ଜ୍ୟୋତି ରଞ୍ଜନ ନାୟକ

ଜ୍ୟୋତି ରଞ୍ଜନ ନାୟକ
Jyoti Ranjan Nayak - ଜ୍ୟୋତି ରଞ୍ଜନ ନାୟକ
ଜନ୍ମ ଓ ଜନ୍ମସ୍ଥାନଜ୍ୟୋତିରଞ୍ଜନ ନାୟକ
୨୪ ଅକ୍ଟୋବର
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତା
କାର୍ଯ୍ୟକାଳ୨୦୧୬ରୁ-ଏବେଯାଏଁ
ଜ୍ୟୋତି ରଞ୍ଜନ ନାୟକ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୧୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଶ୍ରୀକାନ୍ତ ଗୌତମଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଭାଗ ନେଇ ବିଜେତା ହେବା ପରେ ଜ୍ୟୋତି ଓଡ଼ିଆ କଥାଚିତ୍ର ମିଠା ମିଠାରେ ନାୟକ ଭାବରେ ଅଭିନୟ କରିଥିଲେ, ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ଓଡ଼ିଆ କଥାଚିତ୍ର ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ । ଏହାପରେ ସେ ନିଝୁମ ରାତିର ସାଥୀଦିଲ୍ କା ରାଜାତୁ ମୋ ହିରୋ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଜ୍ୟୋତି ରଞ୍ଜନ ଚେନ୍ନାଇରେ ଇଞ୍ଜିନିୟରିଂ ପଢ଼ୁଥିଲେ । ଏହି ସମୟେର ସେ ତାମିଲ କଥାଚିତ୍ରରେ ଅଭିନୟ କରିବାର ପ୍ରଚେଷ୍ଟା କରିଥିଲେ ମାତ୍ର ସଫଳ ହୋଇପାରିନଥିଲେ ।

ଅଭିନୟ ଜୀବନ

ଜ୍ୟୋତି ରଞ୍ଜନ ଚେନ୍ନାଇରେ ଇଞ୍ଜିନିୟରିଂ ପଢ଼ୁଥିଲାବେଳେ ଏକ ତାମିଲ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ପାଇଁ ମନୋନୀତ ହୋଇଥିଲେ, ମାତ୍ର ତାଙ୍କ ତାମିଲ ଭାଷା ଜଣ ନଥିବାରୁ ସେ ସେହି ଚଳଚ୍ଚିତ୍ରରୁ ଓହରିଯାଇଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଶା ଆସିବା ପରେ କଲର୍ସ ଓଡ଼ିଆରେ ପ୍ରସାରିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଅଂଶଗ୍ରହଣ କରିଥିଲେ ଏବଂ ବିଜୟୀ ହୋଇଥିଲେ । ଏହି କାର୍ଯ୍ୟକ୍ରମଟିରେ ବିଜୟୀ ଯୋଡ଼ିଙ୍କୁ ନେଇ ଓଡ଼ିଆ କଥାଚିତ୍ର ମିଠା ମିଠା ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀକାନ୍ତ ଗୌତମ । ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ଅଙ୍କିତା, ସମ୍ଭବ, ଶ୍ରଦ୍ଧା, ରାଜେଶ, ପ୍ରକୃତି ମିଶ୍ର ଆଦି କଳାକାରମାନେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ଏହି ଚଳଚ୍ଚିତ୍ରଟିର ମୁକ୍ତିଲାଭ ପୂର୍ବରୁ ତାଙ୍କର ଅନ୍ୟ ତିନୋଟି ଓଡ଼ିଆ କଥାଚିତ୍ର ମୁକ୍ତିଲାଭ କରିସାରିଥିଲା ।
ଓଡ଼ିଆ କଥାଚିତ୍ର ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶ୍ରୈଳେନ୍ଦ୍ର ମିଶ୍ର । ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ମାଳବିକା ବାନାର୍ଜୀ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରିଟିରେ ଜ୍ୟୋତିଙ୍କ ସ‌ହ ଅଜିତ ଦାସମହାଶ୍ୱେତା ରାୟମୀନକେତନବବି ମିଶ୍ର, ପୃଥୀରାଜ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ ।
୨୦୧୭ ନବବର୍ଷ ସମୟରେ ଜ୍ୟୋତିଙ୍କର ନିଝୁମ ରାତିର ସାଥୀ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଏହି ଚଳଚ୍ଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ତମନ୍ନା । ଚନ୍ଦନ, ସତ୍ୟବ୍ରତ ତ୍ରିପାଠୀ, ପ୍ରେମାନନ୍ଦ ପରିଡ଼ା, ପଲ୍ଲବୀ, ସୋନାଲୀ, ସୁମନ, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଏହାପରେ ସେ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ଦିଲ୍ କା ରାଜାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ପିଙ୍କି ପ୍ରିୟଦର୍ଶନୀଏବଂ ଦୀପିକା । ଉତ୍ତମ ମହାନ୍ତିମିହିର ଦାସପ୍ରଦ୍ୟୁମ୍ନ ଲେଙ୍କାପପୁ ପମ ପମ ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଫେବୃଆରୀ ମାସରେ ମୁକ୍ତିଲାଭ କରିଥିଲା । ଏହାପରେ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର ମିଠା ମିଠା ମଇ ମାସରେ ମୁକ୍ତିଲାଭ କରିଥିଲା ।
୨୦୧୭ ଦୀପାବଳୀ ସମୟରେ ଜ୍ୟୋତିଙ୍କର ୫ମ ଚଳଚ୍ଚିତ୍ର ତୁ ମୋ ହିରୋ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଦିଲୀପ ପଣ୍ଡା । ଏହି ଚଳଚ୍ଚିତ୍ରଟିରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଝିଲିକ୍ ଭଟ୍ଟାଚାର୍ଯ୍ୟ । ଏହି କଥାଚିତ୍ରଟିଏ ଜ୍ୟୋତିଙ୍କ ସ‌ହ ସୁବାଶିଷ ଶର୍ମାମିହିର ଦାସସରୋଜ ଦାସ ଆଦି କଳାକାମାନେ ଅଭିନୟ କରିଥିଲେ ।
୨୦୧୮ ଜାନୁଆରୀରେ ତରଙ୍ଗ ସିନେ ପ୍ରଡକ୍ସନର ଚଳଚ୍ଚିତ୍ର ହାପି ଲକି ଚଳଚ୍ଚିତ୍ରରେ ଜ୍ୟୋତିଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଏଲିନା ସାମନ୍ତରାୟ । ଏହି କଥାଚିତ୍ରଟିରେ ଅଭିନେତା ସମ୍ବିତ ଆଚାର୍ଯ୍ୟ ଏବଂ ନବାଗତା ସସ୍ମିତା ପିୟାଲି ସାହୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମିହିର ଦାସବବି ମିଶ୍ରପ୍ରଦ୍ୟୁମ୍ନ ଲେଙ୍କାପୃଥ୍ୱୀରାଜ ନାୟକଚୌଧୁରୀ ବିକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
୨୦୧୮ର ପଣା ସଂକ୍ରାନ୍ତି ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଓଲେ ଓଲେ ଦିଲ୍ ବୋଲେରେ ଜ୍ୟୋତି ଝିଲିକ୍‌ଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ କୈଳାସ ମହାପାତ୍ର ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରନିର୍ଦ୍ଦେଶକଭୂମିକାମନ୍ତବ୍ୟ
୨୦୧୬ଦେଲେ ଧରା କଥା ସରେଶୈଳେନ୍ଦ୍ର ମିଶ୍ରଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୧୭ନିଝୁମ ରାତିର ସାଥୀସଞ୍ଜୟ ନାୟକ
ଦିଲ୍ କା ରାଜାଦିଲ୍ଲୀପ ପଣ୍ଡା
ମିଠା ମିଠାଶ୍ରୀକାନ୍ତ ଗୌତମ
ତୁ ମୋ ହିରୋଦିଲୀପ ପଣ୍ଡା
୨୦୧୮ହାପି ଲକିସୁଧାଂଶୁ ମୋହନ ସାହୁଲକି
ଓଲେ ଓଲେ ଦିଲ୍ ବୋଲେ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ତାମିଲ ସିନେମାରେ ହିରୋ ହୋଇଥାନ୍ତେ ଏହି ଓଲିଉଡ଼ ନାୟକ !". sambad.in. 24 October 2017. Retrieved 25 October 2017.
  2. ଏହି ଯାଏ ଉପରକୁ ଯାଆନ୍ତୁ:"ଦେହରୁ ରକ୍ତ ବୋହିଲେ ମୋ ଫିଲ୍ମ ହିଟ୍‌ ହୁଏ ବୋଲି ମୁଁ ବିଶ୍ୱାସ କରେ : ଜ୍ୟୋତି". sambad.in. 12 March 2018. Retrieved 13 March 2018.
  3. ଏହି ଯାଏ ଉପରକୁ ଯାଆନ୍ତୁ:"Jyoti And Ankita Winners of Mitha MItha Jodi on Colors Odia". Incredible Orissa. 21 September 2015. Retrieved 17 July 2017.
  4. ଏହି ଯାଏ ଉପରକୁ ଯାଆନ୍ତୁ:"Mitha Mitha". Odia Movie Database. Retrieved 17 July2017.
  5. ଉପରକୁ ଯାଆନ୍ତୁ"A Very Happy Birth Day To Jyoti Ranjan Nayak". E news ଓଡ଼ିଆ. 24 October 2016. Retrieved 25 October 2017.
  6. ଉପରକୁ ଯାଆନ୍ତୁ"‘ମିଠା ମିଠା’ର ପୋଷ୍ଟର୍‌ ରିଲିଜ୍‌". ସମ୍ବାଦ. 10 April 2017. Retrieved 17 July 2017.
  7. ଉପରକୁ ଯାଆନ୍ତୁ"ଝିଲିକ୍ ଓ ଜ୍ୟୋତି ରଞ୍ଜନଙ୍କ ଆଗାମୀ ଓଡ଼ିଆ ଛବି 'ତୁ ମୋ ହିରୋ'". E News ଓଡ଼ିଆ. 19 July 2017. Retrieved 26 July 2017.
  8. ଉପରକୁ ଯାଆନ୍ତୁ"ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ ଦେଲେ ଧରା କଥା ସରେ". Mu Odia TV. 9 November 2016. Retrieved 26 July 2017.
  9. ଉପରକୁ ଯାଆନ୍ତୁ"ଦେଲେ ଧରା କଥା ସରେ". କନକ ନ୍ୟୁଜ. 26 April 2016. Retrieved 26 July 2017.
  10. ଉପରକୁ ଯାଆନ୍ତୁ"୧୧ରେ ‘ଦେଲେ ଧରା କଥା ସରେ’". ସମ୍ବାଦ. 6 November 2016. Retrieved 26 July 2017.
  11. ଉପରକୁ ଯାଆନ୍ତୁ"ଜାନୁଆରି 1, 2017ରେ ମୁକ୍ତିଲାଭ କରିବାକୁ ଥିବା ଗଡ୍ ଫାଦର୍ ଓ ନିଝୁମ ରାତିର ସାଥୀର ପବ୍ଲିସିଟି-ପ୍ରୋ ପ୍ରଣୟ ଜେଠୀ ।". Cine Critics. Retrieved 19 July 2017.
  12. ଉପରକୁ ଯାଆନ୍ତୁ"ନୂଆବର୍ଷରେ ପରଦାକୁ ଆସିଲା ‘ନିଝୁମ ରାତିର ସାଥୀ’". Odisha Reporters. 1 January 2017. Retrieved 19 July 2017.
  13. ଉପରକୁ ଯାଆନ୍ତୁ"Nijhum Ratira Sathi". Odia Movie Database. Retrieved 19 July2017.
  14. ଉପରକୁ ଯାଆନ୍ତୁ"ଫେବ୍ରୁଆରୀରେ 'ଦିଲ୍‌କା ରାଜା'". ପ୍ରମେୟ. 8 January 2017. Retrieved 1 March 2017.
  15. ଉପରକୁ ଯାଆନ୍ତୁ"Mahurat of Odia movie ‘Dil Ka Raja’ held in city". ପ୍ରଗତିବାଦୀ. 25 October 2016. Retrieved 1 March 2017.
  16. ଉପରକୁ ଯାଆନ୍ତୁ"୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  17. ଉପରକୁ ଯାଆନ୍ତୁ"୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Retrieved 8 September 2017.
  18. ଉପରକୁ ଯାଆନ୍ତୁ"“୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି” is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  19. ଉପରକୁ ଯାଆନ୍ତୁ"ଆଜି ପରଦାକୁ ଆସୁଛି ‘ତୁ ମୋ ହିରୋ’". sambad.in. 20 October 2017. Retrieved 25 October 2017.
  20. ଉପରକୁ ଯାଆନ୍ତୁ"Subha Mahurat Of Upcoming Odia Film Tu Mo Hero". E News Odia. 8 June 2017. Retrieved 3 October 2017.
  21. ଉପରକୁ ଯାଆନ୍ତୁ"ଝିଲିକ୍‌ ଓ ଜ୍ୟୋତି ରଞ୍ଜନଙ୍କ ଆଗାମୀ ଓଡ଼ିଆ ଛବି ‘ତୁ ମୋ ହିରୋ’". E News Odia. 19 July 2017. Retrieved 3 October 2017.
  22. ଉପରକୁ ଯାଆନ୍ତୁ "ଚୁଲ୍‌ବୁଲି ଝିଅ, ପତ୍ନୀ ଓ ଶେଷରେ ସ୍ନେହମୟୀ ମାଆ ଭୂମିକାରେ ଝିଲିକ୍‌!". sambad.in. 22 October 2017. Retrieved 24 October 2017.
  23. ଉପରକୁ ଯାଆନ୍ତୁ"ଦୀପାବଳି ବା କାଳୀ ପୂଜା ବଜାରରେ ହଇଚଇ ମଚେଇବାକୁ ଅପେକ୍ଷା କରିଛି ଓଡ଼ିଆ ଚଳଚ୍ଚିତ୍ର ତୁ ମୋ ହିରୋ". E News ଓଡ଼ିଆ. 18 October 2017. Retrieved 25 October 2017.
  24. ଉପରକୁ ଯାଆନ୍ତୁ"ନୂଆବର୍ଷର ନୂଆଯୋଡ଼ି 'ହାପି ଲକି'". ସମାଜ. 3 December 2017. Retrieved 7 December 2017.
  25. ଉପରକୁ ଯାଆନ୍ତୁ"ସାବାସ୍ ସସ୍ମିତା". ସମାଜ. 4 February 2018. Retrieved 7 February 2018.
  26. ଉପରକୁ ଯାଆନ୍ତୁ"ମିହିରଙ୍କ ଭାତୁଡ଼ି". ସମାଜ. 17 December 2017. Retrieved 17 December 2017.
  27. ଉପରକୁ ଯାଆନ୍ତୁ"ହାପି ଲକି". ସମାଜ. 21 January 2018. Retrieved 24 January 2018.
  28. ଉପରକୁ ଯାଆନ୍ତୁ"ଏହି ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ପପୁଲାର୍‌". sambad.in. 15 February 2018. Retrieved 17 February 2018.
  29. ଉପରକୁ ଯାଆନ୍ତୁ"ଚର୍ଚ୍ଚାରେ ଯୋଡ଼ି". ସମାଜ. 15 April 2018. Retrieved 15 April 2018.