କାଜଲ ମିଶ୍ର

କାଜଲ ମିଶ୍ର
Related image
ଜନ୍ମ ଓ ଜନ୍ମସ୍ଥାନକାଜଲ ମିଶ୍ର
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
ଜୀବନସାଥିଦୁଷ୍ମନ୍ତ ପଣ୍ଡା
କାଜଲ ମିଶ୍ର, ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ୨୦୦୫ରେ ଧର୍ମର ହେବ ଜୟ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲ୍‌ବମ୍‌ରେ ଅଭିନୟ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ତାଙ୍କର ଅଭିନୀତ ଭୂମିକା ଅଞ୍ଜଳୀ ତାଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟ କରାଇଥିଲା ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର

କାଜଲ ମିଶ୍ର ୨୦୧୧ରେ ଓଡ଼ିଆ କଥାଚିତ୍ର ଅଭିନେତା ଦୁଷ୍ମନ୍ତ ପଣ୍ଡାଙ୍କୁ ବିବାହ କରିଥିଲେ । ତାଙ୍କ ବିବାହବେଳେ ଦୁଷ୍ମନ୍ତ ପୂର୍ବରୁ ଅନ୍ୟଜଣଙ୍କୁ ବିବାହ କରିଥିବା କଥା ଜଣା ପଡ଼ିଥିଲା । ପ୍ରିତୀ ମହାନ୍ତି ନାମକ ଜଣେ ସମ୍ବାଦପତ୍ର ଛାତ୍ରୀଙ୍କୁ ସେ ବିବାହ ଦୁଷ୍ମନ୍ତଙ୍କର ପ୍ରଥମ ସ୍ତ୍ରୀ ଭାବରେ ଦାବି କରି ତାଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ।

ଅଭିନୟ ଜୀବନ

କାଜଲ ମିଶ୍ର ପ୍ରଥମେ ଓଡ଼ିଆ ଆଧୁନିକ ଗୀତରେ ଅଭିନୟ କରିଥିଲେ । ଏହାପରେ ସେ ୨୦୦୫ରେ ଧର୍ମର ହେବ ଜୟ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଥ୍ୟାଙ୍କ ୟୁ ଭଗବାନ, ଧଉଳୀ ଏକ୍ସପ୍ରେସ, ଏ ମନ ମାନେନା, ଚକା ଚକା ଭଉଁରୀ, ଲାଲ ଟୁକୁ ଟୁକୁ ସାଧବ ବୋହୂ, ନେଇ ଯା'ରେ ମେଘ ମତେ, ଆଇଲାରେ ଓଡ଼ିଆ ପୁଅ, ସନ୍ଦେହୀ ପ୍ରିୟତମା ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।
କାଜଲ ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ ମଧ୍ୟ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ଅଭିନୟ କରିଥିଲେ । ଏହି ଧାରାବାହିକଟିରେ ତାଙ୍କ ଅଭିନୀତ ଅଞ୍ଜଳୀ ଭୂମିକାଟି ସେତେବେଳେ ଓଡ଼ିଶାର ଘରେ ଘରେ ତାଙ୍କୁ ପରିଚିତ କରାଇଥିଲା ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୫ଧର୍ମର ହେବ ଜୟରାଖି ସ୍ୱାଇଁପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୬ଥ୍ୟାଙ୍କ ୟୁ ଭଗବାନରାଧା
୨୦୦୭ଏ ମନ ମାନେନାଅଞ୍ଜୁ
ଧଉଳୀ ଏକ୍ସପ୍ରେସଅନୁ
ଚକା ଚକା ଭଉଁରୀରାଧା
ଲାଲ ଟୁକୁ ଟୁକୁ ସାଧବ ବୋହୂଜୁଲିଖଳନାୟିକା
୨୦୦୮ନେଇଯା'ରେ ମେଘ ମତେପୂଜା
୨୦୦୯ଆଇଲାରେ ଓଡ଼ିଆ ପୁଅପ୍ରିୟା
୨୦୧୩ସନ୍ଦେହୀ ପ୍ରିୟତମା

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ବଡ଼ ଘର ବଡ଼ ଗୁମର କଥାଇ ଟିଭି ଓଡ଼ିଆଅଞ୍ଜଳୀ

ବିବାଦ

ଓଡ଼ିଶାରେ ଗଢ଼ି ଉଠିଥିବା ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥାରେ ଜଣେ ପ୍ରଚାରିକା ଭାବରେ କାଜଲ ତାଙ୍କର ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେତେବେଳେ ଏହି ସଂସ୍ଥା ବିରୁଦ୍ଧରେ ତଦନ୍ତ ହୋଇଥିଲା ସେତେବେଳେ କାଜଲ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ।

ଆଧାର

  1. ଉପରକୁ ଯାଆନ୍ତୁ"କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ". RourkelaCity. 15 September 2011. Retrieved 18 January 2018.
  2. ଉପରକୁ ଯାଆନ୍ତୁ"ନୂଆବର୍ଷରେ ନୂଆ ସିନେମାର ସମାହାର". odisha.com. 1 January 2009. Retrieved 18 January 2018.
  3. ଉପରକୁ ଯାଆନ୍ତୁ"marriage of oriya cine star Dusmant Panda & Kajol mishra". Odisha Forum. 2 December 2011. Retrieved 18 January 2018.
  4. ଉପରକୁ ଯାଆନ୍ତୁ"7 Scandals That Shocked Ollywood". Odisha Sun Times. 30 November 2015. Retrieved 18 January 2018.
  5. ଉପରକୁ ଯାଆନ୍ତୁ"Actor Dushmant Panda gets conditional bail in city court". Times Of India. 20 December 2011. Retrieved 18 January 2018.
  6. ଉପରକୁ ଯାଆନ୍ତୁ"ଇଓଡବ୍ଲୁ୍ୟ ନିକଟରେ ଫେରାଦ ହେଲେ ଜମାକାରୀ". Odia Spot News. 17 June 2016. Retrieved 18 January 2018.

ବାହାର ଆଧାର