ସୁନୀଲ କୁମାର

ସୁନୀଲ କୁମାର
Related image
ଜନ୍ମ ଓ ଜନ୍ମସ୍ଥାନସୁନୀଲ କୁମାର
୧୫ ଅଗଷ୍ଟ
ଭୁବନେଶ୍ୱରଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରା
କାର୍ଯ୍ୟକାଳ୨୦୦୪- ଏବେଯାଏଁ
ବାପା ମାବିମଳା ତିୱାରୀ (ମାଆ)
ୱେବସାଇଟsunilkumaronline.com
ସୁନୀଲ କୁମାର ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୦୪ ମସିହାରେ ହରିଭାଇ ହାରେନା କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସ‌ହ ବଙ୍ଗଳା ଏବଂ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

ସୁନୀଲ କୁମାର ପଶ୍ଚିମ ବଙ୍ଗରେ ଅଦ୍ରା କେନ୍ଦ୍ରିୟ ବିଦ୍ୟାଳୟରୁ ତାଙ୍କର ପାଠପଢ଼ା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଶାର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।

ଅଭିନୟ ଜୀବନ

ସୁନୀଲ କୁମାର ୨୦୦୪ ମସିହାରେ ଓଡ଼ିଆ କଥାଚିତ୍ର ହରି ଭାଇ ହାରେନା ଚଳଚ୍ଚିତ୍ର ଜରିଆରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସ‌ହ ନାୟିକା ଭାବରେ ଅଭିନୟ କରିଥିଲେ ଅନୁ ଚୌଧୁରୀ । ଏହାପରେ ସେ ଜୀବନ ମୃତ୍ୟୁ, ରକତେ ଲେଖିଚି ନାଁ, ଅଗ୍ନିଶୀଖା, ତୁମକୁ ପାରୁନି ତ ଭୁଲି, ଚୁପ୍ କିଏ ଆସୁଚି, ସାତ ସୁରେ ବନ୍ଧା ଏ ଜୀବନ, ସ୍ୱୟଂସିଦ୍ଧା, ଏ ମନ ଖୋଜେ ମନ ଟିଏ, ମୁଁ ଆଶିକ୍ ମୁଁ ଆୱାରା, ମାୟା ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ସେ ରକତେ ଲେଖିଚି ନାଁରେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ ।
ସୁନୀଲ ଓଡ଼ିଆ କଥାଚିତ୍ର ସ‌ହ ବଙ୍ଗଳା ଏବଂ ମରାଠୀ କଥାଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ସେ ଅପରାଧୀ ଏବଂ ୱିଇଣ୍ଡୋ କନେକ୍ସନ ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ମରାଠୀ ଚଳଚ୍ଚିତ୍ର ପୁନେ ଭାୟା ବିହାରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୪ହରି ଭାଇ ହାରେନାହରି ଭାଇପ୍ରଥମ କଥାଚିତ୍ର/ପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୫ଜୀବନ ମୃତ୍ୟୁଦେବ୍
୨୦୦୬ରକତେ ଲେଖିଚି ନାଁରୋହନ ରାୟଖଳନାୟକ
୨୦୦୭ଅଗ୍ନିଶିଖାଆଲୋକ ଚୌଧୁରୀ
ତୁମକୁ ପାରୁନି ତ ଭୁଲିଗୌତମ ଚୌଧୁରୀ
୨୦୦୮ଅପରାଧୀପ୍ରଥମ ବଙ୍ଗଳା ଚଳଚ୍ଚିତ୍ର
୨୦୦୯ଚୁପ୍ କିଏ ଆସୁଚି
ସାତ ସୁରେ ବନ୍ଧା ଏ ଜୀବନରାହୁଲ ଚୌଧୁରୀ
୨୦୧୦ସ୍ୱୟଂସିଦ୍ଧାରାଜ୍
୨୦୧୧ଏ ମନ ଖୋଜେ ମନ ଟିଏସୁନୀଲ
୨୦୧୩ମୁଁ ଆଶିକ୍ ମୁଁ ଆୱାରାପିଣ୍ଟୁ
୨୦୧୫ମାୟା
୨୦୧୮ବାଲିଘରମୁକ୍ତିଲାଭ ଅପେକ୍ଷାରେ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"Sunil Kumar a BJB College Student became Popular Odia Actor in Odisha / Orissa / Ollywood". Odia Cinema Actor Actress. Retrieved 23 January 2018.
  2. ଉପରକୁ ଯାଆନ୍ତୁ"Sunil Kumar Actor Biography". Incredible Orissa. 4 October 2011. Retrieved 23 January 2018.
  3. ଉପରକୁ ଯାଆନ୍ତୁ"ପରଦାକୁ ଆସୁଛନ୍ତି ଓଲିଉଡର ଏହି ନୂଆ ଯୋଡି". sambad.in. 2 March 2018. Retrieved 5 March 2018.
  4. ଏହି ଯାଏ ଉପରକୁ ଯାଆନ୍ତୁ:"Ollywood Star Sunil Kumar". Odia Live. 17 September 2017. Retrieved 23 January 2018.
  5. ଉପରକୁ ଯାଆନ୍ତୁ"ଅଠରରେ ଫେରିବେ ଏହି ଓଲିଉଡ ନାୟକ !". sambad.in. 4 January 2018. Retrieved 1 February 2018.

ବାହାର ଆଧାର