ଅମ୍ଳାନ ଦାସ

ଅମ୍ଳାନ ଦାସ
Related image
ଜନ୍ମ ଓ ଜନ୍ମସ୍ଥାନଅମ୍ଳାନ ଦାସ
୯ ମାର୍ଚ୍ଚ
କଟକଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରା
କାର୍ଯ୍ୟକାଳ୨୦୧୩ରୁ-ଏବେଯାଏଁ
ବାପା ମାମିହିର ଦାସ (ବାପା)
ସଙ୍ଗୀତ ଦାସ (ମାଆ)
ଅମ୍ଳାନ ଦାସ ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ଟାର୍ଗେଟ୍ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ଅମ୍ଳାନ ତୁ ମୋ ଦେହର ଛାଇଗୋଲାପି ଗୋଲାପିପାଗଳ କରିଚୁ ତୁକଲେଜ ଟାଇମନୂଆ ନୂଆ ପ୍ରେମରେତୁ କହିବୁ ନା ମୁଁଟାଇଗରତୋର ଦିନେକୁ ମୋର ଦିନେଚିନିବଜରଙ୍ଗୀସପନର ପଥେ ପଥେ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଅମ୍ଳାନ ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସ ଏବଂ ସଙ୍ଗୀତା ଦାସଙ୍କର ପୁଅ । ଅମ୍ଳାନ ୨୦୦୮ରେ କଟକର ସିଡିଏ ସେକ୍ଟରର ଦିଲ୍ଲୀ ପବ୍ଲିକ୍ ସ୍କୁଲରୁ ଦଶମ ଏବଂ ୨୦୧୨ରେ ଦ୍ୱାଦଶ ଶ୍ରେଣୀ ପାଶ୍ କରିବା ପରେ ଚେନ୍ନାଇର ଏସ୍.ଆର୍.ଏନ୍. ଶିବାଜୀ ଗଣେଶାନ୍‌ରୁ ଚଳଚ୍ଚିତ୍ର ପ୍ରଯୁକ୍ତିବିଦ୍ୟାରେ ସ୍ନାତକ ପାଇଁ ଯୋଗ ଦେଇଥିଲେ । ସେ ୨୦୧୩ରେ ସେଠାରୁ ସ୍ନାତକ ହାସଲ କରି ଓଡ଼ିଶା ଆସିଯାଇଥିଲେ । ସେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଅନେକ ଡ୍ରାମରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ଅମ୍ଳାନ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ଟାର୍ଗେଟ୍ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ତାଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ନବାଗତା ଝିଲିକ୍ ଭଟ୍ଟାଚାର୍ଯ୍ୟ । ନିରଞ୍ଜନ ରଣା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏସ୍.କେ. ମୂରଲୀଧରନ୍ । ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅପରାଜିତା ମହାନ୍ତିମିହିର ଦାସଆଶୋକ ଦାସମୀନକେତନଶୁବାଷିଶ ଶର୍ମାମହାଶ୍ୱେତା ରାୟନମ୍ରତା ଦାସ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୩ରେ ଅମ୍ଳାନ ଅନ୍ୟ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ହେଉଛି ତୁ ମୋ ଦେହର ଛାଇ । ଏହି ଚଳଚ୍ଚିତ୍ରରେ ଅମ୍ଳାନ ଦ୍ୱେତ ଭୂମିକା ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଚଣ୍ଡି ପରିଜା । ରିୟା ଦେଶିଳ୍ପା ଦେ, ମିହିର ଦାସ, ରୁନୁ ପରିଜାସ୍ମିତା ମହାନ୍ତିଜୀବନ ପଣ୍ଡା, ନମ୍ରତା ଦାସ, ମୀନକେତନ, ସରୋଜ ଦାସସଲିଲ ମିତ୍ରଜୀବନ ପଣ୍ଡାବ୍ରଜ ସିଂହ ପ୍ରଭୃତି କଳାକାରମାନେ ଅଭିନୟ କରିଥିଲେ ।
୨୦୧୪ରେ ଅମ୍ଳାନ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୪ର ରଜ ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଗୋଲାପି ଗୋଲାପିରେ ଅମ୍ଳାନ ପ୍ରଥମଥର ପାଇଁ ସାର୍ଥକ ମୁଭିଜ୍‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି । ରିୟା ଦେ, ମିହିର ଦାସ, ଅପରାଜିତା ମହାନ୍ତି, ସିଦ୍ଧାନ୍ତ ମହାପାତ୍ରପୃଥିରାଜ ନାୟକ, ମିନାକ୍ଷୀ, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ୨୦୧୪ରେ ଅମ୍ଳାନଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ଥିଲା ପାଗଳ କରିଚୁ ତୁ । ଏହି ଚଳଚ୍ଚିତ୍ରରେ ମଧ୍ୟ ଅମ୍ଳାନ ଅଭିନେତ୍ରୀ ରିୟା ଦେଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିଲା ଏବଂ ରଜର ସେହି ସମାନ ପ୍ରଡକ୍ସନ ଏବଂ ସମାନ ନିର୍ଦ୍ଦେଶକ ସୁଶାନ୍ତ ମଣି ଥିଲେ । ଏହି କଥାଚିତ୍ରଟିରେ ବିଜୟ ମହାନ୍ତି, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ସିଦ୍ଧାନ୍ତ ମହାପାତ୍ର, ସାତ୍ୱକୀ ମିଶ୍ର ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୫ରେ ମଧ୍ୟ ଅମ୍ଳାନ ୨ଟି ଚଳଚ୍ଚିତ୍ର କଲେଜ ଟାଇମ ଏବଂ ନୂଆ ନୂଆ ପ୍ରେମରେରେ ଅଭିନୟ କରିଥିଲେ । କଲେଜ ଟାଇମ୍‌ରେ ରିୟା ଦେ ପୁଣିଥରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ଅନ୍ୟ ଚଳଚ୍ଚିତ୍ରଟି ଥିଲା ନୂଆ ନୂଆ ପ୍ରେମରେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏସ୍‌କେ ମୂରଲୀଧରନ୍ । ପତ୍ରାଳୀ ଛୋଟରାୟ ଏହି କଥାଚିତ୍ରଟିର ନାୟିକ ଭାବରେ ଅଭିନୟ କରିଥିଲେ । ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ପ୍ରଜ୍ଞା ଖଟୁଆ, ବ୍ରଜ ସିଂ, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥିରାଜ ନାୟକ, ଶୁଭାଶିଷ ଶର୍ମା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଦୂରଦର୍ଶନ

ଅମ୍ଳାନ ତରଙ୍ଗ ଟିଭିରେ ପ୍ରାସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନ୍‌ର ୨ୟ ସଂସ୍କରଣରେ ବିଚାରକ ତ‌ଥା ଆବାହକ ଭାବରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରୁ ବଛାଯାଇଥିବା ନାୟିକା ନିହାରୀକା ଦାଶଙ୍କ ସ‌ହ ସେ ତୁ କହିବୁ ନା ମୁଁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୩ଟାର୍ଗେଟ୍ବିବେକପ୍ରଥମ ଓଡ଼ିଆ କଥାଚିତ୍ର
ତୁ ମୋ ଦେହର ଛାଇଦେବ୍/ଜିତ୍ଦ୍ୱେତ ଭୂମିକା
୨୦୧୪ଗୋଲାପି ଗୋଲାପିଆଦିତ୍ୟ
ପାଗଳ କରିଚୁ ତୁଶିବା
୨୦୧୫କଲେଜ ଟାଇମ
ନୂଆ ନୂଆ ପ୍ରେମରେବନୁ ବିଶ୍ୱାଳ
୨୦୧୬ତୁ କହିବୁ ନା ମୁଁଜାନୁ/ଏମ୍2
ଟାଇଗର
ତୋର ଦିନେକୁ ମୋର ଦିନେ
ଚିନି
୨୦୧୭ସପନର ପଥେ ପଥେ
ବଜରଙ୍ଗୀ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ପାଞ୍ଚ ବର୍ଷପରେ ଓଲିଉଡକୁ ଫେରିଲେ ଏହି ନାୟିକା". sambad.in. 5 Febaruary 2018. Retrieved 26 February 2018.
  2. ଉପରକୁ ଯାଆନ୍ତୁ"ଏହି ଓଲିଉଡ ନାୟକଙ୍କ ହାତ ଫାଙ୍କା !". sambad.in. 2 March 2018. Retrieved 5 March 2018.
  3. ଏହି ଯାଏ ଉପରକୁ ଯାଆନ୍ତୁ:"Target oriya movie mahurat". Incredible Odisha. Retrieved 23 August 2016.
  4. ଉପରକୁ ଯାଆନ୍ତୁ"ଅମ୍ଳାନଙ୍କ ଏହି ସିନେମାରେ ସ୍ପେସିଆଲ୍‌ ଆପିଅରାନ୍ସରେ ଥିଲେ ଆକାଶ". sambad.in. 25 February 2018. Retrieved 26 February 2018.
  5. ଉପରକୁ ଯାଆନ୍ତୁ"Everyone's Favourite". The New Indian Express. 28 May 2015. Retrieved 26 February 2018.
  6. ଉପରକୁ ଯାଆନ୍ତୁ"Amlan’s debut released allover odisha". Odia Live. 12 April 2013. Retrieved 23 August 2016.
  7. ଉପରକୁ ଯାଆନ୍ତୁ"Oriya Films 2013". Incredible Orissa. 28 January 2013. Retrieved 10 November 2017.
  8. ଉପରକୁ ଯାଆନ୍ତୁ"Tu Mo Dehara Chhai". www.nuaodisha.com. Retrieved 10 November 2017.
  9. ଉପରକୁ ଯାଆନ୍ତୁ"ପ୍ରଥମେ ଏହି ଓଡ଼ିଆ ଫିଲ୍ମର ଟାଇଟଲ୍‌ ବି ଥିଲା ‘ଗଡ଼ଫାଦର୍‌’!". sambad.in. 4 January 2017. Retrieved 10 November 2017.
  10. ଉପରକୁ ଯାଆନ୍ତୁMohapatra, Mrudu M. (29 September 2013). "Tu Mo Dehara Chai Poster Released by Odisha Graphic". Odia Live. Retrieved 10 November 2017.
  11. ଉପରକୁ ଯାଆନ୍ତୁ"Ten big-budget Odia movies announced last year yet to make it to silver screens". The Telgraph. 2 June 2014. Retrieved 26 Febaruary 2018.
  12. ଏହି ଯାଏ ଉପରକୁ ଯାଆନ୍ତୁ:[https://www.telegraphindia.com/1140330/jsp/frontpage/story_18133748.jsp#.VxDbVjEwDSg "Filmmakers worry as stars play politics - Slowdown-hit Odia movie industry stares at difficult times ahead"]. The Telgraph. 30 March 2014. Retrieved 26 Febaruary 2018.
  13. ଉପରକୁ ଯାଆନ୍ତୁ"ଅମ୍ଳାନଙ୍କ ପାଇଁ ଅଗ୍ନିପରୀକ୍ଷା". ସମ୍ବାଦ. 6 September 2016. Retrieved 23 September 2017.
  14. ଉପରକୁ ଯାଆନ୍ତୁ"College Time". Odia Movie Database. Retrieved 9 August2017.
  15. ଉପରକୁ ଯାଆନ୍ତୁ"College Time (କଲେଜ ଟାଇମ) - 2015 Odia Film". Odia Portal. Retrieved 9 August 2017.
  16. ଉପରକୁ ଯାଆନ୍ତୁ"Ollywood industry unaffected by piracy". DNA Indina. 23 February 2015. Retrieved 26 Febaruary 2017.

ବାହାର ଆଧାର