ସମ୍ବିତ ଆଚାର୍ଯ୍ୟ

ସମ୍ବିତ ଆଚାର୍ଯ୍ୟ
Odia Actor Sambit Acharya - ସମ୍ବିତ ଆଚାର୍ଯ୍ୟ
ଜନ୍ମ ଓ ଜନ୍ମସ୍ଥାନସମ୍ବିତ ଆଚାର୍ଯ୍ୟ
ହାଇଦ୍ରାବାଦଆନ୍ଧ୍ର ପ୍ରଦେଶ(ଏବେର ତେଲେଙ୍ଗାନା), ଭାରତ
ଜୀବିକା(ଓଡ଼ିଆ) ଅଭିନେତା
କାର୍ଯ୍ୟକାଳ୨୦୧୧ରୁ-ଏବେଯାଏଁ
ସମ୍ବିତ ଆଚାର୍ଯ୍ୟ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ପ୍ରେମ୍ ୱେଡ୍ସ ପ୍ରିୟା ଜରିଆରେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ କଟକ, ବାଳୁଙ୍ଗା ଟୋକା, ଗଞ୍ଜା ଲଢ଼େଇ, ଚଉକା ଛକା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସମ୍ବିତ ୨୦୧୮ ମସିହାରେ ଏକ ଓଡ଼ିଆ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।

ଅଭିନୟ ଜୀବନ

ସମ୍ୱିତ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ପ୍ରେମ୍ ୱେଡ୍ସ ପ୍ରିୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ସେହି ବର୍ଷ ବନ୍ଧନକଟକ- ଦ ସିଲ୍‌ଭର୍ ସିଟିଏବଂ ବାଳୁଙ୍ଗା ଟୋକା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୨୦୧୨ରେ ସମ୍ୱିତ ଓଡ଼ିଆ କଥାଚିତ୍ର ବ୍ୟାଡ଼୍ ଗାର୍ଲରେ ଅଭିନୟ କରିଥିଲେ । ବାଳୁଙ୍ଗା ଟୋକାରେ ସମ୍ଭିତ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ୨୦୧୩ ମସିହାରେ ସଲାମ ସିନେମା ଏବଂ ଚଉକା ଛକା ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ୨୦୧୪ରେ ଓମ୍୨୦୧୪ ଫିଅର ଅଫ ଦ ଇଅରଗଞ୍ଜା ଲଢ଼େଇ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ରେ ଲେଖିଚି ନାଁ ତୋରଆଶିକ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସମ୍ବିତ । ସେ ଏସିପି ରଣବୀରଛାତି ତଳେ ଡିଂ ଡଂ ଆଦି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।
୨୦୧୭ରେ ସମ୍ୱିତ ଏବଂ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କର ଚଳଚ୍ଚିତ୍ର ତମକୁ ଦେଖିଲା ପରେ ମୁକ୍ତିଲାଭ କରିଥିଲା । ୨୦୧୮ରେ ତାଙ୍କର ହାପି ଲକି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ୨୦୧୮ରେ ସମ୍ବିତଙ୍କର ପ୍ରଥମ ତେଲୁଗୁ ଚଳଚ୍ଚିତ୍ର ଲାଲିଜୋ ଲାଲିଜୋ ମୁକ୍ତିଲାଭ କରିବାର ଅଛି । ଅଭିନେତ୍ରୀ ରିୟା ଦେଙ୍କ ସ‌ହ ସମ୍ବିତଙ୍କର ଚଳଚ୍ଚିତ୍ର ଯୋଉଠି ଥିଲେ ବି ତୁ ମୋରର ସୁଟିଂ ଆରମ୍ଭ ହେବାକୁ ଯାଉଛି ।

ଦୂରଦର୍ଶନ

ସମ୍ବିତ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ୩ୟ ସଂସ୍କରଣରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ଏହପରେ ସେ ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ରଜ କୁଇନ୍‌ର ୫ମ ସଂସ୍କରଣରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୧ପ୍ରେମ୍ ୱେଡ୍ସ ପ୍ରିୟାପ୍ରେମ୍/ସଞ୍ଜନାପ୍ରଥମ ଓଡ଼ିଆ କଥାଚିତ୍ର
ବନ୍ଧନ
କଟକ- ଦ ସିଲ୍‌ଭର୍ ସିଟିଜୟ ପ୍ରକାଶ
ବାଳୁଙ୍ଗା ଟୋକାଖଳନାୟକ
୨୦୧୨ବ୍ୟାଡ଼୍ ଗାର୍ଲପ୍ରିତମ
ଏସିପି ରଣବୀରଅତିଥି କଳାକାର
୨୦୧୩ସଲାମ ସିନେମା
ଚଉକା ଛକାରାଜା
୨୦୧୪ଓମ୍ଓମ୍
୨୦୧୪ ଫିଅର ଅଫ ଦ ଇଅର
ଗଞ୍ଜା ଲଢ଼େଇ
୨୦୧୫ଲେଖିଚି ନାଁ ତୋର
ଆଶିକ୍ରାହୁଲ
୨୦୧୬ଛାତି ତଳେ ଡିଂ ଡଂଅତିଥି କଳାକାର
୨୦୧୭ତମକୁ ଦେଖିଲା ପରେ
୨୦୧୮ହାପି ଲକିହାପି

ଦୂରଦର୍ଶନ

  • କିଏ ହେବ ମୋ ହିରୋଇନ (୩ୟ ସଂସ୍କରଣ)
  • ରଜ କୁଇନ୍ (୫ମ ସଂସ୍କରଣ)

ଆଧାର

  1. ଉପରକୁ ଯାଆନ୍ତୁ"ଏହି ସିନେମାରେ ଦୁଇଜଣ ନାୟିକାଙ୍କ ସହ ରୋମାନ୍ସ କରିବେ ସମ୍ଭିତ୍‌". sambad.in. 11 February 2018. Retrieved 17 February 2018.
  2. ଉପରକୁ ଯାଆନ୍ତୁ"ପାଞ୍ଚ ବର୍ଷପରେ ଓଲିଉଡକୁ ଫେରିଲେ ଏହି ନାୟିକା". sambad.in. 5 February 2018. Retrieved 17 February 2018.
  3. ଏହି ଯାଏ ଉପରକୁ ଯାଆନ୍ତୁ:"ଓଲିଉଡରେ ପୁଣି ଏକ ନୂଆ ଯୋଡି". sambad.in. 5 February 2018. Retrieved 17 February 2018.
  4. ଉପରକୁ ଯାଆନ୍ତୁ"ଓଲିଉଡ ନାୟକ ସମ୍ବିତ କହୁଛନ୍ତି ‘ମନ ଖାଲି ତତେ ଚାହେଁ’". sambad.in. 10 October 2017. Retrieved 17 February 2018.
  5. ଉପରକୁ ଯାଆନ୍ତୁ"ସାବାସ୍ ସଂବିତ". ସମାଜ. 18 March 2018. Retrieved 18 March 2018.
  6. ଏହି ଯାଏ ଉପରକୁ ଯାଆନ୍ତୁ:"ନୂଆ ଯୋଡିଦାରଙ୍କ ସହ ସମ୍ବିତ". sambad.in. 8 December 2017. Retrieved 17 February 2018.
  7. ଉପରକୁ ଯାଆନ୍ତୁ"ଏହି ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ପପୁଲାର୍‌". sambad.in. 15 February 2018. Retrieved 17 February 2018.
  8. ଉପରକୁ ଯାଆନ୍ତୁ"ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
  9. ଉପରକୁ ଯାଆନ୍ତୁ"ଏ ବର୍ଷ ଦୁଇ ନୂଆ ପାର୍ଟନରଙ୍କ ସହ ସମ୍ବିତ". sambad.in. 5 January 2018. Retrieved 17 February 2018.
  10. ଉପରକୁ ଯାଆନ୍ତୁ"ଓଲିଉଡ ନାୟକ ସମ୍ବିତଙ୍କ ତେଲୁଗୁ ସିନେମା ‘ଲାଲିଜୋ ଲାଲିଜୋ’ର ଟ୍ରେଲର୍‌ ରିଲିଜ୍‌". sambad.in. 22 October 2017. Retrieved 17 February 2018.
  11. ଉପରକୁ ଯାଆନ୍ତୁ"ସମ୍ବିତ୍‌ଙ୍କ ତେଲୁଗୁ ଫିଲ୍ମ ରିଲିଜ୍‌ ପାଇଁ ପ୍ରସ୍ତୁତ". sambad.in. 29 October 2017. Retrieved 17 February 2018.
  12. ଉପରକୁ ଯାଆନ୍ତୁ"ଜମିବ ଯୋଡ଼ି". ସମାଜ. 18 February 2018. Retrieved 18 February 2018.
  13. ଉପରକୁ ଯାଆନ୍ତୁ"ଭାଗ୍ୟବାନ୍ ଆର୍ଯ୍ୟନ୍". ସମାଜ ରବିବାର. 8 April 2018. Retrieved 12 April 2018.

ବାହାର ଆଧାର