ଅସୀତ ପତି

ଅସୀତ ପତି
Image result for asit pati
ଜନ୍ମ ଓ ଜନ୍ମସ୍ଥାନଅସୀତ ପତି
ମଇ ୫, ୧୯୬୦ (୫୮ ବର୍ଷ)
ମୟୁରଭଞ୍ଜ
ଜୀବିକା(ଓଡ଼ିଆ) ଅଭିନେତା
ପ୍ରଯୋଜକ
ନିର୍ଦ୍ଦେଶକ
କାର୍ଯ୍ୟକାଳ୧୯୭୯ରୁ- ଏବେଯାଏଁ
ଅସୀତ ପତି (ଜନ୍ମ: ୫ ମଇ ୧୯୬୦) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ପ୍ରଯୋଜକ, ଲେଖକ ଓ ନିର୍ଦ୍ଦେଶକ । ସେ ଓଡ଼ିଆ କଥାଚିତ୍ର ଚିହ୍ନା ଅଚିହ୍ନା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କିଛି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ, ନିର୍ଦ୍ଦେଶନା ଦେଇଥିଲେ ଏବଂ ଚିତ୍ରନାଟ୍ୟ ତ‌ଥା କାହାଣୀ ରଚନା କରିଥିଲେ । ଅସୀତ ଓଡ଼ିଆ କଥାଚିତ୍ର ଜଗତରେ ପାର୍ଶ୍ୱ ଅଭିନେତା ଓ ଖଳନାୟକ ଭୂମିକାରେ ଅଧିକାଂଶ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । କଥାଚିତ୍ର ଦୁନିଆ ବ୍ୟତୀତ ଅସୀତ ଓଡ଼ିଶାର ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି । ସେ ୨୦୧୭ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।

ଅଭିନୟ ଜୀବନ

ଅସୀତ ପତି ଓଡ଼ିଆ କଥାଚିତ୍ର ଜଗତରେ ୧୯୭୯ ମସିହାରେ ଚିହ୍ନା ଅଚିହ୍ନା କଥାଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ମାନିନୀ, ଟିକେ ହସ ଟିକେ ଲୁହ, ରାମ ରହିମ, ଜୀବନ ସଙ୍ଗୀତ, ଜଗା ହାତରେ ପଘା, ସତ କେବେ ଲୁଚି ରହେନା, ହାକିମ ବାବୁ, ଏଇ ଆମ ସଂସାର, ଯୋ'ର ଯାର ମୁଲକ ତା'ର, ଜୟଦେବ, ଚକାଆଖି ସବୁ ଦେଖୁଛି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏଯାବତ ସେ ୪୦ରୁ ଅଧିକ ଚଳଚ୍ଚିତ୍ରରେ ପାର୍ଶ୍ୱ ଅଭିନେତା ତ‌ଥା ଖଳନାୟକ ଭୂମିକାରେ ଅଭିନୟ କରିସାରିଲେଣି ।
ଅସୀତ ଓଡ଼ିଆ କଥାଚିତ୍ରରେ ଅଭିନୟ ବ୍ୟତୀତ ମାଆ କାନ୍ଦେ ଆଜି ପୁଅଟେ ପାଇଁ, କଥା ରହିଗଲା କାଳ କାଳକୁ, ଗୋପରେ ବଢ଼ୁଛି କଳା କହ୍ନେଇ, ରିଭେଞ୍ଜ ଆଦି ଓଡ଼ିଆ କଥାଚିତ୍ରର ପ୍ରଯୋଜନା କରିଥିଲେ । ଏଥିସ‌ହିତ ସେ ମାଆ କାନ୍ଦେ ଆଜି ପୁଅଟେ ପାଇଁ, କଥା ରହିଗଲା କାଳ କାଳକୁ ଆଦି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ସେ କଥା ରହିଗଲା କାଳ କାଳକୁ ଚଳଚ୍ଚିତ୍ରର କାହାଣୀ ମଧ୍ୟ ରଚନା କରିଥିଲେ ।

ରାଜନୀତି

ଅସୀତ ପତି ବିଜୁ ପଟ୍ଟନାୟକଙ୍କ ସମୟରେ ଉତ୍କଳ କଂଗ୍ରେସ ଦଳର ଜଣେ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ, ଫଲରେ ବିଜୁ ପଟ୍ଟନାୟକ ତାଙ୍କ ଉପରେ ଖୁସି ହୋଇ ତାଙ୍କୁ ପାରାଦ୍ୱୀପ ବନ୍ଦରରେ ଏକ ଚାକିରୀ ଦେଇଥିଲେ ।
ଏହାପରେ ସେ ୨୦୧୭ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ବିଜୁ ଜନତା ଦଳର ପ୍ରତିଷ୍ଠାତା ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅସୀତ ପତି ନବୀନ ନିବାସରେ ବିଜୁ ଜନତା ଦଳରେ ଅଭିନେତା ଉତ୍ତମ ମହାନ୍ତିଙ୍କ ସ‌ହ ଯୋଗ ଦେଇଥିଲେ ।

ଅଭିନୀତ କଥାଚିତ୍ର

  • ଚିହ୍ନା ଅଚିହ୍ନା (୧୯୭୯)
  • ମାନିନୀ (୧୯୭୯)
  • ଟିକେ ହସ ଟିକେ ଲୁହ (୧୯୮୧)
  • ରାମ ରହିମ (୧୯୮୩)
  • ଜୀବନ ସଙ୍ଗମ (୧୯୮୪)
  • ଜଗା ହାତରେ ପଘା (୧୯୮୫)
  • ସତ କେବେ ଲୁଚି ରହେନା (୧୯୮୫)
  • ଶଙ୍ଖା ସିନ୍ଦୂର (୧୯୮୫)
  • ହାକିମ ବାବୁ (୧୯୮୫)
  • ଯୋର ଯା'ର ମୂଲକ ତା'ର (୧୯୮୬)
  • ଏଇ ଆମ ସଂସାର (୧୯୮୬)
  • ଜୟଦେବ (୧୯୮୭)
  • ଚକା ଆଖି ସବୁ ଦେଖୁଛି (୧୯୮୭)
  • ପୁଅ ମୋର କଳା ଠାକୁର (୧୯୮୮)
  • ବଡ଼ ଭାଉଜ (୧୯୮୮)
  • ଥିଲି ଝିଅ ହେଲି ବୋହୂ (୧୯୮୮)
  • କୁରୁକ୍ଷେତ୍ର (୧୯୮୮)
  • ପଞ୍ଚ ପାଣ୍ଡବ (୧୯୮୯)
  • ପ୍ରତିଶୋଧ ଅପରାଧ ନୁହେଁ (୧୯୮୯)
  • ରଜନୀ ଗନ୍ଧା (୧୯୮୯)
  • ଦଇବ ଦଉଡ଼ି (୧୯୯୦)
  • ହିସାବ କରିବ କାଳିଆ (୧୯୯୦)
  • ବସ୍ତ୍ର ହରଣ (୧୯୯୧)
  • କି ହେବ ଶୁଆ ପୋଷିଲେ (୧୯୯୧)
  • ଦାଦାଗିରି (୧୯୯୩)
  • ଗୋପରେ ବଢ଼ୁଛି କଳା କହ୍ନେଇ (୧୯୯୪)
  • ରଖିଲେ ଶିବ ମାରିବ କିଏ (୧୯୯୪)
  • ଜୀବନ ଧାରା (୧୯୯୫)
  • ମୋ ମନ ଖାଲି ତୁମରି ପାଇଁ (୧୯୯୫)
  • କାହ୍ନା (୧୯୯୭)
  • ରାଖି ଭିଜିଗଲା ଆଖି ଲୁହରେ (୧୯୯୯)
  • ପୁଅ ଭାଙ୍ଗିଦେଲା ସୁନା ସଂସାର (୧୯୯୯)
  • କଥା ରହିଗଲା କାଳ କାଳକୁ (୧୯୯୯)
  • ମୋ କୋଳ ତୋ ଝୁଲଣା (୨୦୦୧)
  • ମାତୃଶକ୍ତି (୨୦୦୩)
  • ଅଗ୍ନି ପରୀକ୍ଷା (୨୦୦୫)
  • ରାଖି ବାନ୍ଧିଲି ମୋ ରଖିବ ମାନ
  • ଏଇ ମିଳନ ଯୁଗ ଯୁଗର (୨୦୧୦)
  • ମୋଷ୍ଟ ୱାଣ୍ଡେଡ୍ (୨୦୧୧)
  • ଟଙ୍କା ତତେ ସଲାମ (୨୦୧୩)
  • ତମେ ଥିଲେ ସାଥିରେ (୨୦୧୪)
  • ଦୀପାଞ୍ଜଳୀ (୨୦୧୪)
  • ଜଗା ହାତରେ ପଘା (୨୦୧୫)
  • କଳ୍କୀ (୨୦୧୫)
  • ଗଳ୍ପ ନୁହେଁ ଅଳ୍ପ ଦିନର (୨୦୧୫)
  • ଲଭ୍ ଷ୍ଟେସନ (୨୦୧୬)
  • ଝିଅଟା ବିଗିଡ଼ିଗଲା (୨୦୧୬)
  • ତୋର ଦିନେକୁ ମୋର ଦିନେ (୨୦୧୬)
  • ରିଭେଞ୍ଜ (୨୦୧୬)

ଆଧାର

  1. ଉପରକୁ ଯାଆନ୍ତୁ"ତିନିଟି ଭିନ୍ନ ଭିନ୍ନ ରୂପରେ ଆସୁଛନ୍ତି ଓଲିଉଡର ଏହି ନାମୀ ଅଭିନେତା , ଜାଣନ୍ତୁ ଏମିତି କାହିଁକି ଘଟିଛି  | Sambad" (in Odia). Sambad (ଓଡ଼ିଶା). 18 September 2018. Archived from the original on 19 September 2018. Retrieved 19 September 2018. 
  2. ଏହି ଯାଏ ଉପରକୁ ଯାଆନ୍ତୁ:"Odisha actors Uttam Mohanty, Asit Pati join BJD" (in en). Business Standard India. 27 January 2017. Retrieved 19 September 2018.
  3. ଏହି ଯାଏ ଉପରକୁ ଯାଆନ୍ତୁ:"Odia cine stars Uttam Mohanty, Asit Pati join BJD | OTV" (in en). odishatv.in (ଓଡ଼ିଶା). 27 January 2017. Retrieved 19 September 2018.

ବାହାର ଆଧାର