗଲା
- ଯୋଗୀ
ଚିତ୍ରନାଟ୍ୟ
- ଏ ମନ ମାନେନା
- ଲଭ୍ ଡଟ୍ କମ୍
- ପହିଲି ରଜ
- ମନ ମୋର ପ୍ରଜାପତି
- ଫ୍ୟାମିଲି ନମ୍ବର୍ ୱାନ୍
- ତୁ ମୋ ଆରମ୍ଭ ତୁ ମୋ ଶେଷ
- ସପନର ନାୟିକା
- ସିନ୍ଦୂର
- କିଡ୍ନାପ୍
- ହେଲା ମତେ ପ୍ରେମ ଜର
- ଝିଅଟା ବିଗିଡ଼ିଗଲା
କାହାଣୀ
- ମୋ ଭାଇ ଜଗା
- ପିଲାଟା ବିଗିଡ଼ିଗଲା
ଅଭିନେତା
- ପ୍ରେମ ଅଢ଼େଇ ଅକ୍ଷର
ଆଧାର
- ଉପରକୁ ଯାଆନ୍ତୁ"ରଜନୀଙ୍କ '୫୦'". ସମାଜ. 25 March 2018. Retrieved 25 March 2018.
- ଉପରକୁ ଯାଆନ୍ତୁ"ମୋ ଅନୁଭୂତି". ଧରିତ୍ରୀ ମେଟ୍ରୋ ମିଜାଜ ୨୯ ମାର୍ଚ୍ଚ ୨୦୧୮. Retrieved 29 March 2018.
ବାହାର ଆଧାର
- ରଜନୀ ରଞ୍ଜନ (ଇଣ୍ଟରନେଟ ମୁଭି ଡାଟାବେସରେ)