Showing posts with label ଓଡ଼ିଆ କଥାଚିତ୍ର ଅଭିନେତା. Show all posts
Showing posts with label ଓଡ଼ିଆ କଥାଚିତ୍ର ଅଭିନେତା. Show all posts
ସୁନୀଲ କୁମାର
| ସୁନୀଲ କୁମାର | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ସୁନୀଲ କୁମାର ୧୫ ଅଗଷ୍ଟ ଭୁବନେଶ୍ୱର, ଓଡ଼ିଶା, ଭାରତ |
| ଜୀବିକା | (ଓଡ଼ିଆ) ଅଭିନେତ୍ରା |
| କାର୍ଯ୍ୟକାଳ | ୨୦୦୪- ଏବେଯାଏଁ |
| ବାପା ମା | ବିମଳା ତିୱାରୀ (ମାଆ) |
| ୱେବସାଇଟ | sunilkumaronline.com |
ସୁନୀଲ କୁମାର ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୦୪ ମସିହାରେ ହରିଭାଇ ହାରେନା କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସହ ବଙ୍ଗଳା ଏବଂ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
ସୁନୀଲ କୁମାର ପଶ୍ଚିମ ବଙ୍ଗରେ ଅଦ୍ରା କେନ୍ଦ୍ରିୟ ବିଦ୍ୟାଳୟରୁ ତାଙ୍କର ପାଠପଢ଼ା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଶାର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।
ଅଭିନୟ ଜୀବନ
ସୁନୀଲ କୁମାର ୨୦୦୪ ମସିହାରେ ଓଡ଼ିଆ କଥାଚିତ୍ର ହରି ଭାଇ ହାରେନା ଚଳଚ୍ଚିତ୍ର ଜରିଆରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ନାୟିକା ଭାବରେ ଅଭିନୟ କରିଥିଲେ ଅନୁ ଚୌଧୁରୀ । ଏହାପରେ ସେ ଜୀବନ ମୃତ୍ୟୁ, ରକତେ ଲେଖିଚି ନାଁ, ଅଗ୍ନିଶୀଖା, ତୁମକୁ ପାରୁନି ତ ଭୁଲି, ଚୁପ୍ କିଏ ଆସୁଚି, ସାତ ସୁରେ ବନ୍ଧା ଏ ଜୀବନ, ସ୍ୱୟଂସିଦ୍ଧା, ଏ ମନ ଖୋଜେ ମନ ଟିଏ, ମୁଁ ଆଶିକ୍ ମୁଁ ଆୱାରା, ମାୟା ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ସେ ରକତେ ଲେଖିଚି ନାଁରେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ ।
ସୁନୀଲ ଓଡ଼ିଆ କଥାଚିତ୍ର ସହ ବଙ୍ଗଳା ଏବଂ ମରାଠୀ କଥାଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ସେ ଅପରାଧୀ ଏବଂ ୱିଇଣ୍ଡୋ କନେକ୍ସନ ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ମରାଠୀ ଚଳଚ୍ଚିତ୍ର ପୁନେ ଭାୟା ବିହାରରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
| ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୦୪ | ହରି ଭାଇ ହାରେନା | ହରି ଭାଇ | ପ୍ରଥମ କଥାଚିତ୍ର/ପ୍ରଥମ ଓଡ଼ିଆ କଥାଚିତ୍ର |
| ୨୦୦୫ | ଜୀବନ ମୃତ୍ୟୁ | ଦେବ୍ | |
| ୨୦୦୬ | ରକତେ ଲେଖିଚି ନାଁ | ରୋହନ ରାୟ | ଖଳନାୟକ |
| ୨୦୦୭ | ଅଗ୍ନିଶିଖା | ଆଲୋକ ଚୌଧୁରୀ | |
| ତୁମକୁ ପାରୁନି ତ ଭୁଲି | ଗୌତମ ଚୌଧୁରୀ | ||
| ୨୦୦୮ | ଅପରାଧୀ | ପ୍ରଥମ ବଙ୍ଗଳା ଚଳଚ୍ଚିତ୍ର | |
| ୨୦୦୯ | ଚୁପ୍ କିଏ ଆସୁଚି | ||
| ସାତ ସୁରେ ବନ୍ଧା ଏ ଜୀବନ | ରାହୁଲ ଚୌଧୁରୀ | ||
| ୨୦୧୦ | ସ୍ୱୟଂସିଦ୍ଧା | ରାଜ୍ | |
| ୨୦୧୧ | ଏ ମନ ଖୋଜେ ମନ ଟିଏ | ସୁନୀଲ | |
| ୨୦୧୩ | ମୁଁ ଆଶିକ୍ ମୁଁ ଆୱାରା | ପିଣ୍ଟୁ | |
| ୨୦୧୫ | ମାୟା | ||
| ୨୦୧୮ | ବାଲିଘର | ମୁକ୍ତିଲାଭ ଅପେକ୍ଷାରେ |
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"Sunil Kumar a BJB College Student became Popular Odia Actor in Odisha / Orissa / Ollywood". Odia Cinema Actor Actress. Retrieved 23 January 2018.
- ଉପରକୁ ଯାଆନ୍ତୁ"Sunil Kumar Actor Biography". Incredible Orissa. 4 October 2011. Retrieved 23 January 2018.
- ଉପରକୁ ଯାଆନ୍ତୁ"ପରଦାକୁ ଆସୁଛନ୍ତି ଓଲିଉଡର ଏହି ନୂଆ ଯୋଡି". sambad.in. 2 March 2018. Retrieved 5 March 2018.
- ଏହି ଯାଏ ଉପରକୁ ଯାଆନ୍ତୁ:"Ollywood Star Sunil Kumar". Odia Live. 17 September 2017. Retrieved 23 January 2018.
- ଉପରକୁ ଯାଆନ୍ତୁ"ଅଠରରେ ଫେରିବେ ଏହି ଓଲିଉଡ ନାୟକ !". sambad.in. 4 January 2018. Retrieved 1 February 2018.
ବାହାର ଆଧାର
- ସୁନୀଲ କୁମାର (ଇଣ୍ଟରନେଟ ମୁଭି ଡାଟାବେସରେ)
ସମ୍ବିତ ଆଚାର୍ଯ୍ୟ
| ସମ୍ବିତ ଆଚାର୍ଯ୍ୟ | |
|---|---|
![]() | |
| ଜନ୍ମ ଓ ଜନ୍ମସ୍ଥାନ | ସମ୍ବିତ ଆଚାର୍ଯ୍ୟ ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶ(ଏବେର ତେଲେଙ୍ଗାନା), ଭାରତ |
| ଜୀବିକା | (ଓଡ଼ିଆ) ଅଭିନେତା |
| କାର୍ଯ୍ୟକାଳ | ୨୦୧୧ରୁ-ଏବେଯାଏଁ |
ସମ୍ବିତ ଆଚାର୍ଯ୍ୟ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ପ୍ରେମ୍ ୱେଡ୍ସ ପ୍ରିୟା ଜରିଆରେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ କଟକ, ବାଳୁଙ୍ଗା ଟୋକା, ଗଞ୍ଜା ଲଢ଼େଇ, ଚଉକା ଛକା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସମ୍ବିତ ୨୦୧୮ ମସିହାରେ ଏକ ଓଡ଼ିଆ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।
ଅଭିନୟ ଜୀବନ
ସମ୍ୱିତ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ପ୍ରେମ୍ ୱେଡ୍ସ ପ୍ରିୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ସେହି ବର୍ଷ ବନ୍ଧନ, କଟକ- ଦ ସିଲ୍ଭର୍ ସିଟିଏବଂ ବାଳୁଙ୍ଗା ଟୋକା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୨୦୧୨ରେ ସମ୍ୱିତ ଓଡ଼ିଆ କଥାଚିତ୍ର ବ୍ୟାଡ଼୍ ଗାର୍ଲରେ ଅଭିନୟ କରିଥିଲେ । ବାଳୁଙ୍ଗା ଟୋକାରେ ସମ୍ଭିତ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ୨୦୧୩ ମସିହାରେ ସଲାମ ସିନେମା ଏବଂ ଚଉକା ଛକା ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ୨୦୧୪ରେ ଓମ୍, ୨୦୧୪ ଫିଅର ଅଫ ଦ ଇଅର, ଗଞ୍ଜା ଲଢ଼େଇ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ରେ ଲେଖିଚି ନାଁ ତୋର, ଆଶିକ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସମ୍ବିତ । ସେ ଏସିପି ରଣବୀର, ଛାତି ତଳେ ଡିଂ ଡଂ ଆଦି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।
୨୦୧୭ରେ ସମ୍ୱିତ ଏବଂ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କର ଚଳଚ୍ଚିତ୍ର ତମକୁ ଦେଖିଲା ପରେ ମୁକ୍ତିଲାଭ କରିଥିଲା । ୨୦୧୮ରେ ତାଙ୍କର ହାପି ଲକି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ୨୦୧୮ରେ ସମ୍ବିତଙ୍କର ପ୍ରଥମ ତେଲୁଗୁ ଚଳଚ୍ଚିତ୍ର ଲାଲିଜୋ ଲାଲିଜୋ ମୁକ୍ତିଲାଭ କରିବାର ଅଛି । ଅଭିନେତ୍ରୀ ରିୟା ଦେଙ୍କ ସହ ସମ୍ବିତଙ୍କର ଚଳଚ୍ଚିତ୍ର ଯୋଉଠି ଥିଲେ ବି ତୁ ମୋରର ସୁଟିଂ ଆରମ୍ଭ ହେବାକୁ ଯାଉଛି ।
ଦୂରଦର୍ଶନ
ସମ୍ବିତ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ୩ୟ ସଂସ୍କରଣରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ଏହପରେ ସେ ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ରଜ କୁଇନ୍ର ୫ମ ସଂସ୍କରଣରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।
ଅଭିନୀତ କଥାଚିତ୍ର
| ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୧ | ପ୍ରେମ୍ ୱେଡ୍ସ ପ୍ରିୟା | ପ୍ରେମ୍/ସଞ୍ଜନା | ପ୍ରଥମ ଓଡ଼ିଆ କଥାଚିତ୍ର |
| ବନ୍ଧନ | |||
| କଟକ- ଦ ସିଲ୍ଭର୍ ସିଟି | ଜୟ ପ୍ରକାଶ | ||
| ବାଳୁଙ୍ଗା ଟୋକା | ଖଳନାୟକ | ||
| ୨୦୧୨ | ବ୍ୟାଡ଼୍ ଗାର୍ଲ | ପ୍ରିତମ | |
| ଏସିପି ରଣବୀର | ଅତିଥି କଳାକାର | ||
| ୨୦୧୩ | ସଲାମ ସିନେମା | ||
| ଚଉକା ଛକା | ରାଜା | ||
| ୨୦୧୪ | ଓମ୍ | ଓମ୍ | |
| ୨୦୧୪ ଫିଅର ଅଫ ଦ ଇଅର | |||
| ଗଞ୍ଜା ଲଢ଼େଇ | |||
| ୨୦୧୫ | ଲେଖିଚି ନାଁ ତୋର | ||
| ଆଶିକ୍ | ରାହୁଲ | ||
| ୨୦୧୬ | ଛାତି ତଳେ ଡିଂ ଡଂ | ଅତିଥି କଳାକାର | |
| ୨୦୧୭ | ତମକୁ ଦେଖିଲା ପରେ | ||
| ୨୦୧୮ | ହାପି ଲକି | ହାପି |
ଦୂରଦର୍ଶନ
- କିଏ ହେବ ମୋ ହିରୋଇନ (୩ୟ ସଂସ୍କରଣ)
- ରଜ କୁଇନ୍ (୫ମ ସଂସ୍କରଣ)
ଆଧାର
- ଉପରକୁ ଯାଆନ୍ତୁ"ଏହି ସିନେମାରେ ଦୁଇଜଣ ନାୟିକାଙ୍କ ସହ ରୋମାନ୍ସ କରିବେ ସମ୍ଭିତ୍". sambad.in. 11 February 2018. Retrieved 17 February 2018.
- ଉପରକୁ ଯାଆନ୍ତୁ"ପାଞ୍ଚ ବର୍ଷପରେ ଓଲିଉଡକୁ ଫେରିଲେ ଏହି ନାୟିକା". sambad.in. 5 February 2018. Retrieved 17 February 2018.
- ଏହି ଯାଏ ଉପରକୁ ଯାଆନ୍ତୁ:"ଓଲିଉଡରେ ପୁଣି ଏକ ନୂଆ ଯୋଡି". sambad.in. 5 February 2018. Retrieved 17 February 2018.
- ଉପରକୁ ଯାଆନ୍ତୁ"ଓଲିଉଡ ନାୟକ ସମ୍ବିତ କହୁଛନ୍ତି ‘ମନ ଖାଲି ତତେ ଚାହେଁ’". sambad.in. 10 October 2017. Retrieved 17 February 2018.
- ଉପରକୁ ଯାଆନ୍ତୁ"ସାବାସ୍ ସଂବିତ". ସମାଜ. 18 March 2018. Retrieved 18 March 2018.
- ଏହି ଯାଏ ଉପରକୁ ଯାଆନ୍ତୁ:"ନୂଆ ଯୋଡିଦାରଙ୍କ ସହ ସମ୍ବିତ". sambad.in. 8 December 2017. Retrieved 17 February 2018.
- ଉପରକୁ ଯାଆନ୍ତୁ"ଏହି ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ପପୁଲାର୍". sambad.in. 15 February 2018. Retrieved 17 February 2018.
- ଉପରକୁ ଯାଆନ୍ତୁ"ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
- ଉପରକୁ ଯାଆନ୍ତୁ"ଏ ବର୍ଷ ଦୁଇ ନୂଆ ପାର୍ଟନରଙ୍କ ସହ ସମ୍ବିତ". sambad.in. 5 January 2018. Retrieved 17 February 2018.
- ଉପରକୁ ଯାଆନ୍ତୁ"ଓଲିଉଡ ନାୟକ ସମ୍ବିତଙ୍କ ତେଲୁଗୁ ସିନେମା ‘ଲାଲିଜୋ ଲାଲିଜୋ’ର ଟ୍ରେଲର୍ ରିଲିଜ୍". sambad.in. 22 October 2017. Retrieved 17 February 2018.
- ଉପରକୁ ଯାଆନ୍ତୁ"ସମ୍ବିତ୍ଙ୍କ ତେଲୁଗୁ ଫିଲ୍ମ ରିଲିଜ୍ ପାଇଁ ପ୍ରସ୍ତୁତ". sambad.in. 29 October 2017. Retrieved 17 February 2018.
- ଉପରକୁ ଯାଆନ୍ତୁ"ଜମିବ ଯୋଡ଼ି". ସମାଜ. 18 February 2018. Retrieved 18 February 2018.
- ଉପରକୁ ଯାଆନ୍ତୁ"ଭାଗ୍ୟବାନ୍ ଆର୍ଯ୍ୟନ୍". ସମାଜ ରବିବାର. 8 April 2018. Retrieved 12 April 2018.
ବାହାର ଆଧାର
- ସମ୍ବିତ ଆଚାର୍ଯ୍ୟ (ଇଣ୍ଟରନେଟ ମୁଭି ଡାଟାବେସରେ)
ଅକ୍ଷୟ ବସ୍ତିଆ
| ଅକ୍ଷୟ ବସ୍ତିଆ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ଅକ୍ଷୟ ବସ୍ତିଆ ଓଡ଼ିଶା, ଭାରତ |
| ଜୀବିକା | (ଓଡ଼ିଆ) ଅଭିନେତ୍ରା |
| କାର୍ଯ୍ୟକାଳ | ୧୯୯୮ରୁ-ଏବେଯାଏଁ |
ଅକ୍ଷୟ ବସ୍ତିଆ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ସେ ୧୯୯୮ ମସିହାରେ ଓଡ଼ିଆ କଥାଚିତ୍ର ବୋଉଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଅକ୍ଷୟ ଓଡ଼ିଆ କଥାଚିତ୍ର ସହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ସେ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ମହାଯଜ୍ଞ ଜରିଆରେ ଓଡ଼ିଆ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଧାରାବାହିକରେ ନାୟକ, ଖଳନାୟକ, ପାର୍ଶ-ଅଭିନେତା ଭାବରେ ଅଭିନୟ କରିଛନ୍ତି ।
ଅଭିନୟ ଜୀବନ
ଅକ୍ଷୟ ଓଡ଼ିଆ କଥାଚିତ୍ର ବୋଉ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭକରିଥିଲେ । ଏହାପରେ ସେ ଓଡ଼ିଆ ଦୂରଦର୍ଶନ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ମହାଯଜ୍ଞର ନାୟକ ଗୌତମ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ସେହି ସମୟରେ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା ଅକ୍ଷୟଙ୍କୁ ।
ଏହାପରେ ସେ ଓଡ଼ିଆ କଥାଚିତ୍ରରେ ଅଭିନୟ କରିବା ସହ ଧାରାବାହିକରେ ମଧ୍ୟ ଅଭିନୟ ଜାରି ରଖିଛନ୍ତି । ସେ ଧର୍ମର ହେବ ଜୟ, ଶାଶୁଘର ଚାଲିଯିବି, ଆଇ ଲଭ୍ ମାଇଁ ଇଣ୍ଡିଆ, ମୋ ସୁନା ପୁଅ, ଧଉଳି ଏକ୍ସପ୍ରେସ, ଅଗ୍ନିଶିଖା, ସତ୍ୟମେବ ଜୟତେ, ଆସିବୁ କେବେ ସାଜି ମୋ ରାଣୀ, ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍, ତୋର ମୋର କଥା ହେବା ଚୁପ୍ ଚାପ୍, ପ୍ରେମ ସବୁଠୁ ବଳବାନ, ମୁଁ ରାଜା ତୁ ରାଣୀ, ଜୟ ହିନ୍ଦ୍, ଲଭ୍ ୟୁ ହମେଶା, ମାୟା, ମୋ ଦିଲ୍ କହେ ଇଲୁ ଇଲୁ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।
ମହାଯଜ୍ଞ ଧାରାବାହିକ ପରେ ଅକ୍ଷୟ ତାସ୍ର ଘର, ରାଜନୀତି, ବଧୂ, ମୋ ଜେଜେମା ଆଦି ଧାରାବାହିକରେ ଅଭିନୟ କରିଥିଲେ ।
ଅଭିନୀତ ଚଳଚ୍ଚିତ୍ର
| ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୧୯୯୮ | ବୋଉ | ଅମର ରାଉତରାୟ | ପ୍ରଥମ ଓଡ଼ିଆ କଥାଚିତ୍ର |
| ୨୦୦୫ | ଧର୍ମର ହେବ ଜୟ | ଗୁରୁ ପଟ୍ଟନାୟକ | |
| ୨୦୦୬ | ଶାଶୁଘର ଚାଲିଯିବି | ଡଃ ଅଶୋକ | |
| ଆଇ ଲଭ୍ ମାଇଁ ଇଣ୍ଡିଆ | ବିକ୍ରମ ଚୌଧୁରୀ | ||
| ୨୦୦୭ | ମୋ ସୁନା ପୁଅ | ଅଜୟ ମହାପାତ୍ର | |
| ଧଉଳି ଏକ୍ସପ୍ରେସ | ଆଦର୍ଶ | ||
| ଅଗ୍ନିଶିଖା | ପ୍ରତୀକ | ||
| ୨୦୦୮ | ସତ୍ୟମେବ ଜୟତେ | ପତ୍ରକାର | |
| ୨୦୧୦ | ଆସିବୁ କେବେ ସାଜି ମୋ ରାଣୀ | ||
| ୨୦୧୧ | ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍ | ଶେଖର | |
| ତୋର ମୋର କଥା ହେବା ଚୁପ୍ ଚାପ୍ | |||
| ୨୦୧୩ | ପ୍ରେମ ସବୁଠୁ ବଳବାନ | ରଣଜିତ ସିଂହାନିଆ | |
| ମୁଁ ରାଜା ତୁ ରାଣୀ | କୀର୍ତ୍ତନ | ||
| ୨୦୧୪ | ଜୟ ହିନ୍ଦ୍ | ||
| ୨୦୧୫ | ଲଭ୍ ୟୁ ହମେଶା | ପୋଲିସ୍ ଇନିସ୍ପେକ୍ଟର | |
| ମାୟା | |||
| ମୋ ଦିଲ୍ କହେ ଇଲୁ ଇଲୁ |
ଅଭିନୀତ ଧାରାବାହିକ
| ଧାରାବାହିକ | ଚେନାଲ | ଭୂମିକା |
|---|---|---|
| ମହାଯଜ୍ଞ | ଡିଡି ଓଡ଼ିଆ | ଗୌତମ |
| ତାସ୍ର ଘର | ଇ ଟିଭି ଓଡ଼ିଆ | |
| ରାଜନୀତି | ତରଙ୍ଗ ଟିଭି | |
| ମୋ ଜେଜେମା | ଜୀ କଳିଙ୍ଗ/ସାର୍ଥକ ଟିଭି | |
| ବଧୂ | ସାର୍ଥକ ଟିଭି | ଶୁଭଙ୍କର |
ଆଧାର
- ଉପରକୁ ଯାଆନ୍ତୁ"ଓଲିଉଡ଼୍ କଳାକାରଙ୍କ ବୃକ୍ଷରୋପଣ". ଓଡ଼ିଶା ଡଟ୍ କମ୍. 25 August 2012. Retrieved 24 February 2018.
- ଉପରକୁ ଯାଆନ୍ତୁ"ପରଲୋକରେ ମୀନକେତନ". ସମ୍ବାଦ. 2 July 2017. Retrieved 24 February 2018.
- ଏହି ଯାଏ ଉପରକୁ ଯାଆନ୍ତୁ:"ଏଇ ଦୁଇ ନାୟିକା ଗୋଟିଏ ଫିଲ୍ମରୁ କରିଥିଲେ ଓଲିଉଡ୍ ଡେବ୍ୟୁ". sambad.in. 6 January 2017. Retrieved 24 February 2018.
- ଉପରକୁ ଯାଆନ୍ତୁ"ପ୍ରୀତି ଭାଟିଆ ଗିରଫ , ଚାରିଦିନ ରିମାଣ୍ଡରେ ନେଲା ସିବିଆଇ". odia spot news. 10 October 2014. Retrieved 24 February 2018.
ବାହାର ଆଧାର
- ଅକ୍ଷୟ ବସ୍ତିଆ (ଇଣ୍ଟରନେଟ ମୁଭି ଡାଟାବେସରେ)
ଅମ୍ଳାନ ଦାସ
| ଅମ୍ଳାନ ଦାସ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ଅମ୍ଳାନ ଦାସ ୯ ମାର୍ଚ୍ଚ କଟକ, ଓଡ଼ିଶା, ଭାରତ |
| ଜୀବିକା | (ଓଡ଼ିଆ) ଅଭିନେତ୍ରା |
| କାର୍ଯ୍ୟକାଳ | ୨୦୧୩ରୁ-ଏବେଯାଏଁ |
| ବାପା ମା | ମିହିର ଦାସ (ବାପା) ସଙ୍ଗୀତ ଦାସ (ମାଆ) |
ଅମ୍ଳାନ ଦାସ ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ଟାର୍ଗେଟ୍ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ଅମ୍ଳାନ ତୁ ମୋ ଦେହର ଛାଇ, ଗୋଲାପି ଗୋଲାପି, ପାଗଳ କରିଚୁ ତୁ, କଲେଜ ଟାଇମ, ନୂଆ ନୂଆ ପ୍ରେମରେ, ତୁ କହିବୁ ନା ମୁଁ, ଟାଇଗର, ତୋର ଦିନେକୁ ମୋର ଦିନେ, ଚିନି, ବଜରଙ୍ଗୀ, ସପନର ପଥେ ପଥେ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
ଅମ୍ଳାନ ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସ ଏବଂ ସଙ୍ଗୀତା ଦାସଙ୍କର ପୁଅ । ଅମ୍ଳାନ ୨୦୦୮ରେ କଟକର ସିଡିଏ ସେକ୍ଟରର ଦିଲ୍ଲୀ ପବ୍ଲିକ୍ ସ୍କୁଲରୁ ଦଶମ ଏବଂ ୨୦୧୨ରେ ଦ୍ୱାଦଶ ଶ୍ରେଣୀ ପାଶ୍ କରିବା ପରେ ଚେନ୍ନାଇର ଏସ୍.ଆର୍.ଏନ୍. ଶିବାଜୀ ଗଣେଶାନ୍ରୁ ଚଳଚ୍ଚିତ୍ର ପ୍ରଯୁକ୍ତିବିଦ୍ୟାରେ ସ୍ନାତକ ପାଇଁ ଯୋଗ ଦେଇଥିଲେ । ସେ ୨୦୧୩ରେ ସେଠାରୁ ସ୍ନାତକ ହାସଲ କରି ଓଡ଼ିଶା ଆସିଯାଇଥିଲେ । ସେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଅନେକ ଡ୍ରାମରେ ଅଭିନୟ କରିଥିଲେ ।
ଅଭିନୟ ଜୀବନ
ଅମ୍ଳାନ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ଟାର୍ଗେଟ୍ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ତାଙ୍କ ସହ ନାୟିକା ଭୂମିକାରେ ଅଭିନୟ କରିଥିଲେ ନବାଗତା ଝିଲିକ୍ ଭଟ୍ଟାଚାର୍ଯ୍ୟ । ନିରଞ୍ଜନ ରଣା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏସ୍.କେ. ମୂରଲୀଧରନ୍ । ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅପରାଜିତା ମହାନ୍ତି, ମିହିର ଦାସ, ଆଶୋକ ଦାସ, ମୀନକେତନ, ଶୁବାଷିଶ ଶର୍ମା, ମହାଶ୍ୱେତା ରାୟ, ନମ୍ରତା ଦାସ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୩ରେ ଅମ୍ଳାନ ଅନ୍ୟ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ହେଉଛି ତୁ ମୋ ଦେହର ଛାଇ । ଏହି ଚଳଚ୍ଚିତ୍ରରେ ଅମ୍ଳାନ ଦ୍ୱେତ ଭୂମିକା ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଚଣ୍ଡି ପରିଜା । ରିୟା ଦେ, ଶିଳ୍ପା ଦେ, ମିହିର ଦାସ, ରୁନୁ ପରିଜା, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ନମ୍ରତା ଦାସ, ମୀନକେତନ, ସରୋଜ ଦାସ, ସଲିଲ ମିତ୍ର, ଜୀବନ ପଣ୍ଡା, ବ୍ରଜ ସିଂହ ପ୍ରଭୃତି କଳାକାରମାନେ ଅଭିନୟ କରିଥିଲେ ।
୨୦୧୪ରେ ଅମ୍ଳାନ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୪ର ରଜ ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଗୋଲାପି ଗୋଲାପିରେ ଅମ୍ଳାନ ପ୍ରଥମଥର ପାଇଁ ସାର୍ଥକ ମୁଭିଜ୍ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି । ରିୟା ଦେ, ମିହିର ଦାସ, ଅପରାଜିତା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ପୃଥିରାଜ ନାୟକ, ମିନାକ୍ଷୀ, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ୨୦୧୪ରେ ଅମ୍ଳାନଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ଥିଲା ପାଗଳ କରିଚୁ ତୁ । ଏହି ଚଳଚ୍ଚିତ୍ରରେ ମଧ୍ୟ ଅମ୍ଳାନ ଅଭିନେତ୍ରୀ ରିୟା ଦେଙ୍କ ସହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିଲା ଏବଂ ରଜର ସେହି ସମାନ ପ୍ରଡକ୍ସନ ଏବଂ ସମାନ ନିର୍ଦ୍ଦେଶକ ସୁଶାନ୍ତ ମଣି ଥିଲେ । ଏହି କଥାଚିତ୍ରଟିରେ ବିଜୟ ମହାନ୍ତି, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ସିଦ୍ଧାନ୍ତ ମହାପାତ୍ର, ସାତ୍ୱକୀ ମିଶ୍ର ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୫ରେ ମଧ୍ୟ ଅମ୍ଳାନ ୨ଟି ଚଳଚ୍ଚିତ୍ର କଲେଜ ଟାଇମ ଏବଂ ନୂଆ ନୂଆ ପ୍ରେମରେରେ ଅଭିନୟ କରିଥିଲେ । କଲେଜ ଟାଇମ୍ରେ ରିୟା ଦେ ପୁଣିଥରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ଅନ୍ୟ ଚଳଚ୍ଚିତ୍ରଟି ଥିଲା ନୂଆ ନୂଆ ପ୍ରେମରେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏସ୍କେ ମୂରଲୀଧରନ୍ । ପତ୍ରାଳୀ ଛୋଟରାୟ ଏହି କଥାଚିତ୍ରଟିର ନାୟିକ ଭାବରେ ଅଭିନୟ କରିଥିଲେ । ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ପ୍ରଜ୍ଞା ଖଟୁଆ, ବ୍ରଜ ସିଂ, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥିରାଜ ନାୟକ, ଶୁଭାଶିଷ ଶର୍ମା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଦୂରଦର୍ଶନ
ଅମ୍ଳାନ ତରଙ୍ଗ ଟିଭିରେ ପ୍ରାସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନ୍ର ୨ୟ ସଂସ୍କରଣରେ ବିଚାରକ ତଥା ଆବାହକ ଭାବରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରୁ ବଛାଯାଇଥିବା ନାୟିକା ନିହାରୀକା ଦାଶଙ୍କ ସହ ସେ ତୁ କହିବୁ ନା ମୁଁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
| ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୩ | ଟାର୍ଗେଟ୍ | ବିବେକ | ପ୍ରଥମ ଓଡ଼ିଆ କଥାଚିତ୍ର |
| ତୁ ମୋ ଦେହର ଛାଇ | ଦେବ୍/ଜିତ୍ | ଦ୍ୱେତ ଭୂମିକା | |
| ୨୦୧୪ | ଗୋଲାପି ଗୋଲାପି | ଆଦିତ୍ୟ | |
| ପାଗଳ କରିଚୁ ତୁ | ଶିବା | ||
| ୨୦୧୫ | କଲେଜ ଟାଇମ | ||
| ନୂଆ ନୂଆ ପ୍ରେମରେ | ବନୁ ବିଶ୍ୱାଳ | ||
| ୨୦୧୬ | ତୁ କହିବୁ ନା ମୁଁ | ଜାନୁ/ଏମ୍2 | |
| ଟାଇଗର | |||
| ତୋର ଦିନେକୁ ମୋର ଦିନେ | |||
| ଚିନି | |||
| ୨୦୧୭ | ସପନର ପଥେ ପଥେ | ||
| ବଜରଙ୍ଗୀ |
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"ପାଞ୍ଚ ବର୍ଷପରେ ଓଲିଉଡକୁ ଫେରିଲେ ଏହି ନାୟିକା". sambad.in. 5 Febaruary 2018. Retrieved 26 February 2018.
- ଉପରକୁ ଯାଆନ୍ତୁ"ଏହି ଓଲିଉଡ ନାୟକଙ୍କ ହାତ ଫାଙ୍କା !". sambad.in. 2 March 2018. Retrieved 5 March 2018.
- ଏହି ଯାଏ ଉପରକୁ ଯାଆନ୍ତୁ:"Target oriya movie mahurat". Incredible Odisha. Retrieved 23 August 2016.
- ଉପରକୁ ଯାଆନ୍ତୁ"ଅମ୍ଳାନଙ୍କ ଏହି ସିନେମାରେ ସ୍ପେସିଆଲ୍ ଆପିଅରାନ୍ସରେ ଥିଲେ ଆକାଶ". sambad.in. 25 February 2018. Retrieved 26 February 2018.
- ଉପରକୁ ଯାଆନ୍ତୁ"Everyone's Favourite". The New Indian Express. 28 May 2015. Retrieved 26 February 2018.
- ଉପରକୁ ଯାଆନ୍ତୁ"Amlan’s debut released allover odisha". Odia Live. 12 April 2013. Retrieved 23 August 2016.
- ଉପରକୁ ଯାଆନ୍ତୁ"Oriya Films 2013". Incredible Orissa. 28 January 2013. Retrieved 10 November 2017.
- ଉପରକୁ ଯାଆନ୍ତୁ"Tu Mo Dehara Chhai". www.nuaodisha.com. Retrieved 10 November 2017.
- ଉପରକୁ ଯାଆନ୍ତୁ"ପ୍ରଥମେ ଏହି ଓଡ଼ିଆ ଫିଲ୍ମର ଟାଇଟଲ୍ ବି ଥିଲା ‘ଗଡ଼ଫାଦର୍’!". sambad.in. 4 January 2017. Retrieved 10 November 2017.
- ଉପରକୁ ଯାଆନ୍ତୁMohapatra, Mrudu M. (29 September 2013). "Tu Mo Dehara Chai Poster Released by Odisha Graphic". Odia Live. Retrieved 10 November 2017.
- ଉପରକୁ ଯାଆନ୍ତୁ"Ten big-budget Odia movies announced last year yet to make it to silver screens". The Telgraph. 2 June 2014. Retrieved 26 Febaruary 2018.
- ଏହି ଯାଏ ଉପରକୁ ଯାଆନ୍ତୁ:[https://www.telegraphindia.com/1140330/jsp/frontpage/story_18133748.jsp#.VxDbVjEwDSg "Filmmakers worry as stars play politics - Slowdown-hit Odia movie industry stares at difficult times ahead"]. The Telgraph. 30 March 2014. Retrieved 26 Febaruary 2018.
- ଉପରକୁ ଯାଆନ୍ତୁ"ଅମ୍ଳାନଙ୍କ ପାଇଁ ଅଗ୍ନିପରୀକ୍ଷା". ସମ୍ବାଦ. 6 September 2016. Retrieved 23 September 2017.
- ଉପରକୁ ଯାଆନ୍ତୁ"College Time". Odia Movie Database. Retrieved 9 August2017.
- ଉପରକୁ ଯାଆନ୍ତୁ"College Time (କଲେଜ ଟାଇମ) - 2015 Odia Film". Odia Portal. Retrieved 9 August 2017.
- ଉପରକୁ ଯାଆନ୍ତୁ"Ollywood industry unaffected by piracy". DNA Indina. 23 February 2015. Retrieved 26 Febaruary 2017.
ବାହାର ଆଧାର
- ଅମ୍ଳାନ ଦାସ (ଇଣ୍ଟରନେଟ ମୁଭି ଡାଟାବେସରେ)
