ହର ରଥ
ହର ରଥ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ହର ରଥ ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) ଅଭିନେତ୍ରା |
କାର୍ଯ୍ୟକାଳ | ୨୦୦୫-ଏବେଯାଏଁ |
ହର ରଥ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ହର ଜଣେ ସହ-ନିର୍ଦ୍ଦେଶକ ଭାବରେ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୦୮ରେ ହର ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ରରେ ନାୟକ, ଖଳନାୟକ, ସହ-ନାୟକ ଏବଂ ପାର୍ଶ୍ୱ-ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି । କଥାଚିତ୍ର ବ୍ୟତୀତ ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଅଭିନୟ କରିଛନ୍ତି ।
ପ୍ରାରମ୍ଭିକ ଜୀବନ
ହର ଗଞ୍ଜାମ ଜିଲ୍ଲାର ଧରାକୋଟରେ ପଢ଼ୁଥିଲେ । ସେ ସ୍କୁଲରେ ପଢ଼ିବା ସମୟରେ ନାଟକ, ଡ଼୍ରାମା ଆଦିରେ ଅନେକ ଅଭିନୟ କରିଥିଲେ । ଏହାପରେ ଆସ୍କା, ଖୋର୍ଦ୍ଧା କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ଅଭିନେତା ଭାବେ ମଧ୍ୟ ସେ ପୁରସ୍କାର ପାଇଥିଲେ ।
ଅଭିନୟ ଜୀବନ
ହର ଓଡ଼ିଆ କଥାଚିତ୍ର ଜଗତରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରିଥିଲେ । ସେ ମେକଅପ ମେନ, ପ୍ରଡ଼କସନ ମ୍ୟାନେଜର, କ୍ୟାମେରା ଅପେରେଟର, ଏଡ଼ିଟର ଆଦି ବିଭିନ୍ନ କାମ କରିଥିଲେ । ଏହାପରେ ସେ ୨୦୦୫ରେ ଜୀବନ ମୃତ୍ୟୁ କଥାଚିତ୍ରରେ ଜଣେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୨୦୦୭ରେ ସେ ମଧ୍ୟ ମୁଁ ତତେ ଲଭ୍ କରୁଚି ଚଳଚ୍ଚିତ୍ରରେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।
ଗୁଡ଼ିଆ ମହାପାତ୍ର ମତେ ତାଙ୍କ ଚଳଚ୍ଚିତ୍ର ପ୍ରିୟା ମୋ’ ପ୍ରିୟାରେ ଗୋଟିଏ ଛୋଟ ଭୂମିକାରେ ଅଭିନୟ ପାଇଁ ହରଙ୍କୁ ସୁଯୋଗ ଦେଇଥିଲେ । ଏହପରେ ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀରେ ଏକ ଭଲ ଭୂମିକାରେ ସୁଯୋଗ ପାଇଥିଲେ ଏବଂ ତା' ପରଠାରୁ ସେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ, ଖଳନାୟକ, ସହନାୟକ, ପାର୍ଶ୍ୱ-ଅଭିନେତା, ହାସ୍ୟ ଅଭିନେତା ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।
ଏହାପରେ ସେ ସତ୍ୟମେବ ଜୟତେ, ମୋଷ୍ଟ ୱାଣ୍ଟେଡ଼, ମାଟିର ବନ୍ଧନ, ଏସିପି ରଣବୀର, ଆଖିରେ ଆଖିରେ, ଆମେତ ଟୋକା ଷଣ୍ଢ ମାର୍କା, ମୁଁ ତା'ର କିଏ, ୱାନ୍ ୱେ ଟ୍ରାଫିକ୍, କେହି ନୁହେଁ କାହାର, ହେଲୋ- ଇନ୍ ଲଭ୍, ମୀମାଂସା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୨୦୧୮ରେ ହରଙ୍କର ଚଳଚ୍ଚିତ୍ର ଯୋଗୀ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିରେ ଶୀର୍ଷକ ଯୋଗୀ ଭୂମିକାରେ ହର ଅଭିନୟ କରିଥିଲେ । ଏହି କଥାଚିତ୍ରଟି ପାଇଁ ତାଙ୍କୁ ତିନିମାସ ଧରି ଲଣ୍ଡା ହେବାକୁ ପଡ଼ିଥିଲା ।
ଦୂରଦର୍ଶନ
ହର ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନରେ ବିଭିନ୍ନ ଧାରାବାହିକରେ ଅଭିନୟ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଅପାରେ ଖଳନାୟକ ଭାବରେ ଅଭିନେତା ଜୟୀରାମ ସାମଲଙ୍କ ପୁଅ ଜିମି ଭୂମିକାରେ ଅଭିନୟ କରିଥିଲେ । ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଏକ୍ସକ୍ୟୁଜ୍ ମି-ଏଥର ମିଛ କହିବିରେ ଅଭିନେତା ପପୁ ପମ ପମଙ୍କ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୮ | ବନ୍ଦେ ଉତ୍କଳ ଜନନୀ | ବିଜୟ ଦାସ | ପ୍ରଥମ ଓଡ଼ିଆ କଥାଚିତ୍ର |
ସତ୍ୟମେବ ଜୟତେ | |||
୨୦୧୧ | ମୋଷ୍ଟ ୱାଣ୍ଟେଡ଼ | ଟୋପି | |
୨୦୧୨ | ମାଟିର ବନ୍ଧନ | ||
ଏସିପି ରଣବୀର | |||
୨୦୧୪ | ଆଖିରେ ଆଖିରେ | ||
ଆମେତ ଟୋକା ଷଣ୍ଢ ମାର୍କା | |||
ମୁଁ ତା'ର କିଏ | |||
ୱାନ୍ ୱେ ଟ୍ରାଫିକ୍ | |||
୨୦୧୫ | କେହି ନୁହେଁ କାହାର | ||
ହେଲୋ- ଇନ୍ ଲଭ୍ | |||
୨୦୧୬ | ମୀମାଂସା | ||
୨୦୧୮ | ଯୋଗୀ | ଯୋଗୀ |
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"ଜାଣନ୍ତୁ କାହିଁକି ପ୍ରଯୋଜକଙ୍କ ଉପରେ ଚିଡିଥିଲେ ‘ଯୋଗୀ’ ଓରଫ ହର ରଥ ?". sambad.in. 11 December 2017. Retrieved 27 February 2018.
- ଉପରକୁ ଯାଆନ୍ତୁ"ସଂଗ୍ରାମୀଙ୍କ ସ୍ୱପ୍ନ". ସମାଜ ରବିବାର. 8 April 2018. Retrieved 12 April 2018.
- ଉପରକୁ ଯାଆନ୍ତୁ"ହର ଯାହା ଖୋଜୁଥିଲେ..". ଧରିତ୍ରୀ. Retrieved 27 February 2018.
- ଉପରକୁ ଯାଆନ୍ତୁ"ଶୁଟିଂ ସେଟ୍ରୁ: ଲଣ୍ଡା ହେବାକୁ ନେଇ ଟେନ୍ସନ୍". ଧରିତ୍ରୀ. Retrieved 27 February 2018.
- ଉପରକୁ ଯାଆନ୍ତୁ"ହର ଦେଲେନି ଧରା". ସମାଜ. 3 December 2017. Retrieved 7 December 2017.
- ଉପରକୁ ଯାଆନ୍ତୁ"ଓଡ଼ିଶାରେ ଯୋଗୀ". ସମାଜ. 17 December 2017. Retrieved 17 December 2017.
ବାହାର ଆଧାର
- ହର ରଥ (ଇଣ୍ଟରନେଟ ମୁଭି ଡାଟାବେସରେ)