ବବି ମିଶ୍ର
| ବବି ମିଶ୍ର | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ବବି ମିଶ୍ର ଓଡ଼ିଶା, ଭାରତ |
| ଜୀବିକା | (ଓଡ଼ିଆ) ଅଭିନେତା |
| ଜୀବନସାଥି | କୋଏଲ |
ବବି ମିଶ୍ର ଜଣେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଏବଂ ଆଲବମ୍ ଗୀତ ଅଭିନେତା । ବବି ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ହାସ୍ୟ ଅଭିନେତା, ସହ ଅଭିନେତା ଏବଂ ଖଳନାୟକ ଭାବରେ ଅଭିନୟ କରିଛନ୍ତି । ସେ ଓଡ଼ିଆ ଆଧୁନିକ ଆଲବମ୍ର ଅନେକ ଗୀତରେ ନୃତ୍ୟ କରିଥିଲେ । ୧୯୯୯ ମସିହାରେ ଜୟ ଶ୍ରୀରାମ ଚଳଚ୍ଚିତ୍ରରେ ସେ ପ୍ରଥମ କରି ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ଏହାପରେ ସେ ଚଳଚ୍ଚିତ୍ର ସହ ଦୂରଦର୍ଶନର ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।
ଅଭିନୟ ଜୀବନ
ବବି ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ୧୯୯୯ ମସିହାରେ ଜୟ ଶ୍ରୀରାମ ଚଳଚ୍ଚିତ୍ର ଜରିଆରେ ପ୍ରବେଶ କରିଥିଲେ । ଏହାପରେ ସେ ତୋ ପାଇଁ, ନାରୀ ଆଖିରେ ନିଆଁ, ଫେରିଆ ମୋ ସୁନା ଭଉଣୀ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ମୁଁ ତତେ ଲଭ୍ କରୁଚିରେ ସେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ତାଙ୍କର ଅଭିନୟ ଜୀବନର ମୋଡ଼ ବଦଳିଯାଇଥିଲା । ଧିରେ ଧିରେ ସେ ଅଧିକରୁ ଅଧିକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏଥିସହ ସେ ସହ-ଅଭିନେତା ଏବଂ ହାସ୍ୟ ଅଭିନେତା ଭାବରେ ମଧ୍ୟ ଅଭିନୟ କରିଥିଲେ ।
ବବି ମିଶ୍ର ଓଡ଼ିଆ କଥାଚିତ୍ର ସହ ଓଡ଼ିଆ ଆଧୁନିକ ଆଲବମ୍ରେ ଅନେକ ଗୀତରେ ମଧ୍ୟ ନୃତ୍ୟ କରିଥିଲେ । କାଉ ତୋ ବଉକୁ ନଉ, ସାହିତ୍ୟ ଦିଦି, ଆଜି ତୋର ବାହାଘର ପ୍ରିୟା ଆଦି ଅନେକ ଲୋକପ୍ରିୟ ଗୀତରେ ନୃତ୍ୟ କରିଥିଲେ । ବବିଙ୍କର ଅଭିନୀତ ଅନ୍ୟ ଏକ ଓଡ଼ିଆ ଆଲବମ୍ 'ଆହେ ଦୟାମୟ ବିଶ୍ୱ ବିହାରୀ' ତାଙ୍କୁ ବିବାଦଗ୍ରସ୍ତ କରାଇଦେଇଥିଲେ ।
କଥାଚିତ୍ର ଏବଂ ଆଲବମ୍ ବ୍ୟତୀତ ବବି ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରତି ଧାରାବାହିକ 'ଜୀବନ ସାଥୀ'ରେ ସେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
| ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୧୯୯୯ | ଜୟ ଶ୍ରୀରାମ | ପିଣ୍ଟୁ ମହାନ୍ତି | ପ୍ରଥମ ଓଡ଼ିଆ କଥାଚିତ୍ର |
| ୨୦୦୩ | ନାରୀ ଆଖିରେ ନିଆଁ | ||
| ୨୦୦୫ | ତୋ ପାଇଁ | ||
| ୨୦୦୭ | ଫେରିଆ ମୋ ସୁନା ଭଉଣୀ | ||
| ମୁଁ ତତେ ଲଭ୍ କରୁଚି | |||
| ଚକା ଚକା ଭଉଁରୀ | ଆଲୋକ | ||
| ରସିକ ନାଗର | କେସବ ପ୍ରଜାପତି | ||
| ଲାଲ ଟୁକୁ ଟୁକୁ ସାଧବ ବୋହୂ | ବଣ୍ଟି | ||
| ୨୦୦୮ | ମତେ ତ ଲଭ୍ ହେଲାରେ | ରାଜା | |
| ନନ୍ଦିନୀ ଆଇ ଲଭ୍ ୟୁ | ବବି | ||
| ୨୦୦୯ | ପ୍ରେମରୋଗୀ | ରୁଦ୍ରାକ୍ଷ | |
| ଶତ୍ରୁ ସଂହାର | ଅଜୟର ସାଙ୍ଗ | ||
| ଡ୍ରୀମ ଗାର୍ଲ | |||
| ଅଭିମନ୍ୟୁ | ଶଙ୍କର | ||
| ଅସୀମା | |||
| ୨୦୧୦ | ଡନ୍ | ରାଜୁ | |
| ଆଖି ପଲକରେ ତୁ | ଡି.ଜି. ମିର୍ଧା | ||
| ତୋ ଆଖିରେ ମୁଁ | ଇନିସ୍ପେକ୍ଟର ଇନ୍ଦ୍ରଜିତ | ||
| ତୋତେ ଭଲ ପାଉଚି ବୋଲି | ରକି | ||
| ୨୦୧୧ | ତୁ ମୋ ଗାର୍ଲଫ୍ରେଣ୍ଡ | ଚକ୍ରଧର | |
| ୨୦୧୩ | ତୁ ମୋ ସୁନା ତୁ ମୋ ହୀରା | ପ୍ରେମ କୁମାର ତ୍ରିପାଠୀ | ନାୟକ |
| ସଲାମ ସିନେମା | |||
| ୨୦୧୪ | ପୁଣି ଦେଖା ହେବ ଆର ଜନମରେ | ||
| ୨୦୧୬ | ଦେଲେ ଧରା କଥା ସରେ | ||
| ୨୦୧୮ | ହାପି ଲକି | ||
| ୨୦୧୮ | ଦୀପୁ ଦ ଡ୍ୟାନ୍ସ ବୟ | ||
| ୨୦୧୮ | ଯୋଉଠି ଥିଲେ ବି ତୁ ମୋର | ମୁ୍କ୍ତିଲାଭ ଅପେକ୍ଷାରେ | |
| ୨୦୧୮ | ନାୟକର ନାଁ ଦେବଦାସ | ସୁଟିଂ ଚାଲିଛି |
ଅଭିନୀତ ଧାରାବାହିକ
| ଧାରାବାହିକ | ଚେନାଲ | ଭୂମିକା |
|---|---|---|
| ଜୀବନ ସାଥୀ | ସାର୍ଥକ ଟିଭି |
ଆଧାର
- ଉପରକୁ ଯାଆନ୍ତୁ↑ "ପଜିଟିଭ୍ ରୋଲ୍ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
- ଉପରକୁ ଯାଆନ୍ତୁ↑ "ଉଷସୀଙ୍କୁ ମିଳିଲା ହର ନିଭାଇଥିବା ଫିଲ୍ମର ରୋଲ". ଜୟ ଓଡ଼ିଶା. Retrieved 19 January 2018.
- ଉପରକୁ ଯାଆନ୍ତୁ↑ "ଓଡ଼ିଆ ଚଳଚ୍ଚିତ୍ର ‘ରଙ୍ଗ୍ ନମ୍ବର’ ଏବଂ ‘ଜୟ ଶ୍ରୀରାମ’ରେ ଅଭିନୟ କରିଥିବା ନାୟିକା ଏବେ ଭୋଜପୁରୀ ସୁପରଷ୍ଟାର୍!". sambd.in. 7 October 2017. Retrieved 19 January 2018.
- ଉପରକୁ ଯାଆନ୍ତୁ↑ "ନିଜ ଇଚ୍ଛାରେ ଅଭିନୟ କ୍ଷେତ୍ରରୁ ଦୂରେଇ ଥିଲି: ବବି ମିଶ୍ର". ଓଡ଼ିଶା ଟାଇମ୍. 17 September 2016. Retrieved 19 January 2018.
- ଉପରକୁ ଯାଆନ୍ତୁ↑ "ଓଲିଉଡ ଇଣ୍ଡଷ୍ଟ୍ରିରେ ବବି ମିଶ୍ରଙ୍କ କମବ୍ୟାକ୍". ସମ୍ବାଦ. 10 February 2018. Retrieved 15 February 2018.
- ଉପରକୁ ଯାଆନ୍ତୁ↑ "ଅନୁଭବ ହିଁ ବନିଛନ୍ତି 'ଅର୍ଜୁନ' ଓ 'ଅଭିମନ୍ୟୁ'!". ସମ୍ବାଦ. 31 August 2017. Retrieved 19 January 2018.
- ଉପରକୁ ଯାଆନ୍ତୁ↑ "ରଥଯାତ୍ରାରେ ରୂପେଲି ପରଦାକୁ ଆସୁଛି ଫିଲ୍ମ ‘ଦେଲେ ଧରା କଥା ସରେ’". Kanak News. 4 July 2016. Retrieved 19 January 2018.
ବାହାର ଆଧାର
- ବବି ମିଶ୍ର (ଇଣ୍ଟରନେଟ ମୁଭି ଡାଟାବେସରେ)